ଚିକେନର ଆଧ୍ୟାତ୍ମିକ ମହତ୍ତ୍ୱ


ଆପଣମାନେ ଶୀର୍ଷକଟି ପଢି ଭାବୁଥିବେ ଯେ ଚିକେନର (କୁକୁଡ଼ା) ପୁଣି ଏକ ଆଧ୍ୟାତ୍ମିକ ମହତ୍ତ୍ୱ କଣ ? ଆଧ୍ୟାତ୍ମିକ ମହତ୍ତ୍ୱ ସିନା ଗାଈର ଅଛି, ଚିକେନର ଜନ୍ମ କେବଳ ଆମର ରସନାର ତୃପ୍ତି ପାଇଁ । ନା କଣ କହୁଛନ୍ତି ?

ନା, ଆପଣ ଭୁଲ ଭାବୁଛନ୍ତି । ଚିକେନ ମଧ୍ୟ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଣୀ ଯାହାର ସ୍ଥାନ ଦେବ-ସେନାପତି ଶିବପୁତ୍ର କାର୍ତ୍ତିକେୟଙ୍କର ଧ୍ୱଜରେ । ଆଜ୍ଞା ହଁ, ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଏହା ସତ୍ୟ । ଚିକେନକୁ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମାନ ମିଳିବାର କାରଣ ହେଉଛି - ଚିକେନ ବା କୁକୁଡ଼ା ହେଉଛି ଏକମାତ୍ର ଜୀବ ଯେକି ବ୍ରାହ୍ମ ମୁହୂର୍ତ୍ତରେ ଅନ୍ୟ ସମସ୍ତ ଜୀଵ ନିଦ୍ରାରତ ଥିବା ସମୟରେ ନିଜେ ଜାଗ୍ରତ ହୋଇ ଅନ୍ୟମାନଙ୍କୁ ନିଜ ରାଵ ଦ୍ୱାରା ଜାଗ୍ରତ କରାଇଥାଏ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହା "ବ୍ରହ୍ମ ଜ୍ଞାନର ଉଦ୍ରେକ ନିମିତ୍ତ ଅଜ୍ଞାନତାକୁ ଦୂରକରି ଜାଗ୍ରତ କରାଇବାର ପ୍ରଚେଷ୍ଟା"କୁ ବୁଝାଇଥାଏ, ଯେଉଁଥିପାଇଁ କୁକୁଡ଼ାକୁ ଏତେ ଉଚ୍ଚ ସ୍ଥାନ ଆମ ସଂସ୍କୃତିରେ ଦିଆଯାଇଛି ।

[ସଂଲଗ୍ନ ଚିତ୍ରଟିରେ କାର୍ତ୍ତିକେୟ ନିଜର ବାମ ହସ୍ତରେ କୁକ୍କୁଟ ଧରିଛନ୍ତି ।]

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)