ଆଇନର ଏପାଖ ସେପାଖ
ଆମ ସ୍କୁଲ ବେଳର ଦଣ୍ଡବିଧାନ ନିଆରା ଥିଲା। ସର୍ବେସର୍ବା ଥିଲେ ଶିକ୍ଷକ। ତାଙ୍କ ନିଷ୍ପତ୍ତି ସମସ୍ତେ ମାନିବାକୁ ବାଧ୍ୟ। ଶୃଙ୍ଖଳା ପାଇଁ ସେ ଜଣେ ମନିଟରକୁ ନିଯୁକ୍ତ କରିଥାନ୍ତି। ଧରନ୍ତୁ ରାମ ହେଲା ମନିଟର। ସେ କ୍ଲାସରେ ଶୃଙ୍ଖଳା ରକ୍ଷା କରିବ। ରାବେଣା ଯଦି ଲକ୍ଷ୍ମଣକୁ ବାଡେଇଲା ତେବେ ଏହା ଯଦି ରାମ ନଜରକୁ ଆସେ, ସେ ଶିକ୍ଷକଙ୍କୁ ଏ ବିଷୟରେ ଜଣେଇବ। ତତ୍ପରେ ଶିକ୍ଷକ କିଛି ଶୁଣିବା ଆଗରୁ ରାବେଣାକୁ ଦୁଇଟି ଉତ୍ତମ ମଧ୍ୟମ ଦେବେ ଏବଂ ତାର ସହଯୋଗୀ ଅହିରାବଣକୁ ମଧ୍ୟ ଭଲ ଭାବରେ କୁଟିବେ। କାରଣ ଶିକ୍ଷକଙ୍କୁ ଭଲ ଭାବରେ ଜଣାଥିବଯେ ପରିସ୍ଥିତି କଣ ହୋଇଥିବ। ଏପରିକି ସେ କେବେ କେବେ ନିଜ ଆଡୁ କେହି ନ କହିଲେ ବି କ୍ଳାସର ଦୁଷ୍ଟ ପିଲାଙ୍କୁ ଦୁଇ ଚାରିଟା ଉତ୍ତମ ମଧ୍ୟମ ଦିଅନ୍ତି ଶୃଙ୍ଖଳା ରକ୍ଷା ପାଇଁ। ଏହା ଥିଲା ଆମ ବେଳର କଥା। ବଡ ହୋଇଗଲେ କଥା ଦୋସରା। ଶିକ୍ଷକଙ୍କ ଜାଗାରେ ମାନ୍ୟବର ବିଚାରପତି ଆସିଯାଆନ୍ତି। ମନିଟରଙ୍କ ଜାଗା ନିଅନ୍ତି ପୋଲିସ ଅଫିସର। ଏବଂ ରାବେଣା ଯଦି ଲକ୍ଷ୍ମଣକୁ ବାଡେଇଲା ତେବେ ଲକ୍ଷ୍ମଣକୁ ପ୍ରଥମେ FIR ଦେବାକୁ ପଡିବ। ତାପରେ ଯାଇ ପୋଲିସ ତଦନ୍ତ ଆରମ୍ଭ କରିବେ। ଏବଂ ରାବେଣା ଯଦି ନେତାଙ୍କ ଖାସ ଲୋକ ହୋଇଥିବ କିମ୍ବା ପୋଲିସକୁ କିଛି ହାତଗୁଞ୍ଜା ଦେଇଥିବ, ତେବେ ଖେଳ ସେଇଠି ଶେଷ। ନଚେତ ପୋଲିସ ତଦନ୍ତ କରି କୋର୍ଟକୁ କେସ ଫରୱାର୍ଡ କରିବେ। ଏବେ ଆରମ୍ଭ ହେବ ଅସଲି ଖେଳ। ଶିକ୍ଷକ ଯେପରି ସବୁ ଜାଣି ରାବେଣ