ଅଲୌକିକ ଆୟୁର୍ବେଦ (ସନ୍ଧାନ କର୍ମ ବା Plastic Surgery)
ଏକ ସମୟ ଥିଲା, ଯେତେବେଳେ ଆୟୁର୍ବେଦ ଚିକିତ୍ସା ଉତ୍କର୍ଷତାର ଚରମ ଶୀର୍ଷରେ ପହଞ୍ଚି ପାରିଥିଲା । ଏହାର ମୁଖ୍ୟ କାରଣ ଥିଲା ରାଜ ପ୍ରୋତ୍ସାହନ (Royal Patronage) । ସେତେବେଳେ ଆମ ଦେଶର ରାଜାମାନେ ଏହି ଦେଶୀୟ ଚିକିତ୍ସା ପଦ୍ଧତିକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରୁଥିଲେ । ଯାହାର ଫଳସ୍ୱରୂପ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ଅବଲମ୍ବନ କରି ଅତି ଜଟିଳ ଶଲ୍ୟ ଚିକିତ୍ସା ଗୁଡ଼ିକ ମଧ୍ୟ ସମ୍ଭବ ହୋଇପାରିଥିଲା । ଯେପରିକି ସନ୍ଧାନ କର୍ମ ବା ଅଧୁନିକ Plastic Surgery । ସୁଶ୍ରୁତ ସଂହିତାରେ (ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ) ଏହି Plastic Surgery ସମ୍ବନ୍ଧରେ ବିଶଦ ଭାବେ ବର୍ଣ୍ଣନା ରହିଅଛି । ଯଥା -
"ରୋଗ ଦ୍ୱାରା କିମ୍ବା କୌଣସି ଶତ୍ରୁ ଦ୍ୱାରା ନାସା କଟିଗଲେ ତାହାକୁ ଯୋଡିବାର ବିଧିକୁ ଯଥାବତ ବର୍ଣ୍ଣନା କରୁଛି । ଛିନ୍ନ ନାସିକା ସମାନ କୌଣସି ବୃକ୍ଷର ପତ୍ର ନେଇ ତାର ସମାନ ଆକୃତିର ଗଣ୍ଡ ଦେଶରୁ (ଗାଲ) ଚର୍ମଯୁକ୍ତ ମାଂସ କାଟି, କଟି ଯାଇଥିବା ନାସା ଉପରେ ବିଲେଖନ କରି (Scrapping କରି) ସେହି ସ୍ଥାନରେ ସେହି ମାଂସ ଲଗାଇ ସୂଚୀ ଦ୍ୱାରା ସୀବନ କର୍ମ (ସିଲେଇ) କରି ବନ୍ଧନ ଲଗାଇ ସାବଧାନତା ପୂର୍ବକ ଶୀଘ୍ର ଯୋଡ଼ିଦେବା ଉଚିତ । ତତ୍ପଶ୍ଚାତ ନାସାର ରନ୍ଧ୍ରରେ ଦୁଇଟି ଏରଣ୍ଡ ନାଳ (ଜଡ଼ା ପତ୍ରର ନାଳ) ପ୍ରବେଶ କରାଇ, ନାସାକୁ କିଞ୍ଚିତ ଉପରକୁ ଉଠାଇ ନାସା ରନ୍ଧ୍ର ତଥା ନାସାର ଆକୃତିକୁ ସଠିକ ତଥା ସାଧାରଣ ନାସା ସଦୃଶ କରିବା ପରେ ବନ୍ଧନ ଲଗାଇବା ଉଚିତ ।
ତତ୍ପଶ୍ଚାତ ତା' ଉପରେ ଲାଲ ଚନ୍ଦନ, ଯଷ୍ଠୀମଧୁ ଓ ଦାରୁହରିଦ୍ରାର ସୁକ୍ଷ୍ମ ଚୂର୍ଣ୍ଣ ସିଞ୍ଚନ କରିବା ଉଚିତ । ପୁନଶ୍ଚ ତାହାକୁ ଶ୍ୱେତ କାର୍ପାସ ବସ୍ତ୍ର ଦ୍ୱାରା ଘୋଡାଇ, ତିଳ ତୈଳ ଦ୍ୱାରା ବାରମ୍ବାର ସେଚନ କରିବା ଉଚିତ । ରୋଗୀର ପୂର୍ବ ଭୋଜନ ଜୀର୍ଣ୍ଣ ହୋଇଯିବା ପରେ ତାହାକୁ ଘୃତପାନ କରାଇବା ଉଚିତ । ସ୍ନିଗ୍ଧତାର ଲକ୍ଷଣ ଦେଖାଗଲେ ରୋଗୀକୁ ଯୁକ୍ତିପୂର୍ବକ ବିରେଚନ କରାଇବା ଉଚିତ । ଯେତେବେଳେ ଠିକ ଭାବରେ ସନ୍ଧିତ ନାସା ଶୁଖିଯିବ, ସେତେବେଳେ ତାହାର ଗଣ୍ଡଦେଶ ସହିତ ସମ୍ପୃକ୍ତ ମାଂସକୁ କାଟିଦେବା ଉଚିତ । ଯଦି ନାସିକା ଛୋଟ ହୋଇଥାଏ, ତେବେ ତାହାକୁ ପୁନଃ ବଡ଼ କରିବାର ଚେଷ୍ଟା କରିବା ଉଚିତ ଏବଂ ଯଦି ନାସିକାର ମାଂସ ବଡ଼ ହୋଇଥାଏ ତେବେ ତାହାକୁ କାଟି ଛୋଟ କରିବା ଉଚିତ ।
କଟି ଯାଇଥିବା ଓଷ୍ଠ ବା ଜନ୍ମଜାତ ବିକୃତ ଓଷ୍ଠ (ଗ୍ରହଣ ଖଣ୍ଡିଆ)ର ସନ୍ଧାନ ମଧ୍ୟ ନାସା ସନ୍ଧାନ ସଦୃଶ କରିବା ଉଚିତ । ଭେଦ କେବଳ ଏତକି ଅଟେ ଯେ ଏଥିରେ ଏରଣ୍ଡ ନାଳର ଉପଯୋଗ ହୁଏନାହିଁ । ଏହି ପ୍ରକାର ଯେଉଁ ବୈଦ୍ୟ ନାସା ତଥା ଓଷ୍ଠ ସନ୍ଧାନ ବିଧିକୁ ଭଲ ଭାବରେ ଜାଣିଥାନ୍ତି, ସେ ରାଜା ମାନଙ୍କର ଚିକିତ୍ସା କରିବାକୁ ଉପଯୁକ୍ତ ହୋଇଥାନ୍ତି (ରାଜବୈଦ୍ୟ ହୋଇଥାନ୍ତି) ।"
[ସୁଶ୍ରୁତ ସଂହିତା ସୂତ୍ର ସ୍ଥାନ ୧୬ଶ ଅଧ୍ୟାୟ, ଶ୍ଳୋକ ସଂଖ୍ୟା ୪୮-୫୪]
ଏତଦବ୍ୟତୀତ ସୁଶ୍ରୁତ ସଂହିତାରେ ମଧ୍ୟ କର୍ଣ୍ଣ ସନ୍ଧାନ ବିଧିର ଉଲ୍ଲେଖ ରହିଛି ।
ଏକ ସମୟ ଥିଲା ଯେତେବେଳେ ଆୟୁର୍ବେଦ ଚିକିତ୍ସା ପଦ୍ଧତି କେବଳ ଭାରତ ମଧ୍ୟରେ ସୀମିତ ଥିଲା । ତାପରେ Ibn Abi Usaybia (1203-1269 AD)ଙ୍କ ଦ୍ଵାରା ଏହି ସୁଶ୍ରୁତ ସଂହିତା ଆରବୀୟ ଭାଷାରେ ଅନୁବାଦିତ ହେଲା, ଯାହାର ଫଳସ୍ୱରୂପ ଏହି ନାସା ସନ୍ଧାନ ବା Rhinoplasty ର ଜ୍ଞାନ ପ୍ରଥମେ ଆରବ ଦେଶରେ ଓ ତତ୍ପଶ୍ଚାତ ପାରସ୍ୟ ଓ ଇଜିପ୍ଟ ଦେଶରେ ପ୍ରସାରିତ ହେଲା । ଏହାର ଅନେକ ସମୟ ପରେ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀରେ ଇଟାଲୀର Gaspare Tagliacozzi ଙ୍କ ଦ୍ୱାରା ଏହି ନାସା ସନ୍ଧାନ ବିଧି ପାଶ୍ଚାତ୍ୟ ଭାଷାରେ ଲିପିବଦ୍ଧ ହେଲା ଯାହାର ଜ୍ଞାନ ସମ୍ଭବତଃ ଭାରତରୁ ପ୍ରାପ୍ତ ହୋଇଥିଲା ।
ସମୟକ୍ରମେ ୧୭୯୨ ମସିହାରେ ଟିପୁ ସୁଲତାନ ଓ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ହୋଇଥିବା ଯୁଦ୍ଧରେ କମ୍ପାନୀର କିଛି ସୈନ୍ୟଙ୍କର ନାକ ଟିପୁଙ୍କର ସେନା କାଟି ଦେଇଥିଲେ । ମାତ୍ର ସେମାନଙ୍କ ନାକର ଚିକିତ୍ସା କରି ପୁନଶ୍ଚ ସେମାନଙ୍କର ନୂଆ ନାକ ତିଆରି କରିଦେଇଥିଲେ ଜଣେ ସ୍ଥାନୀୟ ବୈଦ୍ୟ । ସେତେବେଳେ ଏହି ଶଲ୍ୟକ୍ରିୟା ବା Operationକୁ ଦେଖିବାର ସୁଯୋଗ ପାଇଥିଲେ ଦୁଇଜଣ ବ୍ରିଟିଶ ଶଲ୍ୟ ଚିକିତ୍ସକ Thomas Cruso ଏବଂ James Findlay । ସେମାନେ ଏହି ଶଲ୍ୟକ୍ରିୟାର ବିଧିକୁ ଲିପିବଦ୍ଧ କରିଥିଲେ ଏବଂ କ୍ରମେ ୟୁରୋପରେ ଏହାର ପ୍ରସାର ହେଲା । ୟୁରୋପରୁ କ୍ରମେ ଏହା ଆମେରିକା ଓ ବିଶ୍ଵର କୋଣ ଅନୁକୋଣରେ ପ୍ରସାର ଲାଭକଲା ।
ସୁଶ୍ରୁତ ସଂହିତାର ଏହି ଶଲ୍ୟ ଚିକିତ୍ସା ପଦ୍ଧତି ଅଧୁନିକ ଚିକିତ୍ସା ଜଗତରେ 'Indian Flap' ନାମରେ ବିଖ୍ୟାତ । ମାତ୍ର ବିଡମ୍ବନା ଏହିକିଯେ ଯେଉଁ ଆୟୁର୍ବେଦ ଚିକିତ୍ସକ ଗଣ ସମଗ୍ର ବିଶ୍ୱକୁ ଏହି ଅଭିନବ ଚିକିତ୍ସା ପ୍ରଣାଳୀ ଦାନ କରିଥିଲେ, ସେମାନେ ଆଜି ଭାରତୀୟ ନିୟମ ଅନୁଯାୟୀ ଏକ ଇଂଜେକସନ ଦେବାକୁ ମଧ୍ୟ ଅନୁମୋଦିତ ନୁହଁନ୍ତି ।
ଦୋଷ କାହାକୁ ଦେବା ?

Comments
Post a Comment