ସିଦ୍ଧ ପୂଜିତ/ପ୍ରତିଷ୍ଠିତ ଶିବ ଲିଙ୍ଗ
ଓଁ ନମଃ ଶିବାୟ !
ଏପରି କୌଣସି ସମୟ ନଥିଲା ଯେତେବେଳେ କି ଭଗବାନ ଶିବ କାହାଦ୍ୱାରା ପୂଜିତ ହେଉନଥିଲେ, କି ଏପରି କୌଣସି ସମୟ ଆସିବ ନାହିଁ ଯେତେବେଳେ କି ଭଗବାନ ଶିବ କାହାଦ୍ଵାରା ପୂଜିତ ହେଉ ନଥିବେ ।
ଭଗବାନ ଶିବଙ୍କୁ ଲିଙ୍ଗ ରୂପେ ପୂଜା କରିବା ପରମ୍ପରା ଅତି ପ୍ରାଚୀନ । ଏକମାତ୍ର ଭଗବାନ ଶିବହିଁ ବ୍ରହ୍ମରୂପ ହେବା କାରଣରୁ ନିଷ୍କଳ ବା ନିରାକାର ଅଟନ୍ତି। ପୁନଶ୍ଚ ରୂପବାନ ହେବା କାରଣରୁ ମଧ୍ୟ ସେ ସକଳ ଅଟନ୍ତି। ଶିବଙ୍କ ନିରାକାର ହେବା କାରଣରୁ ତାଙ୍କର ପୂଜାର ଆଧାରଭୁତ ଲିଙ୍ଗ ମଧ୍ୟ ନିରାକାର। ଅର୍ଥାତ ଶିବଲିଙ୍ଗ ଶିବଙ୍କର ନିରାକାର ସ୍ୱରୂପ ଏବଂ ସାକ୍ଷାତ ବ୍ରହ୍ମର ପ୍ରତୀକ। ପୁନଶ୍ଚ ଦେବୀ ଉମା ଜଗତର ମାତା ଏବଂ ଭଗବାନ ଶିବ ଜଗତର ପିତା ଅଟନ୍ତି । ଅତଃ ଜନ୍ମମୃତ୍ୟୁରୁପୀ ବନ୍ଧନର ନିବୃତ୍ତି ପାଇଁ ଜନ୍ମର ଅଧିଷ୍ଠାନଭୁତ ମାତୃ-ପିତୃ ସ୍ଵରୂପ ଶିବଳିଙ୍ଗର ଆରାଧନା କରିବା ଉଚିତ।
ନିମ୍ନରେ ବିଭିନ୍ନ ସିଦ୍ଧ/ଶିବ ଉପାସକମାନଙ୍କ ଦ୍ବାରା ପୂଜିତ/ପ୍ରତିଷ୍ଠିତ ଶିବ ଲିଙ୍ଗର ସାରଣୀ ପ୍ରଦାନ କରାଯାଇଛି ଯାହାକି ବିବିଧ ଶାସ୍ତ୍ର, ପୁରାଣ ତଥା କିମ୍ବଦନ୍ତୀ ଆଦିରୁ ସଂଗୃହିତ । ଆଶା କରେ ଏହା ଆମର ଜ୍ଞାନ ବର୍ଦ୍ଧନ କରିବାରେ ସହାୟକ ହେବ ।
ସିଦ୍ଧ ଲିଙ୍ଗ - କାହା ଦ୍ଵାରା ପୂଜିତ/ପ୍ରତିଷ୍ଠିତ
----------- ------------------------------
ଗୌରୀଶ୍ୱର - ଦେବୀ ସତୀ
ଅରୁଣାଚଳ - ବ୍ରହ୍ମା ଏବଂ ବିଷ୍ଣୁ
ବ୍ରହ୍ମେଶ୍ୱର - ବ୍ରହ୍ମା
ହରୀଶ୍ୱର, ନାରାୟଣେଶ - ଶ୍ରୀହରି (ନାରାୟଣ)
ଏକାମ୍ବରେଶ୍ୱର - ଦେବୀ ପାର୍ବତୀ
ମଲ୍ଲିକାର୍ଜ୍ଜୁନ - କାର୍ତ୍ତିକେୟ
କୁମାରେଶ୍ୱର - କାର୍ତ୍ତିକେୟ
ଆତ୍ମଲିଙ୍ଗ - ଗଣେଶ
ଇନ୍ଦ୍ରେଶ୍ୱର - ଇନ୍ଦ୍ର
ପିଙ୍ଗଳେଶ୍ୱର - ଅଗ୍ନି
ସୋମନାଥ - ଚନ୍ଦ୍ର
ଓଁକାରେଶ୍ୱର - ସର୍ବଦେବ
କୁର୍ମେଶ୍ୱର - ଶ୍ରୀ କୂର୍ମ ଅବତାର
ବରାହେଶ୍ୱର - ଶ୍ରୀ ବରାହ ଅବତାର
ନୃସିଂହେଶ୍ୱର - ଶ୍ରୀ ନୃସିଂହ ଅବତାର
ବାମନେଶ୍ୱର - ଶ୍ରୀ ବାମନ ଅବତାର
ରାମେଶ୍ବର/ଜଟେଶ୍ୱର/ପର୍ଶୁରାମେଶ୍ୱର - ଭଗବାନ ପର୍ଶୁରାମ
ରାମେଶ୍ବର - ଶ୍ରୀରାମ
ଲକ୍ଷ୍ମଣେଶ୍ୱର - ଲକ୍ଷ୍ମଣ
ଭରତେଶ୍ୱର - ଭରତ
ଶତୃଘ୍ନେଶ୍ୱର - ଶତୃଘ୍ନ
ବଳରାମେଶ୍ୱର - ବଳରାମ
ବିଲ୍ୱେଶ୍ୱର, କୃଷ୍ଣେଶ୍ୱର - ଶ୍ରୀକୃଷ୍ଣ
ଅର୍ଜୁନେଶ୍ୱର - ଅର୍ଜୁନ
ବୃହସ୍ପତିଶ୍ୱର - ବୃହସ୍ପତି
ଗରୁଡେଶ - ଗରୁଡ଼
ହନୁମଦିଶ୍ୱର - ହନୁମାନ
ଶୁକ୍ରେଶ୍ୱର - ଶୁକ୍ରାଚାର୍ଯ୍ୟ
ବୈଦ୍ୟନାଥେଶ୍ୱର - ରାବଣ
କେଦାରେଶ୍ୱର - ନର ଏବଂ ନାରାୟଣ
ଅଗସ୍ତ୍ୟୈଶ୍ୱର - ୠଷି ଅଗସ୍ତି
ବ୍ୟାସେଶ୍ୱର - ମହର୍ଷି ବ୍ୟାସ
ତ୍ରୟମ୍ବକେଶ୍ୱର - ଗୌତମ ଋଷି
ଅତ୍ରିଶ୍ୱର - ଋଷି ଅତ୍ରି ଓ ଋଷିପତ୍ନୀ ଅନସୁୟା
ବଶିଷ୍ଠେଶ୍ୱର - ମହର୍ଷି ବଶିଷ୍ଠ
ମାର୍କଣ୍ଡେୟେଶ୍ୱର - ଋଷି ମାର୍କଣ୍ଡେୟ
କପିଳେଶ୍ଵର - କପିଳ ଋଷି
ଜୈଗିଷବ୍ୟେଶ୍ୱର - ମହର୍ଷି ଜୈଗିଷବ୍ୟ
ଚ୍ୟବନେଶ୍ୱର - ମହର୍ଷି ଚ୍ୟବନ
ପରମେଶ୍ବର/ଅମଲେଶ୍ୱର - ବିନ୍ଧ୍ୟ ପର୍ବତ
ପୂଷ୍ପଦନ୍ତେଶ୍ୱର - ଗନ୍ଧର୍ବରାଜ ପୂଷ୍ପଦନ୍ତ (ଶିବ ମହିମ୍ନ ସ୍ତୋତ୍ରର ରଚୟିତା)
ଅଗ୍ନିଶ୍ଵର - ଗୃହପତି (ଶିବାବତାର)
ଅଚଳେଶ - ଶିବ ଭକ୍ତ ଆହୁକ ଏବଂ ଆହୁକା
ଘୁଷ୍ମେଶ୍ୱର - ଶିବ ଭକ୍ତ ଘୁଷ୍ମ
ନାଗେଶ୍ଵର - ଶିବ ଭକ୍ତ ସୁପ୍ରିୟା
ନନ୍ଦିକେଶ୍ୱର - ଶିବ ଭକ୍ତ ଋଷିକା
ଆପଣ ଯଦି ଅନ୍ୟ ସିଦ୍ଧ ପୂଜିତ/ପ୍ରତିଷ୍ଠିତ ଶିବ ଲିଙ୍ଗ ସମ୍ପର୍କରେ ଅବଗତ ତେବେ କମେଣ୍ଟରେ ଲେଖନ୍ତୁ । 🙏
ଜୟ ଜୟ ଶିବ ଶମ୍ଭୁ !
[ସଂଲଗ୍ନ ଲିଙ୍ଗ ପୂଜାର ସ୍ଥାପତ୍ୟଟି କୋଟି ଲିଙ୍ଗେଶ୍ୱର ଧାମ - ଭୁବନେଶ୍ଵରରୁ ପ୍ରାପ୍ତ ୧୦ମ ଶତାବ୍ଦୀର କାରୁକାର୍ଯ୍ୟ ତଥା ଅଧୁନା ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱରରେ ପ୍ରଦର୍ଶିତ ।]

Comments
Post a Comment