ବ୍ରହ୍ମଚର୍ଯ୍ୟର ଭିନ୍ନ ଏକ ପରିଭାଷା

ଶାସ୍ତ୍ରମାନଙ୍କରେ ବ୍ରହ୍ମଚର୍ଯ୍ୟର ଭିନ୍ନ ଭିନ୍ନ ପରିଭାଷା ଦେଖିବାକୁ ମିଳିଥାଏ । ତେବେ ମୋର ଆୟୁର୍ବେଦ ଶିକ୍ଷାଲାଭ ସମୟରେ ବ୍ରହ୍ମଚର୍ଯ୍ୟର ଏପରି ଏକ ପରିଭାଷା ପଢ଼ିଥିଲି ଯାହାକି ଅନ୍ୟାନ୍ୟ ପରିଭାଷା ଗୁଡିକ ଠାରୁ କିଞ୍ଚିତ ଭିନ୍ନ ଧରଣର ଓ ଅନନ୍ୟ ଥିଲା । ତାହା ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି ।

ବ୍ରହ୍ମଚର୍ଯ୍ୟର ପରିଭାଷା -

ସ୍ମରଣଂ କୀର୍ତ୍ତନଂ କେଳିଃ ପ୍ରେକ୍ଷଣଂ ଗୁହ୍ୟଭାଷଣମ୍ ।
ସଂକଳ୍ପଃ ଅଧ୍ୟବସାୟଃ ଚ କ୍ରିୟାନିବୃତିଃ ଏବ ଚ ।।
ଏତଦ୍ ମୈଥୁନଂ ଅଷ୍ଟାଙ୍ଗଂ ପ୍ରବଦନ୍ତି ମନୀଷୀଣଃ ।
ବିପରୀତଂ ବ୍ରହ୍ମଚର୍ଯ୍ୟମ୍ ଆୟୁଃ ଆରୋଗ୍ୟଂ ସୌଖ୍ୟଦମ୍ ।।

ଅର୍ଥାତ - ନାରୀମାନଙ୍କୁ ସ୍ମରଣ କରିବା, ସେମାନଙ୍କ ବିଷୟରେ କଥାବାର୍ତ୍ତା ହେବା, ସେମାନଙ୍କ ସହିତ କେଳି କରିବା, ସେମାନଙ୍କ ଆଡକୁ ଚାହିଁବା, ସେମାନଙ୍କ ସହିତ ଗୁପ୍ତ ଭାବେ କଥା ହେବା, ସେମାନଙ୍କ ସହିତ ଦୈହିକ ମିଳନ ନିମନ୍ତେ ସଂକଳ୍ପ କରିବା ତଥା ଏଦିଗରେ ଅଧ୍ୟବସାୟ ବା ଉଦ୍ୟମ କରିବା ଓ ଏହି କାର୍ଯ୍ୟ ସମ୍ପନ୍ନ କରିବା - ଏସବୁ ମୈଥୁନର ଆଠ ଗୋଟି ଅଙ୍ଗ ।
କିନ୍ତୁ ଏହାର ଠିକ ବିପରୀତ ଭାଵ ଗୁଡିକ ହେଉଛି ବ୍ରହ୍ମଚର୍ଯ୍ୟ ଯାହାକି ଆୟୁ, ଆରୋଗ୍ୟ ତଥା ସୁଖ ପ୍ରଦାନ କରିଥାଏ ।

ଯଦି ଆମେ ଉପରୋକ୍ତ ପରିଭାଷାକୁ ଅନୁଶୀଳନ କରିବା, ତେବେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ବାସ୍ତବିକ ବ୍ରହ୍ମଚର୍ଯ୍ୟ ଏକ କଠିନ ବ୍ୟାପାର ଯାହାକି କେବଳ ରତି ସୁଖର ଅଭାବକୁ ଦର୍ଶାଏ ନାହିଁ, ବରଂ ଏହା କାୟିକ, ବାଚିକ ଓ ମାନସିକ ଭାବେ ରତି ସୁଖର ସମ୍ପୂର୍ଣ୍ଣ ତ୍ୟାଗକୁ ବୁଝାଇଥାଏ ଜତ୍ନିମିତ୍ତ ପ୍ରବଳ ସଂଯମତାର ଆବଶ୍ୟକତା ରହିଛି । ଏ ପ୍ରକାର ବ୍ରହ୍ମଚାରୀ ଆଜିର ସମାଜରେ ନିଶ୍ଚିତ ଭାବେ ବିରଳ ।

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)