ଏକ ଶ୍ଳୋକି ରାମାୟଣ

ଆଦୌ ରାମ ତପୋବନାଦି ଗମନଂ ହତ୍ଵା ମୃଗଂ କାଞ୍ଚନମ୍ ।
ବୈଦେହୀ ହରଣଂ ଜଟାୟୁ ମରଣଂ ସୁଗ୍ରୀବ ସମ୍ଭାଷଣମ୍ ।।
ବାଳୀ ନିର୍ଗ୍ରହଣଂ ସମୁଦ୍ର ତରଣଂ ଲଙ୍କାପୁରୀ ଦାହନମ୍ ।
ପଶ୍ଚାତ ରାବଣ କୁମ୍ଭକର୍ଣ୍ଣ ହନନମ୍ ଏତହି ରାମାୟଣମ୍ ।।
ଇତି ଏକଶ୍ଳୋକି ରାମାୟଣଂ ସମ୍ପୂର୍ଣ୍ଣମ୍ ।।

ଅର୍ଥାତ - ଆଦ୍ୟକାଳରେ ଶ୍ରୀରାମ ବନବାସରେ ଯାଇଥିଲେ । (ସେଠାରେ) ସେ ସ୍ୱର୍ଣ୍ଣ ମୃଗକୁ ବଧ କରିଥିଲେ । (ତତ୍ପଶ୍ଚାତ) ମା ସୀତାଙ୍କର ହରଣ ହୋଇଥିଲା (ରାବଣ ଦ୍ୱାରା) । (ମା ସୀତାଙ୍କୁ ରକ୍ଷା କରିବାକୁ ଯାଇ) ଜଟାୟୁ ମୃତ୍ୟୁ ବରଣ କରିଥିଲା । (ତତ୍ପଶ୍ଚାତ ଶ୍ରୀରାମଙ୍କର) ସୁଗ୍ରୀବଙ୍କ ସହିତ ସମ୍ଭାଷଣ ହୋଇଥିଲା ଓ (ଶ୍ରୀରାମଙ୍କ ଦ୍ୱାରା) ବାଳୀର ବଧ ହେଲା । (ପୁନଃ) ସମୁଦ୍ରକୁ ଲଙ୍ଘନ କରି (ହନୁମାନଙ୍କ ଦ୍ଵାରା) ଲଙ୍କାପୁରୀ ଦହନ ହେଲା । ଏହାପରେ ରାବଣ ଓ କୁମ୍ଭକର୍ଣ୍ଣ ବଧ ହେଲେ (ଶ୍ରୀରାମଙ୍କ ଦ୍ୱାରା) । ଏହାହିଁ (ସଂକ୍ଷେପତଃ) ରାମାୟଣ ।

ଏହିପରି ଏକଶ୍ଲୋକି ରାମାୟଣ ସମ୍ପୂର୍ଣ୍ଣ ହେଲା ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)