Posts

ମହାଦେବଙ୍କର ଭୂତଗଣଙ୍କର ଉତ୍ପତ୍ତି କଥା

ମହାଦେବଙ୍କର କଥା ବା ଲୀଳା ବର୍ଣ୍ଣନ ସମୟରେ ତାଙ୍କର ପ୍ରିୟ ଗଣ ବା ଭୂତଗଣଙ୍କର ଉଲ୍ଲେଖ ଅବଶ୍ୟ ଆସିଥାଏ । ଏହି ଭୂତମାନେ ଦେଖିବା ପାଇଁ ଯେପରି କିମ୍ଭୂତ କିମାକାର, ସେମାନଙ୍କର ଆଚରଣ ମଧ୍ୟ ସେହିପରି ବିଚିତ୍ର । ସେଥିପାଇଁ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ସମୟରେ ବରଯାତ୍ରୀରେ ଆସିଥିବା ଏହି ଭୂତଗଣଙ୍କର ରୂପ ଓ ଆଚରଣକୁ ଦେଖି ଦେବୀଙ୍କର ମାତା ମୂର୍ଚ୍ଛିତା ହୋଇଯାଇଥିଲେ । ତେବେ ଏପରି ବିକଟାଳ ରୂପ ଧାରଣ କରିଥିବା ତଥା ଅଦ୍ଭୁତ ଆଚରଣ କରୁଥିବା ଏହି ଭୂତଗଣ କିପରି ମହାଦେବଙ୍କର ପ୍ରିୟପାତ୍ର ହୋଇ ତାଙ୍କର ଗଣ ରୂପେ ସ୍ୱୀକୃତି ପାଇଲେ ତାହା ଜାଣିବା ନିମିତ୍ତ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ୱାଭାବିକ । ଏହି ଭୂତଗଣ ତେବେ କଣ ଆମ ନିତିଦିନିଆ ଘଟଣାରେ ବିବିଧ କଥା ପ୍ରସଙ୍ଗରେ ଆସୁଥିବା ଭୂତ ନା ଅନ୍ୟ କିଛି, ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା । ବ୍ରହ୍ମାଣ୍ଡ ପୁରାଣର ବର୍ଣ୍ଣନା ଅନୁସାରେ ସୃଷ୍ଟି ସଂରଚନା ସମୟରେ, କଶ୍ୟପ ଏବଂ ଦକ୍ଷ ପ୍ରଜାପତିଙ୍କ କନ୍ୟା ତଥା ଅନ୍ୟତମା ଲୋକମାତା 'କ୍ରୋଧବଶା' ବା 'କ୍ରୋଧା'ଙ୍କର ଔରସରୁ ଦ୍ୱାଦଶ କନ୍ୟାଙ୍କର ସୃଷ୍ଟି ହୋଇଥିଲା ଯେଉଁମାନେ କି 'ପୁଲସ୍ତ୍ୟ'ଙ୍କୁ ନିଜର ପତି ରୂପେ ବରଣ କରିଥିଲେ । ଏହି ଦ୍ୱାଦଶ କନ୍ୟାଙ୍କ ମଧ୍ୟରୁ ଅନ୍ୟତମା ଥିଲେ 'ଭୂତା' ଯାହାଙ୍କର ଔରସରୁ ଏକ ଲକ୍ଷ 'ଭୂତ' ଜନ୍ମ ଲାଭ କରିଥିଲେ । ଏହି  'ଭୂତ'ମାନଙ୍କ ମଧ...

ଦଶାବତାର ସ୍ତୋତ୍ର - ଆଦି ଶଙ୍କରାଚାର୍ଯ୍ୟ କୃତ

Image
~ ମୀନ ଅବତାର ~ ଚଳଲ୍ଲୋଳକଲ୍ଲୋଳକଲ୍ଲୋଳିନୀଶ ସ୍ଫୁରନ୍ନକ୍ରଚକ୍ରାତିବକ୍ତ୍ରାମ୍ବୁଲୀନଃ । ହତୋ ୟେନ ମୀନାବତାରେଣ ଶଙ୍ଖଃ ସ ପାୟାଦପାୟାଜ୍ଜଗଦ୍ବାସୁଦେବଃ ।। ଅର୍ଥାତ୍ - ଚଞ୍ଚଳ ଏବଂ ଉତ୍ତାଳ ତରଙ୍ଗଯୁକ୍ତ, ଉଚ୍ଛୁଳି ଉଠୁଥିବା ମଗର ମାଛ (କୁମ୍ଭୀର) ଏବଂ ବିକଟ ମୁଖଯୁକ୍ତ ଜୀବରେ ପରିପୂର୍ଣ୍ଣ ସମୁଦ୍ରର ଅତି ଭଉଁରୀ ଯୁକ୍ତ ଜଳରେ ବାସ କରୁଥିବା ଶଙ୍ଖାସୁରକୁ ଯେ ମୀନ ଅବତାରରେ ବଧ କରିଥିଲେ, ସେହି ବାସୁଦେବ ସମସ୍ତ ବିପତ୍ତିରୁ ଜଗତକୁ ରକ୍ଷା କରନ୍ତୁ । ~  କୂର୍ମ ଅବତାର  ~ ଧରା ନିର୍ଜରାରାତିଭାରାଦପାରା ଦକୂପାରନୀରାତୁରାଧଃ ପତନ୍ତୀ । ଧୃତା କୂର୍ମରୂପେଣ ପୃଷ୍ଠୋପରିଷ୍ଟେ  ସଦେବୋ ମୁଦେ ଵୋଽସ୍ତୁ ଶେଷାଙ୍ଗଶାୟୀ ।। ଅର୍ଥାତ୍ - ରାକ୍ଷସଙ୍କର ପାପର ମହାନ ଭାର କାରଣରୁ ସମୁଦ୍ରର ଜଳରେ ବ୍ୟାକୁଳ ତଥା ନିମଜ୍ଜିତ ହୋଇଥିବା ଧରା (ପୃଥିବୀ)କୁ ଯେ କଚ୍ଛପ ରୂପରେ ନିଜର ପୃଷ୍ଠ ଭାଗରେ ଧାରଣ କରିଥିଲେ, ସେହି ଶେଷନାଗ ଉପରେ ଶୟନ କରୁଥିବା ଭଗବାନ ବିଷ୍ଣୁ ସମସ୍ତଙ୍କୁ ସୁଖ ପ୍ରଦାନ କରନ୍ତୁ । ~  ବରାହ ଅବତାର  ~ ଉଦଗ୍ରେ ରଦାଗ୍ରେ ସଗୋତ୍ରାପି ଗୋତ୍ରା ସ୍ଥିତା ତସ୍ଥୁଷଃ କେତକାଗ୍ରେ ଷଡଙ୍ଘ୍ରେଃ । ତନୋତି ଶ୍ରିୟଂ ସଶ୍ରିୟଂ ନସ୍ତନୋତୁ ପ୍ରଭୁଃ ଶ୍ରୀବରାହାଵତାରୋ ମୁରାରିଃ ।। ଅର୍ଥାତ୍ - ଯାହାଙ୍କର ଉପରକୁ ଉଠିଥିବା ଦନ୍ତଦ୍ବୟ ଉପରେ ପର୍ବତ ଆଦି ସହିତ ପୃଥିବୀ ଅବସ୍ଥାପିତ ହୋ...

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

Image
~ ମୀନ ଅବତାର ~ ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍ ବିହିତବହିତ୍ରଚରିତ୍ରମଖେଦମ୍ । କେଶବ ଧୃତମୀନଶରୀର ଜୟ ଜଗଦୀଶ ହରେ ।। ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ମୀନ ଶରୀର ଧାରଣ କରିଥିଲେ ଓ ପ୍ରଳୟ ସମୁଦ୍ରରେ ବୁଡିଯାଉଥିବା ବେଦମାନଙ୍କୁ ନାଵ ରୂପକ ଆଶ୍ରୟ ପ୍ରଦାନ କରିଥିଲେ । ~  କଚ୍ଛପ ଅବତାର  ~ କ୍ଷିତିରତିବିପୁଳତରେ ତଵ ତିଷ୍ଠତି ପୃଷ୍ଠେ ଧରଣିଧରଣକିଣଚକ୍ରଗରିଷ୍ଠେ । କେଶଵ ଧୃତକଚ୍ଛପରୂପ ଜୟ ଜଗଦୀଶ ହରେ ।। ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ କଚ୍ଛପ ରୂପ ଧାରଣ କରି ନିଜର ପୃଷ୍ଠ ଭାଗରେ ବିରାଟ ପର୍ବତକୁ ଉପସ୍ଥାପିତ କରି ଏହାକୁ ଚକ୍ର ସଦୃଶ ସାଗର ମନ୍ଥନ କରିବା ଦିଗରେ ସହାୟକ ହୋଇଥିଲେ । ~  ସୂକର ଅବତାର  ~ ଵସତି ଦଶନଶିଖରେ ଧରଣୀ ତଵ ଲଗ୍ନା ଶଶିନି କଳଙ୍କକଳେଵ ନିମଗ୍ନା । କେଶଵ ଧୃତସୂକରରୂପ ଜୟ ଜଗଦୀଶ ହରେ ।। ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ସୂକର ରୂପ ଧାରଣ କରି ନିଜର ଦନ୍ତଦ୍ୱୟ ଉପରେ ଧରଣୀକୁ ଧରିରଖିଥିଲେ, ଯାହାକି ଚନ୍ଦ୍ର ଉପରେ ଥିବା ଛାୟା ସଦୃଶ ଦୃଷ୍ଟି ଅଗୋଚର (ନିମଜ୍ଜିତ) ହୋଇ ପୁନଃ ଦୃଶ୍ୟମାନ ହୋଇଥିଲା । ~  ନୃସିଂହ (ନରହରି) ଅବତାର ~ ତଵ କରକମଳଵରେ ନଖମଦ୍ଭୁତଶୃଙ୍ଗମ୍ ଦଳିତହିରଣ୍ୟକଶିପୁତନୁଭୃଙ୍ଗମ୍ । କେଶଵ ଧୃତନ...

ଶ୍ରୀଜଗଦୀଶ୍ବର ଶାସ୍ତ୍ରୀ ଓ ଶ୍ରୀରମଣ ମହର୍ଷିକୃତ ଏକ ଶ୍ଲୋକି

"ହୃଦୟକୁହରମଧ୍ୟେ କେବଳଂ ବ୍ରହ୍ମମାତ୍ରଂ ହ୍ୟହମହମିତି ସାକ୍ଷାଦାତ୍ମରୂପେଣ ଭାତି । ହୃଦି ବିଶ ମନସା ସ୍ବଂ ଚିନ୍ତ୍ୱତା ମଜ୍ଜତା ବା ପବନଚଳନରୋଧାଦାତ୍ମନିଷ୍ଠୋ ଭବ ତ୍ଵମ୍ ।।" ଅର୍ଥାତ - "ହୃଦୟର ଗୁମ୍ଫା ମଧ୍ୟରେ କେବଳ ବ୍ରହ୍ମ ମାତ୍ର ହିଁ ବିଦ୍ୟମାନ ଯେ 'ଅହମ୍ ଅହମ୍' ଏହି ସାକ୍ଷାତ ଆତ୍ମ ରୂପରେ ପ୍ରକାଶିତ ହୋଇଥାନ୍ତି । ଏହି ହୃଦୟ ମଧ୍ୟକୁ ଗଭୀର ଲମ୍ଫ ପ୍ରଦାନ କରି ମନ ଦ୍ୱାରା ଆତ୍ମଚିନ୍ତନ କର (ଜ୍ଞାନ ମାର୍ଗ ଅବଲମ୍ବନ କର) ଅଥବା ଏହି ହୃଦୟ ଗହ୍ୱରରେ ନିମଜ୍ଜିତ ହୁଅ (ଭକ୍ତି ମାର୍ଗ ଅବଲମ୍ବନ କର), ନଚେତ ପ୍ରାଣବାୟୁର ନିରୋଧ କରି (କର୍ମ-ଯୋଗ ମାର୍ଗ ଅବଲମ୍ବନ କରି) ଏହି ଆତ୍ମାରେ ସ୍ଥିତ ହୋଇଯାଅ (ଆତ୍ମନିଷ୍ଠ ହୁଅ)।" ଟିପ୍ପଣୀ: ଏହି 'ଏକ ଶ୍ଳୋକି'ର ପ୍ରଥମ ପଦ 'ହୃଦୟକୁହରମଧ୍ୟେ', ଶ୍ରୀ ଜଗଦୀଶ୍ବର ଶାସ୍ତ୍ରୀଙ୍କ ଦ୍ୱାରା ଲିଖିତ ଯେକି ଭଗବାନ ରମଣ ମହର୍ଷିଙ୍କର ଶିଷ୍ୟ ଥିଲେ । ଏହି ପଦଟି ଲେଖି ଆଗକୁ ସେ ଆଉ କିଛି ଲେଖିପାରି ନଥିଲେ  । ସେ କିଛି ସମୟ ବିରତି ନେବାପାଇଁ ପ୍ରସ୍ଥାନ କରନ୍ତେ, ଭଗବାନ ରମଣ ମହର୍ଷି ପରବର୍ତ୍ତୀ ପଦ ଗୁଡିକୁ ପୂରଣ କରି ଶେଷରେ 'ଜଗଦୀଶ' ବୋଲି ଲେଖିଦେଲେ । ପୁନଶ୍ଚ ଯେତେବେଳେ ଶ୍ରୀ ଜଗଦୀଶ୍ବର ଶାସ୍ତ୍ରୀ ପ୍ରତ୍ୟାବର୍ତ୍ତନ କଲେ ଓ ନିଜର ଅସମ୍ପୂର୍ଣ୍ଣ ପଦକୁ ସମ୍ପୂର୍ଣ୍ଣ ଦେଖି ତଳେ ତାଙ୍କର ନାମ ଲେଖା ହୋଇଥିବାର ଦେଖି...

ପ୍ରାତଃଶୌଚ ବିଧି - ଆୟୁର୍ବେଦୋକ୍ତ ଏବଂ ଆଧୁନିକ (ଏକ ତୁଳନାତ୍ମକ ଅନୁଶୀଳନ)

ଆମର ଦୈନନ୍ଦିନ ନିତ୍ୟକର୍ମର ପ୍ରାରମ୍ଭ ହୁଏ ନିଦ୍ରାଭଙ୍ଗ ପରେ ପ୍ରାତଃଶୌଚ ସହିତ । କେତେକ ମଳମୂତ୍ରାଦିର ବେଗ ଆସୁ ବା ନଆସୁ, ଶୌଚାଗାରକୁ ଯାଇ ଏହି ନିତ୍ୟକର୍ମଟିକୁ ସାରିଥାନ୍ତି, ହୁଏତ ଏଇଥିପାଇଁ ଯେ କାଳେ ଏହି କର୍ମଟି ଶିଘ୍ର ନସାରିଲେ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟାରେ ବିଳମ୍ବ ଘଟିବ । ମାତ୍ର ଆୟୁର୍ବେଦ ଶାସ୍ତ୍ର କୁହେ ଯେ - "ରାତ୍ରିରେ ଗ୍ରହଣ କରିଥିବା ଖାଦ୍ୟର ଜୀର୍ଣ୍ଣ ଅଜୀର୍ଣ୍ଣ ବିଚାର କରି ମଳମୂତ୍ରାଦିର ବେଗ ପ୍ରତୀତ ହେବା ମାତ୍ରେ ହିଁ ମଳମୂତ୍ରାଦି ତ୍ୟାଗ କରିବା ଉଚିତ ।" ତେଣୁ ବେଗର ଉପସ୍ଥିତି ବିନା ଏହି ନିତ୍ୟକର୍ମ କରିବା ଦ୍ୱାରା ଆମକୁ ଗୁଦଭ୍ରଂଶ ପରି ବିବିଧ ବ୍ୟାଧିର ଶିକାର ହେବାକୁ ପଡିପାରେ । ପୁନଶ୍ଚ ମଳମୂତ୍ରାଦିର ବେଗ ଉପସ୍ଥିତ ହେବା ମାତ୍ରେ ଏହାକୁ ତ୍ୟାଗ ନକରିବା ଦ୍ଵାରା ମଧ୍ୟ ପେଟ ଫାମ୍ପିବା, ଗୁଦରେ ପୀଡା, ମଳାବରୋଧ, ବସ୍ତି ପ୍ରଦେଶ ଓ ମୁତ୍ରେନ୍ଦ୍ରିୟରେ ଶୂଳ, ମୂତ୍ରକୃଛ୍ର ଆଦି ଲକ୍ଷଣ ଦେଖାଦେଇଥାଏ । ତେଣୁ ବୁଦ୍ଧିମାନ ବ୍ୟକ୍ତି ପ୍ରାତଃକାଳରେ ବେଗ ଉପସ୍ଥିତ ହେବା ମାତ୍ରେ ହିଁ ମଳମୂତ୍ରାଦି ତ୍ୟାଗ କରିବା ଉଚିତ ଯାହା କି ଆୟୁର୍ବେଦ ଅନୁସାରେ ଆୟୁର ବର୍ଦ୍ଧନ କରିବା ସହିତ ପେଟର ଗୁରୁତାକୁ ଦୂର କରିଥାଏ । ଆୟୁର୍ବେଦ ମତରେ ସର୍ବଦା ମଳମୂତ୍ରାଦି ତ୍ୟାଗ, ପୂର୍ବ କିମ୍ବା ଉତ୍ତରାଭିମୁଖ ହୋଇ, କୌଣସି ଚିନ୍ତା ନକରି, ମୌନତା ପୂର୍ବକ, ଉତ୍କଟାସନରେ, ମୁଖ ଏବଂ ଶିର ଆଦିକ...

ଶ୍ରୀନୃସିଂହ ଭକ୍ତ ଆଦି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ପଦ୍ମପାଦ

ପ୍ରଭୁ ନୃସିଂହ ଆପଣମାନଙ୍କର ଆଧ୍ୟାତ୍ମିକ, ଆଧିଦୈବୀକ ଓ ଆଧିଭୌତିକ ସନ୍ତାପକୁ ହରଣ କରନ୍ତୁ । ପରମ ନୃସିଂହ ତଥା ଵିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କ କଥା ତ ଆପଣମାନେ ଶ୍ରବଣ କରିଥିବେ, କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଏହି କଳିଯୁଗର ଏକ ପରମ ନୃସିଂହ ଭକ୍ତଙ୍କ ଉପାଖ୍ୟାନ ସମ୍ପର୍କରେ କହିବି, ଯାହା ହୁଏତ ଆପଣମାନଙ୍କୁ ଅଜ୍ଞାତ ଥିବ । ସେ ହେଉଛନ୍ତି ସନନ୍ଦନ, ଯିଏକି ପରବର୍ତ୍ତୀ କାଳରେ ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଶ୍ରୀପଦ୍ମପାଦାଚାର୍ଯ୍ୟ ନାମରେ ପ୍ରସିଦ୍ଧି ଲାଭ କରିଥିଲେ । ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ପଟ୍ଟଶିଷ୍ୟ ଥିଲେ ପରମ ଗୁରୁଭକ୍ତ, ପୁରୀ ଗୋବର୍ଦ୍ଧନ ପୀଠର ପ୍ରଥମ ଆଚାର୍ଯ୍ୟ ଶ୍ରୀପଦ୍ମପାଦାଚାର୍ଯ୍ୟ । ସେ ଶଙ୍କରଙ୍କର ଶିଷ୍ୟତ୍ୱ ଗ୍ରହଣ କରିବା ପୂର୍ବରୁ ପ୍ରଭୁ ନୃସିଂହଙ୍କର ଆରାଧନା କରୁଥିଲେ । ଏକଦା ସନନ୍ଦନ ବଳପର୍ବତ ଶିଖରରେ ଥିବା ଗୁମ୍ଫା ମଧ୍ୟରେ ରହି ଶ୍ରୀନୃସିଂହଙ୍କର ଆରାଧନାରେ ସମୟ ଅତିବାହିତ କରୁଥିଲେ । ତାଙ୍କୁ ଏହିପରି ଆରାଧନା କରିବାର ଅନେକ କାଳ ବ୍ୟତୀତ ହୋଇଗଲା, କିନ୍ତୁ ତାଙ୍କୁ ନିଜର ଆରାଧ୍ୟ ଦେବତାଙ୍କର ଦର୍ଶନ ମିଳିଲା ନାହିଁ । ସନନ୍ଦନଙ୍କର ଏହି ସାଧନା, ସେହି ପର୍ବତ ଶିଖରରେ ବିଚରଣ କରୁଥିବା ଏକ କିରାତ ଯୁବକ ମଧ୍ୟ ଦେଖୁଥିଲେ ଓ ସେ ଦିନେ ସନନ୍ଦନଙ୍କୁ ପଚାରିଲେ ଯେ ସେ କାହାର ସାଧନା କେଉଁ ଉଦ୍ଦେଶ୍ୟରେ କରୁଛନ୍ତି ? ଉତ୍ତରରେ ସନନ୍ଦନ ତାଙ୍କୁ କହିଲେ ଯେ ସେ ଶ୍...

ଏକ ଶ୍ଲୋକି ଶଙ୍କର ବିଜୟ

ଅର୍ଯ୍ୟାମ୍ବାଜଠରେ ଜନିଃ ଦ୍ଵିଜସତୀଦାରିଦ୍ର୍ୟନିର୍ମୂଳନଂ ସନ୍ୟାସାଶ୍ରୟଣଂ ଗୁରୁପସଦନଂ ଶ୍ରୀମଣ୍ଡନାଦେର୍ଜୟଃ । ଶିଷୌଧଗ୍ରହଣଂ ସୁଭାଷ୍ୟରଚନଂ ସର୍ବଜ୍ଞପୀଠାଶ୍ରୟଃ ପୀଠାନାଂ ରଚନେତି ସଂଗ୍ରହମୟୀ ସୈଷା କଥା ଶାଂକରୀ ।। ଅର୍ଯ୍ୟାମ୍ବାଙ୍କ ଜଠରରେ ଜନ୍ମ ନେଇ, ଦ୍ଵିଜସତୀଙ୍କର ଦାରିଦ୍ର୍ୟ ନିର୍ମୂଳନ କରି, ଗୁରୁ (ଗୋବିନ୍ଦ ଭଗବତ୍ପାଦ)ଙ୍କ ନିକଟକୁ ଯାଇ ସନ୍ୟାସ ଗ୍ରହଣ କରି, ଶ୍ରୀମଣ୍ଡନ ଆଦିଙ୍କୁ ଜୟ କରି, (ଶ୍ରୀମଣ୍ଡନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ) ଶିଷ୍ୟ ଗ୍ରହଣ କରି, (ଶ୍ରୀମଦ୍ଭଗବଦ୍ଗୀତା, ବ୍ରହ୍ମସୂତ୍ର ଆଦି ଶାସ୍ତ୍ରର) ସୁଭାଷ୍ୟ ରଚନା କରି, ସର୍ବଜ୍ଞ ପୀଠ ଆରୋହଣ କରି, (ଭାରତବର୍ଷର ଚତୁର୍ଦିଗରେ) ବିବିଧ ପୀଠ ମାନ ସ୍ଥାପନ କରି, ଅନେକ (ମୌଳିକ) ରଚନା ସୃଷ୍ଟି କରିଥିବା ଶଙ୍କରଙ୍କ ଏହାହିଁ (ସଂକ୍ଷିପ୍ତ) କଥା ।