Posts

Showing posts from May, 2021

ଏକ ତ୍ରୁଟି ବିଶ୍ଳେଷଣ

ଧର୍ମଗ୍ରନ୍ଥ ମାନଙ୍କରେ ଉଲ୍ଲେଖ ଅଛି ଯେ - ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚୀ ଅବନ୍ତିକା । ପୁରୀ ଦ୍ୱାରାବତୀ ଚୈବ ସପ୍ତୈତା ମୋକ୍ଷଦାୟିକାଃ ।। ଏହାର ଅର୍ଥ କରିବାକୁ ଯାଇ ଅନେକ ବିଦ୍ୱାନ ମଧ୍ୟ ଭ୍ରମରେ ପଡ଼ନ୍ତି । ସେମାନେ ଉକ୍ତ ଶ୍ଲୋକଟିର ଦ୍ଵିତୀୟ ଧାଡିର ପ୍ରଥମ ଶବ୍ଦଟିର (ପୁରୀ) ଅର୍ଥ ବର୍ତ୍ତମାନର ପୁରୀ ବା ଶ୍ରୀକ୍ଷେତ୍ର ବୋଲି କହନ୍ତି ଯାହାକି ତ୍ରୁଟିପୂର୍ଣ୍ଣ । ଏହା କାହିଁକି ତ୍ରୁଟିପୂର୍ଣ୍ଣ ଆସନ୍ତୁ ଜାଣିବା । ଶ୍ଲୋକଟି ମୋକ୍ଷ ପ୍ରଦାୟକ ସପ୍ତ ପୁରୀ ବା ସପ୍ତ ପବିତ୍ର ଧାମ ସମ୍ବନ୍ଧିତ । ଯଦି ଆମେ ଶ୍ଲୋକଟିରେ ପ୍ରଦତ୍ତ ପୁରୀ ଶବ୍ଦର ଅର୍ଥ ପୁରୀ ବା ଶ୍ରୀକ୍ଷେତ୍ର ବୋଲି ବୁଝିବା ତେବେ ଶ୍ଲୋକଟିରେ ବର୍ଣ୍ଣିତ ସମସ୍ତ ପବିତ୍ର ଧାମ ଗୁଡିକର ସଂଖ୍ୟା ଏହିପରି ହେବ - ୧) ଅଯୋଧ୍ୟା ୨) ମଥୁରା ୩) ମାୟା (ହରିଦ୍ୱାର)  ୪) କାଶୀ ୫) କାଞ୍ଚୀ (କାଞ୍ଚୀପୁରମ)  ୬) ଅବନ୍ତିକା (ଉଜ୍ଜୟିନୀ) ୭) ପୁରୀ (ଶ୍ରୀକ୍ଷେତ୍ର)  ୮) ଦ୍ୱାରାବତୀ (ଦ୍ଵାରିକାପୁରୀ) = ମୋଟ ୮ ଟି ଧାମ କିନ୍ତୁ ଶ୍ଲୋକଟିରେ ୭ ଟି ମୋକ୍ଷ ପ୍ରଦାୟକ ଧାମର ବର୍ଣ୍ଣନା କରାଯାଇଛି । ତେଣୁ ଆମର ବିଶ୍ଳେଷଣ ଭୁଲ । ସଠିକ ବିଶ୍ଳେଷଣ ହେଉଛି - ୭ ଟି ମୋକ୍ଷ ପ୍ରଦାୟକ ଧାମ ବା ପୁରୀ ଗୁଡିକ ହେଉଛି - ୧) ଅଯୋଧ୍ୟା ୨) ମଥୁରା ୩) ମାୟା (ହରିଦ୍ୱାର)  ୪) କାଶୀ ୫) କାଞ୍ଚୀ (କାଞ୍ଚୀପୁରମ)  ୬) ଅବନ୍ତିକା ପୁରୀ (ଉଜ୍ଜୟିନୀ) ୭) ଦ୍ୱାରାବତୀ (ଦ୍ଵାରିକାପୁରୀ) ତେଣୁ ଶ୍

ଫଳରସ ପାନ (Juice) ବନାମ ଗୋଟା ଫଳ ସେବନ

Image
ଋତୁ ଅନୁସାରେ ଉପଲବ୍ଧ ବିବିଧ ଫଳଗୁଡିକ ସେମାନଙ୍କର ସ୍ୱାଦ ତଥା ଲୋଭନୀୟ ରୂପ ଦ୍ୱାରା ଆମକୁ ଆକୃଷ୍ଟ କରିଥାନ୍ତି । ଏଇ ଧରନ୍ତୁ ଯେମିତିକି ଆମ୍ବ । ଆମ୍ବ କଥା ପଡୁ ପଡୁ ଆମ ପାଟିରେ ଲାଳ ଆସିଯାଏ । ସେହିପରି ଜାମୁକୋଳି, ସପୁରୀ, ଲିଚୁ ଆଦି ଅନେକ ଫଳ ରହିଛି ଯାହାର ସ୍ୱାଦ ଆମକୁ ଅନେକ ଆକୃଷ୍ଟ କରିଥାଏ । ଖାଲି ସ୍ୱାଦ ନୁହେଁ, ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଏମାନଙ୍କର ଯେ ମହତ୍ତ୍ୱ ରହିଛି ତାହା ସମ୍ବନ୍ଧରେ ଆମେ ସମସ୍ତେ ଅଳ୍ପ ବହୁତ ଅବଗତ । ତେବେ ଏହି ଫଳ ସେବନ କରିବା କଥା ଉଠିଲେ ଆମେ ସର୍ବପ୍ରଥମେ ଫଳରସ ବା Juice କଥା ଭାବୁ ଯାହାକି ଯନ୍ତ୍ର ପରିଚାଳିତ ଉପାୟରେ ପ୍ରସ୍ତୁତ ହୋଇଥାଏ ।  ଯେବେଠାରୁ ଯାନ୍ତ୍ରିକ ପଦ୍ଧତି ଆବିଷ୍କୃତ ହୋଇଛି ସେବେଠାରୁ ମନୁଷ୍ୟର ଜୀବନଶୈଳୀରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି । ଯନ୍ତ୍ରର ସାହାଯ୍ୟ ନେବାକୁ ଯାଇ ମନୁଷ୍ୟ ଅନେକାଂଶରେ ପୂର୍ବରୁ ନିଜେ ପରିଶ୍ରମ କରି କରିଆସୁଥିବା ସ୍ୱାଭାବିକ କର୍ମଗୁଡିକୁ ସେହି ଉପାୟରେ କରିବାକୁ କୁଣ୍ଠାବୋଧ କରିଛି । ତେଣୁ ଆଗରୁ ସେ ଯେତେବେଳେ ଫଳ ସବୁକୁ ଗୋଟା ଆକାରରେ ସେବନ କରୁଥିଲା, ବର୍ତ୍ତମାନ ସେ ସେସବୁକୁ ଯନ୍ତ୍ର ନିଷ୍ପୀଡିତ ଉପାୟରେ ବା Juice ଆକାରରେ ସେବନ କରୁଛି । ଏହି Juice ସ୍ୱାଦ ଦୃଷ୍ଟିରୁ ମଧ୍ୟ ଅନୁପମ ହୋଇଥିବାରୁ ଏହା ବଜାରରେ ସେହି ରୂପରେ ତାଜା କିମ୍ବା କୃତ୍ରିମ ସଂରକ୍ଷଣକର ଦ୍ରବ୍ୟାଦି ସହିତ ମିଶ୍ରିତ ହୋଇ ବିବିଧ ଆକର୍ଷଣୀୟ ବାୟୁରୋ

ଆୟୁର୍ବେଦୋକ୍ତ ଜନପଦଧ୍ୱଂସ (ମହାମାରୀ) ଓ ପ୍ରତିକାର

ପ୍ରାଚୀନ କାଳରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମାନବ ସମାଜ ଅନେକ ମହାମାରୀର ଶିକାର ହୋଇଛି (ପ୍ଲେଗ, ବିବିଧ ଫ୍ଲୁ, ହଇଜା, ବସନ୍ତ, ଏଡସ ଆଦି) ଯେଉଁଥିରେ କି ଏକ ସମୟରେ ଦେଶ କିମ୍ବା ବିଶ୍ୱର ଅନେକ ଅଞ୍ଚଳର ଜନସମୁଦାୟ କୌଣସି ନିର୍ଦ୍ଦିଷ୍ଟ ରୋଗ କାରଣରୁ ମୃତ୍ୟୁ ମୁଖରେ ପଡିଛନ୍ତି । କେତେବେଳେ ବୈଜ୍ଞାନିକମାନେ ସେହି ରୋଗର ଔଷଧ ତଥା ଟୀକା ଉଦ୍ଭାବନ କରି ସଭ୍ୟତାକୁ ନବଜୀବନ ପ୍ରଦାନ କରିଛନ୍ତି ତ କେତେବେଳେ ମାନବ ସମାଜ ସଂଯମତା ତଥା ରୋଗ ନିବାରକ ଉପାୟ ମାନ ଅବଲମ୍ବନ କରି (ଯେପରିକି ଏଡସ କ୍ଷେତ୍ରରେ) ଏଥିରୁ ବର୍ତିଯାଇଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ପୁନଶ୍ଚ ମାନବ ସମାଜ ଆଉ ଏକ ଭୟଙ୍କର ମହାମାରୀର ସମ୍ମୁଖୀନ ହୋଇ (କରୋନା ଭୂତାଣୁ ଜନିତ) ନିଜର ଅସ୍ତିତ୍ବ ବଜାୟ ରଖିବାକୁ ସଂଘର୍ଷରତ । ଏହି ପରିପ୍ରେକ୍ଷୀରେ ଯେହେତୁ ଏ ପର୍ଯ୍ୟନ୍ତ ଏହି ମହାମାରୀର କୌଣସି ପ୍ରତିଷେଧକ କିମ୍ବା ଔଷଧିର ଆବିଷ୍କାର ହୋଇନାହିଁ, ଆସନ୍ତୁ ଜାଣିବା ଆୟୁର୍ବେଦୋକ୍ତ ଉପାୟରେ କିପରି ଆମେ ନିଜ ନିଜର ସ୍ୱାସ୍ଥ୍ୟ ରକ୍ଷା କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିପାରିବା । ବିଶ୍ୱର ସବୁଠାରୁ ପ୍ରାଚୀନ ଚିକିତ୍ସା ଶାସ୍ତ୍ର ହେଉଛି ଆୟୁର୍ବେଦ । ଏଥିରେ ମଧ୍ୟ ମହାମାରୀର ଉଲ୍ଲେଖ ରହିଛି ଯାହାପାଇଁ 'ଜନମାର', 'ଜନପଦଧ୍ୱଂସ' ଆଦି ଶବ୍ଦର ବ୍ୟବହାର କରାଯାଇଛି । ଆସନ୍ତୁ ଏ ସମ୍ବନ୍ଧରେ ସଂକ୍ଷେପରେ ଜାଣିବା ।  ଆୟୁର୍ବେଦ ମତରେ ଜ