Posts

ଆଇନର ଏପାଖ ସେପାଖ

ଆମ ସ୍କୁଲ ବେଳର ଦଣ୍ଡବିଧାନ ନିଆରା ଥିଲା। ସର୍ବେସର୍ବା ଥିଲେ ଶିକ୍ଷକ। ତାଙ୍କ ନିଷ୍ପତ୍ତି ସମସ୍ତେ ମାନିବାକୁ ବାଧ୍ୟ। ଶୃଙ୍ଖଳା ପାଇଁ ସେ ଜଣେ ମନିଟରକୁ ନିଯୁକ୍ତ କରିଥାନ୍ତି। ଧରନ୍ତୁ ରାମ ହେଲା ମନିଟର। ସେ କ୍ଲାସରେ ଶୃଙ୍ଖଳା ରକ୍ଷା କରିବ। ରାବେଣା ଯଦି ଲକ୍ଷ୍ମଣକୁ ବାଡେଇଲା ତେବେ ଏହା ଯଦି ରାମ ନଜରକୁ ଆସେ, ସେ ଶିକ୍ଷକଙ୍କୁ ଏ ବିଷୟରେ ଜଣେଇବ। ତତ୍ପରେ ଶିକ୍ଷକ କିଛି ଶୁଣିବା ଆଗରୁ ରାବେଣାକୁ ଦୁଇଟି ଉତ୍ତମ ମଧ୍ୟମ ଦେବେ ଏବଂ ତାର ସହଯୋଗୀ ଅହିରାବଣକୁ ମଧ୍ୟ ଭଲ ଭାବରେ କୁଟିବେ। କାରଣ ଶିକ୍ଷକଙ୍କୁ ଭଲ ଭାବରେ ଜଣାଥିବଯେ ପରିସ୍ଥିତି କଣ ହୋଇଥିବ। ଏପରିକି ସେ କେବେ କେବେ ନିଜ ଆଡୁ କେହି ନ କହିଲେ ବି କ୍ଳାସର ଦୁଷ୍ଟ ପିଲାଙ୍କୁ ଦୁଇ ଚାରିଟା ଉତ୍ତମ ମଧ୍ୟମ ଦିଅନ୍ତି ଶୃଙ୍ଖଳା ରକ୍ଷା ପାଇଁ। ଏହା ଥିଲା ଆମ ବେଳର କଥା। ବଡ ହୋଇଗଲେ କଥା ଦୋସରା। ଶିକ୍ଷକଙ୍କ ଜାଗାରେ ମାନ୍ୟବର ବିଚାରପତି ଆସିଯାଆନ୍ତି। ମନିଟରଙ୍କ ଜାଗା ନିଅନ୍ତି ପୋଲିସ ଅଫିସର। ଏବଂ ରାବେଣା ଯଦି ଲକ୍ଷ୍ମଣକୁ ବାଡେଇଲା ତେବେ ଲକ୍ଷ୍ମଣକୁ ପ୍ରଥମେ FIR ଦେବାକୁ ପଡିବ। ତାପରେ ଯାଇ ପୋଲିସ ତଦନ୍ତ ଆରମ୍ଭ କରିବେ। ଏବଂ ରାବେଣା ଯଦି ନେତାଙ୍କ ଖାସ ଲୋକ ହୋଇଥିବ କିମ୍ବା ପୋଲିସକୁ କିଛି ହାତଗୁଞ୍ଜା ଦେଇଥିବ, ତେବେ ଖେଳ ସେଇଠି ଶେଷ। ନଚେତ ପୋଲିସ ତଦନ୍ତ କରି କୋର୍ଟକୁ କେସ ଫରୱାର୍ଡ କରିବେ। ଏବେ ଆରମ୍ଭ ହେବ ଅସଲି ଖେଳ। ଶିକ୍ଷକ ଯେପରି ସବୁ ଜାଣି ରାବେଣ...

ଶିବ ନୈବେଦ୍ୟ ସେବନର ନିୟମ

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି ଆମେମାନେ ସାଧାରଣତଃ ଶିବଲିଙ୍ଗରେ ଲାଗି ହୋଇଥିବା ବେଲ ପତ୍ର, କଦଳୀ ଇତ୍ୟାଦିକୁ ପ୍ରସାଦ ଆକାରରେ ସେବନ କରିଥାଉ। ମାତ୍ର ଏହାକୁ ସେବନ କରିବାର ନିୟମ ଅଛି ଯାହାକି ଶିବ ପୁରାଣରେ ବର୍ଣ୍ଣିତ। ତାହା ହେଲା - ଶିବଙ୍କର ଦୀକ୍ଷା ନେଇଥିବା ଶିବ ଭକ୍ତ ପୁରୁଷଙ୍କ ନିମନ୍ତେ ସମସ୍ତ ଶିବଲିଙ୍ଗର ନୈବେଦ୍ୟ ଶୁଭ ଏବଂ ମହାପ୍ରସାଦ, ଅତଏବ ତାଙ୍କ ପାଇଁ ଏହା ସେବନୀୟ। ମାତ୍ର ଯେଉଁମାନେ ଅନ୍ୟ ଦେବତାଙ୍କ ଦୀକ୍ଷା ନେଇଛନ୍ତି, କିନ୍ତୁ ସେମାନଙ୍କର ଶିବଙ୍କ ପ୍ରତି ଭକ୍ତି ଅଛି, ସେମାନେ ଶିବ ନିର୍ମାଲ୍ୟ ସେବନ ସମୟରେ ନିମ୍ନ ନିୟମ ପାଳନ କରିବା ଉଚିତ। ଯେଉଁଠାରୁ ଶାଳଗ୍ରାମ ଶିଳାର ଉତ୍ପତ୍ତି ହୁଏ, ସେଠାରୁ ଉତ୍ପନ୍ନ ଲିଙ୍ଗରେ, ରସ ଲିଙ୍ଗରେ (ପାରଦ ଶିବଲିଙ୍ଗ), ପାଷାଣ, ରଜତ ତଥା ସୁବର୍ଣ୍ଣରେ ନିର୍ମିତ୍ତ ଲିଙ୍ଗରେ, ଦେବତା ତଥା ସିଦ୍ଧଙ୍କ ଦ୍ୱାରା ପ୍ରତିଷ୍ଠିତ ଲିଙ୍ଗରେ, କେସର ନିର୍ମିତ୍ତ ଲିଙ୍ଗରେ, ସ୍ଫଟିକ ଲିଙ୍ଗରେ, ରତ୍ନ ନିର୍ମିତ୍ତ ଲିଙ୍ଗରେ, ତଥା ସମସ୍ତ ଜ୍ୟୋତିର୍ଲିଙ୍ଗରେ ବିରାଜମାନ ଭଗବାନ ଶିବଙ୍କର ନୈବେଦ୍ୟର ସେବନ ଚାନ୍ଦ୍ରାୟାଣ ବ୍ରତର ସମାନ ପୁଣ୍ୟଦାୟକ। ବ୍ରହ୍ମହତ୍ୟା କରିଥିବା ପୁରୁଷ ମଧ୍ୟ ଯଦି ପବିତ୍ର ହୋଇ ଶିବ ନିର୍ମାଲ୍ୟର ସେବନ କରି ତାହାକୁ ଶିରରେ ଧାରଣ କରେ ତେବେ ତାହାର ସମସ୍ତ ପାପ ତୁରନ୍ତ ନଷ୍ଟ ହୋଇଥାଏ। କିନ୍ତୁ, ଯେଉଁଠାରେ ଚଣ୍ଡଙ୍କର (ଚଣ୍ଡେଶ୍ବେର, ଯେ କି ଶିବ ଗଣ...

ପୌରାଣିକ ମତରେ ରକ୍ଷା ବନ୍ଧନର ଉତ୍ପତ୍ତି ଓ ବିଧି

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି ଆମ ପରମ୍ପରାରେ ଶ୍ରାବଣ ପୂର୍ଣ୍ଣିମା ଦିନ ସାଧାରଣତଃ ଭଉଣୀମାନେ ନିଜ ଭାଇ ହାତରେ ରାଖୀ ବା ରକ୍ଷା ସୂତ୍ର ବାନ୍ଧି ଥାଆନ୍ତି ଏବଂ ଏହାର ପ୍ରତିବଦଳରେ ଭାଇଟି ନିଜର ଭଉଣୀକୁ ସମସ୍ତ ଆପଦ ବିପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥାଏ। ତେବେ ପୌରାଣିକ ମତରେ କିପରି ଏହି ରକ୍ଷା ବନ୍ଧନର ଉତ୍ପତ୍ତି ହୋଇଥିଲା, ରକ୍ଷା ସୂତ୍ରର ରୂପରେଖ କିପରି ଥିଲା ଓ କିପରି ଏହି ବିଧି ପାଳିତ ହେଉଥିଲା, ଆସନ୍ତୁ ଏବେ ଜାଣିବା। ଭବିଷ୍ୟ ପୁରାଣର ବର୍ଣ୍ଣନା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ରାଜା ଯୁଧିଷ୍ଠିରଙ୍କୁ କହୁଛନ୍ତି - "ମହାରାଜ! ପ୍ରାଚୀନ କାଳରେ ଦେବାସୁର ସଂଗ୍ରାମରେ ଦେବତାମାନଙ୍କ ଦ୍ୱାରା ଏକଦା ଦାନବମାନେ ପରାଜିତ ହୋଇଗଲେ। ତେଣୁ ଦାନବମାନେ ଦୁଃଖି ହୋଇ ଦୈତ୍ୟରାଜ ବଳୀଙ୍କ ସହିତ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଗଲେ ଓ ନିଜ ପରାଜୟର ବୃତ୍ତାନ୍ତ ତାଙ୍କୁ କହିଲେ।ଏହାଶୁଣି ଶୁକ୍ରାଚାର୍ଯ୍ୟ କହିଲେ - "ଦୈତ୍ୟରାଜ! ଆପଣଙ୍କୁ ବିଷାଦ କରିବା ଉଚିତ ନୁହେଁ। ଦୈଵବଶତଃ, କାଳର ପ୍ରଭାବରୁ ଜୟ ପରାଜୟ ଲାଗି ରହିଛି। ଏହି ସମୟରେ ତୁମେ ଏକ ବର୍ଷ ନିମିତ୍ତ ଦେବରାଜ ଇନ୍ଦ୍ରଙ୍କ ସହିତ ସନ୍ଧି କରିନିଅ, କାରଣ ଇନ୍ଦ୍ରଙ୍କ ପତ୍ନୀ ଶଚୀ ଇନ୍ଦ୍ରଙ୍କୁ ରକ୍ଷାସୂତ୍ର ବାନ୍ଧି ତାଙ୍କୁ ଅଜେୟ କରିଦେଇଛନ୍ତି। ତେଣୁ ତାହାରି ପ୍ରଭାବରେ ତୁମେ ଇନ୍ଦ୍ରଙ୍କ ଦ୍ୱାରା ପରାଜିତ ହୋଇଛ। ତେଣୁ ଏକ ବର୍...

ଉତ୍କଳୀୟ ପରମ୍ପରାରେ ବାଲୁକା କଳା

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି ଉତ୍କଳ କହିଲେ ସେହି ଦେଶକୁ ବୁଝାଏ ଯାହା "ଉତ୍କୃଷ୍ଟ କଳା" ନିମନ୍ତେ ପ୍ରସିଦ୍ଧ। ଉତ୍କଳର କଳା ଓ ସ୍ଥାପତ୍ୟ ସମଗ୍ର ବିଶ୍ୱରେ ଆଦୃତ। ଏହା ପ୍ରସ୍ତର/କାଷ୍ଠ ମୂର୍ତ୍ତି କାରିଗରୀ ହେଉ କି ରୁପା ତାରକସି କାରିଗରୀ, କିମ୍ବା ପଟ୍ଟଚିତ୍ର କଳା ହେଉ କି ପିପିଲିର ଚାନ୍ଦୁଆ କଳା। ଏ ସମସ୍ତ କଳା ଓଡ଼ିଶାକୁ ବିଶ୍ୱର କଳା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ସାହାଯ୍ୟ କରିଛନ୍ତି। ଏବେ ଆଉ ଏକ କଳା ଉତ୍କଳର ଏହି ଗୌରବମୟ କଳା ପରମ୍ପରାର ତାଲିକାରେ ଯୋଡି ହୋଇଯାଇଛି। ତାହା ହେଲା "ବାଲୁକା କଳା"। ଯେଉଁ ଶିଳ୍ପୀ, ବାଲୁକା କଳାକୁ ପାଥେୟ କରି ଓଡିଶାକୁ ବିଶ୍ୱ ଦରବାରରେ ଆଦୃତ କରିଛନ୍ତି, ସେ ହେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ତାଙ୍କ ପଛକୁ ଯେଉଁ ଯୁବ ଶିଳ୍ପୀ ମାନେ ଓଡ଼ିଶାର ଏହି ବାଲୁକା କଳାର ପରମ୍ପରାକୁ ଆଗେଇ ନେଇଛନ୍ତି ସେମାନେ ହେଲେ - ରଞ୍ଜନ କୁମାର ଗାଙ୍ଗୁଲି, ମାନସ କୁମାର ସାହୁ, ସୁଦାମ ପ୍ରଧାନ, ସୁବଳ ମହାରଣା, ସୁଚିତ୍ରା ମହାଶ୍ୱେତା ଇତ୍ୟାଦି। ତେବେ ଏହି ବାଲୁକା କଳା ଉତ୍କଳର ନିଜସ୍ୱ କଳା, ନା ଏହା ଆମେ ଅନ୍ୟଠାରୁ ଅନୁକରଣ କରି ଶିଖିଛେ, ଆସନ୍ତୁ ଏବେ ଜାଣିବା। ବର୍ଣ୍ଣିତ ଅଛି ଯେ ଏହି ବାଲୁକା କଳା ସର୍ଵ ପ୍ରଥମେ ମିଶର ଦେଶରେ ଆରମ୍ଭ ହୋଇଥିଲା ଯେଉଁଠାରେ କି ସେଠାକାର ଶିଳ୍ପୀ ମାନେ ବାଲି ଦ୍ୱାରା ପିରାମିଡ ତିଆରି କରୁଥିଲେ। ଶିଳ୍ପ...

ଶ୍ରାଦ୍ଧ କର୍ମର ମହନୀୟତା

ଉପସ୍ଥାପନା - କୁମାର ଅରୋଜ୍ୟୋତି ବିଶ୍ୱପ୍ରସିଦ୍ଧ ତାଜମହଲର ନିର୍ମାତା ମୋଗଲ ସମ୍ରାଟ ଶାହାଜହାନ୍ ତାଙ୍କର ଅନ୍ତିମ ଜୀବନରେ ତାଙ୍କର ପୁତ୍ର ଔରଙ୍ଗଜେବଙ୍କ ଦ୍ୱାରା କାରାଗାରରେ ବନ୍ଦୀ ହୋଇ ଅତ୍ୟନ୍ତ ଦୁର୍ବିସହ ଭାବେ ଜୀବନ ବିତାଉଥାନ୍ତି। ଔରଙ୍ଗଜେବ ତାଙ୍କ ପିତାଙ୍କ ପାଇଁ ପିଇବା ପାଣି ମଧ୍ୟ ମାପିଚୁପି ଏକ ଛିଦ୍ରଯୁକ୍ତ ମାଠିଆରେ ପଠାଉଥାନ୍ତି। ଏହାକୁ ସହ୍ୟ କରିନପାରି ଶାହାଜହାନ୍ ତାଙ୍କ ପୁତ୍ର ଔରଙ୍ଗଜେବଙ୍କୁ ଏକ ପତ୍ର ଲେଖିଲେ ଯେଉଁଥିରେ ଲେଖା ଥିଲା - "ଏ ପିସର ତୁ ଅଜବ ମୁସଲମାନୀ ଵ ପିଦରେ ଜିନ୍ଦା ଆଵ ତରସାନୀ । ଆଫରୀନ ଵାଦ୍ ହିନ୍ଦୱାନ ସଦ ଵାର ମୈଁ ଦେହଦଂ ପିଦରେ ମୂର୍ଦାରାୱା ଦାୟମ ଆଵ ।।" ଏହାର ଅର୍ଥ ଥିଲା - "ହେ ପୁତ୍ର, ତୁ ମଧ୍ୟ ବିଚିତ୍ର ମୁସଲମାନ ଅଟୁ ଯେ ନିଜର ଜୀଵିତ ପିତାଙ୍କୁ ଜଳପାନ କରିବା ପାଇଁ ମଧ୍ୟ ପୀଡା ଦେଉଛି। ସେହି ହିନ୍ଦୁମାନଙ୍କୁ ଶତ ଶତ ନମନ ଯେଉଁମାନେ କି ନିଜର ମୃତ ପୁର୍ବଜଙ୍କୁ ମଧ୍ୟ ଜଳ ପ୍ରଦାନ କରିଥାନ୍ତି।" ସାମ୍ରାଟ ଶାହାଜହାନ୍ ଯେତେବେଳେ ପାନୀୟ ଜଳାଭାବରୁ ସନ୍ତପ୍ତ ହେଉଥିଲେ ସେତେବେଳେ ସେ ହିନ୍ଦୁମାନଙ୍କର ନିଜ ପିତୃପୁରୁଷଙ୍କୁ ଜଳଦାନ କରିବା ପ୍ରକ୍ରିୟାର ପ୍ରଶଂସା ନକରି ରହିପାରିନଥିଲେ। ହିନ୍ଦୁମାନଙ୍କ ଦ୍ୱାରା ନିଜର ମୃତ ପୁର୍ବଜ ବା ପିତୃପୁରୁଷଙ୍କୁ ଜଳ ଦାନ କରିବା ପ୍ରକ୍ରିୟାକୁ ଜଳତର୍ପଣ କୁହାଯାଏ ଯାହାକି ଶ୍ରାଦ୍ଧ କର୍ମର ଏକ ମୂଖ୍ୟ ଅଂ...

କ୍ଷୌର-କର୍ମର ଶାସ୍ତ୍ରୀୟ ନିୟମାବଳୀ

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି କ୍ଷୌର-କର୍ମ କହିଲେ କେଶ, ଶ୍ମଶ୍ରୁ (ଦାଢ଼ି) ତଥା ନଖ କାଟିବାକୁ ବୁଝାଇଥାଏ। ଏହି କର୍ମ ସମ୍ପାଦନ କରିବା ବିଷୟରେ କେତେକ ଶାସ୍ତ୍ରୀୟ ନିୟମ ରହିଛି, ମାତ୍ର ଅନେକ ସମୟରେ ଆମେ ସେହିସବୁ ନିୟମ ସମ୍ବନ୍ଧରେ ଅଜ୍ଞ ରହିଥାଉ। ସାଧାରଣତଃ ଆମେ ଗୁରୁବାର, ସଂକ୍ରାନ୍ତି, ଜନ୍ମବାର, ବ୍ରତଉପବାସାଦି ଦିନକୁ ଛାଡି ଅନ୍ୟ ସବୁଦିନ କ୍ଷୌର ହୋଇଥାଉ। କିନ୍ତୁ ଶାସ୍ତ୍ରୀୟ ମତରେ ଆହୁରି ଅନେକ କେତେ ବାର ଓ ତିଥି ରହିଛି ଯେଉଁଦିନ କ୍ଷୌର-କର୍ମ କରିବାକୁ ନିଷେଧ କରାଯାଇଛି। ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା। ଏକାଦଶୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି, ବ୍ୟତିପାତ, ବିଷ୍ଟି (ଭଦ୍ରା), ବ୍ରତ ଦିନ, ଶ୍ରାଦ୍ଧ ଦିନ, ମଙ୍ଗଳବାର ଓ ଶନିବାର ଦିନ କ୍ଷୌର-କର୍ମ ବର୍ଜିତ। ଏତଦବ୍ୟତୀତ ଗର୍ଗାଦି ମୁନୀଙ୍କ କଥନାନୁସାରେ ରବିବାର ଦିନ ମଧ୍ୟ କ୍ଷୌର-କର୍ମ ବର୍ଜିତ। ପୁତ୍ରେଚ୍ଛୁ ଗୃହସ୍ଥ ଏବଂ ଏକପୁତ୍ରବାନ  ବ୍ୟକ୍ତିମାନେ ସୋମବାର ତଥା ବିଦ୍ୟା ଏବଂ ଲକ୍ଷ୍ମୀ କାମନା କରୁଥିବା ବ୍ୟକ୍ତି ମାନେ ଗୁରୁବାର ଦିନ କ୍ଷୌର-କର୍ମ କରିବା ଉଚିତ ନୁହେଁ। ଅତଏବ ଏଥିରୁ ସ୍ପଷ୍ଟ ଯେ ଅବିବାହିତ ବ୍ୟକ୍ତି, ଯେଉଁମାନେ କି ବିଦ୍ୟା ତଥା ଲକ୍ଷ୍ମୀ କାମନା କରୁଛନ୍ତି, ସେମାନେ ନିଷେଧ ତିଥି ବ୍ୟତୀତ ସୋମବାର, ବୁଧବାର ତଥା ଶୁକ୍ରବାର ଦିନ କ୍ଷୌର-କର୍ମ କରିପାରିବେ। ବିଦ୍ୟା ତଥା ଲକ୍ଷ୍ମୀଙ୍କର ଅଭିଳାଷ ନଥି...

ରାବଣ କାହିଁକି ପ୍ରଶସ୍ତିର ଯୋଗ୍ୟ ନୁହେଁ

Image
ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି ରାବଣକୁ ପ୍ରଶଂସା କରିବା ବା ତାର ପ୍ରଶସ୍ତି ଗାନ କରିବା ବର୍ତ୍ତମାନ ସମୟରେ ଏକ ଧାରାରେ ପରିଣତ ହୋଇଗଲାଣି। ଏ ବିଷୟ ମୁଖ୍ୟତଃ ଦଶହରା ସମୟରେ ଉତ୍ଥାପନ ହୁଏ ଯେତେବେଳେ କି ରାବଣର ପୁତ୍ତଳିକା ଦାହ କରାଯାଇଥାଏ। ଏହାକୁ ଯୁକ୍ତିଯୁକ୍ତ ବୋଲି ପ୍ରମାଣ କରିବାକୁ କେତେକ ଲୋକେ "ଅପହରଣ ପରେ ମା ସୀତାଙ୍କ ପ୍ରତି ତାର ବ୍ୟବହାର" ତଥା "ମହାନ ଶିଵଭକ୍ତ" ବୋଲି ଉପାଖ୍ୟାନ ଆଦିକୁ ପ୍ରମାଣ ରୂପେ ପରିବେଷଣ କରୁଛନ୍ତି। ତେବେ ମୁଁ ଏଠାରେ ଚର୍ଚ୍ଚା କରିବାକୁ ଚାହୁଁନାହିଁ ଯେ ରାବଣକୁ ଦାହ କରାଯିବା ଉଚିତ କି ନୁହେଁ, ମୁଁ ରାବଣ ସମ୍ବନ୍ଧରେ କେବଳ କେତେକ ମିଥ୍ୟା ଧାରଣା ଦୂର କରିବାକୁ ଚାହୁଁଛି। ମିଥ୍ୟା ଧାରଣା #୧: ରାବଣ ମା ସୀତାଙ୍କୁ ଅପହରଣ କରି ମଧ୍ୟ ଖରାପ ବ୍ୟବହାର କରି ନଥିଲା। ସତ୍ୟାସତ୍ୟ: ଏହା ସତ୍ୟ ଯେ ରାବଣ ମା ସୀତାଙ୍କୁ ଅପହରଣ କରି ମଧ୍ୟ ତାଙ୍କୁ ଖରାପ ବ୍ୟବହାର କରି ନଥିଲା। ତେବେ ତାର ଏହି ବ୍ୟବହାର ତାର ମହାନତା ନଥିଲା, ସେ ଏକ ଅଭିଶାପ ପାଇଥିବା ଯୋଗୁଁ ମା ସୀତାଙ୍କ ପ୍ରତି ଖରାପ ବ୍ୟବହାର କରିବାକୁ ସାହାସ କରିପାରିନଥିଲା। ଏକଦା ରାବଣ ଅପ୍ସରା ରମ୍ଭାଙ୍କୁ ଦେଖିଲା ଓ ତାଙ୍କ ରୂପରେ ମୁଗ୍ଧ ହୋଇ ତଥା କାମାସକ୍ତ ହୋଇ ତାଙ୍କୁ ପ୍ରେମର ନିବେଦନ କରିଥିଲା। ମାତ୍ର ରମ୍ଭା ତାଙ୍କୁ କହିଥିଲେ ଯେ ସେ ନଳକୁବେରଙ୍କୁ ଭଲ ପାଉଛନ୍ତି ଓ ସେହି ସମୟରେ ତାଙ୍କ...