ଶ୍ରୀକ୍ଷେତ୍ରର ଅଲୌକିକ ସନ୍ଥ - ଶ୍ରୀ ଶ୍ରୀ ବିଶ୍ୱପ୍ରଣବ ମହାରାଜ
ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର । ଏହାର ଆକର୍ଷଣରୁ ସ୍ୱର୍ଗର ଦେବତାମାନେ ମଧ୍ୟ ମୁକୁଳି ପାରି ନାହାନ୍ତି, ତେଣୁ ସାଧାରଣ ମନୁଷ୍ୟଙ୍କ କଥା କଣ କହିବା ? ଏହି ଶ୍ରୀକ୍ଷେତ୍ର ମାଟିର ମୋହ ମଧ୍ୟ ଅନେକ ସାଧୁସନ୍ଥଙ୍କୁ ଯୁଗ ଯୁଗରୁ ଆକର୍ଷିତ କରିଛି ଯେପରିକି ଆଦି ଶଙ୍କରାଚାର୍ଯ୍ୟ, ରାମାନୁଯାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ଶ୍ରୀଚୈତନ୍ୟ, ଗୁରୁ ନାନକ, ଗୋସ୍ୱାମୀ ତୁଳସୀ ଦାସ, ସନ୍ଥ କବୀର, ଶଙ୍କର ଦେବ, ପଞ୍ଚସଖା, ତୋତାପୁରୀ ମହାରାଜ ଇତ୍ୟାଦି । ଏହିସବୁ ସାଧୁସନ୍ଥ ମାନେ ଶ୍ରୀକ୍ଷେତ୍ରକୁ କେବଳ ମହାପ୍ରଭୁଙ୍କ ଦର୍ଶନ ତଥା ପରିଭ୍ରମଣ ନିମିତ୍ତ ଆସିନାହାନ୍ତି, ସେମାନେ ଏଠାରେ ମଠ ଆଦି ସ୍ଥାପନ କରି ନିଜର ସ୍ଥାୟୀ ସ୍ମୃତି ମଧ୍ୟ ଛାଡି ଦେଇ ଯାଇଛନ୍ତି ଉତ୍ତର ପିଢ଼ିଙ୍କ ସକାଶେ । ଏହିପରି ଜଣେ ସନ୍ଥ ଓ ସଦଗୁରୁ ଥିଲେ ଶ୍ରୀ ଶ୍ରୀ ବିଶ୍ୱପ୍ରଣବ ମହାରାଜ ଯେକି ଶ୍ରୀକ୍ଷେତ୍ରକୁ ନିଜର କର୍ମକ୍ଷେତ୍ର ଭାବରେ ଗ୍ରହଣ କରିଥିଲେ ଓ ଯାହାଙ୍କର ସନାତନ ଧର୍ମର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ରହିଥିଲା । ଆସନ୍ତୁ, ତାଙ୍କ ଆଶ୍ରମ ସମ୍ବନ୍ଧରେ ଜାଣିବା ।
ଭାରତବର୍ଷର ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରି ହିମାଳୟର 'ଋଭୁ'ଙ୍କୁ ଦେଇଥିବା ନିଜ ପ୍ରତିଶ୍ରୁତିର ରକ୍ଷା ନିମିତ୍ତ ଆରମ୍ଭ କରିଥିବା ଅଭିଯାନର ଫଳସ୍ୱରୂପ ଶ୍ରୀ ଶ୍ରୀ ବିଶ୍ୱପ୍ରଣବ ଶେଷରେ ଶ୍ରୀକ୍ଷେତ୍ରକୁ ନିଜ କର୍ମକ୍ଷେତ୍ର ଭାବରେ ଗ୍ରହଣ କରି ୧୯୫୧ ମସିହାରେ ଏଠାକୁ ଆସି ଚକ୍ରତୀର୍ଥର ନନି ନିବାସରେ ନିଜର ଆଶ୍ରମ ସ୍ଥାପନ କରନ୍ତି । ସେ ମୁଖ୍ୟତଃ ଓଡ଼ିଶା, ବଙ୍ଗଳା, ଆସାମ ଓ ବିହାର ପ୍ରଦେଶର ଲୋକମାନଙ୍କର ଆଧ୍ୟାତ୍ମିକ, ଚାରିତ୍ରିକ ଓ ଶିକ୍ଷାର ଉନ୍ନତି ପାଇଁ ସାଧନା କରନ୍ତି । ଏହିସବୁ ପ୍ରଦେଶରେ ଥିବା ତାଙ୍କର ସଂଖ୍ୟାଧିକ ଅନୁଗାମୀ ମାନଙ୍କୁ ସେ ଦର୍ଶନ, ବେଦାନ୍ତ, ଜ୍ୟୋତିଷ ଶାସ୍ତ୍ର ଆଦିରେ ଥିବା ନିଜର ପାଣ୍ଡିତ୍ୟ ବଳରେ ଦିଗଦର୍ଶନ ଦିଅନ୍ତି । ନିଜର ଅଲୌକିକ ଯୋଗ ଶକ୍ତି ବଳରେ ଅନେକ ରୋଗୀଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ମୁକ୍ତି ଦେଇଥିବାର କଥାମାନ ତାଙ୍କର ଶିଷ୍ୟମାନଙ୍କ ମୁଖରୁ ଏବେମଧ୍ୟ ଶୁଣିବାକୁ ମିଳିଥାଏ । ତାଙ୍କର ଆଉ ଏକ ଅଲୌକିକତା ହେଉଛି, ତାଙ୍କର ଆଶ୍ରମକୁ ପରିଦର୍ଶନ କରିବା ପାଇଁ ଆସିଥିବା ଲୋକମାନଙ୍କ ସଂଖ୍ୟା ଯେତେ ହେଲେ ବି ସେମାନଙ୍କ ପାଇଁ ଖାଦ୍ୟ କେବେହେଲେ ନିଅଣ୍ଟିଆ ହୁଏନାହିଁ । ସତେ ଯେପରି ମା ଅନ୍ନପୂର୍ଣ୍ଣା ସେହି ଭକ୍ତମାନଙ୍କ ପାଇଁ ସ୍ୱୟଂ ରନ୍ଧନ କାର୍ଯ୍ୟ କରନ୍ତି ।
ଏତେସବୁ ଆଧ୍ୟାତ୍ମିକ ଚର୍ଚ୍ଚା ମଧ୍ୟରେ ଆଉ ଏକ ଜିନିଷ ଶ୍ରୀ ଶ୍ରୀ ବିଶ୍ୱପ୍ରଣବଙ୍କ ବ୍ୟକ୍ତିତ୍ୱରେ ବାରି ହୋଇଯାଏ, ତାହା ହେଲା ତାଙ୍କର ତୀବ୍ର ଦେଶପ୍ରେମ । ଯେତେବେଳେ ଭାରତବର୍ଷର ସମ୍ବିଧାନରେ 'ଧର୍ମନିରପେକ୍ଷ' ପଦଟି ଯୋଡ଼ାଗଲା, ସେତେବେଳେ ସେ ଏହାର ତୀବ୍ର ବିରୋଧ କରି ଭାରତର ନେତୃବୃନ୍ଦ, ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ତଥା ଭାରତର ତତ୍କାଳୀନ ରାଷ୍ଟ୍ରପତି ଫକୀରୁଦ୍ଦିନ ଅଲୀ ଅହମଦଙ୍କୁ ଚିଠି ଲେଖିଥିଲେ ଓ ସେଥିରେ ଉଲ୍ଲେଖ କରିଥିଲେ ଯେ - ଧର୍ମ ଏବଂ ସ୍ବଧର୍ମ କେହି ତ୍ୟାଗ କରିପାରନ୍ତି ନାହିଁ ଏବଂ ଆମ ଦେଶ ଧର୍ମନିରପେକ୍ଷ ହେଲେ ଦେଶର ଅବନତି ଘଟିବ । ଦେଶମାତୃକାର ସର୍ବାଙ୍ଗୀଣ ଉନ୍ନତି ପାଇଁ ସେ ସଦାସର୍ବଦା ଆଧ୍ୟାତ୍ମିକ ମାର୍ଗରେ ଚେଷ୍ଟିତ ଥିଲେ । ଏଥିପାଇଁ ମହାରାଜ ନନି ନିବାସରେ ଶତ ସହସ୍ର ବାର ଚଣ୍ଡୀ ପାଠ କରିଛନ୍ତି । ତାଙ୍କ ଦ୍ବାରା ପ୍ରଦତ୍ତ "ଓଁ ବନ୍ଦେ ମାତରମ୍ । ଜୟ ଜୟ ଭାରତବର୍ଷମ୍" ଧ୍ୱନୀରେ ସେତେବେଳେ ସେ ଅଞ୍ଚଳର ଜଳ, ସ୍ଥଳ, ଅନ୍ତରୀକ୍ଷ ମୁଖରିତ ହୋଇଉଠୁଥିଲା । ତାଙ୍କର ତୀବ୍ର ଦେଶପ୍ରେମୀ ସ୍ଵଭାଵ ପାଇଁ ଅନେକ ତାଙ୍କୁ ଛଦ୍ମବେଶରେ ରହୁଥିବା ସୁଭାଷ ଚନ୍ଦ୍ର ବୋଷ ବୋଲି ଭାବୁଥିଲେ । ମାତ୍ର ମହାରାଜ ଥରେ ଏ ସମ୍ବନ୍ଧରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ସେ ସୁଭାଷ ନୁହଁନ୍ତି, ସେ ହେଉଛନ୍ତି ସୁଭାଷଙ୍କ ରାଜନୈତିକ ଗୁରୁ ।
ଶ୍ରୀ ଶ୍ରୀ ବିଶ୍ୱପ୍ରଣବଙ୍କର ଗୋ-ସେବା ପ୍ରତି ମଧ୍ୟ ଅହେତୁକ ଆଗ୍ରହ ରହିଥିଲା । ସେ ସମୟ ସମୟରେ ହଠାତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ଓ ଦକ୍ଷିଣ ଦ୍ୱାର ପଟେ ଯେତେ ଘାସ ବିକାଳୀ ଥିବେ, ସମସ୍ତଙ୍କ ଠାରୁ ଘାସ ମୂଲେଇ କିଣି ନିଅନ୍ତି ଓ ତାଙ୍କୁ ଚତୁର୍ପାର୍ଶ୍ବରୁ ଘେରିଯାଇଥିବା ଗାଈ, ଗୋରୁ ଓ ଷଣ୍ଡ ମାନଙ୍କୁ ସେହି ଘାସ ବିଡା ଗୁଡିକୁ ଖାଇବାକୁ ଦିଅନ୍ତି ।
ତେବେ ସନ୍ଥ ମାନଙ୍କ ବିଷୟରେ ଯେତେ ବର୍ଣ୍ଣନା କଲେ ମଧ୍ୟ କମ ହେବ । ଆଜି ଶ୍ରୀ ଶ୍ରୀ ବିଶ୍ୱପ୍ରଣବ ନାହାନ୍ତି ସତ, ମାତ୍ର ତାଙ୍କର ବାଣୀ ଓ ଉପଦେଶାବଳୀ ଆମ ସମସ୍ତଙ୍କୁ ଏକ ଆଦର୍ଶ ଜୀବନ ଅତିବାହିତ କରିବାକୁ ପ୍ରେରିତ କରିଥାଏ, ଯାହାମଧ୍ୟରୁ ପାଞ୍ଚୋଟି ମୁଖ୍ୟ ଉପଦେଶ ନିମ୍ନରେ ପ୍ରଦତ୍ତ ।
୧) ମିଛ କୁହନାହିଁ ୨) ଚୋରୀ କରନାହିଁ ୩) ଅବୈଧ ମଦ୍ୟପାନ କରନାହିଁ ୪) ଅବୈଧ ସ୍ତ୍ରୀ ଗମନ କରନାହିଁ ୫) ମନରେ ଇର୍ଷାକୁ ସ୍ଥାନ ଦିଅନାହିଁ କିମ୍ବା ଅନ୍ୟମାନଙ୍କୁ ଇର୍ଷା କରନାହିଁ ।
ନମାମି ସଦ୍ଗୁରୁଂ ଶ୍ରୀ ବିଶ୍ୱପ୍ରଣବମ୍
ମହୋଦଧି କୂଳରେ ଧୀବର ବସ୍ତି ନିକଟରେ ଥିବା ଏକ ତୀର୍ଥସ୍ଥାନ ହେଉଛି 'ଚକ୍ରତୀର୍ଥ' ଯେଉଁଠାରେ କି କଳା ମୁଗୁନି ପଥରରେ ନିର୍ମିତ ଶ୍ରୀବିଷ୍ଣୁଙ୍କର ଚକ୍ର (ଚକ୍ର ନାରାୟଣ) ପୂଜା ପାଇଥାଏ । ଏହି ଚକ୍ରତୀର୍ଥ ନିକଟରେ ଶ୍ରୀ ଶ୍ରୀ ବିଶ୍ୱପ୍ରଣବ ମହାରାଜ ନିଜର ଆଶ୍ରମ 'ନନି ନିବାସ' ସ୍ଥାପନ କରି ଶ୍ରୀକ୍ଷେତ୍ରରେ ନିଜର କର୍ମମୟ ଜୀବନର ପ୍ରାରମ୍ଭ କରିଥିଲେ । ଆଜି ସେହି ମହାନ ସନ୍ଥ ନାହାନ୍ତି ସତ, କିନ୍ତୁ ତାଙ୍କର ଅଲୌକିକ ତଥା ଘଟଣାବହୁଳ ଜୀବନର ମୁକ ସାକ୍ଷୀ ରୂପେ ତାଙ୍କର ସାଧନା ପୀଠ 'ନନି ନିବାସ' ଏବେ ମଧ୍ୟ ଦଣ୍ଡାୟମାନ । ସେହି ସ୍ଥାନରେ ଏବେ ମଧ୍ୟ ମହାରାଜଙ୍କ ଦ୍ୱାରା ସ୍ଥାପିତ, ଅଖଣ୍ଡ ଭାରତ ତଥା ସନାତନ ଧର୍ମର ଶାଶ୍ୱତତାର ପ୍ରତୀକାତ୍ମକ ଧ୍ୱଜ ଉଡ୍ଡୀୟମାନ ଓ ସେହି ଧ୍ୱଜସ୍ତମ୍ଭର ମୂଳରେ ଆଜି ମଧ୍ୟ ଦୃଷ୍ଟିଗୋଚର ହୁଏ ଲିଖିତ ଥିବା ମହାରାଜଙ୍କର ବୀର ଉଦ୍ଘୋଷ - ଓଁ ବନ୍ଦେ ମାତରମ୍ । ଜୟ ଜୟ ଭାରତବର୍ଷମ୍ । ତେବେ କିଏ ଏହି ବିଶ୍ୱପ୍ରଣବ, ଓ କଣ ତାଙ୍କର ଅଲୌକିକତା, ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା ।
ଶ୍ରୀ ଶ୍ରୀ ମହାରାଜ ଏକ ବଙ୍ଗୀୟ ପରିବାରରେ ୧୯୧୨ ମସିହା ଜନ୍ମାଷ୍ଟମୀ ତିଥିରେ ହୁଗୁଳି ଜିଲ୍ଲାର ପାଲରଘାଟି ଗ୍ରାମରେ ଭୂମିଷ୍ଠ ହୁଅନ୍ତି । ତାଙ୍କ ମାତାଙ୍କ ନାମ ଶ୍ରୀକୃଷ୍ଣ ଭାମିନୀ ଦେବୀ ଓ ପିତାଙ୍କ ନାମ ଶ୍ରୀ ସୁରେନ୍ଦ୍ର ଚଟ୍ଟୋପାଧ୍ୟାୟ । ମାତ୍ର ୨୫ ବର୍ଷ ବୟସରେ ସେ ବନାରସର 'ସୁମେରୁ ମଠ'ର ତତ୍କାଳୀନ ମଠାଧୀଶ ଶ୍ରୀମଦ୍ ସ୍ୱାମୀ ଆନନ୍ଦ ବୋଧାଶ୍ରମଙ୍କ ଠାରୁ ସନ୍ୟାସ ଦୀକ୍ଷା ନିଅନ୍ତି ଏବଂ ତାଙ୍କର ନାମକରଣ ହୁଏ 'ଦଣ୍ଡିସ୍ଵାମୀ ବିଶ୍ୱପ୍ରଣବାଶ୍ରମ' । ତତ୍ପଶ୍ଚାତ ଏକ ପରିବ୍ରାଜକ ରୂପେ ସେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରନ୍ତି । ପରବର୍ତ୍ତୀ ସମୟରେ ଏକଦା ତାଙ୍କର ହିମାଳୟ ପର୍ବତର ଉତ୍ତରକାଶୀରେ ରହଣୀ ସମୟରେ କେତେଜଣ 'ଋଭୁ' (ସିଦ୍ଧ ଯୋଗୀ) ତାଙ୍କୁ ସନାତନ ଧର୍ମ ତଥା ଭାରତବର୍ଷର ଅଖଣ୍ଡତାକୁ ବଜାୟ ରଖିବା ନିମିତ୍ତ ବ୍ରତୀ ହେବାର ଉପଦେଶ ପ୍ରଦାନ କରନ୍ତି । ସେମାନେ ତାଙ୍କୁ ଏକଥା ମଧ୍ୟ କହନ୍ତି ଯେ ଚୀନ, ଭାରତର ଅଖଣ୍ଡତା ପ୍ରତି ଏକ ବିପଦ ଓ ଏଥିନିମନ୍ତେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସତର୍କ କରାଇବାକୁ ହେବ । ଏହି ଘଟଣାର ପରବର୍ତ୍ତୀ ସମୟରେ ଶ୍ରୀ ଶ୍ରୀ ବିଶ୍ୱପ୍ରଣବ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଭାରତ ପ୍ରତି ଚୀନ ପକ୍ଷରୁ ସମ୍ଭାବ୍ୟ ବିପଦ ତଥା ଆକ୍ରମଣର ସୂଚନା ଦିଅନ୍ତି, ମାତ୍ର ନେହେରୁ ଏହାକୁ ଅବହେଳା କରି ଏଡାଇ ଯାଆନ୍ତି । ଏହାର ଠିକ ବାର ବର୍ଷ ପରେ ଚୀନ ଭାରତ ଉପରେ ଆକ୍ରମଣ କରେ ଏବଂ ଏହାର କିଛି ଅଞ୍ଚଳ ନିଜ ଅକ୍ତିଆରକୁ ନିଏ । ହିମାଳୟର ସିଦ୍ଧ ଯୋଗୀଙ୍କ ସତର୍କବାଣୀକୁ ଅବହେଳା କରିବାର କୁପରିଣତି ଭାରତ ତଥା ଏହାର ନେତୃବୃନ୍ଦଙ୍କୁ ଭୋଗିବାକୁ ପଡେ ।ଭାରତବର୍ଷର ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରି ହିମାଳୟର 'ଋଭୁ'ଙ୍କୁ ଦେଇଥିବା ନିଜ ପ୍ରତିଶ୍ରୁତିର ରକ୍ଷା ନିମିତ୍ତ ଆରମ୍ଭ କରିଥିବା ଅଭିଯାନର ଫଳସ୍ୱରୂପ ଶ୍ରୀ ଶ୍ରୀ ବିଶ୍ୱପ୍ରଣବ ଶେଷରେ ଶ୍ରୀକ୍ଷେତ୍ରକୁ ନିଜ କର୍ମକ୍ଷେତ୍ର ଭାବରେ ଗ୍ରହଣ କରି ୧୯୫୧ ମସିହାରେ ଏଠାକୁ ଆସି ଚକ୍ରତୀର୍ଥର ନନି ନିବାସରେ ନିଜର ଆଶ୍ରମ ସ୍ଥାପନ କରନ୍ତି । ସେ ମୁଖ୍ୟତଃ ଓଡ଼ିଶା, ବଙ୍ଗଳା, ଆସାମ ଓ ବିହାର ପ୍ରଦେଶର ଲୋକମାନଙ୍କର ଆଧ୍ୟାତ୍ମିକ, ଚାରିତ୍ରିକ ଓ ଶିକ୍ଷାର ଉନ୍ନତି ପାଇଁ ସାଧନା କରନ୍ତି । ଏହିସବୁ ପ୍ରଦେଶରେ ଥିବା ତାଙ୍କର ସଂଖ୍ୟାଧିକ ଅନୁଗାମୀ ମାନଙ୍କୁ ସେ ଦର୍ଶନ, ବେଦାନ୍ତ, ଜ୍ୟୋତିଷ ଶାସ୍ତ୍ର ଆଦିରେ ଥିବା ନିଜର ପାଣ୍ଡିତ୍ୟ ବଳରେ ଦିଗଦର୍ଶନ ଦିଅନ୍ତି । ନିଜର ଅଲୌକିକ ଯୋଗ ଶକ୍ତି ବଳରେ ଅନେକ ରୋଗୀଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ମୁକ୍ତି ଦେଇଥିବାର କଥାମାନ ତାଙ୍କର ଶିଷ୍ୟମାନଙ୍କ ମୁଖରୁ ଏବେମଧ୍ୟ ଶୁଣିବାକୁ ମିଳିଥାଏ । ତାଙ୍କର ଆଉ ଏକ ଅଲୌକିକତା ହେଉଛି, ତାଙ୍କର ଆଶ୍ରମକୁ ପରିଦର୍ଶନ କରିବା ପାଇଁ ଆସିଥିବା ଲୋକମାନଙ୍କ ସଂଖ୍ୟା ଯେତେ ହେଲେ ବି ସେମାନଙ୍କ ପାଇଁ ଖାଦ୍ୟ କେବେହେଲେ ନିଅଣ୍ଟିଆ ହୁଏନାହିଁ । ସତେ ଯେପରି ମା ଅନ୍ନପୂର୍ଣ୍ଣା ସେହି ଭକ୍ତମାନଙ୍କ ପାଇଁ ସ୍ୱୟଂ ରନ୍ଧନ କାର୍ଯ୍ୟ କରନ୍ତି ।
ଏତେସବୁ ଆଧ୍ୟାତ୍ମିକ ଚର୍ଚ୍ଚା ମଧ୍ୟରେ ଆଉ ଏକ ଜିନିଷ ଶ୍ରୀ ଶ୍ରୀ ବିଶ୍ୱପ୍ରଣବଙ୍କ ବ୍ୟକ୍ତିତ୍ୱରେ ବାରି ହୋଇଯାଏ, ତାହା ହେଲା ତାଙ୍କର ତୀବ୍ର ଦେଶପ୍ରେମ । ଯେତେବେଳେ ଭାରତବର୍ଷର ସମ୍ବିଧାନରେ 'ଧର୍ମନିରପେକ୍ଷ' ପଦଟି ଯୋଡ଼ାଗଲା, ସେତେବେଳେ ସେ ଏହାର ତୀବ୍ର ବିରୋଧ କରି ଭାରତର ନେତୃବୃନ୍ଦ, ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ତଥା ଭାରତର ତତ୍କାଳୀନ ରାଷ୍ଟ୍ରପତି ଫକୀରୁଦ୍ଦିନ ଅଲୀ ଅହମଦଙ୍କୁ ଚିଠି ଲେଖିଥିଲେ ଓ ସେଥିରେ ଉଲ୍ଲେଖ କରିଥିଲେ ଯେ - ଧର୍ମ ଏବଂ ସ୍ବଧର୍ମ କେହି ତ୍ୟାଗ କରିପାରନ୍ତି ନାହିଁ ଏବଂ ଆମ ଦେଶ ଧର୍ମନିରପେକ୍ଷ ହେଲେ ଦେଶର ଅବନତି ଘଟିବ । ଦେଶମାତୃକାର ସର୍ବାଙ୍ଗୀଣ ଉନ୍ନତି ପାଇଁ ସେ ସଦାସର୍ବଦା ଆଧ୍ୟାତ୍ମିକ ମାର୍ଗରେ ଚେଷ୍ଟିତ ଥିଲେ । ଏଥିପାଇଁ ମହାରାଜ ନନି ନିବାସରେ ଶତ ସହସ୍ର ବାର ଚଣ୍ଡୀ ପାଠ କରିଛନ୍ତି । ତାଙ୍କ ଦ୍ବାରା ପ୍ରଦତ୍ତ "ଓଁ ବନ୍ଦେ ମାତରମ୍ । ଜୟ ଜୟ ଭାରତବର୍ଷମ୍" ଧ୍ୱନୀରେ ସେତେବେଳେ ସେ ଅଞ୍ଚଳର ଜଳ, ସ୍ଥଳ, ଅନ୍ତରୀକ୍ଷ ମୁଖରିତ ହୋଇଉଠୁଥିଲା । ତାଙ୍କର ତୀବ୍ର ଦେଶପ୍ରେମୀ ସ୍ଵଭାଵ ପାଇଁ ଅନେକ ତାଙ୍କୁ ଛଦ୍ମବେଶରେ ରହୁଥିବା ସୁଭାଷ ଚନ୍ଦ୍ର ବୋଷ ବୋଲି ଭାବୁଥିଲେ । ମାତ୍ର ମହାରାଜ ଥରେ ଏ ସମ୍ବନ୍ଧରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ସେ ସୁଭାଷ ନୁହଁନ୍ତି, ସେ ହେଉଛନ୍ତି ସୁଭାଷଙ୍କ ରାଜନୈତିକ ଗୁରୁ ।
ଶ୍ରୀ ଶ୍ରୀ ବିଶ୍ୱପ୍ରଣବଙ୍କର ଗୋ-ସେବା ପ୍ରତି ମଧ୍ୟ ଅହେତୁକ ଆଗ୍ରହ ରହିଥିଲା । ସେ ସମୟ ସମୟରେ ହଠାତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ଓ ଦକ୍ଷିଣ ଦ୍ୱାର ପଟେ ଯେତେ ଘାସ ବିକାଳୀ ଥିବେ, ସମସ୍ତଙ୍କ ଠାରୁ ଘାସ ମୂଲେଇ କିଣି ନିଅନ୍ତି ଓ ତାଙ୍କୁ ଚତୁର୍ପାର୍ଶ୍ବରୁ ଘେରିଯାଇଥିବା ଗାଈ, ଗୋରୁ ଓ ଷଣ୍ଡ ମାନଙ୍କୁ ସେହି ଘାସ ବିଡା ଗୁଡିକୁ ଖାଇବାକୁ ଦିଅନ୍ତି ।
ତେବେ ସନ୍ଥ ମାନଙ୍କ ବିଷୟରେ ଯେତେ ବର୍ଣ୍ଣନା କଲେ ମଧ୍ୟ କମ ହେବ । ଆଜି ଶ୍ରୀ ଶ୍ରୀ ବିଶ୍ୱପ୍ରଣବ ନାହାନ୍ତି ସତ, ମାତ୍ର ତାଙ୍କର ବାଣୀ ଓ ଉପଦେଶାବଳୀ ଆମ ସମସ୍ତଙ୍କୁ ଏକ ଆଦର୍ଶ ଜୀବନ ଅତିବାହିତ କରିବାକୁ ପ୍ରେରିତ କରିଥାଏ, ଯାହାମଧ୍ୟରୁ ପାଞ୍ଚୋଟି ମୁଖ୍ୟ ଉପଦେଶ ନିମ୍ନରେ ପ୍ରଦତ୍ତ ।
୧) ମିଛ କୁହନାହିଁ ୨) ଚୋରୀ କରନାହିଁ ୩) ଅବୈଧ ମଦ୍ୟପାନ କରନାହିଁ ୪) ଅବୈଧ ସ୍ତ୍ରୀ ଗମନ କରନାହିଁ ୫) ମନରେ ଇର୍ଷାକୁ ସ୍ଥାନ ଦିଅନାହିଁ କିମ୍ବା ଅନ୍ୟମାନଙ୍କୁ ଇର୍ଷା କରନାହିଁ ।
ନମାମି ସଦ୍ଗୁରୁଂ ଶ୍ରୀ ବିଶ୍ୱପ୍ରଣବମ୍

Comments
Post a Comment