Posts

Showing posts from July, 2021

ଆୟୁର୍ବେଦୋକ୍ତ ବିବିଧ ଭୋଜନ ଓ ଜଳପାନ ପାତ୍ରର ଗୁଣ

Image
ଆମେ ପୂର୍ବକାଳର ରାଜାରାଜୁଡ଼ା ଓ ସମ୍ଭ୍ରାନ୍ତ ବ୍ୟକ୍ତିବିଶେଷଙ୍କର ସୁନାରୁପାଦିରେ ନିର୍ମିତ ଭୋଜନ ଓ ଜଳପାନ ପାତ୍ରର ବ୍ୟବହାର ସମ୍ବନ୍ଧରେ ଶୁଣିଛେ ଓ ମ୍ୟୁଜିୟମ ମାନଙ୍କରେ ମଧ୍ୟ ଦେଖିଛେ । ତେବେ ଆମେ ଏହାକୁ କେବଳ ସମ୍ଭ୍ରାନ୍ତତାର ଏକ ପରିପ୍ରକାଶ ବୋଲି ଭାବିଛେ । ଏହାର କାରଣ ହେଉଛି, ଆମେ ଜାଣିଛେ ଯେ ସୁନାରୁପାଦି ମୂଲ୍ୟବାନ ଧାତୁ ସାଧାରଣତଃ ଅଳଙ୍କାରାଦି ଆଭୂଷଣ ପାଇଁ ବ୍ୟବହୃତ ହୋଇଥାଏ ଓ ଖାଦ୍ୟପାନାଦିରେ ଏହା ବଦଳରେ ସ୍ୱଳ୍ପ ମୂଲ୍ୟବାନ ପଦାର୍ଥରେ ନିର୍ମିତ ବାସନକୁସନର ବ୍ୟବହାର ମଧ୍ୟ କରାଯାଇପାରିବ ଯାହାକି ଉଭୟ ସ୍ୱାସ୍ଥ୍ୟକର ହେବାସହିତ ଦୀର୍ଘସ୍ଥାୟୀ ମଧ୍ୟ ହୋଇପାରିବ । ତେବେ ସୁନାରୁପାଦି ମୂଲ୍ୟବାନ ଧାତୁରେ ନିର୍ମିତ ବାସନକୁସନ ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ସର୍ବୋତ୍ତମ ତାହା ଆମମାନଙ୍କ ମଧ୍ୟରୁ ଅନେକ ଜାଣିନଥିବେ । ଆସନ୍ତୁ ଏବେ ସେ ସମ୍ପର୍କରେ ଜାଣିବା । ଆୟୁର୍ବେଦ ଶାସ୍ତ୍ରରେ ବିବିଧ ପଦାର୍ଥରେ ନିର୍ମିତ ଭୋଜନ ତଥା ଜଳପାନ ପାତ୍ରର ଭିନ୍ନ ଭିନ୍ନ ଗୁଣ ସମ୍ପର୍କରେ ବର୍ଣ୍ଣନା ରହିଛି । ଯଥା - * ସୁବର୍ଣ୍ଣର ଭୋଜନ ପାତ୍ର ଦୋଷମାନଙ୍କୁ ଦୂର କରିଥାଏ ତଥା ଦୃଷ୍ଟି ବର୍ଦ୍ଧକ ଓ ପଥ୍ୟ ହୋଇଥାଏ । * ରୌପ୍ୟ ନିର୍ମିତ ଭୋଜନ ପାତ୍ର ନେତ୍ର ପାଇଁ ହିତକର ହୋଇଥାଏ ତଥା ଏହା ବାତ ଓ କଫ ଦୋଷକୁ ବୃଦ୍ଧି କରିବା ସହିତ ପିତ୍ତ ଦୋଷକୁ ଦୂର କରିଥାଏ । * କଂସାର ଭୋଜନ ପାତ୍ର ଗୁଣରେ ବୁଦ୍ଧି ବର୍ଦ୍ଧକ, ରୁଚିକାରକ ଓ