Posts

Showing posts from August, 2021

ଶିଵ-ବିଷ୍ଣୁ ଅଭେଦତା

Image
ଯଦି ଧ୍ୟାନ ମନ୍ତ୍ର ରୂପେ ବିଷ୍ଣୁଙ୍କ ଉଦ୍ଦେଶ୍ଯରେ ଉଚ୍ଚାରଣ କରାଯାଏ - ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶମ୍ ବିଶ୍ବାଧାରଂ ଗଗନସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗମ୍ । ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗିଭିର୍ଧ୍ୟାନଗମ୍ୟମ୍ ବନ୍ଦେ ବିଷ୍ଣୁଂ ଭଵଭୟହରଂ ସର୍ବଲୋକୈକନାଥମ୍ ।। ତେବେ ଧ୍ୟାନ ମନ୍ତ୍ର ରୂପେ ଶିବଙ୍କ ଉଦ୍ଦେଶ୍ଯରେ ମଧ୍ୟ ତଦନୁରୂପ ଉଚ୍ଚାରଣ କରାଯାଏ - ଶାନ୍ତାକାରଂ ଶିଖରଶୟନଂ ସର୍ପହାରଂ ମହେଶମ୍ ବିଶ୍ବାଧାରଂ ସ୍ଫଟିକସଦୃଶଂ ଶୁଭ୍ରବର୍ଣ୍ଣଂ ଶୁଭାଙ୍ଗମ୍ । ଗୌରୀକାନ୍ତଂ ତ୍ରିତୟନୟନଂ ଯୋଗିଭିର୍ଧ୍ୟାନଗମ୍ୟମ୍ ବନ୍ଦେ ଶମ୍ଭୁଂ ଭଵଭୟହରଂ ସର୍ବଲୋକୈକନାଥମ୍ ।। ଯଦି ସ୍ନାନ ମନ୍ତ୍ର ରୂପେ ଵିଷ୍ଣୁଙ୍କୁ ସ୍ମରଣ କରି ଉଚ୍ଚାରଣ କରାଯାଏ - ଓଁ ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥାଂ ଗତୋଽପି ବା । ୟଃ ସ୍ମରେତ୍ପୁଣ୍ଡରୀକାକ୍ଷଂ ସଃ ବାହ୍ୟାଭ୍ୟନ୍ତରଃ ଶୁଚିଃ ।। ତେବେ ସ୍ନାନ ମନ୍ତ୍ର ରୂପେ ଶିବଙ୍କୁ ମଧ୍ୟ ସ୍ମରଣ କରି ତଦନୁରୂପ ଉଚ୍ଚାରଣ କରାଯାଏ - ଓଁ ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥାଂ ଗତୋଽପି ବା । ୟଃ ସ୍ମରେତ୍ଦେବମୀଶାନଂ ସଃ ବାହ୍ୟାଭ୍ୟନ୍ତରଃ ଶୁଚିଃ ।। ତେବେ ଆମେ ବିଷ୍ଣୁଙ୍କର ଉପାସନା କରୁ କି ଶିବଙ୍କର, ପ୍ରଥମେ ଆମକୁ ଦୃଢ଼ନିଶ୍ଚୟ କରିବାକୁ ହେବ ଯେ ଆମେ ଯେପରି ଆମ ଇଷ୍ଟଙ୍କ ଉପାସନା କରିବା ସମୟରେ ଅନ୍ୟ ମାର୍ଗୀୟ ଇଷ୍ଟଙ୍କର ଅବମାନନା ନକରୁ କି ତାଙ୍କୁ ନ୍ୟୁନ ଦୃଷ୍ଟିରେ ନଦେଖୁ । ପ୍ରାଚ

କାମ ଗୀତା

Image
ସାଧାରଣତଃ 'ଗୀତା' କହିଲେ ଆମେ ଶ୍ରୀମଦ୍ଭଗବଦ୍ଗୀତାକୁ ହିଁ ବୁଝିଥାଉ ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବିବିଧ ତତ୍ତ୍ୱଜ୍ଞାନ ତଥା ଉପଦେଶମାନ ପ୍ରଦାନ କରିଛନ୍ତି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମ ଭାରତୀୟ ସଂସ୍କୃତିରେ ୬୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର 'ଗୀତା' ମାନ ଉପଲବ୍ଧ ଯାହା ଆମ ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ସହିତ ସେଥିରେ ବିବିଧତା ମଧ୍ୟ ଆଣିଦେଇଛି । (ଏହି ସବୁ 'ଗୀତା' ସମ୍ବନ୍ଧୀୟ ସୂଚନାର ଲିଙ୍କ୍ ଏହି ଆଲେଖ୍ୟଟିର ଅନ୍ତଃ ଭାଗରେ ପ୍ରଦତ୍ତ ।) 'ଗୀତା' କହିଲେ କେତେକ ଶ୍ଲୋକ ବା ପଦର ସମାହାରକୁ ବୁଝାଏ ଯାହାକି ଗୀତ ଆକାରରେ ରଚିତ ହୋଇଥାଏ ତଥା ଆବୃତ୍ତି ଏବଂ କଣ୍ଠସ୍ଥ କରିବାରେ ସୁଲଭ ହୋଇଥାଏ । ତତ୍ସହିତ ଏଥିରେ ବର୍ଣ୍ଣିତ ତତ୍ତ୍ୱ ବା ଉପଦେଶ ମାନ ଆମର ହୃଦୟକୁ ମଧ୍ୟ ଛୁଇଁଥାଏ । ଏହିସବୁ 'ଗୀତା' ଗୁଡ଼ିକରେ ସାଧାରଣତଃ ଜଣେ ଜିଜ୍ଞାସୁ ପ୍ରଶ୍ନ କରିଥାନ୍ତି ଏବଂ ଜଣେ ତତ୍ତ୍ୱଦର୍ଶୀ ଜ୍ଞାନୀ ସେଗୁଡ଼ିକର ଉତ୍ତର ରଖିଥାନ୍ତି; ଅଥବା ଜଣେ ତତ୍ତ୍ୱଦର୍ଶୀ ଜ୍ଞାନୀ ବା ବ୍ରହ୍ମଜ୍ଞାନୀ ଉପଦେଶ ମାଧ୍ୟମରେ ଅତି ସରଳ ଭାଷାରେ ଶାସ୍ତ୍ରର ନିଗୁଢ଼ ତତ୍ତ୍ୱକୁ ଉପସ୍ଥାପନ କରିଥାନ୍ତି । ଏହିପରି ଏକ ସ୍ୱଳ୍ପପରିଚିତ 'ଗୀତା' ହେଉଛି 'କାମ ଗୀତା' ଯାହାକି ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ମହାରାଜ ଯୁଧିଷ୍ଠିରଙ୍କୁ କୁହା