Posts

ଆୟୁର୍ବେଦୋକ୍ତ ବିବିଧ ଭୋଜନ ଓ ଜଳପାନ ପାତ୍ରର ଗୁଣ

Image
ଆମେ ପୂର୍ବକାଳର ରାଜାରାଜୁଡ଼ା ଓ ସମ୍ଭ୍ରାନ୍ତ ବ୍ୟକ୍ତିବିଶେଷଙ୍କର ସୁନାରୁପାଦିରେ ନିର୍ମିତ ଭୋଜନ ଓ ଜଳପାନ ପାତ୍ରର ବ୍ୟବହାର ସମ୍ବନ୍ଧରେ ଶୁଣିଛେ ଓ ମ୍ୟୁଜିୟମ ମାନଙ୍କରେ ମଧ୍ୟ ଦେଖିଛେ । ତେବେ ଆମେ ଏହାକୁ କେବଳ ସମ୍ଭ୍ରାନ୍ତତାର ଏକ ପରିପ୍ରକାଶ ବୋଲି ଭାବିଛେ । ଏହାର କାରଣ ହେଉଛି, ଆମେ ଜାଣିଛେ ଯେ ସୁନାରୁପାଦି ମୂଲ୍ୟବାନ ଧାତୁ ସାଧାରଣତଃ ଅଳଙ୍କାରାଦି ଆଭୂଷଣ ପାଇଁ ବ୍ୟବହୃତ ହୋଇଥାଏ ଓ ଖାଦ୍ୟପାନାଦିରେ ଏହା ବଦଳରେ ସ୍ୱଳ୍ପ ମୂଲ୍ୟବାନ ପଦାର୍ଥରେ ନିର୍ମିତ ବାସନକୁସନର ବ୍ୟବହାର ମଧ୍ୟ କରାଯାଇପାରିବ ଯାହାକି ଉଭୟ ସ୍ୱାସ୍ଥ୍ୟକର ହେବାସହିତ ଦୀର୍ଘସ୍ଥାୟୀ ମଧ୍ୟ ହୋଇପାରିବ । ତେବେ ସୁନାରୁପାଦି ମୂଲ୍ୟବାନ ଧାତୁରେ ନିର୍ମିତ ବାସନକୁସନ ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ସର୍ବୋତ୍ତମ ତାହା ଆମମାନଙ୍କ ମଧ୍ୟରୁ ଅନେକ ଜାଣିନଥିବେ । ଆସନ୍ତୁ ଏବେ ସେ ସମ୍ପର୍କରେ ଜାଣିବା । ଆୟୁର୍ବେଦ ଶାସ୍ତ୍ରରେ ବିବିଧ ପଦାର୍ଥରେ ନିର୍ମିତ ଭୋଜନ ତଥା ଜଳପାନ ପାତ୍ରର ଭିନ୍ନ ଭିନ୍ନ ଗୁଣ ସମ୍ପର୍କରେ ବର୍ଣ୍ଣନା ରହିଛି । ଯଥା - * ସୁବର୍ଣ୍ଣର ଭୋଜନ ପାତ୍ର ଦୋଷମାନଙ୍କୁ ଦୂର କରିଥାଏ ତଥା ଦୃଷ୍ଟି ବର୍ଦ୍ଧକ ଓ ପଥ୍ୟ ହୋଇଥାଏ । * ରୌପ୍ୟ ନିର୍ମିତ ଭୋଜନ ପାତ୍ର ନେତ୍ର ପାଇଁ ହିତକର ହୋଇଥାଏ ତଥା ଏହା ବାତ ଓ କଫ ଦୋଷକୁ ବୃଦ୍ଧି କରିବା ସହିତ ପିତ୍ତ ଦୋଷକୁ ଦୂର କରିଥାଏ । * କଂସାର ଭୋଜନ ପାତ୍ର ଗୁଣରେ ବୁଦ୍ଧି ବର୍ଦ୍ଧକ, ରୁଚିକାରକ ଓ ...

ଏକ ତ୍ରୁଟି ବିଶ୍ଳେଷଣ

ଧର୍ମଗ୍ରନ୍ଥ ମାନଙ୍କରେ ଉଲ୍ଲେଖ ଅଛି ଯେ - ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚୀ ଅବନ୍ତିକା । ପୁରୀ ଦ୍ୱାରାବତୀ ଚୈବ ସପ୍ତୈତା ମୋକ୍ଷଦାୟିକାଃ ।। ଏହାର ଅର୍ଥ କରିବାକୁ ଯାଇ ଅନେକ ବିଦ୍ୱାନ ମଧ୍ୟ ଭ୍ରମରେ ପଡ଼ନ୍ତି । ସେମାନେ ଉକ୍ତ ଶ୍ଲୋକଟିର ଦ୍ଵିତୀୟ ଧାଡିର ପ୍ରଥମ ଶବ୍ଦଟିର (ପୁରୀ) ଅର୍ଥ ବର୍ତ୍ତମାନର ପୁରୀ ବା ଶ୍ରୀକ୍ଷେତ୍ର ବୋଲି କହନ୍ତି ଯାହାକି ତ୍ରୁଟିପୂର୍ଣ୍ଣ । ଏହା କାହିଁକି ତ୍ରୁଟିପୂର୍ଣ୍ଣ ଆସନ୍ତୁ ଜାଣିବା । ଶ୍ଲୋକଟି ମୋକ୍ଷ ପ୍ରଦାୟକ ସପ୍ତ ପୁରୀ ବା ସପ୍ତ ପବିତ୍ର ଧାମ ସମ୍ବନ୍ଧିତ । ଯଦି ଆମେ ଶ୍ଲୋକଟିରେ ପ୍ରଦତ୍ତ ପୁରୀ ଶବ୍ଦର ଅର୍ଥ ପୁରୀ ବା ଶ୍ରୀକ୍ଷେତ୍ର ବୋଲି ବୁଝିବା ତେବେ ଶ୍ଲୋକଟିରେ ବର୍ଣ୍ଣିତ ସମସ୍ତ ପବିତ୍ର ଧାମ ଗୁଡିକର ସଂଖ୍ୟା ଏହିପରି ହେବ - ୧) ଅଯୋଧ୍ୟା ୨) ମଥୁରା ୩) ମାୟା (ହରିଦ୍ୱାର)  ୪) କାଶୀ ୫) କାଞ୍ଚୀ (କାଞ୍ଚୀପୁରମ)  ୬) ଅବନ୍ତିକା (ଉଜ୍ଜୟିନୀ) ୭) ପୁରୀ (ଶ୍ରୀକ୍ଷେତ୍ର)  ୮) ଦ୍ୱାରାବତୀ (ଦ୍ଵାରିକାପୁରୀ) = ମୋଟ ୮ ଟି ଧାମ କିନ୍ତୁ ଶ୍ଲୋକଟିରେ ୭ ଟି ମୋକ୍ଷ ପ୍ରଦାୟକ ଧାମର ବର୍ଣ୍ଣନା କରାଯାଇଛି । ତେଣୁ ଆମର ବିଶ୍ଳେଷଣ ଭୁଲ । ସଠିକ ବିଶ୍ଳେଷଣ ହେଉଛି - ୭ ଟି ମୋକ୍ଷ ପ୍ରଦାୟକ ଧାମ ବା ପୁରୀ ଗୁଡିକ ହେଉଛି - ୧) ଅଯୋଧ୍ୟା ୨) ମଥୁରା ୩) ମାୟା (ହରିଦ୍ୱାର)  ୪) କାଶୀ ୫) କାଞ୍ଚୀ (କାଞ୍ଚୀପୁରମ)  ୬) ଅବନ୍ତିକା ପୁରୀ (ଉଜ୍ଜୟିନୀ) ୭) ଦ୍ୱାରାବତ...

ଫଳରସ ପାନ (Juice) ବନାମ ଗୋଟା ଫଳ ସେବନ

Image
ଋତୁ ଅନୁସାରେ ଉପଲବ୍ଧ ବିବିଧ ଫଳଗୁଡିକ ସେମାନଙ୍କର ସ୍ୱାଦ ତଥା ଲୋଭନୀୟ ରୂପ ଦ୍ୱାରା ଆମକୁ ଆକୃଷ୍ଟ କରିଥାନ୍ତି । ଏଇ ଧରନ୍ତୁ ଯେମିତିକି ଆମ୍ବ । ଆମ୍ବ କଥା ପଡୁ ପଡୁ ଆମ ପାଟିରେ ଲାଳ ଆସିଯାଏ । ସେହିପରି ଜାମୁକୋଳି, ସପୁରୀ, ଲିଚୁ ଆଦି ଅନେକ ଫଳ ରହିଛି ଯାହାର ସ୍ୱାଦ ଆମକୁ ଅନେକ ଆକୃଷ୍ଟ କରିଥାଏ । ଖାଲି ସ୍ୱାଦ ନୁହେଁ, ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଏମାନଙ୍କର ଯେ ମହତ୍ତ୍ୱ ରହିଛି ତାହା ସମ୍ବନ୍ଧରେ ଆମେ ସମସ୍ତେ ଅଳ୍ପ ବହୁତ ଅବଗତ । ତେବେ ଏହି ଫଳ ସେବନ କରିବା କଥା ଉଠିଲେ ଆମେ ସର୍ବପ୍ରଥମେ ଫଳରସ ବା Juice କଥା ଭାବୁ ଯାହାକି ଯନ୍ତ୍ର ପରିଚାଳିତ ଉପାୟରେ ପ୍ରସ୍ତୁତ ହୋଇଥାଏ ।  ଯେବେଠାରୁ ଯାନ୍ତ୍ରିକ ପଦ୍ଧତି ଆବିଷ୍କୃତ ହୋଇଛି ସେବେଠାରୁ ମନୁଷ୍ୟର ଜୀବନଶୈଳୀରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି । ଯନ୍ତ୍ରର ସାହାଯ୍ୟ ନେବାକୁ ଯାଇ ମନୁଷ୍ୟ ଅନେକାଂଶରେ ପୂର୍ବରୁ ନିଜେ ପରିଶ୍ରମ କରି କରିଆସୁଥିବା ସ୍ୱାଭାବିକ କର୍ମଗୁଡିକୁ ସେହି ଉପାୟରେ କରିବାକୁ କୁଣ୍ଠାବୋଧ କରିଛି । ତେଣୁ ଆଗରୁ ସେ ଯେତେବେଳେ ଫଳ ସବୁକୁ ଗୋଟା ଆକାରରେ ସେବନ କରୁଥିଲା, ବର୍ତ୍ତମାନ ସେ ସେସବୁକୁ ଯନ୍ତ୍ର ନିଷ୍ପୀଡିତ ଉପାୟରେ ବା Juice ଆକାରରେ ସେବନ କରୁଛି । ଏହି Juice ସ୍ୱାଦ ଦୃଷ୍ଟିରୁ ମଧ୍ୟ ଅନୁପମ ହୋଇଥିବାରୁ ଏହା ବଜାରରେ ସେହି ରୂପରେ ତାଜା କିମ୍ବା କୃତ୍ରିମ ସଂରକ୍ଷଣକର ଦ୍ରବ୍ୟାଦି ସହିତ ମିଶ୍ରିତ ହୋଇ ବିବିଧ ଆକର୍ଷଣୀୟ ବା...

ଆୟୁର୍ବେଦୋକ୍ତ ଜନପଦଧ୍ୱଂସ (ମହାମାରୀ) ଓ ପ୍ରତିକାର

ପ୍ରାଚୀନ କାଳରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମାନବ ସମାଜ ଅନେକ ମହାମାରୀର ଶିକାର ହୋଇଛି (ପ୍ଲେଗ, ବିବିଧ ଫ୍ଲୁ, ହଇଜା, ବସନ୍ତ, ଏଡସ ଆଦି) ଯେଉଁଥିରେ କି ଏକ ସମୟରେ ଦେଶ କିମ୍ବା ବିଶ୍ୱର ଅନେକ ଅଞ୍ଚଳର ଜନସମୁଦାୟ କୌଣସି ନିର୍ଦ୍ଦିଷ୍ଟ ରୋଗ କାରଣରୁ ମୃତ୍ୟୁ ମୁଖରେ ପଡିଛନ୍ତି । କେତେବେଳେ ବୈଜ୍ଞାନିକମାନେ ସେହି ରୋଗର ଔଷଧ ତଥା ଟୀକା ଉଦ୍ଭାବନ କରି ସଭ୍ୟତାକୁ ନବଜୀବନ ପ୍ରଦାନ କରିଛନ୍ତି ତ କେତେବେଳେ ମାନବ ସମାଜ ସଂଯମତା ତଥା ରୋଗ ନିବାରକ ଉପାୟ ମାନ ଅବଲମ୍ବନ କରି (ଯେପରିକି ଏଡସ କ୍ଷେତ୍ରରେ) ଏଥିରୁ ବର୍ତିଯାଇଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ପୁନଶ୍ଚ ମାନବ ସମାଜ ଆଉ ଏକ ଭୟଙ୍କର ମହାମାରୀର ସମ୍ମୁଖୀନ ହୋଇ (କରୋନା ଭୂତାଣୁ ଜନିତ) ନିଜର ଅସ୍ତିତ୍ବ ବଜାୟ ରଖିବାକୁ ସଂଘର୍ଷରତ । ଏହି ପରିପ୍ରେକ୍ଷୀରେ ଯେହେତୁ ଏ ପର୍ଯ୍ୟନ୍ତ ଏହି ମହାମାରୀର କୌଣସି ପ୍ରତିଷେଧକ କିମ୍ବା ଔଷଧିର ଆବିଷ୍କାର ହୋଇନାହିଁ, ଆସନ୍ତୁ ଜାଣିବା ଆୟୁର୍ବେଦୋକ୍ତ ଉପାୟରେ କିପରି ଆମେ ନିଜ ନିଜର ସ୍ୱାସ୍ଥ୍ୟ ରକ୍ଷା କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିପାରିବା । ବିଶ୍ୱର ସବୁଠାରୁ ପ୍ରାଚୀନ ଚିକିତ୍ସା ଶାସ୍ତ୍ର ହେଉଛି ଆୟୁର୍ବେଦ । ଏଥିରେ ମଧ୍ୟ ମହାମାରୀର ଉଲ୍ଲେଖ ରହିଛି ଯାହାପାଇଁ 'ଜନମାର', 'ଜନପଦଧ୍ୱଂସ' ଆଦି ଶବ୍ଦର ବ୍ୟବହାର କରାଯାଇଛି । ଆସନ୍ତୁ ଏ ସମ୍ବନ୍ଧରେ ସଂକ୍ଷେପରେ ଜାଣିବା ।  ଆୟୁର୍ବେଦ ମତରେ ଜ...

ମହାଦେବଙ୍କର ଭୂତଗଣଙ୍କର ଉତ୍ପତ୍ତି କଥା

ମହାଦେବଙ୍କର କଥା ବା ଲୀଳା ବର୍ଣ୍ଣନ ସମୟରେ ତାଙ୍କର ପ୍ରିୟ ଗଣ ବା ଭୂତଗଣଙ୍କର ଉଲ୍ଲେଖ ଅବଶ୍ୟ ଆସିଥାଏ । ଏହି ଭୂତମାନେ ଦେଖିବା ପାଇଁ ଯେପରି କିମ୍ଭୂତ କିମାକାର, ସେମାନଙ୍କର ଆଚରଣ ମଧ୍ୟ ସେହିପରି ବିଚିତ୍ର । ସେଥିପାଇଁ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ସମୟରେ ବରଯାତ୍ରୀରେ ଆସିଥିବା ଏହି ଭୂତଗଣଙ୍କର ରୂପ ଓ ଆଚରଣକୁ ଦେଖି ଦେବୀଙ୍କର ମାତା ମୂର୍ଚ୍ଛିତା ହୋଇଯାଇଥିଲେ । ତେବେ ଏପରି ବିକଟାଳ ରୂପ ଧାରଣ କରିଥିବା ତଥା ଅଦ୍ଭୁତ ଆଚରଣ କରୁଥିବା ଏହି ଭୂତଗଣ କିପରି ମହାଦେବଙ୍କର ପ୍ରିୟପାତ୍ର ହୋଇ ତାଙ୍କର ଗଣ ରୂପେ ସ୍ୱୀକୃତି ପାଇଲେ ତାହା ଜାଣିବା ନିମିତ୍ତ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ୱାଭାବିକ । ଏହି ଭୂତଗଣ ତେବେ କଣ ଆମ ନିତିଦିନିଆ ଘଟଣାରେ ବିବିଧ କଥା ପ୍ରସଙ୍ଗରେ ଆସୁଥିବା ଭୂତ ନା ଅନ୍ୟ କିଛି, ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା । ବ୍ରହ୍ମାଣ୍ଡ ପୁରାଣର ବର୍ଣ୍ଣନା ଅନୁସାରେ ସୃଷ୍ଟି ସଂରଚନା ସମୟରେ, କଶ୍ୟପ ଏବଂ ଦକ୍ଷ ପ୍ରଜାପତିଙ୍କ କନ୍ୟା ତଥା ଅନ୍ୟତମା ଲୋକମାତା 'କ୍ରୋଧବଶା' ବା 'କ୍ରୋଧା'ଙ୍କର ଔରସରୁ ଦ୍ୱାଦଶ କନ୍ୟାଙ୍କର ସୃଷ୍ଟି ହୋଇଥିଲା ଯେଉଁମାନେ କି 'ପୁଲସ୍ତ୍ୟ'ଙ୍କୁ ନିଜର ପତି ରୂପେ ବରଣ କରିଥିଲେ । ଏହି ଦ୍ୱାଦଶ କନ୍ୟାଙ୍କ ମଧ୍ୟରୁ ଅନ୍ୟତମା ଥିଲେ 'ଭୂତା' ଯାହାଙ୍କର ଔରସରୁ ଏକ ଲକ୍ଷ 'ଭୂତ' ଜନ୍ମ ଲାଭ କରିଥିଲେ । ଏହି  'ଭୂତ'ମାନଙ୍କ ମଧ...

ଦଶାବତାର ସ୍ତୋତ୍ର - ଆଦି ଶଙ୍କରାଚାର୍ଯ୍ୟ କୃତ

Image
~ ମୀନ ଅବତାର ~ ଚଳଲ୍ଲୋଳକଲ୍ଲୋଳକଲ୍ଲୋଳିନୀଶ ସ୍ଫୁରନ୍ନକ୍ରଚକ୍ରାତିବକ୍ତ୍ରାମ୍ବୁଲୀନଃ । ହତୋ ୟେନ ମୀନାବତାରେଣ ଶଙ୍ଖଃ ସ ପାୟାଦପାୟାଜ୍ଜଗଦ୍ବାସୁଦେବଃ ।। ଅର୍ଥାତ୍ - ଚଞ୍ଚଳ ଏବଂ ଉତ୍ତାଳ ତରଙ୍ଗଯୁକ୍ତ, ଉଚ୍ଛୁଳି ଉଠୁଥିବା ମଗର ମାଛ (କୁମ୍ଭୀର) ଏବଂ ବିକଟ ମୁଖଯୁକ୍ତ ଜୀବରେ ପରିପୂର୍ଣ୍ଣ ସମୁଦ୍ରର ଅତି ଭଉଁରୀ ଯୁକ୍ତ ଜଳରେ ବାସ କରୁଥିବା ଶଙ୍ଖାସୁରକୁ ଯେ ମୀନ ଅବତାରରେ ବଧ କରିଥିଲେ, ସେହି ବାସୁଦେବ ସମସ୍ତ ବିପତ୍ତିରୁ ଜଗତକୁ ରକ୍ଷା କରନ୍ତୁ । ~  କୂର୍ମ ଅବତାର  ~ ଧରା ନିର୍ଜରାରାତିଭାରାଦପାରା ଦକୂପାରନୀରାତୁରାଧଃ ପତନ୍ତୀ । ଧୃତା କୂର୍ମରୂପେଣ ପୃଷ୍ଠୋପରିଷ୍ଟେ  ସଦେବୋ ମୁଦେ ଵୋଽସ୍ତୁ ଶେଷାଙ୍ଗଶାୟୀ ।। ଅର୍ଥାତ୍ - ରାକ୍ଷସଙ୍କର ପାପର ମହାନ ଭାର କାରଣରୁ ସମୁଦ୍ରର ଜଳରେ ବ୍ୟାକୁଳ ତଥା ନିମଜ୍ଜିତ ହୋଇଥିବା ଧରା (ପୃଥିବୀ)କୁ ଯେ କଚ୍ଛପ ରୂପରେ ନିଜର ପୃଷ୍ଠ ଭାଗରେ ଧାରଣ କରିଥିଲେ, ସେହି ଶେଷନାଗ ଉପରେ ଶୟନ କରୁଥିବା ଭଗବାନ ବିଷ୍ଣୁ ସମସ୍ତଙ୍କୁ ସୁଖ ପ୍ରଦାନ କରନ୍ତୁ । ~  ବରାହ ଅବତାର  ~ ଉଦଗ୍ରେ ରଦାଗ୍ରେ ସଗୋତ୍ରାପି ଗୋତ୍ରା ସ୍ଥିତା ତସ୍ଥୁଷଃ କେତକାଗ୍ରେ ଷଡଙ୍ଘ୍ରେଃ । ତନୋତି ଶ୍ରିୟଂ ସଶ୍ରିୟଂ ନସ୍ତନୋତୁ ପ୍ରଭୁଃ ଶ୍ରୀବରାହାଵତାରୋ ମୁରାରିଃ ।। ଅର୍ଥାତ୍ - ଯାହାଙ୍କର ଉପରକୁ ଉଠିଥିବା ଦନ୍ତଦ୍ବୟ ଉପରେ ପର୍ବତ ଆଦି ସହିତ ପୃଥିବୀ ଅବସ୍ଥାପିତ ହୋ...

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

Image
~ ମୀନ ଅବତାର ~ ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍ ବିହିତବହିତ୍ରଚରିତ୍ରମଖେଦମ୍ । କେଶବ ଧୃତମୀନଶରୀର ଜୟ ଜଗଦୀଶ ହରେ ।। ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ମୀନ ଶରୀର ଧାରଣ କରିଥିଲେ ଓ ପ୍ରଳୟ ସମୁଦ୍ରରେ ବୁଡିଯାଉଥିବା ବେଦମାନଙ୍କୁ ନାଵ ରୂପକ ଆଶ୍ରୟ ପ୍ରଦାନ କରିଥିଲେ । ~  କଚ୍ଛପ ଅବତାର  ~ କ୍ଷିତିରତିବିପୁଳତରେ ତଵ ତିଷ୍ଠତି ପୃଷ୍ଠେ ଧରଣିଧରଣକିଣଚକ୍ରଗରିଷ୍ଠେ । କେଶଵ ଧୃତକଚ୍ଛପରୂପ ଜୟ ଜଗଦୀଶ ହରେ ।। ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ କଚ୍ଛପ ରୂପ ଧାରଣ କରି ନିଜର ପୃଷ୍ଠ ଭାଗରେ ବିରାଟ ପର୍ବତକୁ ଉପସ୍ଥାପିତ କରି ଏହାକୁ ଚକ୍ର ସଦୃଶ ସାଗର ମନ୍ଥନ କରିବା ଦିଗରେ ସହାୟକ ହୋଇଥିଲେ । ~  ସୂକର ଅବତାର  ~ ଵସତି ଦଶନଶିଖରେ ଧରଣୀ ତଵ ଲଗ୍ନା ଶଶିନି କଳଙ୍କକଳେଵ ନିମଗ୍ନା । କେଶଵ ଧୃତସୂକରରୂପ ଜୟ ଜଗଦୀଶ ହରେ ।। ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ସୂକର ରୂପ ଧାରଣ କରି ନିଜର ଦନ୍ତଦ୍ୱୟ ଉପରେ ଧରଣୀକୁ ଧରିରଖିଥିଲେ, ଯାହାକି ଚନ୍ଦ୍ର ଉପରେ ଥିବା ଛାୟା ସଦୃଶ ଦୃଷ୍ଟି ଅଗୋଚର (ନିମଜ୍ଜିତ) ହୋଇ ପୁନଃ ଦୃଶ୍ୟମାନ ହୋଇଥିଲା । ~  ନୃସିଂହ (ନରହରି) ଅବତାର ~ ତଵ କରକମଳଵରେ ନଖମଦ୍ଭୁତଶୃଙ୍ଗମ୍ ଦଳିତହିରଣ୍ୟକଶିପୁତନୁଭୃଙ୍ଗମ୍ । କେଶଵ ଧୃତନ...