Posts

Showing posts from August, 2022

କାଉଡ଼ିଆଙ୍କର 'ବୋଲ ବମ' ଉଚ୍ଚାରଣରେ 'ବମ' ଶବ୍ଦର ଅର୍ଥ

ଶ୍ରାବଣ ମାସର ଉଲ୍ଲେଖ ଆସିଲେ ରାସ୍ତାଘାଟରେ 'ବୋଲ ବମ' ଉଚ୍ଚାରଣ ସହିତ କାଉଡ଼ିଆଙ୍କର ଶିଵଜଳାଭିଷେକ ନିମିତ୍ତ ପଦଯାତ୍ରାର ଦୃଶ୍ୟ ମାନସପଟ୍ଟରେ ସ୍ୱାଭାବିକ ଭାବେ ଉଦ୍ଭାସିତ ହୁଏ । ତେବେ ଏ ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ମନ ମଧ୍ୟରେ ଉଙ୍କି ମାରିଥାଏ - କାଉଡ଼ିଆମାନେ ଉଚ୍ଚାରଣ କରୁଥିବା ଏହି 'ବୋଲ ବମ' ଧ୍ୱନିରେ 'ବମ' ଶବ୍ଦର ପ୍ରକୃତ ଅର୍ଥ କଣ ? ଆସନ୍ତୁ ଏ ସମ୍ପର୍କରେ ସମ୍ୟକ ରୂପେ ଆଲୋଚନା କରିବା । ଏହି 'ବମ' ଶବ୍ଦର ଅର୍ଥ ନିରୂପଣ କରିବାକୁ ଯାଇ ମୁଁ ଯେଉଁ କେତୋଟି ସିଦ୍ଧାନ୍ତରେ ଉପନୀତ ହୋଇଛି ସେଗୁଡିକ ନିମ୍ନରେ ପ୍ରଦତ୍ତ । ୧) 'ବମ' ଶବ୍ଦର ଏକ ଅର୍ଥ ହେଲା ଡ଼ମରୁର ଧ୍ୱନି । ଭଗବାନ ଶିବ ତାଙ୍କ ହସ୍ତରେ ଡ଼ମରୁ ଧାରଣ କରିଥାନ୍ତି ଓ ଏହି ଡ଼ମରୁ ବାଦନ ଫଳରେ 'ବମ' 'ବମ' ଧ୍ବନି ଉତ୍ପନ୍ନ ହୋଇଥାଏ । ଏହି ଧ୍ୱନି ଶିଵଙ୍କର ଅତି ପ୍ରିୟ । ତେଣୁ କାଉଡ଼ିଆମାନେ ଜଳାଭିଷେକ ନିମନ୍ତେ ଯାତ୍ରା କରୁଥିବା ସମୟରେ ଏହି 'ବମ' ଶବ୍ଦ ଉଚ୍ଚାରଣ କରିଥାନ୍ତି (ବୋଲ ବମ, ହର ହର ବମ/ବମ ବମ ଭୋଲେ ଇତ୍ୟାଦି) । ଏହି 'ବମ' ଶବ୍ଦର କ୍ରମାଗତ ଉଚ୍ଚାରଣକୁ 'ମୁଖବାଦ୍ୟ' କୁହାଯାଏ । ଅନ୍ୟ ଦେବତା ମାନେ ବିବିଧ ପ୍ରକାରର ବାଦ୍ୟଯନ୍ତ୍ରର ବାଦନ ଦ୍ୱାରା ପ୍ରସନ୍ନ ହେଉଥିବା ସମୟରେ ଭଗବାନ ଶିବ ଅଳ୍ପରେ କେବଳ 'ମୁଖବାଦ୍ୟ' ଦ୍ୱାରା ହିଁ ପ୍ର