Posts

ସିଦ୍ଧ ପୂଜିତ/ପ୍ରତିଷ୍ଠିତ ଶିବ ଲିଙ୍ଗ

Image
  ଓଁ ନମଃ ଶିବାୟ ! ଏପରି କୌଣସି ସମୟ ନଥିଲା ଯେତେବେଳେ କି ଭଗବାନ ଶିବ କାହାଦ୍ୱାରା ପୂଜିତ ହେଉନଥିଲେ, କି ଏପରି କୌଣସି ସମୟ ଆସିବ ନାହିଁ ଯେତେବେଳେ କି ଭଗବାନ ଶିବ କାହାଦ୍ଵାରା ପୂଜିତ ହେଉ ନଥିବେ । ଭଗବାନ ଶିବଙ୍କୁ ଲିଙ୍ଗ ରୂପେ ପୂଜା କରିବା ପରମ୍ପରା ଅତି ପ୍ରାଚୀନ । ଏକମାତ୍ର ଭଗବାନ ଶିବହିଁ ବ୍ରହ୍ମରୂପ ହେବା କାରଣରୁ ନିଷ୍କଳ ବା ନିରାକାର ଅଟନ୍ତି। ପୁନଶ୍ଚ ରୂପବାନ ହେବା କାରଣରୁ ମଧ୍ୟ ସେ ସକଳ ଅଟନ୍ତି। ଶିବଙ୍କ ନିରାକାର ହେବା କାରଣରୁ ତାଙ୍କର ପୂଜାର ଆଧାରଭୁତ ଲିଙ୍ଗ ମଧ୍ୟ ନିରାକାର। ଅର୍ଥାତ ଶିବଲିଙ୍ଗ ଶିବଙ୍କର ନିରାକାର ସ୍ୱରୂପ ଏବଂ ସାକ୍ଷାତ ବ୍ରହ୍ମର ପ୍ରତୀକ। ପୁନଶ୍ଚ ଦେବୀ ଉମା ଜଗତର ମାତା ଏବଂ ଭଗବାନ ଶିବ ଜଗତର ପିତା ଅଟନ୍ତି । ଅତଃ ଜନ୍ମମୃତ୍ୟୁରୁପୀ ବନ୍ଧନର ନିବୃତ୍ତି ପାଇଁ ଜନ୍ମର ଅଧିଷ୍ଠାନଭୁତ ମାତୃ-ପିତୃ ସ୍ଵରୂପ ଶିବଳିଙ୍ଗର ଆରାଧନା କରିବା ଉଚିତ। ନିମ୍ନରେ ବିଭିନ୍ନ ସିଦ୍ଧ/ଶିବ ଉପାସକମାନଙ୍କ ଦ୍ବାରା ପୂଜିତ/ପ୍ରତିଷ୍ଠିତ ଶିବ ଲିଙ୍ଗର ସାରଣୀ ପ୍ରଦାନ କରାଯାଇଛି ଯାହାକି ବିବିଧ ଶାସ୍ତ୍ର, ପୁରାଣ ତଥା କିମ୍ବଦନ୍ତୀ ଆଦିରୁ ସଂଗୃହିତ । ଆଶା କରେ ଏହା ଆମର ଜ୍ଞାନ ବର୍ଦ୍ଧନ କରିବାରେ ସହାୟକ ହେବ । ସିଦ୍ଧ ଲିଙ୍ଗ - କାହା ଦ୍ଵାରା ପୂଜିତ/ପ୍ରତିଷ୍ଠିତ ----------- ------------------------------ ଗୌରୀଶ୍ୱର - ଦେବୀ ସତୀ ଅରୁଣାଚଳ - ବ୍ରହ୍ମା ଏବଂ ବିଷ୍ଣୁ ବ୍ର...

ଶ୍ରୀହନୁମାନଙ୍କ କପୀଶ ରୂପ କାହିଁକି

Image
  ଜୟ ହନୁମାନ ଜ୍ଞାନ ଗୁଣ ସାଗର । ଜୟ 'କପୀଶ' ତିହୁଁ ଲୋକ ଉଜାଗର ॥ ହରି ଓ ହର ଦୁହିଁଙ୍କୁ ଭିନ୍ନ ଭାବେ ଦେଖିବା ଅଥବା ତାଙ୍କ ମଧ୍ୟରୁ ଜଣଙ୍କୁ ଅନ୍ୟ ଜଣଙ୍କ ଠାରୁ ଶ୍ରେଷ୍ଠ ପ୍ରତିପାଦନ କରିବା ନିମନ୍ତେ ଚେଷ୍ଟା କରିବା ଦୋଷାବହ । କାରଣ ଉଭୟେ ଅଭିନ୍ନ । ତେଣୁ ଶ୍ରୀହରି ଯେତେବେଳେ ଶ୍ରୀରାମ ରୂପରେ ଧରାପୃଷ୍ଠରେ ଅବତୀର୍ଣ୍ଣ ହେଲେ, ଭଗବାନ ଶିବ ତାଙ୍କ ସାନ୍ନିଧ୍ୟ ଲାଭ କରିବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତେ ବା କିପରି ? ତେଣୁ ସେ ଶ୍ରୀହନୁମାନ ରୂପରେ ଅବତାର ଗ୍ରହଣ କରିଥିଲେ । ତେବେ ସେ 'କପୀଶ' ରୂପରେ କାହିଁକି ଅବତାର ଗ୍ରହଣ କଲେ ତାହା ଜାଣିବା ନିମନ୍ତେ ଆମେ ଏହା ପୂର୍ବରୁ ଘଟିଥିବା ପ୍ରସଙ୍ଗ ଉପରେ କିଞ୍ଚିତ୍ ଆଲୋକପାତ କରିବା । ଆମେ ଜାଣୁ ଭଗବାନ ଶିବଙ୍କ ଦ୍ଵାରପାଳ ତଥା ପ୍ରମୁଖ ଗଣ ହେଉଛନ୍ତି ନନ୍ଦୀ ଯେକି ସାକ୍ଷାତ୍ ରୁଦ୍ର ସ୍ବରୂପ । ମାତ୍ର ପରବର୍ତ୍ତୀ ସମୟରେ ସେ କପିମୁଖ ବା ବାନରମୁଖ ହୋଇଥିଲେ । ନନ୍ଦୀ କିପରି କପିମୁଖ ହେଲେ ସେ ସମ୍ବନ୍ଧୀୟ ବର୍ଣ୍ଣନା ସ୍କନ୍ଦ ପୁରାଣରେ ରହିଛି । ସ୍କନ୍ଦ ପୁରାଣର ମାହେଶ୍ୱର ଖଣ୍ଡ ଅନ୍ତର୍ଗତ କେଦାର ଖଣ୍ଡରେ ବର୍ଣ୍ଣିତ ଅଛି ଯେ -  "ନନ୍ଦୀଙ୍କର କପିମୁଖ ହେଉଛି ତାଙ୍କର ଶିଵ ଉପାସନାର ଇପ୍ସିତ ଫଳ । ଭଗବାନ ଶିବ ଏକଦା ନନ୍ଦୀଙ୍କୁ ତାଙ୍କ ସାରୁପ୍ୟର ବରଦାନ ଦେବାକୁ ଚାହିଁଥିଲେ, କିନ୍ତୁ ନନ୍ଦୀ ସ୍ୱୟଂ ଏହାକୁ ସ୍ୱୀକାର ନ କରି ନିଜ ନିମିତ୍ତ କପି ସଦୃଶ ମୁ...

ଧନ୍ଵନ୍ତରି ଭାଗ - ସେକାଳର ଚିକିତ୍ସକଙ୍କ ରୋଗୀ ପରାମର୍ଶ ପାଉଣା

Image
ଚିକିତ୍ସା ବୃତ୍ତିକୁ ଆମେ ସମସ୍ତ ବୃତ୍ତି ମଧ୍ୟରେ ସର୍ବଶ୍ରେଷ୍ଠ ବୋଲି କହୁ କାରଣ ଏହା ଏକ ମହତ ବୃତ୍ତି ଯାହା ମାଧ୍ଯମରେ ଚିକିତ୍ସକଟିଏ ରୋଗୀର ଜୀବନରକ୍ଷା କରିଥାଏ ଅଥବା ତାହାର ପିଡ଼ାକୁ ଲାଘବ କରିଥାଏ । ତେବେ ଏଥିନିମନ୍ତେ ଚିକିତ୍ସକ ରୋଗୀ ଠାରୁ ନିଜର ପରାମର୍ଶ ପ୍ରଦାନ ନିମିତ୍ତ ପାଉଣା ନେଇଥାଏ ଜୀବନଧାରଣ ପାଇଁ । ଅଧିକନ୍ତୁ ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ଏହି ଧାରଣା ବଳବତ୍ତର ହେଉଛି ଯେ ଚିକିତ୍ସକ ଗୋଷ୍ଠୀ ନିଜର ଜୀବିକା ଅଥବା ସେବା ପାଇଁ ନୁହେଁ, କେବଳ ଅର୍ଥ ଉପାର୍ଜନ ନିମନ୍ତେ ଏହି ବୃତ୍ତିକୁ ଆପଣେଇଛନ୍ତି । ରୋଗୀଙ୍କ ଠାରୁ ଆଗୁଆ ପରାମର୍ଶ ପାଉଣା ରଖିବା, ରୋଗୀ ଗୁରୁତର ବା ଅସମର୍ଥ ଥିଲେ ମଧ୍ୟ ରୋଗୀ ପରାମର୍ଶ ନିମନ୍ତେ ତା'ର ଗୃହକୁ ନ ଯିବା, ବିନା ପାଉଣାରେ ଅଭାବଗ୍ରସ୍ତ ରୋଗୀକୁ ନ ଦେଖିବା, ସୀମିତ ସମୟସୀମା ମଧ୍ୟରେ ଯେତେ ସମ୍ଭବ ସେତେ ଅଧିକ ରୋଗୀ ଦେଖିବା ଆଦି ଘଟଣା ମଧ୍ୟ ଏହି ଧାରଣାକୁ କେତେକାଂଶରେ ଠିକ ବୋଲି ପ୍ରମାଣିତ କରେ । ଏ ପରିପ୍ରେକ୍ଷୀରେ ମନରେ ସ୍ଵତଃ ଏକ ପ୍ରଶ୍ନ ଉଙ୍କି ମାରେ - ଅତୀତରେ ଚିକିତ୍ସକଙ୍କର ପାଉଣା ବିଷୟରେ କିଛି ମାର୍ଗଦର୍ଶିକା ଥିଲା କି ? ସେ ସମୟରେ ଅଭାବଗ୍ରସ୍ତ ରୋଗୀ କିପରି ଚିକିତ୍ସୀୟ ପରାମର୍ଶ ପାଉଥିଲେ ? ଉପରୋକ୍ତ ପ୍ରଶ୍ନ ସବୁର ଉତ୍ତର ଆମେ ଆୟୁର୍ବେଦ ଗ୍ରନ୍ଥ ରସରତ୍ନସମୁଚ୍ଚୟ ରେ ପାଇ ପାରିବା । ଏହି ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଚିକିତ୍ସକଟିଏ ରୋଗୀପରୀକ୍ଷା ପରେ ...

ଦ୍ଵିତୀୟ କୋଣାର୍କ - ସମ୍ଭବ କି ?

Image
ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ କାହାକୁ ବା ଆକର୍ଷିତ କରି ନଥାଏ ? ଏହାର ଅନୁପମ ଭାସ୍କର୍ଯ୍ୟ ବିଧର୍ମୀଙ୍କ ଆକ୍ରମଣ ତଥା କାଳର କରାଳ ପ୍ରବାହରେ ଅବକ୍ଷୟ ହୋଇଥିଲେ ସୁଦ୍ଧା ଏଯାବତ୍ ଏହା ଦେଖଣାହାରୀଙ୍କୁ ବିସ୍ମିତ କରିଥାଏ । ଅନେକ ସମୟରେ ମନରେ ସ୍ଵତଃ ଏକ ପ୍ରଶ୍ନ ଉଠେ - ଭଗ୍ନ କୋଣାର୍କ ମନ୍ଦିରକୁ ବିଶିଷ୍ଟ ମୂର୍ତ୍ତିକାରଙ୍କ ସହାୟତାରେ ପୁନଃ ଗଢ଼ି ହୁଅନ୍ତା ନାହିଁ, କିମ୍ବା ଆଉ ଏକ କୋଣାର୍କ ମନ୍ଦିରଟିଏ ନିର୍ମାଣ କରାଯାଇ ପାରନ୍ତା ନାହିଁ ? ଏହାର ଉତ୍ତରରେ ମୋର ଏହି ଆଲେଖ୍ୟ । ମୋର ମଧ୍ୟ ଏହି ଧାରଣା ଥିଲା ଯେ ଦ୍ଵିତୀୟ କୋଣାର୍କ ମନ୍ଦିର ଗଢ଼ିବା ସମ୍ଭବ । ମାତ୍ର ଏହି ଧାରଣା ଅମୂଳକ ବୋଲି ପ୍ରମାଣିତ ହେଲା ସେତେବେଳେ, ଯେତେବେଳେ କି ମୁଁ କୋଣାର୍କ ମନ୍ଦିର ସମ୍ମୁଖରେ ଥିବା Interpretation Centre (Indian Oil Foundation ଦ୍ଵାରା ସ୍ଥାପିତ) ପରିଦର୍ଶନରେ ଗଲି । ସେଠାରେ ଭାରତର ବିଶିଷ୍ଟ ସ୍ଥପତିଙ୍କ ଦ୍ୱାରା ନିର୍ମିତ କୋଣାର୍କର ମୂଳ ସ୍ଥାପତ୍ୟର କିଛି ପ୍ରତିରୂପ ଦେଖିଲି ଓ ଅନୁଭବ କଲି ଯେ ସେକାଳର ମୂର୍ତ୍ତି ଏବେ ପୁନଃ ନିର୍ମାଣ କରିବା ପ୍ରାୟତଃ ଅସମ୍ଭବ । ବର୍ତ୍ତମାନ ଆପଣମାନେ ସଂଲଗ୍ନ ଚିତ୍ରଟିକୁ ଦେଖନ୍ତୁ । ସଂଲଗ୍ନ ଚିତ୍ରଟିର ବାମ ପାର୍ଶ୍ଵରେ ରହିଛି ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ଥିବା କୋଣାର୍କ ମନ୍ଦିରର ମୂଳ ମୂର୍ତ୍ତି - ବରୁଣାଣୀ, ଯିଏକି ବରୁଣ (ଅଷ୍ଟ ଦିଗପାଳଙ୍କ ମଧ୍ୟରୁ ଅନ୍ୟ...

'ରୁଦ୍ର ଭାଗ' - ଔଷଧ ବିକ୍ରେତାଙ୍କ ଠାରୁ ପ୍ରାପ୍ତ ଚିକିତ୍ସକଙ୍କ ନୈତିକ କମିଶନ

Image
ଆଜିର ଯୁଗରେ ଏକ ମାରାତ୍ମକ ବ୍ୟାଧି ଚିକିତ୍ସକ ସମାଜକୁ କବଳିତ କରିଛି । ତାହା ହେଉଛି ଅନୈତିକ କମିଶନ । ଏହା ହେଉଛି ଚିକିତ୍ସକଟିଏ ଔଷଧ ଚିଠା (Prescription) ରେ ବିବିଧ ଔଷଧ କମ୍ପାନୀଙ୍କ ଉତ୍ପାଦ ଲେଖିବା ନିମନ୍ତେ ସଂପୃକ୍ତ କମ୍ପାନୀଙ୍କ ଠାରୁ ପାଉଥିବା କମିଶନ ତଥା ରୋଗ ନିଦାନ ନିମନ୍ତେ ବିବିଧ ରୋଗୀ ପରୀକ୍ଷା ସମ୍ପର୍କିତ ଚିକିତ୍ସୀୟ ପରାମର୍ଶ ପାଇଁ ସଂପୃକ୍ତ ନିଦାନ ସଂସ୍ଥା ଠାରୁ ନେଉଥିବା କମିଶନ । ଉଭୟ ଅନୈତିକ ଏବଂ ସାମାଜିକ ବ୍ୟାଧି ସଦୃଶ । କାରଣ ଏହାଦ୍ୱାରା ଚିକିତ୍ସକଙ୍କର ମୂଳ ଲକ୍ଷ୍ୟ - 'ସର୍ବନିମ୍ନ ଉପାୟ ତଥା ମୂଲ୍ୟ ବିନିମୟରେ ରୋଗୀର ରୋଗ ନିଦାନ ଓ ଚିକିତ୍ସା' ବାଧାପ୍ରାପ୍ତ ହୋଇଥାଏ ଏବଂ ଏହା ଚିକିତ୍ସକ ପରି ଆଦର୍ଶ ସ୍ଥାନୀୟ ବୃତ୍ତିକୁ କେବଳ ଏକ ଅର୍ଥ ଉପାର୍ଜନକାରୀ ବୃତ୍ତିରେ ପରିଣତ କରିଥାଏ । ଆଜିର ଯୁଗରେ ଚିକିତ୍ସକମାନେ ଅନୈତିକ ଉପାୟରେ ଔଷଧ କମ୍ପାନୀଙ୍କ ଏକ ନିର୍ଦ୍ଦିଷ୍ଟ ପରିମାଣର ବିକ୍ରୟ (Target sale) ଲକ୍ଷ୍ୟରେ  ସହଯୋଗ ଦେଇ ସେମାନଙ୍କ ଠାରୁ ପାଉଥିବା ବହୁମୂଲ୍ୟ ଉପହାର, ବିଦେଶ ଭ୍ରମଣର ସୁବିଧା ଆଦି କାହାରି ଠାରୁ ଅଛପା ନୁହେଁ । ତେବେ ଏହାର ନିରାକରଣର ଉପାୟ କଣ ? ନିରାକରଣର ଉପାୟଟି ପ୍ରାଚୀନ ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ । ତାହା ହେଲା ଔଷଧ ଚିଠା (Prescription) ରେ ବିବିଧ ଔଷଧ ନିର୍ମାତା ବା ଔଷଧ ଦୋକାନୀଙ୍କ ଉତ୍ପାଦ ଲେଖିବା ନିମନ୍ତେ ସଂପୃକ୍ତ ସଂସ୍ଥା ଠାରୁ ଏକ ନୈ...

ଡ଼ାକ୍ତରୀ ଚିଠାରେ ℞ ଚିହ୍ନର ପ୍ରାସଙ୍ଗିକତା

Image
ନିକଟ ଅତୀତରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂହ ଚୌହାନ ଙ୍କର ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଯେଉଁଥିରେ ସେ ଚିକିତ୍ସକ ମାନଙ୍କୁ ଡ଼ାକ୍ତରୀ ଚିଠାରେ ℞ ଚିହ୍ନ ନ ଲେଖି ତା' ବଦଳରେ 'ଶ୍ରୀ ହରି' ଲେଖିବାକୁ ପରାମର୍ଶ ଦେଇଥିଲେ । ତାଙ୍କର ମନ୍ତବ୍ୟର ଉଦ୍ଦେଶ୍ୟ ଥିଲା ℞ ହେଉଛି ବିଦେଶୀ ଭାଷାର ପ୍ରତୀକ, ତେଣୁ ଏହା ବଦଳରେ ଆମେ ସ୍ୱଦେଶୀ ଭାଷାର ପ୍ରତୀକ ରୂପେ 'ଶ୍ରୀ ହରି' ଲେଖିବା ଅଧିକ ସମିଚୀନ ହେବ । ବିବାଦ ଆହୁରି ବ୍ୟାପକ ହେଲା ଯେତେବେଳେ କିଛି ଚିକିତ୍ସକ ମଧ୍ୟ ତାଙ୍କର ପରାମର୍ଶକୁ ଗ୍ରହଣ କରି ଡ଼ାକ୍ତରୀ ଚିଠାରେ 'ଶ୍ରୀ ହରି' ଲେଖିବାକୁ ଆରମ୍ଭ କଲେ । ଏ ପ୍ରସଙ୍ଗରେ ବିବାଦ ଘନୀଭୂତ ହେବାରୁ National Medical Commission କୁ ମାର୍ଗ ପ୍ରଦର୍ଶନ ନିମିତ୍ତ ଅନୁରୋଧ କରାଗଲା । ତେବେ ଯାହା ହେଉ ଏହି ଆଲେଖ୍ୟର ବିଷୟବସ୍ତୁ ହେଉଛି - ଡ଼ାକ୍ତରୀ ଚିଠାରେ ℞ ର ବ୍ୟବହାର କିପରି ଆରମ୍ଭ ହେଲା ଓ ଆଜିର ଦିନରେ ଏହାର କଣ ପ୍ରାସଙ୍ଗିକତା ରହିଛି । ℞ ହେଉଛି ଲାଟିନ ଶବ୍ଦ 'Recipere' ର ସଂକ୍ଷିପ୍ତ ରୂପ ଯାହାର ଅର୍ଥ ହେଉଛି 'Take thou' ବା 'ଆପଣ (ରୋଗୀ) ନିଅନ୍ତୁ' । ଏହାର ବ୍ୟବହାର ମଧ୍ୟ ଯୁଗରେ ଆରମ୍ଭ ହୋଇଥିଲା ଯେଉଁଥିରେ କି ପ୍ରଥମେ ଏହା କେବଳ R ରୂପେ ଲେଖା ହେଉଥିଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ x ଯୋଡ଼ାଗଲା ଡ଼ାକ...

କୋଣାର୍କର ଭାସମାନ ସୂର୍ଯ୍ୟ ମୂର୍ତ୍ତିର ସତ୍ୟାସତ୍ୟ ସମ୍ପର୍କରେ

Image
ଲୋକକଥା ବା କିମ୍ବଦନ୍ତୀ ଆଧାରରେ କୋଣାର୍କ ମନ୍ଦିରର ଗର୍ଭଗୃହରେ ଥିବା ସୂର୍ଯ୍ୟ ଦେବଙ୍କର ଅଧିଷ୍ଠାତ୍ରୀ ଦେବମୂର୍ତ୍ତି ଏହାର ଉର୍ଦ୍ଧ୍ବ ଦେଶରେ ଥିବା ବିଶାଳ ଚୁମ୍ବକ ଦ୍ବାରା ଆକର୍ଷିତ ହୋଇ ଶୂନ୍ୟରେ ଭାସମାନ ଅବସ୍ଥାରେ ଥିଲା ଯାହାକି ବାସ୍ତବିକ ଏକ ଆଶ୍ଚର୍ଯ୍ୟ ଥିଲା । ପରବର୍ତ୍ତୀ ସମୟରେ କୋଣାର୍କ ମନ୍ଦିର ବିଧର୍ମୀମାନଙ୍କ ଦ୍ଵାରା ଭଗ୍ନ ହେବା ପରେ ଏହା ଅବହେଳିତ ଅବସ୍ଥାରେ ରହିଥିଲା ଏବଂ ଏହି ସମୟରେ ଏକ ବିଦେଶୀ ଜଳଯାହାଜ ଏହାର ଶୀର୍ଷ ଦେଶରେ ଥିବା ସେହି ବିଶାଳ ଚୁମ୍ବକ ଦ୍ଵାରା ଗଭୀର ଭାବରେ ପ୍ରଭାବିତ ହେବା ଯୋଗୁଁ ସେମାନଙ୍କ ଦ୍ଵାରା ଏହା ଅପସାରିତ ହୋଇଥିଲା ଓ ଫଳସ୍ୱରୁପ ଗର୍ଭଗୃହଟି ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡ଼ିଥିଲା । ତେବେ ତଥାକଥିତ ଏହି ବିଶାଳ ଚୁମ୍ବକଟିର ସତ୍ୟାସତ୍ୟ ନେଇ ଆସନ୍ତୁ ସମ୍ୟକ୍ ରୂପେ ଆଲୋଚନା କରିବା । ପ୍ରଥମତଃ ଯଦି ସୂର୍ଯ୍ୟ ମୂର୍ତ୍ତିଟି ଭାସମାନ ଅବସ୍ଥାରେ ଥିଲା, ତେବେ ଏହାର ପାରମ୍ପରିକ ଉପାସନା ଆଦି କର୍ମ ହୋଇପାରି ନ ଥିବ, ଯେପରିକି ଏହାର ବେଶ, ଅଭିଷେକ ଆଦି କର୍ମ । ତେବେ କୋଣାର୍କ ମନ୍ଦିରର ଗର୍ଭଗୃହରେ ଥିବା ରତ୍ନବେଦୀ ଉପରିସ୍ଥ ବିବିଧ ବ୍ୟାବହାରିକ ଚିହ୍ନରୁ ଏହା ସୁସ୍ପଷ୍ଟ ଯେ ଏହା ଉପରେ ସ୍ଥାପିତ ସୂର୍ଯ୍ୟ ଦେବଙ୍କର ମୂର୍ତ୍ତିଟିର ଅଭିଷେକ ଉପାସନା ଆଦି କର୍ମ କରାଯାଉଥିଲା ଏବଂ ଏହି କର୍ମାଦି ନିମିତ୍ତ ବ୍ୟବହୃତ ଉପକରଣ ଗୁଡିକର ବ୍ୟବହାର ଚିହ୍ନ ରତ୍ନବେଦୀ ଉପରେ ଏବେ ମଧ୍ୟ ସୁସ୍ପଷ୍...

ପାଣ୍ଡବଙ୍କର ନାମ କୀର୍ତ୍ତନ ମହତ୍ତ୍ଵ

Image
  ଧର୍ମୋ ବିବର୍ଦ୍ଧତି ଯୁଧିଷ୍ଠିରକିର୍ତ୍ତନେନ  ପାପଂ ପ୍ରଣଶ୍ୟତି ବୃକୋଦରକିର୍ତ୍ତନେନ । ଶତ୍ରୁର୍ବିନଶ୍ୟତି ଧନଞ୍ଜୟକିର୍ତ୍ତନେନ  ମାଦ୍ରୀସୁତୌ କଥୟତାଂ ନ ଭବନ୍ତି ରୋଗାଃ ।। [ପାଣ୍ଡବ ଗୀତାରୁ ଉଦ୍ଧୃତ] ଯୁଧିଷ୍ଠିରଙ୍କ ନାମ ନେବା ଦ୍ଵାରା ଧର୍ମର ବୃଦ୍ଧି ଘଟିଥାଏ, ଭୀମଙ୍କ ନାମ ନେବା ଦ୍ଵାରା ପାପ ଦୂର ହୋଇଥାଏ, ଅର୍ଜୁନଙ୍କ ନାମ ନେବା ଦ୍ଵାରା ଶତ୍ରୁ ନାଶ ହୋଇଥାନ୍ତି ତଥା ମାଦ୍ରୀସୁତ ନକୁଳ ଓ ସହଦେବଙ୍କ ନାମ ନେବା ଦ୍ଵାରା ରୋଗ ସୃଷ୍ଟି ହୋଇ ନଥାଏ । [ସଂଲଗ୍ନ ଦ୍ରୌପଦୀଙ୍କ ସହିତ ପାଣ୍ଡବଙ୍କ ତୈଳଚିତ୍ର ରାଜା ରବି ବର୍ମା କୃତ]

ଶିବ ଲିଙ୍ଗର ତାତ୍ତ୍ୱିକ ବିଶ୍ଳେଷଣ

Image
ସନାତନ ଧର୍ମରେ ଈଶ୍ବରଙ୍କ ସାକାର ଆରାଧନାର ପ୍ରାଚୀନତମ ସ୍ଵରୂପ ହେଉଛି ଶିବ ଲିଙ୍ଗ । ତେବେ ଅନେକ ବ୍ୟକ୍ତି ଭ୍ରମ ବା ମିଥ୍ୟା ଧାରଣାର ବଶବର୍ତ୍ତୀ ହୋଇ ଶିବ ଲିଙ୍ଗକୁ ପୁରୁଷ ଯୌନାଙ୍ଗ ସହିତ ତୁଳନା କରନ୍ତି । ଅତି ପ୍ରାଚୀନ ଭାସ୍କର୍ଯ୍ୟ ଗୁଡ଼ିକରେ ମଧ୍ୟ ପୁରୁଷ ଯୌନାଙ୍ଗ ସଦୃଶ ଶିବ ଲିଙ୍ଗ ଦେଖିବାକୁ ମିଳେ ଯାହାକି ଏହି ଧାରଣାକୁ ବଳବତ୍ତର କରେ । ବିଧର୍ମୀମାନେ ସନାତନୀମାନଙ୍କୁ ଲିଙ୍ଗ ବା ପୁରୁଷ ଯୌନାଙ୍ଗ ଉପାସକ ବୋଲି ମଧ୍ୟ କୁହନ୍ତି । ତେବେ ଶିବ ଲିଙ୍ଗର ତାତ୍ତ୍ଵିକ ଅର୍ଥ ବାସ୍ତବିକ ଏହାଠାରୁ ଭିନ୍ନ ଅଟେ ଯାହାକି ଶିବ ପୁରାଣରେ ବର୍ଣ୍ଣିତ । ଏହାର ବର୍ଣ୍ଣନା ଅନୁଯାୟୀ ଶିବ ଲିଙ୍ଗ ହେଉଛି - ୧) ଶିବଙ୍କର ନିଷ୍କଳ ବା ନିରାକାର ସ୍ୱରୂପ - ଏକମାତ୍ର ଭଗବାନ ଶିବହିଁ ବ୍ରହ୍ମରୂପ ହେବା କାରଣରୁ ନିଷ୍କଳ ବା ନିରାକାର ଅଟନ୍ତି। ପୁନଶ୍ଚ ରୂପବାନ ହେବା କାରଣରୁ ମଧ୍ୟ ସେ ସକଳ ବା ସାକାର ଅଟନ୍ତି। ଶିବଙ୍କ ନିରାକାର ହେବା କାରଣରୁ ତାଙ୍କର ପୂଜାର ଆଧାରଭୁତ ଲିଙ୍ଗ ମଧ୍ୟ ନିରାକାର। ଅର୍ଥାତ ଶିବଲିଙ୍ଗ ଶିବଙ୍କର ନିରାକାର ସ୍ୱରୂପ ଏବଂ ସାକ୍ଷାତ ବ୍ରହ୍ମର ପ୍ରତୀକ। ସେହିପରି ଶିବଙ୍କର ସାକାର ବିଗ୍ରହ ତାଙ୍କର ସାକାର ସ୍ୱରୂପର ପ୍ରତୀକ। ୨) 'ବିନ୍ଦୁ-ନାଦ' ବା 'ଶିବ-ଶକ୍ତି' ଙ୍କର 'ଏକୀକରଣ' ବା 'ସକଳୀକରଣ' ର ସ୍ୱରୂପ - ଅନ୍ୟ ଅର୍ଥରେ ଶିବଲିଙ୍ଗ ହେଉଛି ବିନ୍ଦୁ-ନାଦ ସ୍ୱରୂପ, ଅତଃ ଏହାକୁ ...

କାଉଡ଼ିଆଙ୍କର 'ବୋଲ ବମ' ଉଚ୍ଚାରଣରେ 'ବମ' ଶବ୍ଦର ଅର୍ଥ

ଶ୍ରାବଣ ମାସର ଉଲ୍ଲେଖ ଆସିଲେ ରାସ୍ତାଘାଟରେ 'ବୋଲ ବମ' ଉଚ୍ଚାରଣ ସହିତ କାଉଡ଼ିଆଙ୍କର ଶିଵଜଳାଭିଷେକ ନିମିତ୍ତ ପଦଯାତ୍ରାର ଦୃଶ୍ୟ ମାନସପଟ୍ଟରେ ସ୍ୱାଭାବିକ ଭାବେ ଉଦ୍ଭାସିତ ହୁଏ । ତେବେ ଏ ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ମନ ମଧ୍ୟରେ ଉଙ୍କି ମାରିଥାଏ - କାଉଡ଼ିଆମାନେ ଉଚ୍ଚାରଣ କରୁଥିବା ଏହି 'ବୋଲ ବମ' ଧ୍ୱନିରେ 'ବମ' ଶବ୍ଦର ପ୍ରକୃତ ଅର୍ଥ କଣ ? ଆସନ୍ତୁ ଏ ସମ୍ପର୍କରେ ସମ୍ୟକ ରୂପେ ଆଲୋଚନା କରିବା । ଏହି 'ବମ' ଶବ୍ଦର ଅର୍ଥ ନିରୂପଣ କରିବାକୁ ଯାଇ ମୁଁ ଯେଉଁ କେତୋଟି ସିଦ୍ଧାନ୍ତରେ ଉପନୀତ ହୋଇଛି ସେଗୁଡିକ ନିମ୍ନରେ ପ୍ରଦତ୍ତ । ୧) 'ବମ' ଶବ୍ଦର ଏକ ଅର୍ଥ ହେଲା ଡ଼ମରୁର ଧ୍ୱନି । ଭଗବାନ ଶିବ ତାଙ୍କ ହସ୍ତରେ ଡ଼ମରୁ ଧାରଣ କରିଥାନ୍ତି ଓ ଏହି ଡ଼ମରୁ ବାଦନ ଫଳରେ 'ବମ' 'ବମ' ଧ୍ବନି ଉତ୍ପନ୍ନ ହୋଇଥାଏ । ଏହି ଧ୍ୱନି ଶିଵଙ୍କର ଅତି ପ୍ରିୟ । ତେଣୁ କାଉଡ଼ିଆମାନେ ଜଳାଭିଷେକ ନିମନ୍ତେ ଯାତ୍ରା କରୁଥିବା ସମୟରେ ଏହି 'ବମ' ଶବ୍ଦ ଉଚ୍ଚାରଣ କରିଥାନ୍ତି (ବୋଲ ବମ, ହର ହର ବମ/ବମ ବମ ଭୋଲେ ଇତ୍ୟାଦି) । ଏହି 'ବମ' ଶବ୍ଦର କ୍ରମାଗତ ଉଚ୍ଚାରଣକୁ 'ମୁଖବାଦ୍ୟ' କୁହାଯାଏ । ଅନ୍ୟ ଦେବତା ମାନେ ବିବିଧ ପ୍ରକାରର ବାଦ୍ୟଯନ୍ତ୍ରର ବାଦନ ଦ୍ୱାରା ପ୍ରସନ୍ନ ହେଉଥିବା ସମୟରେ ଭଗବାନ ଶିବ ଅଳ୍ପରେ କେବଳ 'ମୁଖବାଦ୍ୟ' ଦ୍ୱାରା ହିଁ ପ୍ର...

ଗୁରୁ ନାନକଙ୍କ ରଚିତ ଆରତୀ ଓ ଶ୍ରୀଜଗନ୍ନାଥ

Image
ଭକ୍ତି ଆନ୍ଦୋଳନର ସମୟ । ୧୬ଶ ଶତାବ୍ଦୀର ପ୍ରାରମ୍ଭିକ ଭାଗ । ଏକଦା ଗୁରୁ ନାନକ ଶ୍ରୀଜଗନ୍ନାଥଙ୍କର ଦର୍ଶନ ନିମିତ୍ତ ଶ୍ରୀକ୍ଷେତ୍ର ପରିଭ୍ରମଣ (ଉଦାସୀ)ରେ ଆସିଥାନ୍ତି । ସେ ଯଦିଓ ଭକ୍ତି ମାର୍ଗର ପ୍ରଚାରକ ଥିଲେ ତେବେ ସେ ଈଶ୍ୱରଙ୍କ ସାକାର ସ୍ୱରୂପ ଓ ବାହ୍ୟ ଅର୍ଚ୍ଚନାର ପକ୍ଷପାତୀ ନଥିଲେ । ମାତ୍ର ସେ ଯେତେବେଳେ ଶ୍ରୀଜଗନ୍ନାଥଙ୍କୁ ପ୍ରଥମ ଥର ପାଇଁ ଦେଖିଲେ, ସେତେବେଳେ ସେ ଭାବିଲେ - "ପ୍ରଭୁଙ୍କର ଏ କି ଅଦ୍ଭୁତ ରୂପ ! ପ୍ରଭୁ ଜଗନ୍ନାଥ ନା ସାକାର ଅଟନ୍ତି ନା ନିରାକାର !" ପ୍ରଭୁଙ୍କର ଏହି କିମାକାର (କେଉଁ ଆକାର) ରୂପକୁ ଦେଖି ସେ ଆଶ୍ଚର୍ଯ୍ୟଚକିତ ହେଲେ ଓ ପ୍ରଭୁଙ୍କ ପ୍ରତି ତାଙ୍କ ମନରେ ଗଭୀର ଭକ୍ତି ଭାବ ଜାଗ୍ରତ ହେଲା । ସେ ନିଜସ୍ୱ ଶୈଳୀରେ ବସି ରହି ପ୍ରଭୁଙ୍କର ନାମକୀର୍ତ୍ତନ କରିବାକୁ ଲାଗିଲେ ।  ଏହା ମଧ୍ୟରେ ଶ୍ରୀଜଗନ୍ନାଥଙ୍କର ଆରତୀ ସମୟ ଉପନୀତ ହେଲା । ସୁଗନ୍ଧିତ ପୁଷ୍ପ, ଧୂପ, ଦୀପ ଆଦିରେ ସଜ୍ଜିତ ଦିବ୍ୟ ଥାଳି ତଥା ପ୍ରଭୁଙ୍କର ମାଙ୍ଗଳିକ ଆରତୀର ଧ୍ୱନି ମଧ୍ୟରେ ଗୁରୁ ନାନକ ଅନ୍ତର୍ମୁଖୀ ହୋଇଯାଇଥିଲେ ଏବଂ ତାଙ୍କର ଚକ୍ଷୁରୁ ଅବିରତ ଭାବେ ଆନନ୍ଦାଶ୍ରୁ ନିର୍ଗତ ହେବାକୁ ଲାଗିଲା । ପ୍ରଭୁଙ୍କର ଭକ୍ତିରେ ସେ ଏପରି ମଜ୍ଜି ଯାଇଥିଲେ ଯେ ସେ ଅନ୍ୟ ଭକ୍ତମାନଙ୍କ ପରି ପ୍ରଭୁଙ୍କୁ ଦଣ୍ଡାୟମାନ ଅବସ୍ଥାରେ ଦର୍ଶନ ଓ ତାଙ୍କର ନାମକୀର୍ତ୍ତନ କରି ନପାରି ପୂର୍ବବତ୍ ଅନ୍ତର୍ମୁଖୀ ହୋଇ ବସି ରହିଥିଲେ । ଯେତେବେଳ...

ଶ୍ରୀଗୁରୁ ଗ୍ରନ୍ଥ ସାହିବରେ ଶ୍ରୀଜୟଦେବ

Image
ହିନ୍ଦୁ ମାନଙ୍କର 'ଶ୍ରୀମଦ୍ଭଗବଦ୍ଗୀତା', ମୁସଲମାନ ମାନଙ୍କର 'କୁରଆନ' ଓ ଖ୍ରୀଷ୍ଟିଆନ ମାନଙ୍କର 'ବାଇବଲ' ପରି ଶିଖ ମାନଙ୍କର ପରମ ପବିତ୍ର ଧର୍ମଗ୍ରନ୍ଥ ହେଉଛି 'ଶ୍ରୀଗୁରୁ ଗ୍ରନ୍ଥ ସାହିବ' । ଏହାଙ୍କୁ ଶିଖ ଧର୍ମରେ ଅନ୍ତିମ, ସାର୍ବଭୌମ ତଥା ସନାତନ ଗୁରୁଙ୍କର ମର୍ଯ୍ୟାଦା ଦିଆଯାଇଛି । ଏହା 'ଆଦି ଗ୍ରନ୍ଥ' ରୂପରେ ମଧ୍ୟ ପରିଚିତ ଯାହାକି ୧୪୩୦ 'ଅଙ୍ଗ' (ପୃଷ୍ଠା) ତଥା ୫୮୯୪ 'ଶବଦ' (ପଂକ୍ତିର ସମାହାର) ଯୁକ୍ତ । ଏଥିରେ ଶିଖ ଗୁରୁ, ଭଗତ (ଭକ୍ତ), ଭାଟ (କବି/ଚାରଣ), ପୀର ଓ ଗୁରଶିଖ (ଗୁରୁଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଶିଖ)ଙ୍କର ବାଣୀ ରହିଛି । ତେବେ ଏହା ଉତ୍କଳ ମାଟି ପାଇଁ ଗର୍ଵ ଓ ଗୌରଵର ଵିଷୟ ଯେ, ଯେଉଁ ଭଗତ ବା ଭକ୍ତଙ୍କର ବାଣୀକୁ ନେଇ 'ଶ୍ରୀଗୁରୁ ଗ୍ରନ୍ଥ ସାହିବ' ସମୃଦ୍ଧ, ତନ୍ମଧ୍ୟରୁ ଅନ୍ୟତମ ହେଉଛନ୍ତି ଆମର ଅତି ଆପଣାର ଶ୍ରୀଜୟଦେଵ, ଯାହାଙ୍କର ଦୁଇଟି 'ଶବଦ' ଉକ୍ତ ଧର୍ମ ଗ୍ରନ୍ଥଟିରେ ସ୍ଥାନ ପାଇଛି ।  ଶ୍ରୀଜୟଦେଵଙ୍କର 'ଗୀତଗୋବିନ୍ଦ'ର ପଦ୍ୟାବଳୀ ଯେପରି ଆମ ପାଇଁ ଅତି ଆପଣାର, ଅତି ପ୍ରିୟ ଓ ପରିଚିତ, ସେହିପରି 'ଶ୍ରୀଗୁରୁ ଗ୍ରନ୍ଥ ସାହିବ'ରେ ସ୍ଥାନିତ ତାଙ୍କର ବିବିଧ ପଦ୍ୟାବଳୀ ମଧ୍ୟ ଶିଖ ମାନଙ୍କ ପାଇଁ ଅତି ପ୍ରିୟ, ପବିତ୍ର ଓ ଅନୁକରଣୀୟ । ତେବେ ଏଠାରେ ମନ ମଧ୍ୟରେ ସ୍ୱତଃ ଏକ ପ୍ରଶ୍ନ ଉଠେ ଯେ ଶ...

କୋଣାର୍କର ଗୁଣ୍ଠୁଣି ହାତୀ ଭାସ୍କର୍ଯ୍ୟର ତାତ୍ପର୍ଯ୍ୟ

Image
କୋଣାର୍କ ସୂର୍ଯ୍ୟ ମନ୍ଦିରର ଉତ୍ତର ଦିଗରେ ଥିବା ଦୁଇଗୋଟି ଗୁଣ୍ଠୁଣି ହାତୀର ଭାସ୍କର୍ଯ୍ୟ ବିଶ୍ବବିଦିତ । ଏଥିମଧ୍ୟରୁ ଗୋଟିଏ ହାତୀ ନିଜ ଶୁଣ୍ଢରେ ଏକ ଯୋଦ୍ଧାକୁ ତୋଳି ଧରିଥିବାର ଦେଖାଯାଇଥାଏ (ଉପରୋକ୍ତ ଚିତ୍ରରେ ଦର୍ଶିତ) ଯାହାକି ଭାରତର ଡାକଟିକଟରେ ମଧ୍ୟ ସ୍ଥାନ ପାଇଛି । ତେବେ ଏହି ଭାସ୍କର୍ଯ୍ୟ ପଛରେ ଥିବା ଏକ କାହାଣୀ ସମ୍ପ୍ରତି ଲୋକମୁଖରେ ତଥା ସାମାଜିକ ଗଣମାଧ୍ୟମରେ ବିଶେଷ ଜନପ୍ରିୟତା ଲାଭକରିଛି । କାହାଣୀଟି ଏହି ପରି - "ଭାସ୍କର୍ଯ୍ୟରେ ରୂପାୟିତ ଗୁଣ୍ଠୁଣି ହାତୀଟି ପ୍ରକୃତରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାତା ମହାରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ପ୍ରିୟ ହାତୀ ସୁଦେହୀ ବା ସୁଦେହୀକା । ମହାରାଜା ନରସିଂହ ଦେବ ଏକଦା ଯୁଦ୍ଧରେ ଆହତ ହୋଇ ପଡ଼ି ରହିଥିଲେ । ଏହି ସମୟରେ ମହାରାଜାଙ୍କର ଅତି ବିଶ୍ଵସ୍ତ, ପ୍ରିୟ ହାତୀ ସୁଦେହୀକା ତାଙ୍କୁ ନିଜ ଶୁଣ୍ଡରେ ତୋଳି ଧରି ଯୁଦ୍ଧକ୍ଷେତ୍ରରୁ ଉଦ୍ଧାର କରି ପଳାଇ ଆସିଥିଲା । ପରେ କୋଣାର୍କର ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମହାରାଜା ନରସିଂହ ଦେବ ସୁଦେହୀକାର ସେହି ସାହସିକତାର ପରିଚୟ ପୂର୍ବକ ଏକ ମୁର୍ତ୍ତି ନିର୍ମାଣ କରିଥିଲେ ଯେଉଁଥିରେ କି ସୁଦେହୀକା ନିଜ ଶୁଣ୍ଡରେ ନରସିଂହ ଦେବଙ୍କୁ ତୋଳି ଧରିଥିବାର ଦେଖାଯାଇଥାଏ ।" ତେବେ ସୁଦେହୀକା ନିଜ ଶୁଣ୍ଢରେ ଯେଉଁ ବ୍ୟକ୍ତିଟିକୁ ତୋଳି ଧରିଥିବାର ଦେଖାଯାଇଥାଏ ତାହାର ସ୍ବରୂପ ଅବଲୋକନ କଲେ ମନରେ ସ୍ୱତଃ ଏକ ପ୍ରଶ୍ନ ...

କାମଦେବଙ୍କ ମକରଧ୍ବଜ ନାମର ରହସ୍ୟ

Image
ଆଜିର ଆଧୁନିକ ଯୁଗରେ ଯେପରି ବିବିଧ ରାଷ୍ଟ୍ର ତଥା ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କ ଆଦର୍ଶ ଅନୁଯାୟୀ ଭିନ୍ନ ଭିନ୍ନ ଚିହ୍ନଯୁକ୍ତ ଧ୍ଵଜାମାନ ପ୍ରତିନିଧିତ୍ୱ କରିଥାନ୍ତି, ଠିକ୍ ସେହିପରି ପୁରାଣର ବର୍ଣ୍ଣନା ଅନୁଯାୟୀ ମଧ୍ୟ ବିଭିନ୍ନ ଦେବତାମାନଙ୍କୁ ବିବିଧ ଚିହ୍ନଯୁକ୍ତ ଧ୍ଵଜାମାନ ପ୍ରତିନିଧିତ୍ୱ କରିଥାନ୍ତି । ଉଦାହରଣ ସ୍ୱରୂପ ଗରୁଡ଼ଧ୍ଵଜ ବିଷ୍ଣୁଙ୍କୁ (ଯେହେତୁ ଗରୁଡ଼ ବିଷ୍ଣୁଙ୍କର ବାହନ), ବୃଷଭଧ୍ଵଜ ଶିବଙ୍କୁ (ଯେହେତୁ ବୃଷଭ ଶିବଙ୍କର ବାହନ) ତଥା ଲାଙ୍ଗଳଧ୍ୱଜ ବଳରାମଙ୍କୁ (ଯେହେତୁ ଲଙ୍ଗଳ ବଳରାମଙ୍କର ଅସ୍ତ୍ର)  ପ୍ରତିନିଧିତ୍ୱ କରିଥାନ୍ତି। ହୁଏତ ଆମମାନଙ୍କ ମଧ୍ୟରୁ ଅନେକ ଜାଣି ନଥିବେ, ଏହି ଧାରାରେ ମକର ଚିହ୍ନିତ ଧ୍ଵଜ ବା ମକରଧ୍ଵଜ କାମଦେବଙ୍କୁ ପ୍ରତିନିଧିତ୍ୱ କରିଥାଏ। ତେବେ ଆଜିର ପ୍ରସଙ୍ଗ ହେଉଛି - କେଉଁ କାରଣରୁ କାମଦେବଙ୍କ ବାହନ ହୋଇନଥିଲେ ମଧ୍ୟ ତାଙ୍କ ଧ୍ଵଜରେ ମକର ସ୍ଥାନିତ ହୋଇଥାଏ ? ଆସନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା। ସ୍ଵରୂପ ଦୃଷ୍ଟିରୁ ମକରକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ଯଥା - ୧) ପୁରାଣ ତଥା ଶିଳ୍ପ ଶାସ୍ତ୍ରରେ ବର୍ଣ୍ଣିତ ମକର ୨) ଲୋକକଥା ତଥା ଆୟୁର୍ବେଦରେ ବର୍ଣ୍ଣିତ ମକର ପୁରାଣ ତଥା ଶିଳ୍ପ ଶାସ୍ତ୍ରରେ ବର୍ଣ୍ଣିତ ମକର ହେଉଛି ଅର୍ଦ୍ଧେକ ଚତୁଷ୍ପଦ ପ୍ରାଣୀ (ପଶ୍ଚାତ ଭାଗ) ଓ ଅର୍ଦ୍ଧେକ ଲମ୍ବ ଶୁଣ୍ଢ ଥିବା (ଅଗ୍ର ଭାଗ) ଏକ ମିଶ୍ରିତ ତଥା ହିଂସ୍ର ଜଳଚର ଜୀବ । ଏହା ସମୁଦ୍ରର ଦେବତ...

କାହାଣୀ ଅମ୍ଳଜାନର : ଆୟୁର୍ବେଦାଚାର୍ଯ୍ୟ ଶାରଙ୍ଗଧର ଙ୍କ ଠାରୁ ଆରମ୍ଭ କରି ଫରାସୀ ରସାୟନବିତ୍ ଲାଭୋଇସିଏର ଙ୍କ ପର୍ଯ୍ୟନ୍ତ

Image
ମନୁଷ୍ୟ ଶ୍ୱାସକ୍ରିୟାରେ ବାୟୁମଣ୍ଡଳରୁ ଗ୍ରହଣ କରୁଥିବା ଜୀବନୀୟ ଉପାଦାନଟିର ନାମ ଯେ ଅମ୍ଳଜାନ ଓ ଏହାର ମନୁଷ୍ୟର ଜୀବନଧାରଣ ପାଇଁ ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି - ଏ ତଥ୍ୟ ସମ୍ବନ୍ଧରେ ଆଜିକାଲି ଶିଶୁମାନେ ମଧ୍ୟ ଅବଗତ (ସେମାନଙ୍କ ପାଠ୍ୟକ୍ରମ ମାଧ୍ୟମରେ) । ତେବେ ଏହି ଅମ୍ଳଜାନର ଆବିଷ୍କାର ତଥା ତାହାର 'ମନୁଷ୍ୟର ଜୀବନଧାରଣରେ ଉପାଦେୟତା' ସମ୍ବନ୍ଧିତ ତଥ୍ୟ ଆହରଣ କରିବା ନିମିତ୍ତ ଯଥେଷ୍ଟ କିଛି ଶତାବ୍ଦୀର ସମୟ ଲାଗିଥିଲା ବିବିଧ ବୈଜ୍ଞାନିକମାନଙ୍କୁ । ଏ ସମ୍ପର୍କିତ ଦୀର୍ଘ ଯାତ୍ରାର ଆରମ୍ଭ ହୁଏ ୧୩ଶ ଶତାବ୍ଦୀରେ ଭାରତ ଓ ସିରିଆରୁ ଏବଂ ଶେଷ ହୁଏ ୧୮ଶ ଶତାବ୍ଦୀରେ ଫ୍ରାନ୍ସରେ । ଆସନ୍ତୁ ଏ ରୋମାଞ୍ଚକ ଯାତ୍ରା ସମ୍ପର୍କିତ କାହାଣୀ ସମ୍ବନ୍ଧରେ ଜାଣିବା । ବୈଦିକ ଯୁଗରୁ ଆୟୁର୍ବେଦୀୟ ମହର୍ଷିମାନେ ବାୟୁର ଶରୀରଧାରଣ ତଥା ଶ୍ୱାସକ୍ରିୟାରେ ରହିଥିବା ଭୂମିକା ସମ୍ବନ୍ଧରେ କିଞ୍ଚିତ ମାତ୍ରାରେ ଅବଗତ ଥିଲେ । ଏ ସମ୍ପର୍କରେ 'ଚରକ ସଂହିତା'ରେ ବର୍ଣ୍ଣିତ ଅଛି ଯେ - "ବାୟୁସ୍ତନ୍ତ୍ରଯନ୍ତ୍ରଧରଃ ।" ଅର୍ଥାତ୍ - ଆମ ଶରୀର (ଯନ୍ତ୍ର) ଏବଂ ଏହାର କ୍ରିୟା ବା କାର୍ଯ୍ୟକଳାପର (ତନ୍ତ୍ର) ଧର୍ତ୍ତା ହେଉଛି ବାୟୁ ବା ବାତ ଦୋଷ । ଏହି ବାୟୁ, ଶରୀରରେ ଅବସ୍ଥିତି ଓ କାର୍ଯ୍ୟକଳାପ ଦୃଷ୍ଟିରୁ ପୁନଃ ପାଞ୍ଚ ଭାଗରେ ବିଭକ୍ତ, ଯଥା - ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ । ସୁଶ୍ରୁତ ସଂହିତାରେ ପ୍ରାଣ ...

ବରିଷ୍ଠଙ୍କ ଆଗମନରେ କନିଷ୍ଠ କାହିଁକି ଆସନରୁ ଉଠି ସେମାନଙ୍କୁ ଅଭିବାଦନ କରନ୍ତି ?

Image
ଆମ ପରମ୍ପରା ଓ ସଂସ୍କୃତିରେ ବରିଷ୍ଠ ମାନଙ୍କ ଆଗମନରେ କନିଷ୍ଠ ମାନେ ନିଜର ଆସନରୁ ଉଠି ସେମାନଙ୍କୁ ଅଭିବାଦନ କରିବାର ବିଧି ରହିଛି । ଏହାର ବୈଜ୍ଞାନିକ କାରଣ ଖୋଜିବା ତଥା ଉପସ୍ଥାପନ କରିବା ନିଶ୍ଚିତ ଭାବେ ଦୁରୁହ ବ୍ୟାପାର । ତେବେ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାରେ ଏପରି ଅନେକ ଜିନିଷ ରହିଛି ଯାହାକି ସୈଦ୍ଧାନ୍ତିକ ଭାବେ ଗୃହୀତ । ସିଦ୍ଧାନ୍ତ କହିଲେ ସେହି ଜିନିଷ ବା ନିୟମକୁ ବୁଝାଏ ଯାହାକି ଅନେକ ଥର ବା ବାରମ୍ବାର ବ୍ୟବହାରିକ ରୂପରେ, ସମାନ ଭାବେ ବା ସମାନ ପରିଣତିରେ ପରିଲକ୍ଷିତ ହେବା ପରେ ଏକ ପ୍ରାମାଣିକ ସତ୍ୟ ଭାବେ ଗୃହୀତ ହୋଇଥାଏ । ସମ୍ଭବତଃ ଏପରି ଏକ ସିଦ୍ଧାନ୍ତର ପରିଣାମ ହେଉଛି - "ବରିଷ୍ଠଙ୍କ ଆଗମନରେ କନିଷ୍ଠ ନିଜ ଆସନରୁ ଉଠି ଅଭିବାଦନ କରିବା" ଯାହାକି ଆମ ପାଇଁ ଉପକାରୀ ହୋଇଥିବା ହେତୁ କରଣୀୟ । ତେବେ ଏହାର ଉପକାରିତା ଯଦିଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ପ୍ରମାଣ କରିବା ଦୁରୁହ, ତେବେ ଏହାର ସାମ୍ଭାବ୍ୟ ଆଧ୍ୟାତ୍ମିକ କାରଣ "ମନୁ ସଂହିତା"ରେ ରହିଛି ଯାହାକି ନିମ୍ନରେ ପ୍ରଦତ୍ତ । ମନୁ ସଂହିତାରେ ବର୍ଣ୍ଣିତ - "ଉର୍ଦ୍ଧ୍ବଂ ପ୍ରାଣା ହ୍ୟୁତ୍କ୍ରାମନ୍ତି ଯୂନଃ ସ୍ଥବିର ଆୟତି । ପ୍ରତ୍ୟୁତ୍ଥାନାଭିବାଦାଭ୍ୟାଂ ପୁନସ୍ତାନ୍ ପ୍ରତିପଦ୍ୟତେ ।। ଅଭିବାଦନଶୀଳସ୍ୟ ନିତ୍ୟଂ ବୃଦ୍ଧୋପସେବିନଃ । ଚତ୍ଵାରି ତସ୍ୟ ବର୍ଦ୍ଧନ୍ତେ ଆୟୁର୍ବିଦ୍ୟା ଯଶୋ ବଳମ୍ ।।" [ଦ୍ୱିତୀୟ ଅଧ୍ୟାୟ, ଶ୍ଲୋକ ...

ମାଂସାହାର ପ୍ରବୃତ୍ତି ଓ ସମ୍ଭାବିତ କାରଣ

Image
ନିକଟରେ ଛାଡଖାଇ ଅତିକ୍ରାନ୍ତ ହୋଇଯାଇଛି । ଅନେକ ବ୍ୟକ୍ତିବିଶେଷ ଏହି ଦିନଟିରେ ମାଂସାହାର ସେବନ ନିଶ୍ଚୟ କରିଥିବେ । ପବିତ୍ର କାର୍ତ୍ତିକ ମାସ ସାରା ହବିଷ ପାଳନ କରି କରି ସର୍ବଶେଷରେ ଜିହ୍ଵା ଲାଳସା କାରଣରୁ ହେଉ ଅଥବା ଅନ୍ୟ କିଛି, ଆମେ ସମସ୍ତେ ମାଂସାହାର ସେବନରେ ଏପରି ଅଭ୍ୟସ୍ତ ଯେ ଏଥିରୁ ନିସ୍ତାର ପାଇବାର ବାଟ ଆମକୁ ସହଜେ ଦେଖାଯାଉନାହିଁ । ତେବେ କଣ ପାଇଁ ଏହି ମାଂସାହାର ଆମକୁ ଏତେ ପ୍ରିୟ ? ସ୍ୱାଦ ଦୃଷ୍ଟିରୁ ନା ଅନ୍ୟ କିଛି କାରଣ ଅଛି, ଆସନ୍ତୁ ଅନୁଶୀଳନ କରିବା । ସାଧାରଣତଃ ବିଶ୍ବାସ କରାଯାଏ ଯେ ମାଂସାହାର ଏହାର ସ୍ୱାଦ ନିମିତ୍ତ ଆମକୁ ଏତେ ପ୍ରିୟ । କିନ୍ତୁ ଭାବି ଦେଖନ୍ତୁ ତ, ଆପଣ ଯେତେବେଳେ ମାଛ ଅଥବା ମାଂସ କ୍ରୟ କରିବା ନିମିତ୍ତ ବଜାରକୁ ଯାଆନ୍ତି ସେଠି ଆପଣଙ୍କୁ ସୁଗନ୍ଧ ଅନୁଭବ ହୁଏ ନା ଦୁର୍ଗନ୍ଧ ? ପ୍ରକୃତରେ ସେଠି ଏତେ ଦୁର୍ଗନ୍ଧ ଅନୁଭବ ହୁଏ ଯେ ଆପଣ ସେଠାରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପରେ ହିଁ ଟିକିଏ ଶାନ୍ତିରେ ନିଶ୍ୱାସ ନିଅନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ଯେଉଁ ଦ୍ରବ୍ୟ ନିଜେ ଦୁର୍ଗନ୍ଧିତ ତାହା ଆପଣଙ୍କୁ ସେବନ ଜନିତ ଆନନ୍ଦ ଦେବ କିପରି ? ଉତ୍ତର ହେଉଛି ଏହି ମାଂସାହାର ସେବନରୁ ଆନନ୍ଦ ଦୁଇ ପ୍ରକାରରେ ମିଳିଥାଏ । ପ୍ରଥମଟି ହେଲା ଏହାର ପାକରେ ବ୍ୟବହୃତ ମସଲା ଓ ଦ୍ଵିତୀୟଟି ହେଲା ଏହି ଖାଦ୍ୟକୁ ଖାଇବା ସମୟରେ ଚର୍ବଣ ଜନିତ ଆନନ୍ଦ ।  ପୁନଶ୍ଚ ପ୍ରଶ୍ନ ଉଠେ ଯେ ପାକ ସମୟରେ ବିବିଧ ମସଲ...

ଶିଵ-ବିଷ୍ଣୁ ଅଭେଦତା

Image
ଯଦି ଧ୍ୟାନ ମନ୍ତ୍ର ରୂପେ ବିଷ୍ଣୁଙ୍କ ଉଦ୍ଦେଶ୍ଯରେ ଉଚ୍ଚାରଣ କରାଯାଏ - ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶମ୍ ବିଶ୍ବାଧାରଂ ଗଗନସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗମ୍ । ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗିଭିର୍ଧ୍ୟାନଗମ୍ୟମ୍ ବନ୍ଦେ ବିଷ୍ଣୁଂ ଭଵଭୟହରଂ ସର୍ବଲୋକୈକନାଥମ୍ ।। ତେବେ ଧ୍ୟାନ ମନ୍ତ୍ର ରୂପେ ଶିବଙ୍କ ଉଦ୍ଦେଶ୍ଯରେ ମଧ୍ୟ ତଦନୁରୂପ ଉଚ୍ଚାରଣ କରାଯାଏ - ଶାନ୍ତାକାରଂ ଶିଖରଶୟନଂ ସର୍ପହାରଂ ମହେଶମ୍ ବିଶ୍ବାଧାରଂ ସ୍ଫଟିକସଦୃଶଂ ଶୁଭ୍ରବର୍ଣ୍ଣଂ ଶୁଭାଙ୍ଗମ୍ । ଗୌରୀକାନ୍ତଂ ତ୍ରିତୟନୟନଂ ଯୋଗିଭିର୍ଧ୍ୟାନଗମ୍ୟମ୍ ବନ୍ଦେ ଶମ୍ଭୁଂ ଭଵଭୟହରଂ ସର୍ବଲୋକୈକନାଥମ୍ ।। ଯଦି ସ୍ନାନ ମନ୍ତ୍ର ରୂପେ ଵିଷ୍ଣୁଙ୍କୁ ସ୍ମରଣ କରି ଉଚ୍ଚାରଣ କରାଯାଏ - ଓଁ ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥାଂ ଗତୋଽପି ବା । ୟଃ ସ୍ମରେତ୍ପୁଣ୍ଡରୀକାକ୍ଷଂ ସଃ ବାହ୍ୟାଭ୍ୟନ୍ତରଃ ଶୁଚିଃ ।। ତେବେ ସ୍ନାନ ମନ୍ତ୍ର ରୂପେ ଶିବଙ୍କୁ ମଧ୍ୟ ସ୍ମରଣ କରି ତଦନୁରୂପ ଉଚ୍ଚାରଣ କରାଯାଏ - ଓଁ ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥାଂ ଗତୋଽପି ବା । ୟଃ ସ୍ମରେତ୍ଦେବମୀଶାନଂ ସଃ ବାହ୍ୟାଭ୍ୟନ୍ତରଃ ଶୁଚିଃ ।। ତେବେ ଆମେ ବିଷ୍ଣୁଙ୍କର ଉପାସନା କରୁ କି ଶିବଙ୍କର, ପ୍ରଥମେ ଆମକୁ ଦୃଢ଼ନିଶ୍ଚୟ କରିବାକୁ ହେବ ଯେ ଆମେ ଯେପରି ଆମ ଇଷ୍ଟଙ୍କ ଉପାସନା କରିବା ସମୟରେ ଅନ୍ୟ ମାର୍ଗୀୟ ଇଷ୍ଟଙ୍କର ଅବମାନନା ନକରୁ କି ତାଙ୍କୁ ନ୍ୟୁନ ଦୃଷ୍ଟିରେ ନଦେଖୁ । ପ୍ରାଚ...

କାମ ଗୀତା

Image
ସାଧାରଣତଃ 'ଗୀତା' କହିଲେ ଆମେ ଶ୍ରୀମଦ୍ଭଗବଦ୍ଗୀତାକୁ ହିଁ ବୁଝିଥାଉ ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବିବିଧ ତତ୍ତ୍ୱଜ୍ଞାନ ତଥା ଉପଦେଶମାନ ପ୍ରଦାନ କରିଛନ୍ତି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମ ଭାରତୀୟ ସଂସ୍କୃତିରେ ୬୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର 'ଗୀତା' ମାନ ଉପଲବ୍ଧ ଯାହା ଆମ ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ସହିତ ସେଥିରେ ବିବିଧତା ମଧ୍ୟ ଆଣିଦେଇଛି । (ଏହି ସବୁ 'ଗୀତା' ସମ୍ବନ୍ଧୀୟ ସୂଚନାର ଲିଙ୍କ୍ ଏହି ଆଲେଖ୍ୟଟିର ଅନ୍ତଃ ଭାଗରେ ପ୍ରଦତ୍ତ ।) 'ଗୀତା' କହିଲେ କେତେକ ଶ୍ଲୋକ ବା ପଦର ସମାହାରକୁ ବୁଝାଏ ଯାହାକି ଗୀତ ଆକାରରେ ରଚିତ ହୋଇଥାଏ ତଥା ଆବୃତ୍ତି ଏବଂ କଣ୍ଠସ୍ଥ କରିବାରେ ସୁଲଭ ହୋଇଥାଏ । ତତ୍ସହିତ ଏଥିରେ ବର୍ଣ୍ଣିତ ତତ୍ତ୍ୱ ବା ଉପଦେଶ ମାନ ଆମର ହୃଦୟକୁ ମଧ୍ୟ ଛୁଇଁଥାଏ । ଏହିସବୁ 'ଗୀତା' ଗୁଡ଼ିକରେ ସାଧାରଣତଃ ଜଣେ ଜିଜ୍ଞାସୁ ପ୍ରଶ୍ନ କରିଥାନ୍ତି ଏବଂ ଜଣେ ତତ୍ତ୍ୱଦର୍ଶୀ ଜ୍ଞାନୀ ସେଗୁଡ଼ିକର ଉତ୍ତର ରଖିଥାନ୍ତି; ଅଥବା ଜଣେ ତତ୍ତ୍ୱଦର୍ଶୀ ଜ୍ଞାନୀ ବା ବ୍ରହ୍ମଜ୍ଞାନୀ ଉପଦେଶ ମାଧ୍ୟମରେ ଅତି ସରଳ ଭାଷାରେ ଶାସ୍ତ୍ରର ନିଗୁଢ଼ ତତ୍ତ୍ୱକୁ ଉପସ୍ଥାପନ କରିଥାନ୍ତି । ଏହିପରି ଏକ ସ୍ୱଳ୍ପପରିଚିତ 'ଗୀତା' ହେଉଛି 'କାମ ଗୀତା' ଯାହାକି ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ମହାରାଜ ଯୁଧିଷ୍ଠିରଙ୍କୁ କୁହା...

ଆୟୁର୍ବେଦୋକ୍ତ ବିବିଧ ଭୋଜନ ଓ ଜଳପାନ ପାତ୍ରର ଗୁଣ

Image
ଆମେ ପୂର୍ବକାଳର ରାଜାରାଜୁଡ଼ା ଓ ସମ୍ଭ୍ରାନ୍ତ ବ୍ୟକ୍ତିବିଶେଷଙ୍କର ସୁନାରୁପାଦିରେ ନିର୍ମିତ ଭୋଜନ ଓ ଜଳପାନ ପାତ୍ରର ବ୍ୟବହାର ସମ୍ବନ୍ଧରେ ଶୁଣିଛେ ଓ ମ୍ୟୁଜିୟମ ମାନଙ୍କରେ ମଧ୍ୟ ଦେଖିଛେ । ତେବେ ଆମେ ଏହାକୁ କେବଳ ସମ୍ଭ୍ରାନ୍ତତାର ଏକ ପରିପ୍ରକାଶ ବୋଲି ଭାବିଛେ । ଏହାର କାରଣ ହେଉଛି, ଆମେ ଜାଣିଛେ ଯେ ସୁନାରୁପାଦି ମୂଲ୍ୟବାନ ଧାତୁ ସାଧାରଣତଃ ଅଳଙ୍କାରାଦି ଆଭୂଷଣ ପାଇଁ ବ୍ୟବହୃତ ହୋଇଥାଏ ଓ ଖାଦ୍ୟପାନାଦିରେ ଏହା ବଦଳରେ ସ୍ୱଳ୍ପ ମୂଲ୍ୟବାନ ପଦାର୍ଥରେ ନିର୍ମିତ ବାସନକୁସନର ବ୍ୟବହାର ମଧ୍ୟ କରାଯାଇପାରିବ ଯାହାକି ଉଭୟ ସ୍ୱାସ୍ଥ୍ୟକର ହେବାସହିତ ଦୀର୍ଘସ୍ଥାୟୀ ମଧ୍ୟ ହୋଇପାରିବ । ତେବେ ସୁନାରୁପାଦି ମୂଲ୍ୟବାନ ଧାତୁରେ ନିର୍ମିତ ବାସନକୁସନ ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ସର୍ବୋତ୍ତମ ତାହା ଆମମାନଙ୍କ ମଧ୍ୟରୁ ଅନେକ ଜାଣିନଥିବେ । ଆସନ୍ତୁ ଏବେ ସେ ସମ୍ପର୍କରେ ଜାଣିବା । ଆୟୁର୍ବେଦ ଶାସ୍ତ୍ରରେ ବିବିଧ ପଦାର୍ଥରେ ନିର୍ମିତ ଭୋଜନ ତଥା ଜଳପାନ ପାତ୍ରର ଭିନ୍ନ ଭିନ୍ନ ଗୁଣ ସମ୍ପର୍କରେ ବର୍ଣ୍ଣନା ରହିଛି । ଯଥା - * ସୁବର୍ଣ୍ଣର ଭୋଜନ ପାତ୍ର ଦୋଷମାନଙ୍କୁ ଦୂର କରିଥାଏ ତଥା ଦୃଷ୍ଟି ବର୍ଦ୍ଧକ ଓ ପଥ୍ୟ ହୋଇଥାଏ । * ରୌପ୍ୟ ନିର୍ମିତ ଭୋଜନ ପାତ୍ର ନେତ୍ର ପାଇଁ ହିତକର ହୋଇଥାଏ ତଥା ଏହା ବାତ ଓ କଫ ଦୋଷକୁ ବୃଦ୍ଧି କରିବା ସହିତ ପିତ୍ତ ଦୋଷକୁ ଦୂର କରିଥାଏ । * କଂସାର ଭୋଜନ ପାତ୍ର ଗୁଣରେ ବୁଦ୍ଧି ବର୍ଦ୍ଧକ, ରୁଚିକାରକ ଓ ...