ଆଇନର ଏପାଖ ସେପାଖ
ଆମ ସ୍କୁଲ ବେଳର ଦଣ୍ଡବିଧାନ ନିଆରା ଥିଲା। ସର୍ବେସର୍ବା ଥିଲେ ଶିକ୍ଷକ। ତାଙ୍କ ନିଷ୍ପତ୍ତି ସମସ୍ତେ ମାନିବାକୁ ବାଧ୍ୟ। ଶୃଙ୍ଖଳା ପାଇଁ ସେ ଜଣେ ମନିଟରକୁ ନିଯୁକ୍ତ କରିଥାନ୍ତି। ଧରନ୍ତୁ ରାମ ହେଲା ମନିଟର। ସେ କ୍ଲାସରେ ଶୃଙ୍ଖଳା ରକ୍ଷା କରିବ। ରାବେଣା ଯଦି ଲକ୍ଷ୍ମଣକୁ ବାଡେଇଲା ତେବେ ଏହା ଯଦି ରାମ ନଜରକୁ ଆସେ, ସେ ଶିକ୍ଷକଙ୍କୁ ଏ ବିଷୟରେ ଜଣେଇବ। ତତ୍ପରେ ଶିକ୍ଷକ କିଛି ଶୁଣିବା ଆଗରୁ ରାବେଣାକୁ ଦୁଇଟି ଉତ୍ତମ ମଧ୍ୟମ ଦେବେ ଏବଂ ତାର ସହଯୋଗୀ ଅହିରାବଣକୁ ମଧ୍ୟ ଭଲ ଭାବରେ କୁଟିବେ। କାରଣ ଶିକ୍ଷକଙ୍କୁ ଭଲ ଭାବରେ ଜଣାଥିବଯେ ପରିସ୍ଥିତି କଣ ହୋଇଥିବ। ଏପରିକି ସେ କେବେ କେବେ ନିଜ ଆଡୁ କେହି ନ କହିଲେ ବି କ୍ଳାସର ଦୁଷ୍ଟ ପିଲାଙ୍କୁ ଦୁଇ ଚାରିଟା ଉତ୍ତମ ମଧ୍ୟମ ଦିଅନ୍ତି ଶୃଙ୍ଖଳା ରକ୍ଷା ପାଇଁ। ଏହା ଥିଲା ଆମ ବେଳର କଥା।
ବଡ ହୋଇଗଲେ କଥା ଦୋସରା। ଶିକ୍ଷକଙ୍କ ଜାଗାରେ ମାନ୍ୟବର ବିଚାରପତି ଆସିଯାଆନ୍ତି। ମନିଟରଙ୍କ ଜାଗା ନିଅନ୍ତି ପୋଲିସ ଅଫିସର। ଏବଂ ରାବେଣା ଯଦି ଲକ୍ଷ୍ମଣକୁ ବାଡେଇଲା ତେବେ ଲକ୍ଷ୍ମଣକୁ ପ୍ରଥମେ FIR ଦେବାକୁ ପଡିବ। ତାପରେ ଯାଇ ପୋଲିସ ତଦନ୍ତ ଆରମ୍ଭ କରିବେ। ଏବଂ ରାବେଣା ଯଦି ନେତାଙ୍କ ଖାସ ଲୋକ ହୋଇଥିବ କିମ୍ବା ପୋଲିସକୁ କିଛି ହାତଗୁଞ୍ଜା ଦେଇଥିବ, ତେବେ ଖେଳ ସେଇଠି ଶେଷ। ନଚେତ ପୋଲିସ ତଦନ୍ତ କରି କୋର୍ଟକୁ କେସ ଫରୱାର୍ଡ କରିବେ।
ଏବେ ଆରମ୍ଭ ହେବ ଅସଲି ଖେଳ। ଶିକ୍ଷକ ଯେପରି ସବୁ ଜାଣି ରାବେଣା ଓ ଅହିରାବଣକୁ ଭଲ ଭାବରେ କୁଟନ୍ତି, ଏଠି ତାହା ଚଳିବନି। କାରଣ ରାବେଣା ଓ ଅହିରାବଣ ପାଇଁ ଓକିଲାତି କରିବେ ମାରିଚ। ସେ କୋର୍ଟରେ ପ୍ରମାଣ କରିଦେବେଯେ ରାବେଣା ଓ ଅହିରାବଣ ନିର୍ଦୋଷ। ମାନ୍ୟବର ବିଚାରପତି ଓ ସମସ୍ତେ ଯଦିଓ ଜାଣୁଥିବେ ଯେ ଏମାନେ ଦୋଷୀ, କିନ୍ତୁ କିଛି କରି ହବନି। ଶେଷରେ ରାବେଣା ନିର୍ଦୋଷରେ ଖଲାସ ହେବ କିମ୍ବା ବେଲ୍ ରେ ଆସିବ ଓ ଲକ୍ଷ୍ମଣକୁ ମନ ଶାନ୍ତି ହେଲା ପର୍ଯ୍ୟନ୍ତ କୁଟିବ। ଏବଂ ଶେଷରେ ଲକ୍ଷ୍ମଣ ବିଚରା କାନମୁଣ୍ଡା ଆଉଁସି ଘରକୁ ଯିବ।
ବେଳେବେଳେ ମନରେ ପ୍ରଶ୍ନ ଆସେ, ଆମ ପିଲାଦିନେ ଯଦି ଶିକ୍ଷକ ସବୁ ଜାଣି ଶାସନ ଠିକ ଭାବେ କରିପାରୁଥିଲେ, ଏବଂ କ୍ଲାସରେ ଶୃଙ୍ଖଳା ରକ୍ଷା ହୋଇପାରୁଥିଲା, ତେବେ ସମାଜରେ କାହିଁକି ଏହାର ପ୍ରତିଫଳନ ଦେଖିବାକୁ ମିଳୁନି? ତ୍ରୁଟି ଶିକ୍ଷା ବ୍ୟବସ୍ଥାରେ ଅଛି ନା ଆମର ନୈତିକତାରେ? ସୁଧିଜନେ ବିଚାର କରିବେ।

Comments
Post a Comment