Posts

Showing posts from September, 2019

କୋଣାର୍କ ମନ୍ଦିରର ପାର୍ଶ୍ୱଦେବତା ତ୍ରୟର ମୂର୍ତ୍ତିତତ୍ତ୍ୱ ଓ ତାତ୍ପର୍ଯ୍ୟ

Image
କୋଣାର୍କ ମନ୍ଦିର ସମ୍ବନ୍ଧରେ ଯଶଗାନ କରି ଅବୁଲ ଫଜଲ 'ଆଇନ-ଏ-ଅକବରୀ' ରେ କହିଛନ୍ତି - "ଏପରିକି ସେହି ବ୍ୟକ୍ତିମାନେ ଯେଉଁମାନଙ୍କର ବିଚାରଧାରା ସମାଲୋଚନାତ୍ମକ ଏବଂ ଯେଉଁମାନଙ୍କୁ ସନ୍ତୁଷ୍ଟ କରିବା ଅତ୍ୟନ୍ତ କଷ୍ଟସାପେକ୍ଷ, ସେମାନେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି ।" ବଲ୍ଖ ଦେଶର ପରିବ୍ରାଜକ ମାହମୁଦ-ବିନ୍-ଅମୀରୱାଲୀ ତାଙ୍କର ଭ୍ରମଣ ବୃତ୍ତାନ୍ତ 'ବାହର-ଅଲ୍-ଅସ୍ରାର୍' ରେ କୋଣାର୍କ ମନ୍ଦିର ସମ୍ବନ୍ଧରେ ଉଲ୍ଲେଖ କରି କହିଛନ୍ତି ଯେ - "ଏହାର ଉଚ୍ଚତା ଏତେ ଅଧିକ ଯେ ଏକଦା ଜନୈକ ମୋଗଲ ଯେକି ନିଜର ଶାରୀରିକ ଶକ୍ତି ତଥା ଶସ୍ତ୍ରନୈପୁଣ୍ୟ ପାଇଁ ପ୍ରସିଦ୍ଧ ଥିଲେ, ସେ ଏହାର ଚୁଡାକୁ ଲକ୍ଷ୍ୟ କରି ତୀର ମାରିବାକୁ ଚେଷ୍ଟା କରିଥିଲେ; ମାତ୍ର ତୀରଟି ମନ୍ଦିରର ଅର୍ଦ୍ଧେକ ଉଚ୍ଚତାକୁ ମଧ୍ୟ ଅତିକ୍ରମ କରିପାରିନଥିଲା ।" ମାତ୍ର ଆଜି କୋଣାର୍କର ସେହି ସୁର୍ଯ୍ୟ ମନ୍ଦିର କେବଳ ଏକ ଧ୍ବଂସସ୍ତୁପରେ ପରିବର୍ତ୍ତିତ । ନା ଅଛି ତାର ସେହି ନଭଶ୍ଚୁମ୍ବୀ ଗର୍ଭଗୃହ, ନା ଆଶ୍ଚର୍ଯ୍ୟ ଚକିତ କରୁଥିବା ଶିଳ୍ପୀମାନଙ୍କ ଦ୍ୱାରା ସଦ୍ୟ ପ୍ରସ୍ଫୁଟିତ ବିବିଧ ମୂର୍ତ୍ତିମାନଙ୍କର କଳା କମଳ ମାନ । କିନ୍ତୁ ଏବେ ମଧ୍ୟ ତାହାର ଭଗ୍ନ ମୂର୍ତ୍ତିଗୁଡିକର କମନୀୟ ଓ କାଳଜୟୀ ଭାସ୍କର୍ଯ୍ୟ ଦର୍ଶକମାନଙ୍କୁ ଆଚମ୍ବିତ କରିଥାଏ । ସେଥିପାଇଁ ଯଥାର୍ଥରେ କବିଗୁରୁ ରବୀନ୍ଦ୍ର ନାଥ ଠାକୁର ଏହ

ରଜ ପର୍ବର ତାତ୍ତ୍ଵିକତା

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି ଜ୍ୟେଷ୍ଠ ମାସ ଶେଷ କିମ୍ବା ଆଷାଢ଼ ମାସ ଆରମ୍ଭରେ ପଡୁଥିବା ମିଥୁନ ସଂକ୍ରାନ୍ତି ରଜ ସଂକ୍ରାନ୍ତି ରୂପେ ପରିଚିତ । ଏହି ରଜ ସଂକ୍ରାନ୍ତିକୁ ରଜ ପର୍ବ ରୂପେ କେବଳ ଓଡ଼ିଶାରେ ହିଁ ପାଳନ କରାଯାଇଥାଏ । ତେଣୁ ଏହା ଓଡ଼ିଶାର ନିଜସ୍ୱ ପର୍ବ ଏବଂ ଏକ ଗଣ ପର୍ବ । ତେବେ କାହିଁକି ଏହି ପର୍ବ 'ରଜ' ନାମରେ ନାମିତ ଓ କଣ ରହିଛି ଏହାର ତାତ୍ତ୍ଵିକତା, ଆସନ୍ତୁ ଏବେ ଜାଣିବା । 'ରଜ' ଶବ୍ଦର ବିଭିନ୍ନ ଅର୍ଥ ରହିଥିଲେ ହେଁ ଏଠାରେ 'ରଜ' କହିଲେ ନାରୀମାନଙ୍କର ମାସିକ ଋତୁସ୍ରାବରେ ନିର୍ଗତ ଶୋଣିତକୁ ହିଁ ବୁଝାଇଥାଏ । କିନ୍ତୁ ଏଠାରେ ମୂଳତଃ ଯେଉଁ ନାରୀଙ୍କୁ ଆଧାର କରି ଏହି ପର୍ବଟି କେନ୍ଦ୍ରୀଭୂତ, ସେ ମାନୁଷୀ ନୁହଁନ୍ତି, ସେ ହେଉଛନ୍ତି ବସୁମତୀ ବା ପୃଥିବୀ ବା ଭୂଦେବୀ । 'ପଣ୍ଡିତ ସର୍ବସ୍ବ' ଗ୍ରନ୍ଥରେ ବର୍ଣ୍ଣନା ଅଛି ଯେ - "ବୃଷାନ୍ତେ ମିଥୁନସ୍ୟାଦୌ ତନ୍ମଧ୍ୟେଽପି ଦିନତ୍ରୟଂ ରଜସ୍ଵଳା ସ୍ୟାତ୍ ପୃଥିବୀ କୃଷି କର୍ମଣି ଗର୍ହିତା ।" ଅର୍ଥାତ - ବୃଷ ମାସର ଶେଷ (ମାସାନ୍ତ), ମିଥୁନ ମାସର ଆରମ୍ଭ (ସଂକ୍ରାନ୍ତି) ଏବଂ ତାର ପରଦିନ - ଏହିପରି ମୋଟ ତିନିଦିନ ପୃଥିବୀ ମାତା ବା ଭୂଦେବୀ ରଜସ୍ଵଳା ହୁଅନ୍ତି । ତେଣୁ ଏହି ତିନିଦିନ ଯାକ କୃଷି କାର୍ଯ୍ୟ ଗର୍ହିତ । ଏହି ରଜ ପର୍ବ ମୁଖ୍ୟତଃ ମିଥୁନ ସଂକ୍ରାନ୍ତିକୁ ନେଇ ପାଳିତ । ଏବଂ ଵିଷ୍ଣୁ ପୁରାଣ

ଗୁରୁ କାହିଁକି କରିବା, ଗୁରୁ କାହାକୁ କରିବା ?

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି ଗୁରୁ କାହିଁକି କରିବା ? ବିଦ୍ୟା ଶିକ୍ଷା କରିବାକୁ ହେଲେ 'ଗୁରୁ' କରିବାକୁ ହୁଏ । ଆପଣ ହୁଏତ କହିପାରନ୍ତି ଯେ 'ଅମୁକ' ବ୍ୟକ୍ତି ଗୁରୁ ନ କରି ମଧ୍ୟ ସମାଜରେ ପ୍ରତିଷ୍ଠିତ ହୋଇପାରିଥିଲେ, ତେଣୁ 'ଗୁରୁ' କରିବା ନିହାତି ଆବଶ୍ୟକ ନୁହେଁ । ଏହାର ଉତ୍ତରରେ ମୁଁ ଏତିକି କହିପାରେ ଯେ - ସେହି 'ଅମୁକ' ବ୍ୟକ୍ତିମାନଙ୍କର ସଂଖ୍ୟା ସମାଜରେ ଖୁବ ନ୍ୟୁନ ଏବଂ 'The exceptions are not a rule' । ତେଣୁ ସେହି ମର୍ମରେ 'ଗୁରୁ' କରିବା ସମାଜର ଏକ ଗତାନୁଗତିକ ନିୟମ ଯାହାକୁ କି ସ୍ୱୟଂ ଭଗବାନ ମଧ୍ୟ ନିଜର 'ରାମ' ଏବଂ 'କୃଷ୍ଣ' ଅବତାରରେ ଯଥାକ୍ରମେ 'ବଶିଷ୍ଠ' ଏବଂ 'ସନ୍ଦିପନୀ'ଙ୍କ ମାଧ୍ୟମରେ ଅନୁସରଣ କରିଥିଲେ । ବର୍ତ୍ତମାନ ଆସନ୍ତୁ ଜାଣିବା ବିଦ୍ୟା ଓ ଗୁରୁଙ୍କର ପ୍ରକାରଭେଦ ବିଷୟରେ । ବିଦ୍ୟାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ - ୧) ଅପରା ବିଦ୍ୟା ୨) ପରା ବିଦ୍ୟା ୧) ଅପରା ବିଦ୍ୟା - ଏହା ସାଧାରଣତଃ ଲୌକିକ ବା ଭୌତିକ ବିଦ୍ୟାକୁ ବୁଝାଇଥାଏ ଯାହା ଶିକ୍ଷା ଲାଭ କରିବା ଦ୍ୱାରା ମନୁଷ୍ୟ ନିଜର ଜୀବିକା ନିର୍ବାହ କରିପାରିଥାଏ । ୨) ପରା ବିଦ୍ୟା - ଏହା ସାଧାରଣତଃ ଆଧ୍ୟାତ୍ମ ବିଦ୍ୟାକୁ ବୁଝାଇଥାଏ । ଲୌକିକ ବା ଭୌତିକ ବିଦ୍ୟା ବ୍ୟତିରେକ ଯେଉଁ ବିଦ୍ୟା ଦ୍ୱାରା ମନୁଷ

ବୋଲ୍ ବମ୍ ଭକ୍ତ ଓ ପ୍ରକୃତ ଶିବ ଭକ୍ତି - ଏକ ସମୀକ୍ଷା

ଆଜିକାଲି ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଆମେ ରାସ୍ତାଘାଟରେ ବୋଲ୍ ବମ୍ ଭକ୍ତଙ୍କୁ ଗେରୁଆ ବସ୍ତ୍ର ପିନ୍ଧି, କାନ୍ଧରେ ଏକ ଦଣ୍ଡାକୃତି ବାଡ଼ି (କାଁୱଡ଼) କାନ୍ଧେଇଥିବାର ଦେଖିଥାଉ ଯାହାର ଉଭୟ ପାର୍ଶ୍ୱରେ ରଜ୍ଜୁ ଦ୍ୱାରା ପ୍ଲାଷ୍ଟିକ, ମାଟି କିମ୍ବା ଧାତୁ ପାତ୍ର ଓହଳି ରହିଥାଏ ଯେଉଁଥିରେ କି ସେମାନେ ଭଗବାନ ଶିବଙ୍କୁ ପବିତ୍ର ଶ୍ରାବଣ ମାସର ସୋମବାରରେ ଅଭିଷେକ କରିବା ନିମିତ୍ତ ବିଭିନ୍ନ ପୁଣ୍ୟତୋୟା ନଦୀର ଜଳ ନେଇକରି ଖାଲି ପାଦରେ ଅଗ୍ରସର ହୋଇଥାନ୍ତି । ଆଉ ଏଥିପାଇଁ ସେମାନେ ମଧ୍ୟ ଅନେକ ନିଷ୍ଠା ତଥା ତପଶ୍ଚର୍ଯ୍ୟା କରିଥାନ୍ତି । ତେବେ ଉଦ୍ବେଗଜନକ ବିଷୟ ହେଉଛି ଯେ, ଆଜିକାଲି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭକ୍ତ କେବଳ ବାହ୍ୟ ଆଡମ୍ବରରେ, ବିନା ଭକ୍ତିରେ, ନିଶା ଦ୍ରବ୍ୟ ସେବନ ଉଦ୍ଦେଶ୍ୟରେ ଏହି ଯାତ୍ରା କରିଥାନ୍ତି ଯାହାକି ଏହି ଯାତ୍ରାର ମହନୀୟତା ତଥା ଶାସ୍ତ୍ରୀୟତା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । କଣ ଉଦ୍ଦେଶ୍ୟ ଏହି ଯାତ୍ରାର, ଭଗବାନ ଶିବ କଣ ଏହି ଯାତ୍ରା ନିମିତ୍ତ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଶ୍ରାବଣ ମାସକୁ ଓ ଏହି ବୋଲ୍ ବମ୍ ଭକ୍ତଙ୍କୁ ଅନାଇ ରହିଥାନ୍ତି ? ଆସନ୍ତୁ ସେ ସମ୍ପର୍କରେ ଜାଣିବା । ଏହି ବୋଲ୍ ବମ୍ ଯାତ୍ରା ବା କାଁୱଡ଼ ଯାତ୍ରା ମୁଖ୍ୟତଃ ଏକ ଉତ୍ତର ଭାରତୀୟ ପରମ୍ପରା ଯାହାକି ପରବର୍ତ୍ତୀ କାଳରେ ସମଗ୍ର ଦେଶରେ ଏକ ବିଶେଷ ଯାତ୍ରା ରୂପେ ପରିଗଣିତ ହେବାରେ ଲାଗିଛି । ପ୍ରଥମ ବୋଲ୍ ବମ୍ ଯାତ୍ର

ଗ୍ରାମୀଣ ରାସ୍ତାର ସେହି ଗ୍ରାମବାସୀ ଓ ଅନୁପ୍ରେରଣା

ଆପଣମାନେ ସମସ୍ତେ ଥରେ ଅଧେ କୌଣସି ଗ୍ରାମ ଆଡେ ବୁଲିବାକୁ ଯାଇଥିବେ କୌଣସି ନା କୌଣସି କାମରେ, ଏକ ଗ୍ରାମୀଣ ରାସ୍ତା ଦେଇ । ମନେ ପକାନ୍ତୁ ତ, ଯଦି ଆପଣ ନିଜର ସେହି ଗ୍ରାମୀଣ ଲକ୍ଷ୍ୟସ୍ଥଳୀ ସମ୍ପର୍କରେ ପୂର୍ଣ୍ଣ ରୂପେ ଅବଗତ ନଥିବେ, ତେବେ ଆପଣ ନିଶ୍ଚୟ ସେହି ରାସ୍ତାରେ ଯାଉଥିବା କୌଣସି ଗ୍ରାମବାସୀଙ୍କୁ ପଚାରିଥିବେ, "ଭାଇ, ଅମୁକ ଜାଗାଟି ଆଉ କେତେ ଦୂର ?" ଆପଣଙ୍କୁ ନିଶ୍ଚୟ ଏହିପରି ଏକ ଉତ୍ତର ମିଳିଥିବ - "ଆଉ ବେଶିଦୂର ନୁହେଁ, ଏଇ ଆଉ ଏକ କିଲୋମିଟର ହେବ ।" ଆପଣ ପୁନଶ୍ଚ ଏକ କିଲୋମିଟର ବା ତାଠାରୁ ଅଧିକ ପଥ ଅତିକ୍ରମ କଲାପରେ ଯେତେବେଳେ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଉପସ୍ଥିତ ହୋଇନଥିବ, ଆପଣ ପୁଣିଥରେ କୌଣସି ଅଜଣା ଗ୍ରାମବାସୀଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଆଉ କେତେଦୂର ବୋଲି ପଚାରିଥିବେ । ଏବଂ ଆପଣଙ୍କୁ ପୁଣିଥରେ ଉତ୍ତର ମିଳିଥିବ ଯେ - "ଆଉ ବେଶିଦୂର ନୁହେଁ, ଏଇ ଆଉ ଏକ କିଲୋମିଟର ହେବ ।" ଏହିଭଳି ଦୁଇ ତିନିଥର ଉପରୋକ୍ତ ଘଟଣାର ପୁନରାବୃତ୍ତି ହେବା ପରେ ଆପଣ ଯେତେବେଳେ ଅତିଷ୍ଠ ହୋଇପଡିଥିବେ ଓ ସନ୍ଦେହରେ ପଡିଥିବେ ଯେ ଆପଣ ଠିକ ରାସ୍ତାରେ ଆସିଛନ୍ତି ତ ଓ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଆଉ ବେଶୀ ଦୂର ନୁହେଁ ତ, ଠିକ ସେତିକିବେଳେ ଆପଣଙ୍କ ସମ୍ମୁଖରେ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଆସି ଉପସ୍ଥିତ ହୋଇଯାଇଥିବ । ପରେ ଆପଣ ଭାବିଥିବେ ଯେ, ଯଦି ଆପଣଙ୍କ ଲକ୍ଷ୍ୟସ୍ଥଳୀଟି ପ୍ରକୃତରେ ୪-୫ କିଲୋମିଟର ଦୂ

ପ୍ରାଚ୍ୟ ଆଧ୍ୟାତ୍ମିକତାର ସତ୍ୟାସତ୍ୟ - ଏକ ପାଶ୍ଚାତ୍ୟ ଅନୁସନ୍ଧାନ

ଆଜିକାଲିର ସମାଜରେ ଏକ ବଡ଼ ବିତର୍କ ହୁଏ ଦୁଇଗୋଟି ଗୋଷ୍ଠୀ ମଧ୍ୟରେ । ଆଧ୍ୟାତ୍ମିକ ବିଶ୍ୱାସୀ ଓ ହେତୁବାଦୀ । ଆଧ୍ୟାତ୍ମିକ ବିଶ୍ୱାସୀମାନେ ଭଗବାନ, ଧାର୍ମିକ ଚିନ୍ତାଧାରା ଓ ଧାର୍ମିକ ବା ଆଧ୍ୟାତ୍ମିକ ଗୁରୁ ଇତ୍ୟାଦିରେ ବିଶ୍ବାସ ରଖୁଥିବା ବେଳେ ହେତୁବାଦୀ ମାନେ ଏସବୁକୁ ଅନ୍ଧବିଶ୍ୱାସ ବୋଲି କହି କେବଳ ବିଜ୍ଞାନସମ୍ମତ ଚିନ୍ତାଧାରାରେ ହିଁ ବିଶ୍ବାସ କରିଥାନ୍ତି । ତେବେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ସିନା ହୁଏ, କିନ୍ତୁ କିଏ ଠିକ ଓ କିଏ ଭୁଲ ତାହା ପ୍ରମାଣ କରିବା କଷ୍ଟକର ହୋଇପଡେ । ଏହି ତର୍କ ଆଜିର ନୁହେଁ, ଯେତେବେଳ ଠାରୁ ଆଧୁନିକ ବିଜ୍ଞାନର ପ୍ରଭାବରେ ମନୁଷ୍ୟ ପ୍ରାକୃତିକ ସତ୍ୟର ସତ୍ୟାସତ୍ୟ ସମ୍ବନ୍ଧରେ ଅବଗତ ହେବା ଆରମ୍ଭ ହୋଇଛି, ସେହିଦିନଠାରୁ ଏହି ତର୍କ ଉଭୟ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି । ଅନେକାଂଶରେ ପାଶ୍ଚାତ୍ୟ ଜଗତ ଏହି ହେତୁବାଦୀ ଚିନ୍ତାଧାରାର ପ୍ରତିନିଧିତ୍ୱ କରି ଆଧ୍ୟାତ୍ମିକ ଚିନ୍ତାଧାରାର ମୂଳସ୍ଥଳୀ ଭାରତବର୍ଷର ଯୋଗୀ ଋଷିମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଛି ଓ ସେମାନଙ୍କ ସତ୍ୟତା ଉପରେ ପ୍ରଶ୍ନ ମଧ୍ୟ କରିଛି । ସମୟ ବଦଳିବା ସହିତ ଆଧୁନିକ ଭାରତର ଅନୁସନ୍ଧିତ୍ସୁ ଜନଗୋଷ୍ଠୀ ମଧ୍ୟ ସେହି ପାଶ୍ଚାତ୍ୟ ହେତୁବାଦୀ ଚିନ୍ତାଧାରାର ସମର୍ଥନ ସ୍ୱରୂପ ଭାରତର ଯୋଗୀ ୠଷିମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ଆରମ୍ଭ କରିଛନ୍ତି । ତେବେ କଣ ଏହାର ସତ୍ୟାସତ୍ୟ, ଆସନ୍ତୁ ଏବେ ଜାଣିବା । ପ୍ରାଚ୍ୟ ଆଧ୍ୟା

'ଚା' ପ୍ରସ୍ତୁତିର ଆୟୁର୍ବେଦୀୟ ବା ସଠିକ ଭାରତୀୟ ପଦ୍ଧତି

ଭାରତୀୟ ଜୀବନଚର୍ଯ୍ୟାରେ 'ଚା'ର ଏକ ବିଶେଷ ମହତ୍ତ୍ୱ ରହିଛି, ତାହା ଆଳସ୍ୟ ଭଗ୍ନ ନିମିତ୍ତ ପ୍ରାତଃକାଳୀନ ବା ସାୟଂକାଳୀନ ଚା ପାନ ହେଉ କି ଅତିଥିସତ୍କାରରେ ଅତିଥିମାନଙ୍କୁ ବିଶେଷ କପ ପ୍ଲେଟରେ ପରଷା ଯାଉଥିବା ସ୍ୱତନ୍ତ୍ର ଚା ହେଉ ଅଥବା ବନ୍ଧୁମାନଙ୍କ ସହିତ ରାସ୍ତାକଡର ଛୋଟ ଚା ଦୋକାନରେ ଖଟି ସମୟରେ ପାନ କରାଯାଉଥିବା ଚା ହେଉ; ଚା ବିନା ଆମର ଦିନଚର୍ଯ୍ୟା ସତେ ଯେପରି ଅସମ୍ପୂର୍ଣ୍ଣ ! ତେବେ ଭାରତୀୟମାନଙ୍କ ଦ୍ୱାରା ଅନୁକରଣୀୟ ଏହି ଚା ପାନର ପରମ୍ପରା ଅତି ପ୍ରାଚୀନ ନୁହେଁ । ଚା ର ବୃହତ ପରିମାଣର ବାଣିଜ୍ୟିକ ଉତ୍ପାଦନ ଓ ବ୍ୟବହାର ଭାରତରେ ପ୍ରଥମେ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ସେ ସମୟରୁ ଏହା ଆମ ଜୀବନଚର୍ଯ୍ୟାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆସିଅଛି । ତେବେ ଆମେ ଚା ପ୍ରସ୍ତୁତି ନିମିତ୍ତ ସାଧାରଣତଃ ଯେଉଁ ପଦ୍ଧତିକୁ ଅନୁକରଣ କରୁଛେ, ଯେପରିକି ଦୁଗ୍ଧ ସହିତ ଚା ଗୁଣ୍ଡକୁ ଫୁଟାଇ ସେଥିରେ ଚିନି ପକାଇ ପାନ କରିବା, କିମ୍ବା ଚା ଗୁଣ୍ଡକୁ ଗରମ ପାଣିରେ ଫୁଟାଇ ସେଥିରେ ଚିନି/ଲୁଣ ଅଥବା ଲେମ୍ବୁ ପକାଇ (ଲାଲ ଚା) ପାନ କରିବା, ଏଗୁଡିକ ସ୍ଵାସ୍ଥ୍ୟଗତ ଦୃଷ୍ଟିକୋଣରୁ ଆମ ପ୍ରାଚୀନ ଭାରତୀୟ (ଆୟୁର୍ବେଦୀୟ) ସିଦ୍ଧାନ୍ତର ଅନୁକୂଳ ନୁହେଁ । ଏହି ପଦ୍ଧତି ଗୁଡିକୁ ଯଦି ଆୟୁର୍ବେଦୀୟ ସିଦ୍ଧାନ୍ତ ଅନୁଯାୟୀ କିଞ୍ଚିତ ରୂପାନ୍ତରିତ କରାଯାଇପାରନ୍ତା, ତେବେ ତାହା ସ୍ଵାସ୍ଥ୍ୟ ରକ

"ରସୁଣ" ନାମର ତାତ୍ପର୍ଯ୍ୟ

Image
ଭାରତୀୟ ତଥା ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତିରେ ପିଆଜ ଓ ରସୁଣର ବିଶେଷ ମହତ୍ତ୍ୱ ରହିଛି, ଖାଦ୍ୟକୁ ରୁଚିକର କରିବା ନିମନ୍ତେ । ତେବେ "ରସୁଣ" ନାମଟିର ନାମକରଣ ଏପରି କାହିଁକି ହୋଇଛି, ଆସନ୍ତୁ ସେ ସମ୍ପର୍କରେ ଜାଣିବା । ଆୟୁର୍ବେଦ ଶାସ୍ତ୍ର ମତରେ, ପ୍ରତ୍ୟେକ ପଦାର୍ଥର ଏକରୁ ଆରମ୍ଭ କରି ଛଅ ଗୋଟି ପର୍ଯ୍ୟନ୍ତ ରସ (taste) ରହିଛି । ଯଥା - ମଧୁର ବା ମିଠା (sweet), ଅମ୍ଳ ବା ଖଟା (sour), ଲବଣ ବା ଲୁଣିଆ (salty), କଟୁ ବା ରାଗ (pungent), ତିକ୍ତ ବା ପିତା (bitter) ଓ କଷାୟ ବା କଷା (astringent) । ପ୍ରତ୍ୟେକ ପଦାର୍ଥ ଏକ ବା ଏକାଧିକ ରସଯୁକ୍ତ ହୋଇଥାଏ । ତେବେ ରସୁଣ ନିକଟରେ ପାଞ୍ଚ ଗୋଟି ରସ ଥିବାରୁ (ଅମ୍ଳ ବର୍ଜିତ ପଞ୍ଚ ରସ) ବା ଅନ୍ୟ ଅର୍ଥରେ ଏହା ନିକଟରେ ଗୋଟିଏ ରସ କମ ଥିବାରୁ ଏହାକୁ ସଂସ୍କୃତରେ ରସୋନ (ରସେନ ଊନଃ) ବୋଲି କୁହାଯାଏ । ଓଡ଼ିଆରେ ବ୍ୟବହୃତ ହେଉଥିବା "ରସୁଣ" ଶବ୍ଦ ଏହି ସଂସ୍କୃତ ଶବ୍ଦ "ରସୋନ"ର ସମଧୃତ । ଆୟୁର୍ବେଦୀୟ ନିଘଣ୍ଟୁ ଗୁଡିକରେ ରସୁଣ ନିମିତ୍ତ "ଲଶୁନ" ଶବ୍ଦ ମଧ୍ୟ ବ୍ୟବହୃତ ହୋଇଥାଏ ଯାହାକି ମୁଖ୍ୟତଃ ରସୁଣର ଏକ ପ୍ରଜାତି ଭାବେ ବ୍ୟବହୃତ ହୋଇଛି । ଯଥା - ଲଶୁନ - Allium sativum ମହାକନ୍ଦ - Allium ascalonium Linn. ରସୁଣର ଅନ୍ୟାନ୍ୟ ପର୍ଯ୍ୟାୟ ଗୁଡିକ ହେଲା - ମ୍ଳେଚ୍ଛଗନ୍ଧା, ଉଗ୍ରଗନ୍ଧ - ତୀବ୍ର ଗନ୍ଧଯୁକ

ଭିନ୍ନ ଏକ ଅନାଲୋଚିତ ମସ୍ତକବିହୀନ ମୂର୍ତ୍ତି

Image
ସାଧାରଣତଃ ମସ୍ତକବିହୀନ ମୂର୍ତ୍ତି କଥା ଉଠିଲେ ଆମ ସ୍କୁଲର ଇତିହାସ ବହିରେ ଛପା ଥିବା କୁଶାଣ ରାଜା କନିଷ୍କଙ୍କ ମୂର୍ତ୍ତିଟି ମନ ମଧ୍ୟକୁ ଆସେ । ତେବେ ଆପଣ ଜାଣନ୍ତି କି ଆମ ଓଡ଼ିଶାରେ ମଧ୍ୟ ଏପରି ଏକ ମସ୍ତକବିହୀନ ମୂର୍ତ୍ତି ଅଛି ଯାହାର ଐତିହ୍ୟ ଓ ମହତ୍ତ୍ୱ ସେହି କନିଷ୍କଙ୍କ ମୂର୍ତ୍ତି ଠାରୁ ମଧ୍ୟ କୌଣସି ଗୁଣରେ କମ ନୁହେଁ । ମୁଁ ଆପଣମାନଙ୍କୁ ଆଉ ଉତ୍କଣ୍ଠା ମଧ୍ୟରେ ରଖିବାକୁ ଚାହୁଁନାହିଁ । ସେହି ମୂର୍ତ୍ତିଟି ଆମ ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ । ଦତ୍ତ ଚିତ୍ରଟିର ମଝିରେ ସେହି ମୂର୍ତ୍ତିଟିକୁ ଆପଣମାନେ ଦେଖିପାରିବେ । ତେବେ ଏହି ମୂର୍ତ୍ତିଟିର ଐତିହ୍ୟ ଓ ମହତ୍ତ୍ୱ କଣ ରହିଛି, ଆସନ୍ତୁ ସେ ସମ୍ବନ୍ଧରେ ଆଲୋଚନା କରିବା । ଯଦିଓ ଏହି ମୂର୍ତ୍ତିଟିର ସୂଚନା ଫଳକରେ ଏହା ଏକ ଵିଷ୍ଣୁ ମୂର୍ତ୍ତି ତଥା ଏହା ଭୁବନେଶ୍ୱରରୁ ପ୍ରାପ୍ତ ୧୩ଶ ଶତାବ୍ଦୀର ମୂର୍ତ୍ତି ବୋଲି ଉଲ୍ଲେଖ ରହିଛି, ତେବେ ମୁଁ ଦୃଢ଼ ଭାବେ କହିବି ଯେ ଏହି ମୂର୍ତ୍ତିଟି କୋଣାର୍କର ଅଟେ ଓ ସମ୍ଭବତଃ ଏକ ସୂର୍ଯ୍ୟ ମୂର୍ତ୍ତି ଯାହାକି ଚୋରା ମୂର୍ତ୍ତି ବ୍ୟବସାୟୀଙ୍କ ଦ୍ୱାରା ମୂଳ କୋଣାର୍କ ମନ୍ଦିରରୁ ଅପସାରିତ ହୋଇ ଚୋରା ଚାଲାଣ ନିମିତ୍ତ ଭୁବନେଶ୍ୱରରେ ପହଞ୍ଚିଥିଲା । ମୂର୍ତ୍ତିଟିର ସ୍କନ୍ଦ ନିକଟରେ ଏକ କୁଣ୍ଡଳ ତଥା ଉଭୟ ସ୍କନ୍ଦ ମଝିରେ ଛୋଟ ଫିତା ଦୃଶ୍ୟମାନ ହେଉଛି ଯାହାକି ଚିତ୍ରର ବାମ ପାର୍ଶ୍ଵରେ ଥିବା (ବର୍ତ୍ତମାନ ବ୍ରିଟିଶ୍ ମ୍ୟୁ

ବ୍ରହ୍ମଚର୍ଯ୍ୟର ଭିନ୍ନ ଏକ ପରିଭାଷା

ଶାସ୍ତ୍ରମାନଙ୍କରେ ବ୍ରହ୍ମଚର୍ଯ୍ୟର ଭିନ୍ନ ଭିନ୍ନ ପରିଭାଷା ଦେଖିବାକୁ ମିଳିଥାଏ । ତେବେ ମୋର ଆୟୁର୍ବେଦ ଶିକ୍ଷାଲାଭ ସମୟରେ ବ୍ରହ୍ମଚର୍ଯ୍ୟର ଏପରି ଏକ ପରିଭାଷା ପଢ଼ିଥିଲି ଯାହାକି ଅନ୍ୟାନ୍ୟ ପରିଭାଷା ଗୁଡିକ ଠାରୁ କିଞ୍ଚିତ ଭିନ୍ନ ଧରଣର ଓ ଅନନ୍ୟ ଥିଲା । ତାହା ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି । ବ୍ରହ୍ମଚର୍ଯ୍ୟର ପରିଭାଷା - ସ୍ମରଣଂ କୀର୍ତ୍ତନଂ କେଳିଃ ପ୍ରେକ୍ଷଣଂ ଗୁହ୍ୟଭାଷଣମ୍ । ସଂକଳ୍ପଃ ଅଧ୍ୟବସାୟଃ ଚ କ୍ରିୟାନିବୃତିଃ ଏବ ଚ ।। ଏତଦ୍ ମୈଥୁନଂ ଅଷ୍ଟାଙ୍ଗଂ ପ୍ରବଦନ୍ତି ମନୀଷୀଣଃ । ବିପରୀତଂ ବ୍ରହ୍ମଚର୍ଯ୍ୟମ୍ ଆୟୁଃ ଆରୋଗ୍ୟଂ ସୌଖ୍ୟଦମ୍ ।। ଅର୍ଥାତ - ନାରୀମାନଙ୍କୁ ସ୍ମରଣ କରିବା, ସେମାନଙ୍କ ବିଷୟରେ କଥାବାର୍ତ୍ତା ହେବା, ସେମାନଙ୍କ ସହିତ କେଳି କରିବା, ସେମାନଙ୍କ ଆଡକୁ ଚାହିଁବା, ସେମାନଙ୍କ ସହିତ ଗୁପ୍ତ ଭାବେ କଥା ହେବା, ସେମାନଙ୍କ ସହିତ ଦୈହିକ ମିଳନ ନିମନ୍ତେ ସଂକଳ୍ପ କରିବା ତଥା ଏଦିଗରେ ଅଧ୍ୟବସାୟ ବା ଉଦ୍ୟମ କରିବା ଓ ଏହି କାର୍ଯ୍ୟ ସମ୍ପନ୍ନ କରିବା - ଏସବୁ ମୈଥୁନର ଆଠ ଗୋଟି ଅଙ୍ଗ । କିନ୍ତୁ ଏହାର ଠିକ ବିପରୀତ ଭାଵ ଗୁଡିକ ହେଉଛି ବ୍ରହ୍ମଚର୍ଯ୍ୟ ଯାହାକି ଆୟୁ, ଆରୋଗ୍ୟ ତଥା ସୁଖ ପ୍ରଦାନ କରିଥାଏ । ଯଦି ଆମେ ଉପରୋକ୍ତ ପରିଭାଷାକୁ ଅନୁଶୀଳନ କରିବା, ତେବେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ବାସ୍ତବିକ ବ୍ରହ୍ମଚର୍ଯ୍ୟ ଏକ କଠିନ ବ୍ୟାପାର ଯାହାକି କେବଳ ରତି ସୁଖର ଅଭାବକୁ ଦର

ଉଲ୍ଲୁପ୍ତ - ଜନପ୍ରିୟ ବ୍ୟଞ୍ଜନ ସିଖ୍ କବାଵର ଆୟୁର୍ବେଦୀୟ ସଂସ୍କରଣ

କବାଵ ଜାତୀୟ ବ୍ୟଞ୍ଜନର ଉତ୍ପତ୍ତିସ୍ଥଳ ମଧ୍ୟ-ପ୍ରାଚ୍ୟ ତଥା ଭାରତରେ ଏହାକୁ ମୋଗଲମାନେ ପରିଚିତ କରାଇଥିଲେ ବୋଲି ସାଧାରଣତଃ ବିଶ୍ୱାସ କରାଯାଏ । ତେବେ ଅତି ପ୍ରାଚୀନ କାଳରୁ ମଧ୍ୟ ଭାରତରେ ଏହି କବାଵ ଜାତୀୟ ବ୍ୟଞ୍ଜନର ପ୍ରଚଳନ ଥିଲା ବୋଲି ଆମେ ପୂର୍ବର ଏକ ଆଲେଖ୍ୟରୁ ଜାଣିଛେ। ଆଜିର ଆଲୋଚ୍ୟ ବିଷୟବସ୍ତୁ ମଧ୍ୟ ଏହି କବାଵକୁ ନେଇ ଯେଉଁଥିରେ କି ଆମେ ଆଲୋଚନା କରିବା ପ୍ରାଚୀନ ଭାରତରେ କେବଳ ଯେ କବାଵ ସଦୃଶ ବ୍ୟଞ୍ଜନର ପ୍ରଚଳନ ନଥିଲା, ବରଂ ବର୍ତ୍ତମାନ ସମୟରେ ପ୍ରଚଳିତ ଥିବା ଏକ ଜନପ୍ରିୟ କବାଵ ବ୍ୟଞ୍ଜନର ଅବିକଳ ସ୍ୱରୂପ ମଧ୍ୟ ସେତେବେଳେ ଉପଲବ୍ଧ ଥିଲା; ଆସନ୍ତୁ, ସେ ସମ୍ବନ୍ଧରେ ଜାଣିବା । ବର୍ତ୍ତମାନ ସମୟରେ ପ୍ରଚଳିତ ଏକ ଜନପ୍ରିୟ କବାଵ ଜାତୀୟ ବ୍ୟଞ୍ଜନ ହେଉଛି 'ସିଖ୍ କବାଵ' । ଏଥିରେ ଅସ୍ଥିରହିତ ମାଂସକୁ ଭଲ ରୂପେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରି ସେଥିରେ ଆବଶ୍ୟକୀୟ ମସଲା, ଲୁଣ, ଚଣା ଡାଲି (ମାଂସକୁ ବାନ୍ଧିବା ପାଇଁ) ଆଦି ପକାଇ ଭଲ ଭାବେ ଗୋଳାଇ ଦିଆଯାଏ । ତାପରେ ସେହି ମାଂସର ମିଶ୍ରଣକୁ କବାଵ ଷ୍ଟିକ ବା ଲମ୍ବା କାଠି କିମ୍ବା ତାରରେ ଗୁନ୍ଥି ଏହାକୁ ଆଞ୍ଚ ଉପରେ ରଖି ପାକ କରି ଭୋଜନ ନିମିତ୍ତ ପ୍ରସ୍ତୁତ କରାଯାଏ । ଏହି ଉପାୟରେ ପ୍ରସ୍ତୁତ ବ୍ୟଞ୍ଜନଟି ସ୍ୱାଦିଷ୍ଟ ହୋଇଥାଏ, ତଥା ଏଥିରେ ଅସ୍ଥି ନଥିବାରୁ ଏହାକୁ ଭୋଜନ କରିବା ନିମିତ୍ତ ସୁବିଧା ମଧ୍ୟ ହୋଇଥାଏ । ପ୍ରାଚୀନ ଆୟୁର୍ବେଦ ଗ୍ରନ୍ଥ ସୁଶୃତ ସଂହିତାର

ବେସବାର - ଜନପ୍ରିୟ ବ୍ୟଞ୍ଜନ କବାଵର ପ୍ରାଚୀନ ଭାରତୀୟ ରୂପ

'କବାଵ' ଏକ ଅତି ପ୍ରିୟ ବ୍ୟଞ୍ଜନ ଯାହା ସାଧାରଣତଃ ଅସ୍ଥିରହିତ ମାଂସରେ ପ୍ରସ୍ତୁତ ହୋଇଥାଏ (ଯଦିଓ ଏହାର ଶାକାହାରୀ ରୂପ ମଧ୍ୟ ଉପଲବ୍ଧ) ଯଥା - ଟିକ୍କା କବାଵ, ଶାମି କବାଵ, ସିଖ୍ କବାଵ ଇତ୍ୟାଦି । ଏହି ବ୍ୟଞ୍ଜନଟିରେ ଅସ୍ଥିରହିତ ମାଂସକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅଗ୍ନିରେ ପାକ କରାଯାଇ ଭୋଜନ ନିମିତ୍ତ ପରିବେଷଣ କରାଯାଇଥାଏ । ଐତିହାସିକ ଉତ୍ପତ୍ତି ଦିଗରୁ ବିଚାର କଲେ ଯଦିଓ ଏହି ବ୍ୟଞ୍ଜନଟିର ବ୍ୟବହାର ପ୍ରାୟତଃ ସମଗ୍ର ବିଶ୍ୱରେ କୌଣସି ନା କୌଣସି ରୂପରେ ଦେଖିବାକୁ ମିଳିଥାଏ, ତେବେ ମୂଖ୍ୟତଃ ଏହାର ଉତ୍ପତ୍ତି ମଧ୍ୟ-ପ୍ରାଚ୍ୟରେ ହୋଇଥିବାର ବିଶ୍ଵାସ କରାଯାଏ । ଭାରତରେ ଏହି କବାଵ ଏକ ମୋଗଲ କାଳୀନ ବ୍ୟଞ୍ଜନ ରୂପେ ଜଣାଶୁଣା । ତେବେ ମୋଗଲ ଶାସନର ଅତି ପୂର୍ବରୁ ମଧ୍ୟ ଯେ ଏହି କବାଵର ଏକ ଭାରତୀୟ ରୂପ ପ୍ରଚଳିତ ଥିଲା, ତାହା ଆପଣମାନେ ଜାଣି ନ ଥିବେ । ଆୟୁର୍ବେଦୀୟ ଗ୍ରନ୍ଥ ସୁଶୃତ ସଂହିତାରେ "ବେସବାର" ନାମକ ନିମ୍ନଲିଖିତ ବ୍ୟଞ୍ଜନର ବର୍ଣ୍ଣନା ଦେଖିବାକୁ ମିଳିଥାଏ ଯାହାର ସାଦୃଶ୍ୟତା ଏହି କବାଵ ସହିତ ରହିଛି । "ମାଂସକୁ ନିରସ୍ଥି (ଅସ୍ଥି ରହିତ) କରି ତାହାକୁ ଭଲ କରି ସିଝାଇ ତାପରେ ତାହାକୁ ଶିଳରେ ପେଷି ସେଥିରେ ପିପ୍ପଳୀ, ଶୁଣ୍ଠି, କଳା ମରିଚ, ଗୁଡ଼ ଓ ଘୃତ ଉଚିତ ପରିମାଣରେ ପକାଇ ଏକ ପାତ୍ରରେ ପାକ କରନ୍ତୁ । ଏହାକୁ ବେସବାର କୁହାଯାଏ । ଏହା ପାଚନରେ ଗୁରୁ ତଥା ସ୍ନିଗ୍ଧ ଓ ବଳ ବର

ସଂକ୍ଷେପରେ ହିନ୍ଦୁ ଧର୍ମ

ହିନ୍ଦୁ କିଏ ? ଆମେ ଏପରି ଏକ ସମୟ ଦେଇ ଗତି କରୁଛେ ଯେତେବେଳେ କି ସାମ୍ପ୍ରତିକ ପରିସ୍ଥିତି ଓ ସମାଜ ଜଣେ ହିନ୍ଦୁଠାରୁ ଆଶା ରଖୁଛି କି ସେ ନିଜକୁ ହିନ୍ଦୁ ବା ହିନ୍ଦୁ ଜାତୀୟତାବାଦୀ ବୋଲି ନ କହି "ଧର୍ମନିରପେକ୍ଷ" ବୋଲି କହୁ । ଏବଂ ଅଧିକାଂଶ ହିନ୍ଦୁ ଏହି ଫାସରେ ପଡ଼ି ଏକ ହିନ୍ଦୁ ଭାବେ ନିଜର ପରିଚୟ ଦେବାକୁ ଅନେକ ସମୟରେ କୁଣ୍ଠାବୋଧ ମଧ୍ୟ କରୁଛନ୍ତି । ତେବେ ଏହି ହିନ୍ଦୁ ଶବ୍ଦର ଆକ୍ଷରିକ ଅର୍ଥ ବା ପରିଭାଷା କଣ, ତାହା ଅନ୍ୟ ଧର୍ମାବଲମ୍ବୀମାନେ କଣ, ସ୍ୱୟଂ ଅଧିକାଂଶ ହିନ୍ଦୁ ମଧ୍ୟ ଜାଣି ନ ଥିବେ । ଏବଂ ଯେତେବେଳେ ସେମାନେ ଏହାର ପ୍ରକୃତ ଅର୍ଥ ସମ୍ବନ୍ଧରେ ଅବଗତ ହେବେ ଏବଂ ଜାଣିବେ ଯେ "ହିନ୍ଦୁ"ର ଏକ ପରିଭାଷା ମଧ୍ୟ ହେଉଛି "ଯେ ସମସ୍ତ ଧର୍ମକୁ ଭଲ ପାଏ", ସେତେବେଳେ କୁଣ୍ଠାବୋଧ ତ ଦୂରର କଥା, ନିଶ୍ଚିତ ଭାବେ ଗର୍ଵର ସହିତ କହିବେ ଯେ - "ମୁଁ ଜଣେ ହିନ୍ଦୁ" ।  ଆସନ୍ତୁ ତେବେ ଜାଣିବା ଏହି "ହିନ୍ଦୁ" ଶବ୍ଦର ଅର୍ଥ ସମ୍ବନ୍ଧରେ । ଯଦିଓ ଏହି ଶବ୍ଦର ପରିଭାଷା ଅତ୍ୟନ୍ତ ବ୍ୟାପକ, ତେବେ ସଂକ୍ଷେପରେ ସେ ସମ୍ବନ୍ଧରେ କିଞ୍ଚିତ ଆଲୋଚନା କରିବା । ବୈଦିକ ବାଙ୍ମୟରେ କିମ୍ବା ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥାବଳୀରେ "ହିନ୍ଦୁ" ଶବ୍ଦର ଉଲ୍ଲେଖ ନାହିଁ । ସେଥିରେ ଏହାର ଏକ ପର୍ଯାୟବାଚୀ ଶବ୍ଦ "ଆର୍ଯ୍ୟ"ର ଉଲ୍ଲେଖ ରହିଛି ଯାହାର ଅର୍ଥ ହେଲା - ସଭ