Posts

କୋଣାର୍କ ମନ୍ଦିରର ପାର୍ଶ୍ୱଦେବତା ତ୍ରୟର ମୂର୍ତ୍ତିତତ୍ତ୍ୱ ଓ ତାତ୍ପର୍ଯ୍ୟ

Image
କୋଣାର୍କ ମନ୍ଦିର ସମ୍ବନ୍ଧରେ ଯଶଗାନ କରି ଅବୁଲ ଫଜଲ 'ଆଇନ-ଏ-ଅକବରୀ' ରେ କହିଛନ୍ତି - "ଏପରିକି ସେହି ବ୍ୟକ୍ତିମାନେ ଯେଉଁମାନଙ୍କର ବିଚାରଧାରା ସମାଲୋଚନାତ୍ମକ ଏବଂ ଯେଉଁମାନଙ୍କୁ ସନ୍ତୁଷ୍ଟ କରିବା ଅତ୍ୟନ୍ତ କଷ୍ଟସାପେକ୍ଷ, ସେମାନେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି ।" ବଲ୍ଖ ଦେଶର ପରିବ୍ରାଜକ ମାହମୁଦ-ବିନ୍-ଅମୀରୱାଲୀ ତାଙ୍କର ଭ୍ରମଣ ବୃତ୍ତାନ୍ତ 'ବାହର-ଅଲ୍-ଅସ୍ରାର୍' ରେ କୋଣାର୍କ ମନ୍ଦିର ସମ୍ବନ୍ଧରେ ଉଲ୍ଲେଖ କରି କହିଛନ୍ତି ଯେ - "ଏହାର ଉଚ୍ଚତା ଏତେ ଅଧିକ ଯେ ଏକଦା ଜନୈକ ମୋଗଲ ଯେକି ନିଜର ଶାରୀରିକ ଶକ୍ତି ତଥା ଶସ୍ତ୍ରନୈପୁଣ୍ୟ ପାଇଁ ପ୍ରସିଦ୍ଧ ଥିଲେ, ସେ ଏହାର ଚୁଡାକୁ ଲକ୍ଷ୍ୟ କରି ତୀର ମାରିବାକୁ ଚେଷ୍ଟା କରିଥିଲେ; ମାତ୍ର ତୀରଟି ମନ୍ଦିରର ଅର୍ଦ୍ଧେକ ଉଚ୍ଚତାକୁ ମଧ୍ୟ ଅତିକ୍ରମ କରିପାରିନଥିଲା ।" ମାତ୍ର ଆଜି କୋଣାର୍କର ସେହି ସୁର୍ଯ୍ୟ ମନ୍ଦିର କେବଳ ଏକ ଧ୍ବଂସସ୍ତୁପରେ ପରିବର୍ତ୍ତିତ । ନା ଅଛି ତାର ସେହି ନଭଶ୍ଚୁମ୍ବୀ ଗର୍ଭଗୃହ, ନା ଆଶ୍ଚର୍ଯ୍ୟ ଚକିତ କରୁଥିବା ଶିଳ୍ପୀମାନଙ୍କ ଦ୍ୱାରା ସଦ୍ୟ ପ୍ରସ୍ଫୁଟିତ ବିବିଧ ମୂର୍ତ୍ତିମାନଙ୍କର କଳା କମଳ ମାନ । କିନ୍ତୁ ଏବେ ମଧ୍ୟ ତାହାର ଭଗ୍ନ ମୂର୍ତ୍ତିଗୁଡିକର କମନୀୟ ଓ କାଳଜୟୀ ଭାସ୍କର୍ଯ୍ୟ ଦର୍ଶକମାନଙ୍କୁ ଆଚମ୍ବିତ କରିଥାଏ । ସେଥିପାଇଁ ଯଥାର୍ଥରେ କବିଗୁରୁ ରବୀନ୍ଦ୍ର ନାଥ ଠାକୁର ଏହ...

ରଜ ପର୍ବର ତାତ୍ତ୍ଵିକତା

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି ଜ୍ୟେଷ୍ଠ ମାସ ଶେଷ କିମ୍ବା ଆଷାଢ଼ ମାସ ଆରମ୍ଭରେ ପଡୁଥିବା ମିଥୁନ ସଂକ୍ରାନ୍ତି ରଜ ସଂକ୍ରାନ୍ତି ରୂପେ ପରିଚିତ । ଏହି ରଜ ସଂକ୍ରାନ୍ତିକୁ ରଜ ପର୍ବ ରୂପେ କେବଳ ଓଡ଼ିଶାରେ ହିଁ ପାଳନ କରାଯାଇଥାଏ । ତେଣୁ ଏହା ଓଡ଼ିଶାର ନିଜସ୍ୱ ପର୍ବ ଏବଂ ଏକ ଗଣ ପର୍ବ । ତେବେ କାହିଁକି ଏହି ପର୍ବ 'ରଜ' ନାମରେ ନାମିତ ଓ କଣ ରହିଛି ଏହାର ତାତ୍ତ୍ଵିକତା, ଆସନ୍ତୁ ଏବେ ଜାଣିବା । 'ରଜ' ଶବ୍ଦର ବିଭିନ୍ନ ଅର୍ଥ ରହିଥିଲେ ହେଁ ଏଠାରେ 'ରଜ' କହିଲେ ନାରୀମାନଙ୍କର ମାସିକ ଋତୁସ୍ରାବରେ ନିର୍ଗତ ଶୋଣିତକୁ ହିଁ ବୁଝାଇଥାଏ । କିନ୍ତୁ ଏଠାରେ ମୂଳତଃ ଯେଉଁ ନାରୀଙ୍କୁ ଆଧାର କରି ଏହି ପର୍ବଟି କେନ୍ଦ୍ରୀଭୂତ, ସେ ମାନୁଷୀ ନୁହଁନ୍ତି, ସେ ହେଉଛନ୍ତି ବସୁମତୀ ବା ପୃଥିବୀ ବା ଭୂଦେବୀ । 'ପଣ୍ଡିତ ସର୍ବସ୍ବ' ଗ୍ରନ୍ଥରେ ବର୍ଣ୍ଣନା ଅଛି ଯେ - "ବୃଷାନ୍ତେ ମିଥୁନସ୍ୟାଦୌ ତନ୍ମଧ୍ୟେଽପି ଦିନତ୍ରୟଂ ରଜସ୍ଵଳା ସ୍ୟାତ୍ ପୃଥିବୀ କୃଷି କର୍ମଣି ଗର୍ହିତା ।" ଅର୍ଥାତ - ବୃଷ ମାସର ଶେଷ (ମାସାନ୍ତ), ମିଥୁନ ମାସର ଆରମ୍ଭ (ସଂକ୍ରାନ୍ତି) ଏବଂ ତାର ପରଦିନ - ଏହିପରି ମୋଟ ତିନିଦିନ ପୃଥିବୀ ମାତା ବା ଭୂଦେବୀ ରଜସ୍ଵଳା ହୁଅନ୍ତି । ତେଣୁ ଏହି ତିନିଦିନ ଯାକ କୃଷି କାର୍ଯ୍ୟ ଗର୍ହିତ । ଏହି ରଜ ପର୍ବ ମୁଖ୍ୟତଃ ମିଥୁନ ସଂକ୍ରାନ୍ତିକୁ ନେଇ ପାଳିତ । ଏବଂ ଵିଷ୍ଣୁ ପୁରାଣ...

ଗୁରୁ କାହିଁକି କରିବା, ଗୁରୁ କାହାକୁ କରିବା ?

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି ଗୁରୁ କାହିଁକି କରିବା ? ବିଦ୍ୟା ଶିକ୍ଷା କରିବାକୁ ହେଲେ 'ଗୁରୁ' କରିବାକୁ ହୁଏ । ଆପଣ ହୁଏତ କହିପାରନ୍ତି ଯେ 'ଅମୁକ' ବ୍ୟକ୍ତି ଗୁରୁ ନ କରି ମଧ୍ୟ ସମାଜରେ ପ୍ରତିଷ୍ଠିତ ହୋଇପାରିଥିଲେ, ତେଣୁ 'ଗୁରୁ' କରିବା ନିହାତି ଆବଶ୍ୟକ ନୁହେଁ । ଏହାର ଉତ୍ତରରେ ମୁଁ ଏତିକି କହିପାରେ ଯେ - ସେହି 'ଅମୁକ' ବ୍ୟକ୍ତିମାନଙ୍କର ସଂଖ୍ୟା ସମାଜରେ ଖୁବ ନ୍ୟୁନ ଏବଂ 'The exceptions are not a rule' । ତେଣୁ ସେହି ମର୍ମରେ 'ଗୁରୁ' କରିବା ସମାଜର ଏକ ଗତାନୁଗତିକ ନିୟମ ଯାହାକୁ କି ସ୍ୱୟଂ ଭଗବାନ ମଧ୍ୟ ନିଜର 'ରାମ' ଏବଂ 'କୃଷ୍ଣ' ଅବତାରରେ ଯଥାକ୍ରମେ 'ବଶିଷ୍ଠ' ଏବଂ 'ସନ୍ଦିପନୀ'ଙ୍କ ମାଧ୍ୟମରେ ଅନୁସରଣ କରିଥିଲେ । ବର୍ତ୍ତମାନ ଆସନ୍ତୁ ଜାଣିବା ବିଦ୍ୟା ଓ ଗୁରୁଙ୍କର ପ୍ରକାରଭେଦ ବିଷୟରେ । ବିଦ୍ୟାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ - ୧) ଅପରା ବିଦ୍ୟା ୨) ପରା ବିଦ୍ୟା ୧) ଅପରା ବିଦ୍ୟା - ଏହା ସାଧାରଣତଃ ଲୌକିକ ବା ଭୌତିକ ବିଦ୍ୟାକୁ ବୁଝାଇଥାଏ ଯାହା ଶିକ୍ଷା ଲାଭ କରିବା ଦ୍ୱାରା ମନୁଷ୍ୟ ନିଜର ଜୀବିକା ନିର୍ବାହ କରିପାରିଥାଏ । ୨) ପରା ବିଦ୍ୟା - ଏହା ସାଧାରଣତଃ ଆଧ୍ୟାତ୍ମ ବିଦ୍ୟାକୁ ବୁଝାଇଥାଏ । ଲୌକିକ ବା ଭୌତିକ ବିଦ୍ୟା ବ୍ୟତିରେକ ଯେଉଁ ବିଦ୍ୟା ଦ୍ୱାରା ମନୁଷ...

ବୋଲ୍ ବମ୍ ଭକ୍ତ ଓ ପ୍ରକୃତ ଶିବ ଭକ୍ତି - ଏକ ସମୀକ୍ଷା

ଆଜିକାଲି ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଆମେ ରାସ୍ତାଘାଟରେ ବୋଲ୍ ବମ୍ ଭକ୍ତଙ୍କୁ ଗେରୁଆ ବସ୍ତ୍ର ପିନ୍ଧି, କାନ୍ଧରେ ଏକ ଦଣ୍ଡାକୃତି ବାଡ଼ି (କାଁୱଡ଼) କାନ୍ଧେଇଥିବାର ଦେଖିଥାଉ ଯାହାର ଉଭୟ ପାର୍ଶ୍ୱରେ ରଜ୍ଜୁ ଦ୍ୱାରା ପ୍ଲାଷ୍ଟିକ, ମାଟି କିମ୍ବା ଧାତୁ ପାତ୍ର ଓହଳି ରହିଥାଏ ଯେଉଁଥିରେ କି ସେମାନେ ଭଗବାନ ଶିବଙ୍କୁ ପବିତ୍ର ଶ୍ରାବଣ ମାସର ସୋମବାରରେ ଅଭିଷେକ କରିବା ନିମିତ୍ତ ବିଭିନ୍ନ ପୁଣ୍ୟତୋୟା ନଦୀର ଜଳ ନେଇକରି ଖାଲି ପାଦରେ ଅଗ୍ରସର ହୋଇଥାନ୍ତି । ଆଉ ଏଥିପାଇଁ ସେମାନେ ମଧ୍ୟ ଅନେକ ନିଷ୍ଠା ତଥା ତପଶ୍ଚର୍ଯ୍ୟା କରିଥାନ୍ତି । ତେବେ ଉଦ୍ବେଗଜନକ ବିଷୟ ହେଉଛି ଯେ, ଆଜିକାଲି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭକ୍ତ କେବଳ ବାହ୍ୟ ଆଡମ୍ବରରେ, ବିନା ଭକ୍ତିରେ, ନିଶା ଦ୍ରବ୍ୟ ସେବନ ଉଦ୍ଦେଶ୍ୟରେ ଏହି ଯାତ୍ରା କରିଥାନ୍ତି ଯାହାକି ଏହି ଯାତ୍ରାର ମହନୀୟତା ତଥା ଶାସ୍ତ୍ରୀୟତା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । କଣ ଉଦ୍ଦେଶ୍ୟ ଏହି ଯାତ୍ରାର, ଭଗବାନ ଶିବ କଣ ଏହି ଯାତ୍ରା ନିମିତ୍ତ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଶ୍ରାବଣ ମାସକୁ ଓ ଏହି ବୋଲ୍ ବମ୍ ଭକ୍ତଙ୍କୁ ଅନାଇ ରହିଥାନ୍ତି ? ଆସନ୍ତୁ ସେ ସମ୍ପର୍କରେ ଜାଣିବା । ଏହି ବୋଲ୍ ବମ୍ ଯାତ୍ରା ବା କାଁୱଡ଼ ଯାତ୍ରା ମୁଖ୍ୟତଃ ଏକ ଉତ୍ତର ଭାରତୀୟ ପରମ୍ପରା ଯାହାକି ପରବର୍ତ୍ତୀ କାଳରେ ସମଗ୍ର ଦେଶରେ ଏକ ବିଶେଷ ଯାତ୍ରା ରୂପେ ପରିଗଣିତ ହେବାରେ ଲାଗିଛି । ପ୍ରଥମ ବୋଲ୍ ବମ୍ ଯାତ୍ର...

ଗ୍ରାମୀଣ ରାସ୍ତାର ସେହି ଗ୍ରାମବାସୀ ଓ ଅନୁପ୍ରେରଣା

ଆପଣମାନେ ସମସ୍ତେ ଥରେ ଅଧେ କୌଣସି ଗ୍ରାମ ଆଡେ ବୁଲିବାକୁ ଯାଇଥିବେ କୌଣସି ନା କୌଣସି କାମରେ, ଏକ ଗ୍ରାମୀଣ ରାସ୍ତା ଦେଇ । ମନେ ପକାନ୍ତୁ ତ, ଯଦି ଆପଣ ନିଜର ସେହି ଗ୍ରାମୀଣ ଲକ୍ଷ୍ୟସ୍ଥଳୀ ସମ୍ପର୍କରେ ପୂର୍ଣ୍ଣ ରୂପେ ଅବଗତ ନଥିବେ, ତେବେ ଆପଣ ନିଶ୍ଚୟ ସେହି ରାସ୍ତାରେ ଯାଉଥିବା କୌଣସି ଗ୍ରାମବାସୀଙ୍କୁ ପଚାରିଥିବେ, "ଭାଇ, ଅମୁକ ଜାଗାଟି ଆଉ କେତେ ଦୂର ?" ଆପଣଙ୍କୁ ନିଶ୍ଚୟ ଏହିପରି ଏକ ଉତ୍ତର ମିଳିଥିବ - "ଆଉ ବେଶିଦୂର ନୁହେଁ, ଏଇ ଆଉ ଏକ କିଲୋମିଟର ହେବ ।" ଆପଣ ପୁନଶ୍ଚ ଏକ କିଲୋମିଟର ବା ତାଠାରୁ ଅଧିକ ପଥ ଅତିକ୍ରମ କଲାପରେ ଯେତେବେଳେ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଉପସ୍ଥିତ ହୋଇନଥିବ, ଆପଣ ପୁଣିଥରେ କୌଣସି ଅଜଣା ଗ୍ରାମବାସୀଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଆଉ କେତେଦୂର ବୋଲି ପଚାରିଥିବେ । ଏବଂ ଆପଣଙ୍କୁ ପୁଣିଥରେ ଉତ୍ତର ମିଳିଥିବ ଯେ - "ଆଉ ବେଶିଦୂର ନୁହେଁ, ଏଇ ଆଉ ଏକ କିଲୋମିଟର ହେବ ।" ଏହିଭଳି ଦୁଇ ତିନିଥର ଉପରୋକ୍ତ ଘଟଣାର ପୁନରାବୃତ୍ତି ହେବା ପରେ ଆପଣ ଯେତେବେଳେ ଅତିଷ୍ଠ ହୋଇପଡିଥିବେ ଓ ସନ୍ଦେହରେ ପଡିଥିବେ ଯେ ଆପଣ ଠିକ ରାସ୍ତାରେ ଆସିଛନ୍ତି ତ ଓ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଆଉ ବେଶୀ ଦୂର ନୁହେଁ ତ, ଠିକ ସେତିକିବେଳେ ଆପଣଙ୍କ ସମ୍ମୁଖରେ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଆସି ଉପସ୍ଥିତ ହୋଇଯାଇଥିବ । ପରେ ଆପଣ ଭାବିଥିବେ ଯେ, ଯଦି ଆପଣଙ୍କ ଲକ୍ଷ୍ୟସ୍ଥଳୀଟି ପ୍ରକୃତରେ ୪-୫ କିଲୋମିଟର ଦୂ...

ପ୍ରାଚ୍ୟ ଆଧ୍ୟାତ୍ମିକତାର ସତ୍ୟାସତ୍ୟ - ଏକ ପାଶ୍ଚାତ୍ୟ ଅନୁସନ୍ଧାନ

ଆଜିକାଲିର ସମାଜରେ ଏକ ବଡ଼ ବିତର୍କ ହୁଏ ଦୁଇଗୋଟି ଗୋଷ୍ଠୀ ମଧ୍ୟରେ । ଆଧ୍ୟାତ୍ମିକ ବିଶ୍ୱାସୀ ଓ ହେତୁବାଦୀ । ଆଧ୍ୟାତ୍ମିକ ବିଶ୍ୱାସୀମାନେ ଭଗବାନ, ଧାର୍ମିକ ଚିନ୍ତାଧାରା ଓ ଧାର୍ମିକ ବା ଆଧ୍ୟାତ୍ମିକ ଗୁରୁ ଇତ୍ୟାଦିରେ ବିଶ୍ବାସ ରଖୁଥିବା ବେଳେ ହେତୁବାଦୀ ମାନେ ଏସବୁକୁ ଅନ୍ଧବିଶ୍ୱାସ ବୋଲି କହି କେବଳ ବିଜ୍ଞାନସମ୍ମତ ଚିନ୍ତାଧାରାରେ ହିଁ ବିଶ୍ବାସ କରିଥାନ୍ତି । ତେବେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ସିନା ହୁଏ, କିନ୍ତୁ କିଏ ଠିକ ଓ କିଏ ଭୁଲ ତାହା ପ୍ରମାଣ କରିବା କଷ୍ଟକର ହୋଇପଡେ । ଏହି ତର୍କ ଆଜିର ନୁହେଁ, ଯେତେବେଳ ଠାରୁ ଆଧୁନିକ ବିଜ୍ଞାନର ପ୍ରଭାବରେ ମନୁଷ୍ୟ ପ୍ରାକୃତିକ ସତ୍ୟର ସତ୍ୟାସତ୍ୟ ସମ୍ବନ୍ଧରେ ଅବଗତ ହେବା ଆରମ୍ଭ ହୋଇଛି, ସେହିଦିନଠାରୁ ଏହି ତର୍କ ଉଭୟ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି । ଅନେକାଂଶରେ ପାଶ୍ଚାତ୍ୟ ଜଗତ ଏହି ହେତୁବାଦୀ ଚିନ୍ତାଧାରାର ପ୍ରତିନିଧିତ୍ୱ କରି ଆଧ୍ୟାତ୍ମିକ ଚିନ୍ତାଧାରାର ମୂଳସ୍ଥଳୀ ଭାରତବର୍ଷର ଯୋଗୀ ଋଷିମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଛି ଓ ସେମାନଙ୍କ ସତ୍ୟତା ଉପରେ ପ୍ରଶ୍ନ ମଧ୍ୟ କରିଛି । ସମୟ ବଦଳିବା ସହିତ ଆଧୁନିକ ଭାରତର ଅନୁସନ୍ଧିତ୍ସୁ ଜନଗୋଷ୍ଠୀ ମଧ୍ୟ ସେହି ପାଶ୍ଚାତ୍ୟ ହେତୁବାଦୀ ଚିନ୍ତାଧାରାର ସମର୍ଥନ ସ୍ୱରୂପ ଭାରତର ଯୋଗୀ ୠଷିମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ଆରମ୍ଭ କରିଛନ୍ତି । ତେବେ କଣ ଏହାର ସତ୍ୟାସତ୍ୟ, ଆସନ୍ତୁ ଏବେ ଜାଣିବା । ପ୍ରାଚ୍ୟ ଆଧ୍ୟା...

'ଚା' ପ୍ରସ୍ତୁତିର ଆୟୁର୍ବେଦୀୟ ବା ସଠିକ ଭାରତୀୟ ପଦ୍ଧତି

ଭାରତୀୟ ଜୀବନଚର୍ଯ୍ୟାରେ 'ଚା'ର ଏକ ବିଶେଷ ମହତ୍ତ୍ୱ ରହିଛି, ତାହା ଆଳସ୍ୟ ଭଗ୍ନ ନିମିତ୍ତ ପ୍ରାତଃକାଳୀନ ବା ସାୟଂକାଳୀନ ଚା ପାନ ହେଉ କି ଅତିଥିସତ୍କାରରେ ଅତିଥିମାନଙ୍କୁ ବିଶେଷ କପ ପ୍ଲେଟରେ ପରଷା ଯାଉଥିବା ସ୍ୱତନ୍ତ୍ର ଚା ହେଉ ଅଥବା ବନ୍ଧୁମାନଙ୍କ ସହିତ ରାସ୍ତାକଡର ଛୋଟ ଚା ଦୋକାନରେ ଖଟି ସମୟରେ ପାନ କରାଯାଉଥିବା ଚା ହେଉ; ଚା ବିନା ଆମର ଦିନଚର୍ଯ୍ୟା ସତେ ଯେପରି ଅସମ୍ପୂର୍ଣ୍ଣ ! ତେବେ ଭାରତୀୟମାନଙ୍କ ଦ୍ୱାରା ଅନୁକରଣୀୟ ଏହି ଚା ପାନର ପରମ୍ପରା ଅତି ପ୍ରାଚୀନ ନୁହେଁ । ଚା ର ବୃହତ ପରିମାଣର ବାଣିଜ୍ୟିକ ଉତ୍ପାଦନ ଓ ବ୍ୟବହାର ଭାରତରେ ପ୍ରଥମେ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ସେ ସମୟରୁ ଏହା ଆମ ଜୀବନଚର୍ଯ୍ୟାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆସିଅଛି । ତେବେ ଆମେ ଚା ପ୍ରସ୍ତୁତି ନିମିତ୍ତ ସାଧାରଣତଃ ଯେଉଁ ପଦ୍ଧତିକୁ ଅନୁକରଣ କରୁଛେ, ଯେପରିକି ଦୁଗ୍ଧ ସହିତ ଚା ଗୁଣ୍ଡକୁ ଫୁଟାଇ ସେଥିରେ ଚିନି ପକାଇ ପାନ କରିବା, କିମ୍ବା ଚା ଗୁଣ୍ଡକୁ ଗରମ ପାଣିରେ ଫୁଟାଇ ସେଥିରେ ଚିନି/ଲୁଣ ଅଥବା ଲେମ୍ବୁ ପକାଇ (ଲାଲ ଚା) ପାନ କରିବା, ଏଗୁଡିକ ସ୍ଵାସ୍ଥ୍ୟଗତ ଦୃଷ୍ଟିକୋଣରୁ ଆମ ପ୍ରାଚୀନ ଭାରତୀୟ (ଆୟୁର୍ବେଦୀୟ) ସିଦ୍ଧାନ୍ତର ଅନୁକୂଳ ନୁହେଁ । ଏହି ପଦ୍ଧତି ଗୁଡିକୁ ଯଦି ଆୟୁର୍ବେଦୀୟ ସିଦ୍ଧାନ୍ତ ଅନୁଯାୟୀ କିଞ୍ଚିତ ରୂପାନ୍ତରିତ କରାଯାଇପାରନ୍ତା, ତେବେ ତାହା ସ୍ଵାସ୍ଥ୍ୟ ରକ...