ପୌରାଣିକ ମତରେ ପଞ୍ଚଗବ୍ୟ ବିଚାର ଓ ବ୍ରହ୍ମକୁର୍ଚ ବ୍ରତ

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

ଭାରତୀୟ ଚିକିତ୍ସା ଶାସ୍ତ୍ର ତଥା ଧର୍ମ ଶାସ୍ତ୍ରରେ ପଞ୍ଚଗବ୍ୟର ଏକ ପ୍ରମୁଖ ଭୂମିକା ରହିଛି । ପଞ୍ଚଗବ୍ୟ କହିଲେ ଗୋମୂତ୍ର, ଗୋବର, ଗୋଦୁଗ୍ଧ, ଗୋଦଧି ଓ ଗୋଘୃତକୁ ବୁଝାଇଥାଏ । ସାଧାରଣତଃ ଆମେ ଯେକୌଣସି ଗୋମାତାଙ୍କ ଠାରୁ ସଂଗୃହିତ ଏହି ପଞ୍ଚଗବ୍ୟକୁ ବ୍ୟବହାର ନିମିତ୍ତ ଆଣିଥାଉ । ମାତ୍ର କେଉଁ ଗୋମାତାଙ୍କ ଠାରୁ ପଞ୍ଚଗବ୍ୟର କେଉଁ ପଦାର୍ଥ ଗ୍ରହଣୀୟ ତାହାର ସୂଚନା ଭବିଷ୍ୟ ପୁରାଣରେ ଉଲ୍ଲେଖ ଅଛି ।

ଭବିଷ୍ୟ ପୁରାଣ ମତରେ କପିଳା ଗୋମାତାଙ୍କ ମୂତ୍ର, କୃଷ୍ଣା ଗୋମାତାଙ୍କ ଗୋବର, ଶ୍ଵେତ ଗୋମାତାଙ୍କ ଦୁଗ୍ଧ, ଲାଲ ଗୋମାତାଙ୍କ ଦଧି ତଥା କବରୀ ଗୋମାତାଙ୍କ ଘୃତ ପଞ୍ଚଗବ୍ୟ ନିମିତ୍ତ ଗ୍ରହଣୀୟ । ଏହି ପଞ୍ଚଗବ୍ୟର ଏକ ବିଶେଷ ବ୍ରତରେ ପ୍ରୟୋଜନ ରହିଛି ଯାହାର ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

କାର୍ତ୍ତିକ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ଉପବାସ କରି ରାତ୍ରୀ ସମୟରେ ଉପରୋକ୍ତ ପଞ୍ଚଗବ୍ୟକୁ ନେଇ ମନ୍ତ୍ର ଦ୍ୱାରା ସେଥିରେ କୁଶୋଦକ ମିଶାଇ ତାହାକୁ ପ୍ରାଶନ କରିବା ଉଚିତ । ପରବର୍ତ୍ତୀ ଦିନ ପ୍ରାତଃକାଳରେ ସ୍ନାନାଦି କାର୍ଯ୍ୟ ଶେଷ କରି ଦେବତା ଓ ପିତୃପୁରୁଷଙ୍କୁ ତର୍ପଣ କରିସାରି, ବ୍ରାହ୍ମଣଙ୍କୁ ଭୋଜନ କରାଇ ସ୍ୱୟଂ ମୌନ ରହି ଭୋଜନ କରିବା ଉଚିତ । ଏପରି କରିବା ଦ୍ୱାରା ବାଲ୍ୟ, ଯୌବନ ତଥା ବୃଦ୍ଧାବସ୍ଥାରେ କରାଯାଇଥିବା ସମସ୍ତ ପାପର ନାଶ ହୋଇଥାଏ । ଏହାକୁ ବ୍ରହ୍ମକୁର୍ଚ ଵ୍ରତ କୁହାଯାଏ ।

[ଉପରୋକ୍ତ ତଥ୍ୟ କେବଳ ସୂଚନା ନିମିତ୍ତ ପ୍ରଦାନ କରାଗଲା । ଏହାକୁ ଗ୍ରହଣ କରିବା ବା ନକରିବା ଆପଣଙ୍କ ବିଚାର ତଥା ରୁଚି ଉପରେ ନିର୍ଭର କରେ । ତେବେ ଆୟୁର୍ବେଦ ଶାସ୍ତ୍ରରେ "ପଞ୍ଚଗବ୍ୟ ଘୃତ"ର ବର୍ଣ୍ଣନା ରହିଛି ଯାହାକି ଏକ ଚମତ୍କାରୀ ଔଷଧ । ମୋ ମତରେ ଯଦି ଉକ୍ତ ଘୃତର ନିର୍ମାଣାର୍ଥେ ଏଠାରେ ପ୍ରଦତ୍ତ ବିଧିରେ ପଞ୍ଚଗବ୍ୟ ଗ୍ରହଣ କରାଯାଏ, ତେବେ ଅଧିକ ସୁଫଳ ମିଳିପାରିବ । ଧନ୍ୟବାଦ । ଜୟ ଜଗନ୍ନାଥ !]

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)