ଏକ ଶ୍ଳୋକି ମହାଭାରତ

ଆଦୌ ପାଣ୍ଡବଧାର୍ତରାଷ୍ଟ୍ରଜନନଂ ଲାକ୍ଷାଗୃହେ ଦାହନଂ ଦ୍ୟୁତଂ ଶ୍ରୀହରଣଂ ବନେ ବିହରଣଂ ମତ୍ସ୍ୟାଳୟେ ବର୍ତ୍ତନମ୍ ।
ଲୀଳାଗୋଗ୍ରହଣଂ ରଣେ ବିହରଣଂ ସନ୍ଧିକ୍ରିୟାଜୃମ୍ଭଣଂ  ପଶ୍ଚାଦ୍ଭୀଷ୍ମଦ୍ରୋଣଦୁର୍ଯ୍ୟୋଧନାଦିନିଧନଂ ହ୍ୟେତନ୍ମହାଭାରତମ୍ ।।
ଇତି ଏକଶ୍ଳୋକି ମହାଭାରତଂ ସମ୍ପୂର୍ଣ୍ଣମ୍ ।।

ଅର୍ଥାତ - ଆଦ୍ୟକାଳରେ ପାଣ୍ଡବ ଏବଂ କୌରବଗଣ ଜନ୍ମଗ୍ରହଣ କରିଥିଲେ । (କାଳାନ୍ତରରେ କୌରବଙ୍କ ଦ୍ଵାରା) ଲାକ୍ଷାଗୃହ ଦହନ ହୋଇଥିଲା । (କୌରବ ମାନଙ୍କ ସହିତ) ଦ୍ୟୁତକ୍ରୀଡ଼ାରେ (ପାଣ୍ଡବଙ୍କର) ଶ୍ରୀ (ରାଜ୍ୟ, ଧନସମ୍ପତ୍ତି) ହରଣ ହୋଇଥିଲା । (ଫଳସ୍ୱରୂପ ପାଣ୍ଡବ ମାନେ) ବନରେ ବିହରଣ କଲେ ଓ ମତ୍ସ୍ୟ ରାଜ୍ୟରେ ରହିଲେ । (ତତ୍ପଶ୍ଚାତ) ଗୋସମ୍ପତ୍ତି ହରଣ ହେଲା । (ଫଳସ୍ୱରୂପ ପାଣ୍ଡବମାନଙ୍କ ସହିତ) କୌରବମାନେ ରଣରେ ପରାସ୍ତ ହେଲେ । ସନ୍ଧି ଉଦ୍ୟମ ବିଫଳ ହେଲା । ତତ୍ପଶ୍ଚାତ (ରଣରେ) ଭୀଷ୍ମ, ଦ୍ରୋଣ, ଦୁର୍ଯ୍ୟୋଧନାଦିଙ୍କର ନିଧନ ହେଲା । ଏହାହିଁ (ସଂକ୍ଷେପତଃ) ମହାଭାରତ ।

ଏହିପରି ଏକଶ୍ଲୋକି ମହାଭାରତ ସମ୍ପୂର୍ଣ୍ଣ ହେଲା ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)