ଗୁରୁ ନାନକଙ୍କ ରଚିତ ଆରତୀ ଓ ଶ୍ରୀଜଗନ୍ନାଥ
ଭକ୍ତି ଆନ୍ଦୋଳନର ସମୟ । ୧୬ଶ ଶତାବ୍ଦୀର ପ୍ରାରମ୍ଭିକ ଭାଗ । ଏକଦା ଗୁରୁ ନାନକ ଶ୍ରୀଜଗନ୍ନାଥଙ୍କର ଦର୍ଶନ ନିମିତ୍ତ ଶ୍ରୀକ୍ଷେତ୍ର ପରିଭ୍ରମଣ (ଉଦାସୀ)ରେ ଆସିଥାନ୍ତି । ସେ ଯଦିଓ ଭକ୍ତି ମାର୍ଗର ପ୍ରଚାରକ ଥିଲେ ତେବେ ସେ ଈଶ୍ୱରଙ୍କ ସାକାର ସ୍ୱରୂପ ଓ ବାହ୍ୟ ଅର୍ଚ୍ଚନାର ପକ୍ଷପାତୀ ନଥିଲେ । ମାତ୍ର ସେ ଯେତେବେଳେ ଶ୍ରୀଜଗନ୍ନାଥଙ୍କୁ ପ୍ରଥମ ଥର ପାଇଁ ଦେଖିଲେ, ସେତେବେଳେ ସେ ଭାବିଲେ - "ପ୍ରଭୁଙ୍କର ଏ କି ଅଦ୍ଭୁତ ରୂପ ! ପ୍ରଭୁ ଜଗନ୍ନାଥ ନା ସାକାର ଅଟନ୍ତି ନା ନିରାକାର !" ପ୍ରଭୁଙ୍କର ଏହି କିମାକାର (କେଉଁ ଆକାର) ରୂପକୁ ଦେଖି ସେ ଆଶ୍ଚର୍ଯ୍ୟଚକିତ ହେଲେ ଓ ପ୍ରଭୁଙ୍କ ପ୍ରତି ତାଙ୍କ ମନରେ ଗଭୀର ଭକ୍ତି ଭାବ ଜାଗ୍ରତ ହେଲା । ସେ ନିଜସ୍ୱ ଶୈଳୀରେ ବସି ରହି ପ୍ରଭୁଙ୍କର ନାମକୀର୍ତ୍ତନ କରିବାକୁ ଲାଗିଲେ । ଏହା ମଧ୍ୟରେ ଶ୍ରୀଜଗନ୍ନାଥଙ୍କର ଆରତୀ ସମୟ ଉପନୀତ ହେଲା । ସୁଗନ୍ଧିତ ପୁଷ୍ପ, ଧୂପ, ଦୀପ ଆଦିରେ ସଜ୍ଜିତ ଦିବ୍ୟ ଥାଳି ତଥା ପ୍ରଭୁଙ୍କର ମାଙ୍ଗଳିକ ଆରତୀର ଧ୍ୱନି ମଧ୍ୟରେ ଗୁରୁ ନାନକ ଅନ୍ତର୍ମୁଖୀ ହୋଇଯାଇଥିଲେ ଏବଂ ତାଙ୍କର ଚକ୍ଷୁରୁ ଅବିରତ ଭାବେ ଆନନ୍ଦାଶ୍ରୁ ନିର୍ଗତ ହେବାକୁ ଲାଗିଲା । ପ୍ରଭୁଙ୍କର ଭକ୍ତିରେ ସେ ଏପରି ମଜ୍ଜି ଯାଇଥିଲେ ଯେ ସେ ଅନ୍ୟ ଭକ୍ତମାନଙ୍କ ପରି ପ୍ରଭୁଙ୍କୁ ଦଣ୍ଡାୟମାନ ଅବସ୍ଥାରେ ଦର୍ଶନ ଓ ତାଙ୍କର ନାମକୀର୍ତ୍ତନ କରି ନପାରି ପୂର୍ବବତ୍ ଅନ୍ତର୍ମୁଖୀ ହୋଇ ବସି ରହିଥିଲେ । ଯେତେବେଳ