ଦଶାବତାର ସ୍ତୋତ୍ର - ଆଦି ଶଙ୍କରାଚାର୍ଯ୍ୟ କୃତ



~ ମୀନ ଅବତାର ~

ଚଳଲ୍ଲୋଳକଲ୍ଲୋଳକଲ୍ଲୋଳିନୀଶ ସ୍ଫୁରନ୍ନକ୍ରଚକ୍ରାତିବକ୍ତ୍ରାମ୍ବୁଲୀନଃ ।
ହତୋ ୟେନ ମୀନାବତାରେଣ ଶଙ୍ଖଃ ସ ପାୟାଦପାୟାଜ୍ଜଗଦ୍ବାସୁଦେବଃ ।।

ଅର୍ଥାତ୍ - ଚଞ୍ଚଳ ଏବଂ ଉତ୍ତାଳ ତରଙ୍ଗଯୁକ୍ତ, ଉଚ୍ଛୁଳି ଉଠୁଥିବା ମଗର ମାଛ (କୁମ୍ଭୀର) ଏବଂ ବିକଟ ମୁଖଯୁକ୍ତ ଜୀବରେ ପରିପୂର୍ଣ୍ଣ ସମୁଦ୍ରର ଅତି ଭଉଁରୀ ଯୁକ୍ତ ଜଳରେ ବାସ କରୁଥିବା ଶଙ୍ଖାସୁରକୁ ଯେ ମୀନ ଅବତାରରେ ବଧ କରିଥିଲେ, ସେହି ବାସୁଦେବ ସମସ୍ତ ବିପତ୍ତିରୁ ଜଗତକୁ ରକ୍ଷା କରନ୍ତୁ ।



~  କୂର୍ମ ଅବତାର  ~

ଧରା ନିର୍ଜରାରାତିଭାରାଦପାରା ଦକୂପାରନୀରାତୁରାଧଃ ପତନ୍ତୀ ।
ଧୃତା କୂର୍ମରୂପେଣ ପୃଷ୍ଠୋପରିଷ୍ଟେ  ସଦେବୋ ମୁଦେ ଵୋଽସ୍ତୁ ଶେଷାଙ୍ଗଶାୟୀ ।।

ଅର୍ଥାତ୍ - ରାକ୍ଷସଙ୍କର ପାପର ମହାନ ଭାର କାରଣରୁ ସମୁଦ୍ରର ଜଳରେ ବ୍ୟାକୁଳ ତଥା ନିମଜ୍ଜିତ ହୋଇଥିବା ଧରା (ପୃଥିବୀ)କୁ ଯେ କଚ୍ଛପ ରୂପରେ ନିଜର ପୃଷ୍ଠ ଭାଗରେ ଧାରଣ କରିଥିଲେ, ସେହି ଶେଷନାଗ ଉପରେ ଶୟନ କରୁଥିବା ଭଗବାନ ବିଷ୍ଣୁ ସମସ୍ତଙ୍କୁ ସୁଖ ପ୍ରଦାନ କରନ୍ତୁ ।

~  ବରାହ ଅବତାର  ~

ଉଦଗ୍ରେ ରଦାଗ୍ରେ ସଗୋତ୍ରାପି ଗୋତ୍ରା
ସ୍ଥିତା ତସ୍ଥୁଷଃ କେତକାଗ୍ରେ ଷଡଙ୍ଘ୍ରେଃ ।
ତନୋତି ଶ୍ରିୟଂ ସଶ୍ରିୟଂ ନସ୍ତନୋତୁ
ପ୍ରଭୁଃ ଶ୍ରୀବରାହାଵତାରୋ ମୁରାରିଃ ।।

ଅର୍ଥାତ୍ - ଯାହାଙ୍କର ଉପରକୁ ଉଠିଥିବା ଦନ୍ତଦ୍ବୟ ଉପରେ ପର୍ବତ ଆଦି ସହିତ ପୃଥିବୀ ଅବସ୍ଥାପିତ ହୋଇ, କେତକୀ ପୁଷ୍ପ ଉପରେ ବସିଥିବା ଭ୍ରମର ସଦୃଶ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ, ସେହି ବରାହ ଅବତାର ଧାରଣ କରିଥିବା ଭଗବାନ ମୁରାରୀ (ଵିଷ୍ଣୁ) ଆମକୁ ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତୁ ।



~  ନୃସିଂହ  ଅବତାର ~

ଉରୋଦାର ଆରମ୍ଭସଂରମ୍ଭିଣୋଽସୌ ରମାସଂଭ୍ରମାଭଙ୍ଗୁରାଗ୍ରୈର୍ନଖାଗ୍ରୈଃ ।
ସ୍ବଭକ୍ତାତିଭକ୍ତ୍ୟାଽଭିବ୍ୟକ୍ତେନ ଦାରୁଣ୍ୟଘୌଘଂ ସଦା ଵଃ ସ ହିଂସ୍ଯାନ୍ନୃସିଂହଃ ।।

ଅର୍ଥାତ୍ - ଯେ ନିଜ ଭକ୍ତର ଅତି ଭକ୍ତିର ଅଭିବ୍ୟକ୍ତିର ପ୍ରତିଦାନ ସ୍ୱରୁପ ରମା (ଲକ୍ଷ୍ମୀ)ଙ୍କର ଭ୍ରମ ମୋଚନାର୍ଥେ ନୃସିଂହ ରୂପ ଧାରଣ କରିଥିଲେ ଓ ଯାହାଙ୍କର ଉଗ୍ର ନଖାଗ୍ର ପ୍ରାରମ୍ଭରୁ ଗର୍ବୀ ହିରଣ୍ୟକଶିପୁର ବକ୍ଷସ୍ଥଳକୁ ବିଦାରଣ କରିବାରଯୋଗ୍ୟ ଥିଲା, ସେହି ନୃସିଂହ ରୂପୀ ପ୍ରଭୁ ଆପଣମାନଙ୍କର ପାପ ସମୂହର ବିନାଶ କରନ୍ତୁ ।

~  ବାମନ ଅବତାର ~

ଛଳାଦାକଳଯ୍ୟ ତ୍ରିଲୋକୀଂ ବଳୀୟାନ୍ ବଳିଂ ସମ୍ବବନ୍ଧ ତ୍ରିଲୋକୀବଳୀୟଃ ।
ତନୁତ୍ଵଂ ଦଧାନାଂ ତନୁଂ ସନ୍ଦଧାନୋ ବିମୋହଂ ମନୋ ବାମନୋ ଵଃ ସ କୁର୍ଯ୍ୟାତ୍ ।।

ଅର୍ଥାତ୍ - ତ୍ରିଲୋକକୁ ଆବୃତ କରୁଥିବା ରୂପକୁ ଛଳ ଦ୍ୱାରା କ୍ଷୁଦ୍ର ବାମନ ରୂପରେ ପରିବର୍ତ୍ତନ କରି ଯିଏ ତ୍ରିଲୋକର ବଳୀୟାନ୍ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ବଳିଙ୍କୁ ପାତାଳରେ ଚାପି ଦେଇଥିଲେ, ସେହି ବାମନ ଦେବ ଆପଣମାନଙ୍କ ମନକୁ ଶୋକ ରହିତ କରନ୍ତୁ ।



~  ପର୍ଶୁରାମ  ଅବତାର ~

ହତକ୍ଷତ୍ରିୟାସ୍ରୁକ୍ପ୍ରପାନପ୍ରମତ୍ତପ୍ରନୃତ୍ୟତ୍ପିଶାଚପ୍ରଗୀତପ୍ରତାପଃ ।
ଧରାକାରି ୟେନାଗ୍ରଜନ୍ମାଗ୍ରହାରଂ ବିହାରଂ କ୍ରିୟାନ୍ମାନସେ ଵଃ ସ ରାମଃ ।।

ଅର୍ଥାତ୍ - ନିହତ ହୋଇଥିବା କ୍ଷତ୍ରିୟମାନଙ୍କର ରକ୍ତପାନ କରି, ଉନ୍ମତ୍ତ ହୋଇ, ନୃତ୍ୟରତ ପିଶାଚଗଣ ଯାହାଙ୍କର ପରାକ୍ରମର ସ୍ତୁତିଗାନ କରୁଥିଲେ, ତଥା ଯେ ଅଗ୍ରଜନ୍ମା (ବ୍ରାହ୍ମଣ) କଶ୍ୟପଙ୍କୁ ଦାନ ରୂପରେ ସମ୍ପୂର୍ଣ୍ଣ ପୃଥିବୀ ପ୍ରଦାନ କରିଥିଲେ, ସେହି ପର୍ଶୁରାମ ଆପଣମାନଙ୍କର ମାନସ ପଟଳରେ ବିହାର କରନ୍ତୁ ।

~  ରାମ ଅବତାର ~

ନତଗ୍ରୀବସୁଗ୍ରୀବସାମ୍ରାଜ୍ୟହେତୁର୍ଦଶଗ୍ରୀବସନ୍ତାନସଂହାରକେତୁଃ ।
ଧନୁର୍ୟେନ ଭଗ୍ନଂ ମହତ୍କାମହନ୍ତୁଃ ସ ମେ ଜାନକୀଜାନିରେନାଂସି ହନ୍ତୁ ।।

ଅର୍ଥାତ୍ - ନତମସ୍ତକ ସୁଗ୍ରୀବଙ୍କୁ ଯେ ସାମ୍ରାଜ୍ୟ ପ୍ରଦାନ କରିଥିଲେ, ରାବଣକୁଳର ସଂହାର ହେତୁ ଯେ କେତୁଗ୍ରହ ସ୍ବରୂପ ଥିଲେ, ତଥା ଯେ କାମଦେବଙ୍କୁ ଧ୍ବଂସ କରିଥିବା ମହାଦେବଙ୍କ ବିଶାଳ ଧନୁକୁ ଭଗ୍ନ କରିଥିଲେ, ସେହି ଜାନକୀଙ୍କ ପତି ଆମର ପାପର ବିନାଶ କରନ୍ତୁ ।



~  କୃଷ୍ଣ ଅବତାର ~

ଧନାଦ୍ଗୋଧନଂ ୟେନ ଗୋବର୍ଦ୍ଧନେନ ବ୍ୟରକ୍ଷି ପ୍ରତାପେନ ଗୋବର୍ଦ୍ଧନେନ ।
ହତାରାତିଚକ୍ରୀ ରଣଧ୍ୱସ୍ତଚକ୍ରୀ ପଦଧ୍ୱସ୍ତଚକ୍ରୀ ସ ନଃ ପାତୁ ଚକ୍ରୀ ।।

ଅର୍ଥାତ୍ - ଯେଉଁ ଗୋବର୍ଦ୍ଧନକାରୀ (ଶ୍ରୀକୃଷ୍ଣ) ନିଜର ପ୍ରତାପରେ ଗୋବର୍ଦ୍ଧନ ପର୍ଵତ ଦ୍ୱାରା (ମହାବୃଷ୍ଟିରୁ) ଗୋଧନର ରକ୍ଷା କରିଥିଲେ, ସେହି ଶତୃମାନଙ୍କର ଚକ୍ରବ୍ୟୁହ ଧ୍ୱସ୍ତକାରୀ, ଯୁଦ୍ଧରେ ଭଗ୍ନ ହୋଇଥିବା ରଥଚକ୍ରର ଧାରଣକାରୀ, ନିଜର ପଦ ଦ୍ୱାରା ଚକ୍ରୀ (କାଳୀୟ ନାଗ)ର ଧ୍ୱସ୍ତକାରୀ ସ୍ୱୟଂ ଚକ୍ରୀ (ଶ୍ରୀକୃଷ୍ଣ) ଆମର ରକ୍ଷା କରନ୍ତୁ ।



~  ବୁଦ୍ଧ ଅବତାର ~

ଧରାବଦ୍ଧପଦ୍ମାସନସ୍ଥାଙ୍ଘ୍ରିୟଷ୍ଟିର୍ନିୟମ୍ୟାନିଳଂ ନ୍ୟସ୍ତନାସାଗ୍ରଦୃଷ୍ଟିଃ ।
ୟ ଆସ୍ତେ କଳୌ ୟୋଗିନାଂ ଚକ୍ରବର୍ତ୍ତୀ ସ ବୁଦ୍ଧଃ ପ୍ରବୁଦ୍ଧୋଽସ୍ତୁ ମଚ୍ଚିତ୍ତବର୍ତ୍ତୀ ।।

ଅର୍ଥାତ୍ - (ପ୍ରାଣ) ବାୟୁକୁ ସଂଯମ କରି, ନାସାଗ୍ରରେ ଦୃଷ୍ଟି ନିକ୍ଷେପ କରି, ଭୂମି ଉପରେ ବଦ୍ଧପଦ୍ମାସନରେ ଆସୀନ ଥିବା ସେହି କଳିଯୁଗର ଯୋଗୀମାନଙ୍କର ଚକ୍ରବର୍ତ୍ତୀ ସମ୍ରାଟ, ତତ୍ତ୍ୱଜ୍ଞାନ ପ୍ରାପ୍ତ ବୁଦ୍ଧ, ଆମର ଚିତ୍ତରେ ସଦା (ଜାଗ୍ରତ) ରହିଥାନ୍ତୁ ।



~  କଳ୍କୀ ଅବତାର  ~

ଦୁରାଚାରସଂସାରସଂହାରକାରୀ ଭବତ୍ୟଶ୍ୱଵାରଃ କୃପାଣପ୍ରହାରୀ ।
ମୁରାରୀର୍ଦଶାକାରଧାରୀହ କଳ୍କୀ କରୋତୁ ଦ୍ଵିଷାଂ ଧ୍ବଂସନଂ ଵଃ ସ କଳ୍କୀ ।।

ଅର୍ଥାତ୍ - ସେହି ଅଶ୍ବାରୁଢ଼ କଳ୍କୀ, ଯେ ଖଡ୍ଗ ଦ୍ୱାରା ପ୍ରହାର କରି ଦୁରାଚାରିଙ୍କ ଦ୍ଵାରା ପରିପୂର୍ଣ୍ଣ ସଂସାରର ସଂହାରକର୍ତ୍ତା, ସେହି ଦଶାବତାରୀ ଭଗବାନ ମୁରାରୀ କଳ୍କୀ ରୂପରେ ଅପଣମାନଙ୍କର ଶତୃମାନଙ୍କର ବିନାଶ କରନ୍ତୁ ।

ପାଠୀନଃ କମଠଃ କିଟିର୍ନରହରିଃ ଖର୍ଵାକୃତିର୍ଭାର୍ଗଵୋ
ରାମଃ କଂସନିଷୂଦନୋ ଦଶବଳଃ କଳ୍କୀ ଚ ନାରାୟଣଃ ।
ଯୁଷ୍ମାକଂ ସ ଵିଭୂତୟେଽସ୍ତୁ ଭଗବାନ୍ ସେତୁର୍ଭଵାମ୍ଭୋନିଧାଵୁତ୍ତାରାୟ ଯୁଗେ ଯୁଗେ ଯୁଗପତିସ୍ତ୍ରୈଲୋକ୍ୟନାଥୋ ହରିଃ ।।

।। ଇତି ଶ୍ରୀମଦ୍ ଶଙ୍କରାଚାର୍ଯ୍ୟକୃତଂ ଦଶାବତାରସ୍ତୋତ୍ରଂ  ସମ୍ପୂର୍ଣ୍ଣମ୍ ।।

ଅର୍ଥାତ୍ - ଯେଉଁ ଯୁଗପତି ତ୍ରିଲୋକନାଥ ଭଗବାନ ବିଷ୍ଣୁ ମତ୍ସ୍ୟ, କୂର୍ମ, ଵରାହ, ନୃସିଂହ, ଵାମନ, ପର୍ଶୁରାମ, ରାମ, କୃଷ୍ଣ, ବୁଦ୍ଧ ତଥା କଳ୍କୀ ନାରାୟଣ ରୂପରେ ଯୁଗେ ଯୁଗେ ଅବତରିତ ହୋଇ, ସେତୁ ରୂପରେ ଆମମାନଙ୍କୁ  ଭାବସାଗରରୁ ପାରି କରାନ୍ତି, ସେହି ପ୍ରଭୁ ଆପଣମାନଙ୍କର କଲ୍ୟାଣ କରନ୍ତୁ ।

।। ଇତି ଶ୍ରୀମଦ୍ ଶଙ୍କରାଚାର୍ଯ୍ୟକୃତ ଦଶାବତାରସ୍ତୋତ୍ର ସମ୍ପୂର୍ଣ୍ଣ ହେଲା ।। 

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)