ଆଦି ଶଙ୍କରାଚାର୍ଯ୍ୟ କୃତ ଏକ ଶ୍ଲୋକି

କିଂ ଜ୍ୟୋତିସ୍ତବ ଭାନୁମାନହନି ମେ ରାତ୍ରୌ ପ୍ରଦୀପାଦିକମ୍
ସ୍ୟାଦେବଂ ରବିଦୀପଦର୍ଶନବିଧୌ କିଂ ଜ୍ୟୋତିରାଖ୍ୟାହି ମେ ।
ଚକ୍ଷୁସ୍ତସ୍ୟ ନିମୀଳନାଦିସମୟେ କିଂ ଧୀର୍ଧିୟୋ ଦର୍ଶନେ
କିଂ ତତ୍ରାହମତୋ ଭବାନ ପରମକଂ ଜ୍ୟୋତିସ୍ତଦସ୍ମି ପ୍ରଭୋ ।।

ଶ୍ଲୋକାର୍ଥ -

(ଗୁରୁଶିଷ୍ୟ କଥୋପକଥନ)
- ତୁମ ପାଇଁ ଆଲୋକ କଣ ?
- ମୋ ପାଇଁ ଦିବସରେ ସୂର୍ଯ୍ୟ ଏବଂ ରାତ୍ରରେ ପ୍ରଦୀପ ହିଁ ଆଲୋକ ।
- ସେହିପରି ହେଉ । ତେବେ କେଉଁ ଆଲୋକ ଦ୍ଵାରା ତୁମେ ସୂର୍ଯ୍ୟ ଏବଂ ପ୍ରଦୀପଙ୍କୁ ଦେଖୁଛ ?
- ଚକ୍ଷୁ
- ତେବେ ତୁମେ ଯେତେବେଳେ ଚକ୍ଷୁ ମୁଦ୍ରିତ ରଖୁଛ, ତୁମ ପାଇଁ ଆଲୋକ କଣ ?
- ମୋର ଧିଶକ୍ତି
- କେଉଁ ଆଲୋକ ତୁମର ଧିଶକ୍ତିକୁ ଦେଖିବାରେ ସାହାଯ୍ୟ କରୁଛି ?
- ସ୍ୱୟଂ ମୁଁ (ଆତ୍ମା)
- ତେବେ ସ୍ୱୟଂ ତୁମେ ହିଁ ହେଉଛ ଅଲୋକ (ଜ୍ୟୋତି)ର ପରମ ସ୍ବରୂପ ?
- ହଁ ପ୍ରଭୁ, ସ୍ୱୟଂ ମୁଁ ହିଁ ତାହା ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)