Posts

Showing posts from June, 2023

ଶ୍ରୀହନୁମାନଙ୍କ କପୀଶ ରୂପ କାହିଁକି

Image
  ଜୟ ହନୁମାନ ଜ୍ଞାନ ଗୁଣ ସାଗର । ଜୟ 'କପୀଶ' ତିହୁଁ ଲୋକ ଉଜାଗର ॥ ହରି ଓ ହର ଦୁହିଁଙ୍କୁ ଭିନ୍ନ ଭାବେ ଦେଖିବା ଅଥବା ତାଙ୍କ ମଧ୍ୟରୁ ଜଣଙ୍କୁ ଅନ୍ୟ ଜଣଙ୍କ ଠାରୁ ଶ୍ରେଷ୍ଠ ପ୍ରତିପାଦନ କରିବା ନିମନ୍ତେ ଚେଷ୍ଟା କରିବା ଦୋଷାବହ । କାରଣ ଉଭୟେ ଅଭିନ୍ନ । ତେଣୁ ଶ୍ରୀହରି ଯେତେବେଳେ ଶ୍ରୀରାମ ରୂପରେ ଧରାପୃଷ୍ଠରେ ଅବତୀର୍ଣ୍ଣ ହେଲେ, ଭଗବାନ ଶିବ ତାଙ୍କ ସାନ୍ନିଧ୍ୟ ଲାଭ କରିବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତେ ବା କିପରି ? ତେଣୁ ସେ ଶ୍ରୀହନୁମାନ ରୂପରେ ଅବତାର ଗ୍ରହଣ କରିଥିଲେ । ତେବେ ସେ 'କପୀଶ' ରୂପରେ କାହିଁକି ଅବତାର ଗ୍ରହଣ କଲେ ତାହା ଜାଣିବା ନିମନ୍ତେ ଆମେ ଏହା ପୂର୍ବରୁ ଘଟିଥିବା ପ୍ରସଙ୍ଗ ଉପରେ କିଞ୍ଚିତ୍ ଆଲୋକପାତ କରିବା । ଆମେ ଜାଣୁ ଭଗବାନ ଶିବଙ୍କ ଦ୍ଵାରପାଳ ତଥା ପ୍ରମୁଖ ଗଣ ହେଉଛନ୍ତି ନନ୍ଦୀ ଯେକି ସାକ୍ଷାତ୍ ରୁଦ୍ର ସ୍ବରୂପ । ମାତ୍ର ପରବର୍ତ୍ତୀ ସମୟରେ ସେ କପିମୁଖ ବା ବାନରମୁଖ ହୋଇଥିଲେ । ନନ୍ଦୀ କିପରି କପିମୁଖ ହେଲେ ସେ ସମ୍ବନ୍ଧୀୟ ବର୍ଣ୍ଣନା ସ୍କନ୍ଦ ପୁରାଣରେ ରହିଛି । ସ୍କନ୍ଦ ପୁରାଣର ମାହେଶ୍ୱର ଖଣ୍ଡ ଅନ୍ତର୍ଗତ କେଦାର ଖଣ୍ଡରେ ବର୍ଣ୍ଣିତ ଅଛି ଯେ -  "ନନ୍ଦୀଙ୍କର କପିମୁଖ ହେଉଛି ତାଙ୍କର ଶିଵ ଉପାସନାର ଇପ୍ସିତ ଫଳ । ଭଗବାନ ଶିବ ଏକଦା ନନ୍ଦୀଙ୍କୁ ତାଙ୍କ ସାରୁପ୍ୟର ବରଦାନ ଦେବାକୁ ଚାହିଁଥିଲେ, କିନ୍ତୁ ନନ୍ଦୀ ସ୍ୱୟଂ ଏହାକୁ ସ୍ୱୀକାର ନ କରି ନିଜ ନିମିତ୍ତ କପି ସଦୃଶ ମୁ

ଧନ୍ଵନ୍ତରି ଭାଗ - ସେକାଳର ଚିକିତ୍ସକଙ୍କ ରୋଗୀ ପରାମର୍ଶ ପାଉଣା

Image
ଚିକିତ୍ସା ବୃତ୍ତିକୁ ଆମେ ସମସ୍ତ ବୃତ୍ତି ମଧ୍ୟରେ ସର୍ବଶ୍ରେଷ୍ଠ ବୋଲି କହୁ କାରଣ ଏହା ଏକ ମହତ ବୃତ୍ତି ଯାହା ମାଧ୍ଯମରେ ଚିକିତ୍ସକଟିଏ ରୋଗୀର ଜୀବନରକ୍ଷା କରିଥାଏ ଅଥବା ତାହାର ପିଡ଼ାକୁ ଲାଘବ କରିଥାଏ । ତେବେ ଏଥିନିମନ୍ତେ ଚିକିତ୍ସକ ରୋଗୀ ଠାରୁ ନିଜର ପରାମର୍ଶ ପ୍ରଦାନ ନିମିତ୍ତ ପାଉଣା ନେଇଥାଏ ଜୀବନଧାରଣ ପାଇଁ । ଅଧିକନ୍ତୁ ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ଏହି ଧାରଣା ବଳବତ୍ତର ହେଉଛି ଯେ ଚିକିତ୍ସକ ଗୋଷ୍ଠୀ ନିଜର ଜୀବିକା ଅଥବା ସେବା ପାଇଁ ନୁହେଁ, କେବଳ ଅର୍ଥ ଉପାର୍ଜନ ନିମନ୍ତେ ଏହି ବୃତ୍ତିକୁ ଆପଣେଇଛନ୍ତି । ରୋଗୀଙ୍କ ଠାରୁ ଆଗୁଆ ପରାମର୍ଶ ପାଉଣା ରଖିବା, ରୋଗୀ ଗୁରୁତର ବା ଅସମର୍ଥ ଥିଲେ ମଧ୍ୟ ରୋଗୀ ପରାମର୍ଶ ନିମନ୍ତେ ତା'ର ଗୃହକୁ ନ ଯିବା, ବିନା ପାଉଣାରେ ଅଭାବଗ୍ରସ୍ତ ରୋଗୀକୁ ନ ଦେଖିବା, ସୀମିତ ସମୟସୀମା ମଧ୍ୟରେ ଯେତେ ସମ୍ଭବ ସେତେ ଅଧିକ ରୋଗୀ ଦେଖିବା ଆଦି ଘଟଣା ମଧ୍ୟ ଏହି ଧାରଣାକୁ କେତେକାଂଶରେ ଠିକ ବୋଲି ପ୍ରମାଣିତ କରେ । ଏ ପରିପ୍ରେକ୍ଷୀରେ ମନରେ ସ୍ଵତଃ ଏକ ପ୍ରଶ୍ନ ଉଙ୍କି ମାରେ - ଅତୀତରେ ଚିକିତ୍ସକଙ୍କର ପାଉଣା ବିଷୟରେ କିଛି ମାର୍ଗଦର୍ଶିକା ଥିଲା କି ? ସେ ସମୟରେ ଅଭାବଗ୍ରସ୍ତ ରୋଗୀ କିପରି ଚିକିତ୍ସୀୟ ପରାମର୍ଶ ପାଉଥିଲେ ? ଉପରୋକ୍ତ ପ୍ରଶ୍ନ ସବୁର ଉତ୍ତର ଆମେ ଆୟୁର୍ବେଦ ଗ୍ରନ୍ଥ ରସରତ୍ନସମୁଚ୍ଚୟ ରେ ପାଇ ପାରିବା । ଏହି ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଚିକିତ୍ସକଟିଏ ରୋଗୀପରୀକ୍ଷା ପରେ

ଦ୍ଵିତୀୟ କୋଣାର୍କ - ସମ୍ଭବ କି ?

Image
ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ କାହାକୁ ବା ଆକର୍ଷିତ କରି ନଥାଏ ? ଏହାର ଅନୁପମ ଭାସ୍କର୍ଯ୍ୟ ବିଧର୍ମୀଙ୍କ ଆକ୍ରମଣ ତଥା କାଳର କରାଳ ପ୍ରବାହରେ ଅବକ୍ଷୟ ହୋଇଥିଲେ ସୁଦ୍ଧା ଏଯାବତ୍ ଏହା ଦେଖଣାହାରୀଙ୍କୁ ବିସ୍ମିତ କରିଥାଏ । ଅନେକ ସମୟରେ ମନରେ ସ୍ଵତଃ ଏକ ପ୍ରଶ୍ନ ଉଠେ - ଭଗ୍ନ କୋଣାର୍କ ମନ୍ଦିରକୁ ବିଶିଷ୍ଟ ମୂର୍ତ୍ତିକାରଙ୍କ ସହାୟତାରେ ପୁନଃ ଗଢ଼ି ହୁଅନ୍ତା ନାହିଁ, କିମ୍ବା ଆଉ ଏକ କୋଣାର୍କ ମନ୍ଦିରଟିଏ ନିର୍ମାଣ କରାଯାଇ ପାରନ୍ତା ନାହିଁ ? ଏହାର ଉତ୍ତରରେ ମୋର ଏହି ଆଲେଖ୍ୟ । ମୋର ମଧ୍ୟ ଏହି ଧାରଣା ଥିଲା ଯେ ଦ୍ଵିତୀୟ କୋଣାର୍କ ମନ୍ଦିର ଗଢ଼ିବା ସମ୍ଭବ । ମାତ୍ର ଏହି ଧାରଣା ଅମୂଳକ ବୋଲି ପ୍ରମାଣିତ ହେଲା ସେତେବେଳେ, ଯେତେବେଳେ କି ମୁଁ କୋଣାର୍କ ମନ୍ଦିର ସମ୍ମୁଖରେ ଥିବା Interpretation Centre (Indian Oil Foundation ଦ୍ଵାରା ସ୍ଥାପିତ) ପରିଦର୍ଶନରେ ଗଲି । ସେଠାରେ ଭାରତର ବିଶିଷ୍ଟ ସ୍ଥପତିଙ୍କ ଦ୍ୱାରା ନିର୍ମିତ କୋଣାର୍କର ମୂଳ ସ୍ଥାପତ୍ୟର କିଛି ପ୍ରତିରୂପ ଦେଖିଲି ଓ ଅନୁଭବ କଲି ଯେ ସେକାଳର ମୂର୍ତ୍ତି ଏବେ ପୁନଃ ନିର୍ମାଣ କରିବା ପ୍ରାୟତଃ ଅସମ୍ଭବ । ବର୍ତ୍ତମାନ ଆପଣମାନେ ସଂଲଗ୍ନ ଚିତ୍ରଟିକୁ ଦେଖନ୍ତୁ । ସଂଲଗ୍ନ ଚିତ୍ରଟିର ବାମ ପାର୍ଶ୍ଵରେ ରହିଛି ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ଥିବା କୋଣାର୍କ ମନ୍ଦିରର ମୂଳ ମୂର୍ତ୍ତି - ବରୁଣାଣୀ, ଯିଏକି ବରୁଣ (ଅଷ୍ଟ ଦିଗପାଳଙ୍କ ମଧ୍ୟରୁ ଅନ୍ୟ

'ରୁଦ୍ର ଭାଗ' - ଔଷଧ ବିକ୍ରେତାଙ୍କ ଠାରୁ ପ୍ରାପ୍ତ ଚିକିତ୍ସକଙ୍କ ନୈତିକ କମିଶନ

Image
ଆଜିର ଯୁଗରେ ଏକ ମାରାତ୍ମକ ବ୍ୟାଧି ଚିକିତ୍ସକ ସମାଜକୁ କବଳିତ କରିଛି । ତାହା ହେଉଛି ଅନୈତିକ କମିଶନ । ଏହା ହେଉଛି ଚିକିତ୍ସକଟିଏ ଔଷଧ ଚିଠା (Prescription) ରେ ବିବିଧ ଔଷଧ କମ୍ପାନୀଙ୍କ ଉତ୍ପାଦ ଲେଖିବା ନିମନ୍ତେ ସଂପୃକ୍ତ କମ୍ପାନୀଙ୍କ ଠାରୁ ପାଉଥିବା କମିଶନ ତଥା ରୋଗ ନିଦାନ ନିମନ୍ତେ ବିବିଧ ରୋଗୀ ପରୀକ୍ଷା ସମ୍ପର୍କିତ ଚିକିତ୍ସୀୟ ପରାମର୍ଶ ପାଇଁ ସଂପୃକ୍ତ ନିଦାନ ସଂସ୍ଥା ଠାରୁ ନେଉଥିବା କମିଶନ । ଉଭୟ ଅନୈତିକ ଏବଂ ସାମାଜିକ ବ୍ୟାଧି ସଦୃଶ । କାରଣ ଏହାଦ୍ୱାରା ଚିକିତ୍ସକଙ୍କର ମୂଳ ଲକ୍ଷ୍ୟ - 'ସର୍ବନିମ୍ନ ଉପାୟ ତଥା ମୂଲ୍ୟ ବିନିମୟରେ ରୋଗୀର ରୋଗ ନିଦାନ ଓ ଚିକିତ୍ସା' ବାଧାପ୍ରାପ୍ତ ହୋଇଥାଏ ଏବଂ ଏହା ଚିକିତ୍ସକ ପରି ଆଦର୍ଶ ସ୍ଥାନୀୟ ବୃତ୍ତିକୁ କେବଳ ଏକ ଅର୍ଥ ଉପାର୍ଜନକାରୀ ବୃତ୍ତିରେ ପରିଣତ କରିଥାଏ । ଆଜିର ଯୁଗରେ ଚିକିତ୍ସକମାନେ ଅନୈତିକ ଉପାୟରେ ଔଷଧ କମ୍ପାନୀଙ୍କ ଏକ ନିର୍ଦ୍ଦିଷ୍ଟ ପରିମାଣର ବିକ୍ରୟ (Target sale) ଲକ୍ଷ୍ୟରେ  ସହଯୋଗ ଦେଇ ସେମାନଙ୍କ ଠାରୁ ପାଉଥିବା ବହୁମୂଲ୍ୟ ଉପହାର, ବିଦେଶ ଭ୍ରମଣର ସୁବିଧା ଆଦି କାହାରି ଠାରୁ ଅଛପା ନୁହେଁ । ତେବେ ଏହାର ନିରାକରଣର ଉପାୟ କଣ ? ନିରାକରଣର ଉପାୟଟି ପ୍ରାଚୀନ ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ । ତାହା ହେଲା ଔଷଧ ଚିଠା (Prescription) ରେ ବିବିଧ ଔଷଧ ନିର୍ମାତା ବା ଔଷଧ ଦୋକାନୀଙ୍କ ଉତ୍ପାଦ ଲେଖିବା ନିମନ୍ତେ ସଂପୃକ୍ତ ସଂସ୍ଥା ଠାରୁ ଏକ ନୈ

ଡ଼ାକ୍ତରୀ ଚିଠାରେ ℞ ଚିହ୍ନର ପ୍ରାସଙ୍ଗିକତା

Image
ନିକଟ ଅତୀତରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂହ ଚୌହାନ ଙ୍କର ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଯେଉଁଥିରେ ସେ ଚିକିତ୍ସକ ମାନଙ୍କୁ ଡ଼ାକ୍ତରୀ ଚିଠାରେ ℞ ଚିହ୍ନ ନ ଲେଖି ତା' ବଦଳରେ 'ଶ୍ରୀ ହରି' ଲେଖିବାକୁ ପରାମର୍ଶ ଦେଇଥିଲେ । ତାଙ୍କର ମନ୍ତବ୍ୟର ଉଦ୍ଦେଶ୍ୟ ଥିଲା ℞ ହେଉଛି ବିଦେଶୀ ଭାଷାର ପ୍ରତୀକ, ତେଣୁ ଏହା ବଦଳରେ ଆମେ ସ୍ୱଦେଶୀ ଭାଷାର ପ୍ରତୀକ ରୂପେ 'ଶ୍ରୀ ହରି' ଲେଖିବା ଅଧିକ ସମିଚୀନ ହେବ । ବିବାଦ ଆହୁରି ବ୍ୟାପକ ହେଲା ଯେତେବେଳେ କିଛି ଚିକିତ୍ସକ ମଧ୍ୟ ତାଙ୍କର ପରାମର୍ଶକୁ ଗ୍ରହଣ କରି ଡ଼ାକ୍ତରୀ ଚିଠାରେ 'ଶ୍ରୀ ହରି' ଲେଖିବାକୁ ଆରମ୍ଭ କଲେ । ଏ ପ୍ରସଙ୍ଗରେ ବିବାଦ ଘନୀଭୂତ ହେବାରୁ National Medical Commission କୁ ମାର୍ଗ ପ୍ରଦର୍ଶନ ନିମିତ୍ତ ଅନୁରୋଧ କରାଗଲା । ତେବେ ଯାହା ହେଉ ଏହି ଆଲେଖ୍ୟର ବିଷୟବସ୍ତୁ ହେଉଛି - ଡ଼ାକ୍ତରୀ ଚିଠାରେ ℞ ର ବ୍ୟବହାର କିପରି ଆରମ୍ଭ ହେଲା ଓ ଆଜିର ଦିନରେ ଏହାର କଣ ପ୍ରାସଙ୍ଗିକତା ରହିଛି । ℞ ହେଉଛି ଲାଟିନ ଶବ୍ଦ 'Recipere' ର ସଂକ୍ଷିପ୍ତ ରୂପ ଯାହାର ଅର୍ଥ ହେଉଛି 'Take thou' ବା 'ଆପଣ (ରୋଗୀ) ନିଅନ୍ତୁ' । ଏହାର ବ୍ୟବହାର ମଧ୍ୟ ଯୁଗରେ ଆରମ୍ଭ ହୋଇଥିଲା ଯେଉଁଥିରେ କି ପ୍ରଥମେ ଏହା କେବଳ R ରୂପେ ଲେଖା ହେଉଥିଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ x ଯୋଡ଼ାଗଲା ଡ଼ାକ

କୋଣାର୍କର ଭାସମାନ ସୂର୍ଯ୍ୟ ମୂର୍ତ୍ତିର ସତ୍ୟାସତ୍ୟ ସମ୍ପର୍କରେ

Image
ଲୋକକଥା ବା କିମ୍ବଦନ୍ତୀ ଆଧାରରେ କୋଣାର୍କ ମନ୍ଦିରର ଗର୍ଭଗୃହରେ ଥିବା ସୂର୍ଯ୍ୟ ଦେବଙ୍କର ଅଧିଷ୍ଠାତ୍ରୀ ଦେବମୂର୍ତ୍ତି ଏହାର ଉର୍ଦ୍ଧ୍ବ ଦେଶରେ ଥିବା ବିଶାଳ ଚୁମ୍ବକ ଦ୍ବାରା ଆକର୍ଷିତ ହୋଇ ଶୂନ୍ୟରେ ଭାସମାନ ଅବସ୍ଥାରେ ଥିଲା ଯାହାକି ବାସ୍ତବିକ ଏକ ଆଶ୍ଚର୍ଯ୍ୟ ଥିଲା । ପରବର୍ତ୍ତୀ ସମୟରେ କୋଣାର୍କ ମନ୍ଦିର ବିଧର୍ମୀମାନଙ୍କ ଦ୍ଵାରା ଭଗ୍ନ ହେବା ପରେ ଏହା ଅବହେଳିତ ଅବସ୍ଥାରେ ରହିଥିଲା ଏବଂ ଏହି ସମୟରେ ଏକ ବିଦେଶୀ ଜଳଯାହାଜ ଏହାର ଶୀର୍ଷ ଦେଶରେ ଥିବା ସେହି ବିଶାଳ ଚୁମ୍ବକ ଦ୍ଵାରା ଗଭୀର ଭାବରେ ପ୍ରଭାବିତ ହେବା ଯୋଗୁଁ ସେମାନଙ୍କ ଦ୍ଵାରା ଏହା ଅପସାରିତ ହୋଇଥିଲା ଓ ଫଳସ୍ୱରୁପ ଗର୍ଭଗୃହଟି ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡ଼ିଥିଲା । ତେବେ ତଥାକଥିତ ଏହି ବିଶାଳ ଚୁମ୍ବକଟିର ସତ୍ୟାସତ୍ୟ ନେଇ ଆସନ୍ତୁ ସମ୍ୟକ୍ ରୂପେ ଆଲୋଚନା କରିବା । ପ୍ରଥମତଃ ଯଦି ସୂର୍ଯ୍ୟ ମୂର୍ତ୍ତିଟି ଭାସମାନ ଅବସ୍ଥାରେ ଥିଲା, ତେବେ ଏହାର ପାରମ୍ପରିକ ଉପାସନା ଆଦି କର୍ମ ହୋଇପାରି ନ ଥିବ, ଯେପରିକି ଏହାର ବେଶ, ଅଭିଷେକ ଆଦି କର୍ମ । ତେବେ କୋଣାର୍କ ମନ୍ଦିରର ଗର୍ଭଗୃହରେ ଥିବା ରତ୍ନବେଦୀ ଉପରିସ୍ଥ ବିବିଧ ବ୍ୟାବହାରିକ ଚିହ୍ନରୁ ଏହା ସୁସ୍ପଷ୍ଟ ଯେ ଏହା ଉପରେ ସ୍ଥାପିତ ସୂର୍ଯ୍ୟ ଦେବଙ୍କର ମୂର୍ତ୍ତିଟିର ଅଭିଷେକ ଉପାସନା ଆଦି କର୍ମ କରାଯାଉଥିଲା ଏବଂ ଏହି କର୍ମାଦି ନିମିତ୍ତ ବ୍ୟବହୃତ ଉପକରଣ ଗୁଡିକର ବ୍ୟବହାର ଚିହ୍ନ ରତ୍ନବେଦୀ ଉପରେ ଏବେ ମଧ୍ୟ ସୁସ୍ପଷ୍

ପାଣ୍ଡବଙ୍କର ନାମ କୀର୍ତ୍ତନ ମହତ୍ତ୍ଵ

Image
  ଧର୍ମୋ ବିବର୍ଦ୍ଧତି ଯୁଧିଷ୍ଠିରକିର୍ତ୍ତନେନ  ପାପଂ ପ୍ରଣଶ୍ୟତି ବୃକୋଦରକିର୍ତ୍ତନେନ । ଶତ୍ରୁର୍ବିନଶ୍ୟତି ଧନଞ୍ଜୟକିର୍ତ୍ତନେନ  ମାଦ୍ରୀସୁତୌ କଥୟତାଂ ନ ଭବନ୍ତି ରୋଗାଃ ।। [ପାଣ୍ଡବ ଗୀତାରୁ ଉଦ୍ଧୃତ] ଯୁଧିଷ୍ଠିରଙ୍କ ନାମ ନେବା ଦ୍ଵାରା ଧର୍ମର ବୃଦ୍ଧି ଘଟିଥାଏ, ଭୀମଙ୍କ ନାମ ନେବା ଦ୍ଵାରା ପାପ ଦୂର ହୋଇଥାଏ, ଅର୍ଜୁନଙ୍କ ନାମ ନେବା ଦ୍ଵାରା ଶତ୍ରୁ ନାଶ ହୋଇଥାନ୍ତି ତଥା ମାଦ୍ରୀସୁତ ନକୁଳ ଓ ସହଦେବଙ୍କ ନାମ ନେବା ଦ୍ଵାରା ରୋଗ ସୃଷ୍ଟି ହୋଇ ନଥାଏ । [ସଂଲଗ୍ନ ଦ୍ରୌପଦୀଙ୍କ ସହିତ ପାଣ୍ଡବଙ୍କ ତୈଳଚିତ୍ର ରାଜା ରବି ବର୍ମା କୃତ]

ଶିବ ଲିଙ୍ଗର ତାତ୍ତ୍ୱିକ ବିଶ୍ଳେଷଣ

Image
ସନାତନ ଧର୍ମରେ ଈଶ୍ବରଙ୍କ ସାକାର ଆରାଧନାର ପ୍ରାଚୀନତମ ସ୍ଵରୂପ ହେଉଛି ଶିବ ଲିଙ୍ଗ । ତେବେ ଅନେକ ବ୍ୟକ୍ତି ଭ୍ରମ ବା ମିଥ୍ୟା ଧାରଣାର ବଶବର୍ତ୍ତୀ ହୋଇ ଶିବ ଲିଙ୍ଗକୁ ପୁରୁଷ ଯୌନାଙ୍ଗ ସହିତ ତୁଳନା କରନ୍ତି । ଅତି ପ୍ରାଚୀନ ଭାସ୍କର୍ଯ୍ୟ ଗୁଡ଼ିକରେ ମଧ୍ୟ ପୁରୁଷ ଯୌନାଙ୍ଗ ସଦୃଶ ଶିବ ଲିଙ୍ଗ ଦେଖିବାକୁ ମିଳେ ଯାହାକି ଏହି ଧାରଣାକୁ ବଳବତ୍ତର କରେ । ବିଧର୍ମୀମାନେ ସନାତନୀମାନଙ୍କୁ ଲିଙ୍ଗ ବା ପୁରୁଷ ଯୌନାଙ୍ଗ ଉପାସକ ବୋଲି ମଧ୍ୟ କୁହନ୍ତି । ତେବେ ଶିବ ଲିଙ୍ଗର ତାତ୍ତ୍ଵିକ ଅର୍ଥ ବାସ୍ତବିକ ଏହାଠାରୁ ଭିନ୍ନ ଅଟେ ଯାହାକି ଶିବ ପୁରାଣରେ ବର୍ଣ୍ଣିତ । ଏହାର ବର୍ଣ୍ଣନା ଅନୁଯାୟୀ ଶିବ ଲିଙ୍ଗ ହେଉଛି - ୧) ଶିବଙ୍କର ନିଷ୍କଳ ବା ନିରାକାର ସ୍ୱରୂପ - ଏକମାତ୍ର ଭଗବାନ ଶିବହିଁ ବ୍ରହ୍ମରୂପ ହେବା କାରଣରୁ ନିଷ୍କଳ ବା ନିରାକାର ଅଟନ୍ତି। ପୁନଶ୍ଚ ରୂପବାନ ହେବା କାରଣରୁ ମଧ୍ୟ ସେ ସକଳ ବା ସାକାର ଅଟନ୍ତି। ଶିବଙ୍କ ନିରାକାର ହେବା କାରଣରୁ ତାଙ୍କର ପୂଜାର ଆଧାରଭୁତ ଲିଙ୍ଗ ମଧ୍ୟ ନିରାକାର। ଅର୍ଥାତ ଶିବଲିଙ୍ଗ ଶିବଙ୍କର ନିରାକାର ସ୍ୱରୂପ ଏବଂ ସାକ୍ଷାତ ବ୍ରହ୍ମର ପ୍ରତୀକ। ସେହିପରି ଶିବଙ୍କର ସାକାର ବିଗ୍ରହ ତାଙ୍କର ସାକାର ସ୍ୱରୂପର ପ୍ରତୀକ। ୨) 'ବିନ୍ଦୁ-ନାଦ' ବା 'ଶିବ-ଶକ୍ତି' ଙ୍କର 'ଏକୀକରଣ' ବା 'ସକଳୀକରଣ' ର ସ୍ୱରୂପ - ଅନ୍ୟ ଅର୍ଥରେ ଶିବଲିଙ୍ଗ ହେଉଛି ବିନ୍ଦୁ-ନାଦ ସ୍ୱରୂପ, ଅତଃ ଏହାକୁ