ଉଲ୍ଲୁପ୍ତ - ଜନପ୍ରିୟ ବ୍ୟଞ୍ଜନ ସିଖ୍ କବାଵର ଆୟୁର୍ବେଦୀୟ ସଂସ୍କରଣ
କବାଵ ଜାତୀୟ ବ୍ୟଞ୍ଜନର ଉତ୍ପତ୍ତିସ୍ଥଳ ମଧ୍ୟ-ପ୍ରାଚ୍ୟ ତଥା ଭାରତରେ ଏହାକୁ ମୋଗଲମାନେ ପରିଚିତ କରାଇଥିଲେ ବୋଲି ସାଧାରଣତଃ ବିଶ୍ୱାସ କରାଯାଏ । ତେବେ ଅତି ପ୍ରାଚୀନ କାଳରୁ ମଧ୍ୟ ଭାରତରେ ଏହି କବାଵ ଜାତୀୟ ବ୍ୟଞ୍ଜନର ପ୍ରଚଳନ ଥିଲା ବୋଲି ଆମେ ପୂର୍ବର ଏକ ଆଲେଖ୍ୟରୁ ଜାଣିଛେ। ଆଜିର ଆଲୋଚ୍ୟ ବିଷୟବସ୍ତୁ ମଧ୍ୟ ଏହି କବାଵକୁ ନେଇ ଯେଉଁଥିରେ କି ଆମେ ଆଲୋଚନା କରିବା ପ୍ରାଚୀନ ଭାରତରେ କେବଳ ଯେ କବାଵ ସଦୃଶ ବ୍ୟଞ୍ଜନର ପ୍ରଚଳନ ନଥିଲା, ବରଂ ବର୍ତ୍ତମାନ ସମୟରେ ପ୍ରଚଳିତ ଥିବା ଏକ ଜନପ୍ରିୟ କବାଵ ବ୍ୟଞ୍ଜନର ଅବିକଳ ସ୍ୱରୂପ ମଧ୍ୟ ସେତେବେଳେ ଉପଲବ୍ଧ ଥିଲା; ଆସନ୍ତୁ, ସେ ସମ୍ବନ୍ଧରେ ଜାଣିବା ।
ବର୍ତ୍ତମାନ ସମୟରେ ପ୍ରଚଳିତ ଏକ ଜନପ୍ରିୟ କବାଵ ଜାତୀୟ ବ୍ୟଞ୍ଜନ ହେଉଛି 'ସିଖ୍ କବାଵ' । ଏଥିରେ ଅସ୍ଥିରହିତ ମାଂସକୁ ଭଲ ରୂପେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରି ସେଥିରେ ଆବଶ୍ୟକୀୟ ମସଲା, ଲୁଣ, ଚଣା ଡାଲି (ମାଂସକୁ ବାନ୍ଧିବା ପାଇଁ) ଆଦି ପକାଇ ଭଲ ଭାବେ ଗୋଳାଇ ଦିଆଯାଏ । ତାପରେ ସେହି ମାଂସର ମିଶ୍ରଣକୁ କବାଵ ଷ୍ଟିକ ବା ଲମ୍ବା କାଠି କିମ୍ବା ତାରରେ ଗୁନ୍ଥି ଏହାକୁ ଆଞ୍ଚ ଉପରେ ରଖି ପାକ କରି ଭୋଜନ ନିମିତ୍ତ ପ୍ରସ୍ତୁତ କରାଯାଏ । ଏହି ଉପାୟରେ ପ୍ରସ୍ତୁତ ବ୍ୟଞ୍ଜନଟି ସ୍ୱାଦିଷ୍ଟ ହୋଇଥାଏ, ତଥା ଏଥିରେ ଅସ୍ଥି ନଥିବାରୁ ଏହାକୁ ଭୋଜନ କରିବା ନିମିତ୍ତ ସୁବିଧା ମଧ୍ୟ ହୋଇଥାଏ ।
ପ୍ରାଚୀନ ଆୟୁର୍ବେଦ ଗ୍ରନ୍ଥ ସୁଶୃତ ସଂହିତାରେ (ସମୟକାଳ - ସମ୍ଭବତଃ ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀ) ମଧ୍ୟ ଏହି 'ସିଖ୍ କବାଵ' ସଦୃଶ ଏକ ବ୍ୟଞ୍ଜନର ବର୍ଣ୍ଣନା ଦେଖିବାକୁ ମିଳିଥାଏ ଯାହାକି ନିମ୍ନରେ ପ୍ରଦତ୍ତ ।
"ଶୁଖିଲା ମାଂସକୁ ପ୍ରଥମେ କୁଟି, ତତ୍ପଶ୍ଚାତ ତାହାକୁ ପେଷି ପିଷ୍ଟ ସଦୃଶ ତିଆରି କରିବା ଉଚିତ ଯାହାକୁ 'ଉଲ୍ଲୁପ୍ତ' କୁହାଯାଏ । ଏହାକୁ ଅଗ୍ନିରେ ପାକ କରିବା ଦ୍ୱାରା ଏହା ଭୋଜନରେ ଲଘୁ ଗୁଣ ଯୁକ୍ତ ହୋଇଥାଏ । ତାପରେ ଏହି ମାଂସକୁ ଲୌହ ଶଳାକାରେ ଲଗାଇ କୋଇଲା ଆଞ୍ଚ ଉପରେ ପାକ କରିବା ଦ୍ୱାରା ଏହା କିଞ୍ଚିତ ଭାରି ହୋଇଥାଏ । ଏହାକୁ ସ୍ନେହଧାନ୍ୟାମ୍ଳ (ଏକ ପ୍ରକାର ଅମ୍ଳ ଜାତୀୟ ଦ୍ରବ୍ୟ) ବା ତକ୍ର (ଚଲ୍ହା) ସହିତ ପୁନଃ ଦଗ୍ଧ କରିବା ଦ୍ୱାରା ଏହା ବିପାକରେ ଗୁରୁ ହୋଇଥାଏ । ଏହି 'ଉଲ୍ଲୁପ୍ତ' ଗୁଣରେ ଉଷ୍ଣ ବୀର୍ଯ୍ୟ, ପିତ୍ତ ଜନକ ଓ ଗୁରୁ ହୋଇଥାଏ ।"
[ସୁଶୃତ ସଂହିତା, ସୂତ୍ର ସ୍ଥାନ ୪୬ ଅଧ୍ୟାୟ, ୩୫୮-୩୬୨]
ତେଣୁ ଉପରୋକ୍ତ ବର୍ଣ୍ଣନାରୁ ଏହା ସୁସ୍ପଷ୍ଟ ଯେ ଏହି 'ଉଲ୍ଲୁପ୍ତ' ହିଁ ବର୍ତ୍ତମାନ ସମୟର ବ୍ୟଞ୍ଜନ 'ସିଖ୍ କବାଵ'ର ପ୍ରାଚୀନ ଭାରତୀୟ ରୂପ । ମାତ୍ର ଏହା ସମସ୍ତଙ୍କ ଦ୍ୱାରା ସେବନୀୟ ନୁହେଁ, ଯେଉଁମାନେ ମୁଖ୍ୟତଃ ବାତ ପ୍ରକୃତିର ଲୋକ କିମ୍ବା ବାତ ରୋଗରେ ପୀଡିତ, ସେମାନେ ହିଁ ଏହାକୁ ସେବନ କରିବା ବିଧେୟ; ନଚେତ୍ ଯଦି ପିତ୍ତ ପ୍ରକୃତିର ଲୋକ ଏହାକୁ ସେବନ କରନ୍ତି, ତେବେ ସେମାନେ ବିକାରଗ୍ରସ୍ତ ହେବା ସୁନିଶ୍ଚିତ ।
ଆୟୁର୍ବେଦ ମତରେ ନିଜର ପ୍ରକୃତି (ବାତ, ପିତ୍ତ, କଫ) ଅନୁଯାୟୀ ଖାଦ୍ୟ ଗ୍ରହଣ କରିବା ଉଚିତ । ଏହାର ଅବମାନନା କଲେ ବ୍ୟାଧିର ଶିକାର ହେବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଆମେ ଦେଖୁଛେ ଯେ ସମସ୍ତ ଲୋକ ନିଜ ନିଜର ପ୍ରକୃତିକୁ ଉପେକ୍ଷା କରି ସବୁ ପ୍ରକାରର ଖାଦ୍ୟ ଗ୍ରହଣ କରୁଛନ୍ତି ଯାହାକି ଅହିତକର ଏବଂ ବିରୁଦ୍ଧ ଆହାର ଜନିତ ବ୍ୟାଧି ସୃଷ୍ଟି କରୁଛି । ଅନ୍ୟ କେତେବେଳେ ଏହି ପ୍ରକୃତି ସମ୍ବନ୍ଧିତ ଖାଦ୍ୟ ଉପରେ ଆଲୋଚନା କରିବା । ଆଜିପାଇଁ ବିଦାୟ ଦିଅନ୍ତୁ ।
ନମସ୍କାର ! ଜୟ ଆୟୁର୍ବେଦ !
ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

Comments
Post a Comment