ଶ୍ରୀଜଗଦୀଶ୍ବର ଶାସ୍ତ୍ରୀ ଓ ଶ୍ରୀରମଣ ମହର୍ଷିକୃତ ଏକ ଶ୍ଲୋକି

"ହୃଦୟକୁହରମଧ୍ୟେ କେବଳଂ ବ୍ରହ୍ମମାତ୍ରଂ
ହ୍ୟହମହମିତି ସାକ୍ଷାଦାତ୍ମରୂପେଣ ଭାତି ।
ହୃଦି ବିଶ ମନସା ସ୍ବଂ ଚିନ୍ତ୍ୱତା ମଜ୍ଜତା ବା
ପବନଚଳନରୋଧାଦାତ୍ମନିଷ୍ଠୋ ଭବ ତ୍ଵମ୍ ।।"

ଅର୍ଥାତ -
"ହୃଦୟର ଗୁମ୍ଫା ମଧ୍ୟରେ କେବଳ ବ୍ରହ୍ମ ମାତ୍ର ହିଁ ବିଦ୍ୟମାନ ଯେ 'ଅହମ୍ ଅହମ୍' ଏହି ସାକ୍ଷାତ ଆତ୍ମ ରୂପରେ ପ୍ରକାଶିତ ହୋଇଥାନ୍ତି । ଏହି ହୃଦୟ ମଧ୍ୟକୁ ଗଭୀର ଲମ୍ଫ ପ୍ରଦାନ କରି ମନ ଦ୍ୱାରା ଆତ୍ମଚିନ୍ତନ କର (ଜ୍ଞାନ ମାର୍ଗ ଅବଲମ୍ବନ କର) ଅଥବା ଏହି ହୃଦୟ ଗହ୍ୱରରେ ନିମଜ୍ଜିତ ହୁଅ (ଭକ୍ତି ମାର୍ଗ ଅବଲମ୍ବନ କର), ନଚେତ ପ୍ରାଣବାୟୁର ନିରୋଧ କରି (କର୍ମ-ଯୋଗ ମାର୍ଗ ଅବଲମ୍ବନ କରି) ଏହି ଆତ୍ମାରେ ସ୍ଥିତ ହୋଇଯାଅ (ଆତ୍ମନିଷ୍ଠ ହୁଅ)।"

ଟିପ୍ପଣୀ:

ଏହି 'ଏକ ଶ୍ଳୋକି'ର ପ୍ରଥମ ପଦ 'ହୃଦୟକୁହରମଧ୍ୟେ', ଶ୍ରୀ ଜଗଦୀଶ୍ବର ଶାସ୍ତ୍ରୀଙ୍କ ଦ୍ୱାରା ଲିଖିତ ଯେକି ଭଗବାନ ରମଣ ମହର୍ଷିଙ୍କର ଶିଷ୍ୟ ଥିଲେ । ଏହି ପଦଟି ଲେଖି ଆଗକୁ ସେ ଆଉ କିଛି ଲେଖିପାରି ନଥିଲେ  । ସେ କିଛି ସମୟ ବିରତି ନେବାପାଇଁ ପ୍ରସ୍ଥାନ କରନ୍ତେ, ଭଗବାନ ରମଣ ମହର୍ଷି ପରବର୍ତ୍ତୀ ପଦ ଗୁଡିକୁ ପୂରଣ କରି ଶେଷରେ 'ଜଗଦୀଶ' ବୋଲି ଲେଖିଦେଲେ । ପୁନଶ୍ଚ ଯେତେବେଳେ ଶ୍ରୀ ଜଗଦୀଶ୍ବର ଶାସ୍ତ୍ରୀ ପ୍ରତ୍ୟାବର୍ତ୍ତନ କଲେ ଓ ନିଜର ଅସମ୍ପୂର୍ଣ୍ଣ ପଦକୁ ସମ୍ପୂର୍ଣ୍ଣ ଦେଖି ତଳେ ତାଙ୍କର ନାମ ଲେଖା ହୋଇଥିବାର ଦେଖିଲେ, ସେ ଭଗବାନଙ୍କୁ ଏ ବିଷୟରେ ପଚାରନ୍ତେ ଭଗବାନ ତାଙ୍କୁ ସ୍ମିତହାସ୍ୟ ବଦନରେ ଉତ୍ତର ଦେଲେ ଯେ - ଏହି ଶ୍ଲୋକଟିକୁ 'ଜଗଦୀଶ' (ଜଗତର ଇଶ) ହିଁ ପୂର୍ଣ୍ଣ କରିଛନ୍ତି । ଏହାର ଅର୍ଥ ଶ୍ରୀ ଜଗଦୀଶ୍ବର ଶାସ୍ତ୍ରୀ ବୁଝିପାରିଲେ ଓ ତାଙ୍କର ଅତ୍ମୋପଲବ୍ଧି ହେଲା ।

ଏହି ଶ୍ଲୋକଟି 'ଅଖଣ୍ଡାନୁଭଵ ଵାକ୍ୟ' ନାମରେ ପ୍ରସିଦ୍ଧ ତଥା 'ରମଣ ଗୀତା'ର ଦ୍ଵିତୀୟ ଅଧ୍ୟାୟରେ ସ୍ଥାନିତ । ଏହା ଭଗବାନଙ୍କର ପ୍ରଣୀତ 'ହୃଦୟ ବିଦ୍ୟା'ର ମୂଳଭିତ୍ତି ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)