Posts

Showing posts from December, 2020

ମହାଦେବଙ୍କର ଭୂତଗଣଙ୍କର ଉତ୍ପତ୍ତି କଥା

ମହାଦେବଙ୍କର କଥା ବା ଲୀଳା ବର୍ଣ୍ଣନ ସମୟରେ ତାଙ୍କର ପ୍ରିୟ ଗଣ ବା ଭୂତଗଣଙ୍କର ଉଲ୍ଲେଖ ଅବଶ୍ୟ ଆସିଥାଏ । ଏହି ଭୂତମାନେ ଦେଖିବା ପାଇଁ ଯେପରି କିମ୍ଭୂତ କିମାକାର, ସେମାନଙ୍କର ଆଚରଣ ମଧ୍ୟ ସେହିପରି ବିଚିତ୍ର । ସେଥିପାଇଁ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ସମୟରେ ବରଯାତ୍ରୀରେ ଆସିଥିବା ଏହି ଭୂତଗଣଙ୍କର ରୂପ ଓ ଆଚରଣକୁ ଦେଖି ଦେବୀଙ୍କର ମାତା ମୂର୍ଚ୍ଛିତା ହୋଇଯାଇଥିଲେ । ତେବେ ଏପରି ବିକଟାଳ ରୂପ ଧାରଣ କରିଥିବା ତଥା ଅଦ୍ଭୁତ ଆଚରଣ କରୁଥିବା ଏହି ଭୂତଗଣ କିପରି ମହାଦେବଙ୍କର ପ୍ରିୟପାତ୍ର ହୋଇ ତାଙ୍କର ଗଣ ରୂପେ ସ୍ୱୀକୃତି ପାଇଲେ ତାହା ଜାଣିବା ନିମିତ୍ତ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ୱାଭାବିକ । ଏହି ଭୂତଗଣ ତେବେ କଣ ଆମ ନିତିଦିନିଆ ଘଟଣାରେ ବିବିଧ କଥା ପ୍ରସଙ୍ଗରେ ଆସୁଥିବା ଭୂତ ନା ଅନ୍ୟ କିଛି, ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା । ବ୍ରହ୍ମାଣ୍ଡ ପୁରାଣର ବର୍ଣ୍ଣନା ଅନୁସାରେ ସୃଷ୍ଟି ସଂରଚନା ସମୟରେ, କଶ୍ୟପ ଏବଂ ଦକ୍ଷ ପ୍ରଜାପତିଙ୍କ କନ୍ୟା ତଥା ଅନ୍ୟତମା ଲୋକମାତା 'କ୍ରୋଧବଶା' ବା 'କ୍ରୋଧା'ଙ୍କର ଔରସରୁ ଦ୍ୱାଦଶ କନ୍ୟାଙ୍କର ସୃଷ୍ଟି ହୋଇଥିଲା ଯେଉଁମାନେ କି 'ପୁଲସ୍ତ୍ୟ'ଙ୍କୁ ନିଜର ପତି ରୂପେ ବରଣ କରିଥିଲେ । ଏହି ଦ୍ୱାଦଶ କନ୍ୟାଙ୍କ ମଧ୍ୟରୁ ଅନ୍ୟତମା ଥିଲେ 'ଭୂତା' ଯାହାଙ୍କର ଔରସରୁ ଏକ ଲକ୍ଷ 'ଭୂତ' ଜନ୍ମ ଲାଭ କରିଥିଲେ । ଏହି  'ଭୂତ'ମାନଙ୍କ ମଧ