Posts

Showing posts from May, 2020

ଦଶାବତାର ସ୍ତୋତ୍ର - ଆଦି ଶଙ୍କରାଚାର୍ଯ୍ୟ କୃତ

Image
~ ମୀନ ଅବତାର ~ ଚଳଲ୍ଲୋଳକଲ୍ଲୋଳକଲ୍ଲୋଳିନୀଶ ସ୍ଫୁରନ୍ନକ୍ରଚକ୍ରାତିବକ୍ତ୍ରାମ୍ବୁଲୀନଃ । ହତୋ ୟେନ ମୀନାବତାରେଣ ଶଙ୍ଖଃ ସ ପାୟାଦପାୟାଜ୍ଜଗଦ୍ବାସୁଦେବଃ ।। ଅର୍ଥାତ୍ - ଚଞ୍ଚଳ ଏବଂ ଉତ୍ତାଳ ତରଙ୍ଗଯୁକ୍ତ, ଉଚ୍ଛୁଳି ଉଠୁଥିବା ମଗର ମାଛ (କୁମ୍ଭୀର) ଏବଂ ବିକଟ ମୁଖଯୁକ୍ତ ଜୀବରେ ପରିପୂର୍ଣ୍ଣ ସମୁଦ୍ରର ଅତି ଭଉଁରୀ ଯୁକ୍ତ ଜଳରେ ବାସ କରୁଥିବା ଶଙ୍ଖାସୁରକୁ ଯେ ମୀନ ଅବତାରରେ ବଧ କରିଥିଲେ, ସେହି ବାସୁଦେବ ସମସ୍ତ ବିପତ୍ତିରୁ ଜଗତକୁ ରକ୍ଷା କରନ୍ତୁ । ~  କୂର୍ମ ଅବତାର  ~ ଧରା ନିର୍ଜରାରାତିଭାରାଦପାରା ଦକୂପାରନୀରାତୁରାଧଃ ପତନ୍ତୀ । ଧୃତା କୂର୍ମରୂପେଣ ପୃଷ୍ଠୋପରିଷ୍ଟେ  ସଦେବୋ ମୁଦେ ଵୋଽସ୍ତୁ ଶେଷାଙ୍ଗଶାୟୀ ।। ଅର୍ଥାତ୍ - ରାକ୍ଷସଙ୍କର ପାପର ମହାନ ଭାର କାରଣରୁ ସମୁଦ୍ରର ଜଳରେ ବ୍ୟାକୁଳ ତଥା ନିମଜ୍ଜିତ ହୋଇଥିବା ଧରା (ପୃଥିବୀ)କୁ ଯେ କଚ୍ଛପ ରୂପରେ ନିଜର ପୃଷ୍ଠ ଭାଗରେ ଧାରଣ କରିଥିଲେ, ସେହି ଶେଷନାଗ ଉପରେ ଶୟନ କରୁଥିବା ଭଗବାନ ବିଷ୍ଣୁ ସମସ୍ତଙ୍କୁ ସୁଖ ପ୍ରଦାନ କରନ୍ତୁ । ~  ବରାହ ଅବତାର  ~ ଉଦଗ୍ରେ ରଦାଗ୍ରେ ସଗୋତ୍ରାପି ଗୋତ୍ରା ସ୍ଥିତା ତସ୍ଥୁଷଃ କେତକାଗ୍ରେ ଷଡଙ୍ଘ୍ରେଃ । ତନୋତି ଶ୍ରିୟଂ ସଶ୍ରିୟଂ ନସ୍ତନୋତୁ ପ୍ରଭୁଃ ଶ୍ରୀବରାହାଵତାରୋ ମୁରାରିଃ ।। ଅର୍ଥାତ୍ - ଯାହାଙ୍କର ଉପରକୁ ଉଠିଥିବା ଦନ୍ତଦ୍ବୟ ଉପରେ ପର୍ବତ ଆଦି ସହିତ ପୃଥିବୀ ଅବସ୍ଥାପିତ ହୋଇ, କେତକୀ ପୁଷ୍ପ ଉପରେ ବସିଥ

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

Image
~ ମୀନ ଅବତାର ~ ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍ ବିହିତବହିତ୍ରଚରିତ୍ରମଖେଦମ୍ । କେଶବ ଧୃତମୀନଶରୀର ଜୟ ଜଗଦୀଶ ହରେ ।। ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ମୀନ ଶରୀର ଧାରଣ କରିଥିଲେ ଓ ପ୍ରଳୟ ସମୁଦ୍ରରେ ବୁଡିଯାଉଥିବା ବେଦମାନଙ୍କୁ ନାଵ ରୂପକ ଆଶ୍ରୟ ପ୍ରଦାନ କରିଥିଲେ । ~  କଚ୍ଛପ ଅବତାର  ~ କ୍ଷିତିରତିବିପୁଳତରେ ତଵ ତିଷ୍ଠତି ପୃଷ୍ଠେ ଧରଣିଧରଣକିଣଚକ୍ରଗରିଷ୍ଠେ । କେଶଵ ଧୃତକଚ୍ଛପରୂପ ଜୟ ଜଗଦୀଶ ହରେ ।। ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ କଚ୍ଛପ ରୂପ ଧାରଣ କରି ନିଜର ପୃଷ୍ଠ ଭାଗରେ ବିରାଟ ପର୍ବତକୁ ଉପସ୍ଥାପିତ କରି ଏହାକୁ ଚକ୍ର ସଦୃଶ ସାଗର ମନ୍ଥନ କରିବା ଦିଗରେ ସହାୟକ ହୋଇଥିଲେ । ~  ସୂକର ଅବତାର  ~ ଵସତି ଦଶନଶିଖରେ ଧରଣୀ ତଵ ଲଗ୍ନା ଶଶିନି କଳଙ୍କକଳେଵ ନିମଗ୍ନା । କେଶଵ ଧୃତସୂକରରୂପ ଜୟ ଜଗଦୀଶ ହରେ ।। ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ସୂକର ରୂପ ଧାରଣ କରି ନିଜର ଦନ୍ତଦ୍ୱୟ ଉପରେ ଧରଣୀକୁ ଧରିରଖିଥିଲେ, ଯାହାକି ଚନ୍ଦ୍ର ଉପରେ ଥିବା ଛାୟା ସଦୃଶ ଦୃଷ୍ଟି ଅଗୋଚର (ନିମଜ୍ଜିତ) ହୋଇ ପୁନଃ ଦୃଶ୍ୟମାନ ହୋଇଥିଲା । ~  ନୃସିଂହ (ନରହରି) ଅବତାର ~ ତଵ କରକମଳଵରେ ନଖମଦ୍ଭୁତଶୃଙ୍ଗମ୍ ଦଳିତହିରଣ୍ୟକଶିପୁତନୁଭୃଙ୍ଗମ୍ । କେଶଵ ଧୃତନରହରିରୂପ ଜୟ ଜଗଦୀଶ ହରେ ।।

ଶ୍ରୀଜଗଦୀଶ୍ବର ଶାସ୍ତ୍ରୀ ଓ ଶ୍ରୀରମଣ ମହର୍ଷିକୃତ ଏକ ଶ୍ଲୋକି

"ହୃଦୟକୁହରମଧ୍ୟେ କେବଳଂ ବ୍ରହ୍ମମାତ୍ରଂ ହ୍ୟହମହମିତି ସାକ୍ଷାଦାତ୍ମରୂପେଣ ଭାତି । ହୃଦି ବିଶ ମନସା ସ୍ବଂ ଚିନ୍ତ୍ୱତା ମଜ୍ଜତା ବା ପବନଚଳନରୋଧାଦାତ୍ମନିଷ୍ଠୋ ଭବ ତ୍ଵମ୍ ।।" ଅର୍ଥାତ - "ହୃଦୟର ଗୁମ୍ଫା ମଧ୍ୟରେ କେବଳ ବ୍ରହ୍ମ ମାତ୍ର ହିଁ ବିଦ୍ୟମାନ ଯେ 'ଅହମ୍ ଅହମ୍' ଏହି ସାକ୍ଷାତ ଆତ୍ମ ରୂପରେ ପ୍ରକାଶିତ ହୋଇଥାନ୍ତି । ଏହି ହୃଦୟ ମଧ୍ୟକୁ ଗଭୀର ଲମ୍ଫ ପ୍ରଦାନ କରି ମନ ଦ୍ୱାରା ଆତ୍ମଚିନ୍ତନ କର (ଜ୍ଞାନ ମାର୍ଗ ଅବଲମ୍ବନ କର) ଅଥବା ଏହି ହୃଦୟ ଗହ୍ୱରରେ ନିମଜ୍ଜିତ ହୁଅ (ଭକ୍ତି ମାର୍ଗ ଅବଲମ୍ବନ କର), ନଚେତ ପ୍ରାଣବାୟୁର ନିରୋଧ କରି (କର୍ମ-ଯୋଗ ମାର୍ଗ ଅବଲମ୍ବନ କରି) ଏହି ଆତ୍ମାରେ ସ୍ଥିତ ହୋଇଯାଅ (ଆତ୍ମନିଷ୍ଠ ହୁଅ)।" ଟିପ୍ପଣୀ: ଏହି 'ଏକ ଶ୍ଳୋକି'ର ପ୍ରଥମ ପଦ 'ହୃଦୟକୁହରମଧ୍ୟେ', ଶ୍ରୀ ଜଗଦୀଶ୍ବର ଶାସ୍ତ୍ରୀଙ୍କ ଦ୍ୱାରା ଲିଖିତ ଯେକି ଭଗବାନ ରମଣ ମହର୍ଷିଙ୍କର ଶିଷ୍ୟ ଥିଲେ । ଏହି ପଦଟି ଲେଖି ଆଗକୁ ସେ ଆଉ କିଛି ଲେଖିପାରି ନଥିଲେ  । ସେ କିଛି ସମୟ ବିରତି ନେବାପାଇଁ ପ୍ରସ୍ଥାନ କରନ୍ତେ, ଭଗବାନ ରମଣ ମହର୍ଷି ପରବର୍ତ୍ତୀ ପଦ ଗୁଡିକୁ ପୂରଣ କରି ଶେଷରେ 'ଜଗଦୀଶ' ବୋଲି ଲେଖିଦେଲେ । ପୁନଶ୍ଚ ଯେତେବେଳେ ଶ୍ରୀ ଜଗଦୀଶ୍ବର ଶାସ୍ତ୍ରୀ ପ୍ରତ୍ୟାବର୍ତ୍ତନ କଲେ ଓ ନିଜର ଅସମ୍ପୂର୍ଣ୍ଣ ପଦକୁ ସମ୍ପୂର୍ଣ୍ଣ ଦେଖି ତଳେ ତାଙ୍କର ନାମ ଲେଖା ହୋଇଥିବାର ଦେଖି

ପ୍ରାତଃଶୌଚ ବିଧି - ଆୟୁର୍ବେଦୋକ୍ତ ଏବଂ ଆଧୁନିକ (ଏକ ତୁଳନାତ୍ମକ ଅନୁଶୀଳନ)

ଆମର ଦୈନନ୍ଦିନ ନିତ୍ୟକର୍ମର ପ୍ରାରମ୍ଭ ହୁଏ ନିଦ୍ରାଭଙ୍ଗ ପରେ ପ୍ରାତଃଶୌଚ ସହିତ । କେତେକ ମଳମୂତ୍ରାଦିର ବେଗ ଆସୁ ବା ନଆସୁ, ଶୌଚାଗାରକୁ ଯାଇ ଏହି ନିତ୍ୟକର୍ମଟିକୁ ସାରିଥାନ୍ତି, ହୁଏତ ଏଇଥିପାଇଁ ଯେ କାଳେ ଏହି କର୍ମଟି ଶିଘ୍ର ନସାରିଲେ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟାରେ ବିଳମ୍ବ ଘଟିବ । ମାତ୍ର ଆୟୁର୍ବେଦ ଶାସ୍ତ୍ର କୁହେ ଯେ - "ରାତ୍ରିରେ ଗ୍ରହଣ କରିଥିବା ଖାଦ୍ୟର ଜୀର୍ଣ୍ଣ ଅଜୀର୍ଣ୍ଣ ବିଚାର କରି ମଳମୂତ୍ରାଦିର ବେଗ ପ୍ରତୀତ ହେବା ମାତ୍ରେ ହିଁ ମଳମୂତ୍ରାଦି ତ୍ୟାଗ କରିବା ଉଚିତ ।" ତେଣୁ ବେଗର ଉପସ୍ଥିତି ବିନା ଏହି ନିତ୍ୟକର୍ମ କରିବା ଦ୍ୱାରା ଆମକୁ ଗୁଦଭ୍ରଂଶ ପରି ବିବିଧ ବ୍ୟାଧିର ଶିକାର ହେବାକୁ ପଡିପାରେ । ପୁନଶ୍ଚ ମଳମୂତ୍ରାଦିର ବେଗ ଉପସ୍ଥିତ ହେବା ମାତ୍ରେ ଏହାକୁ ତ୍ୟାଗ ନକରିବା ଦ୍ଵାରା ମଧ୍ୟ ପେଟ ଫାମ୍ପିବା, ଗୁଦରେ ପୀଡା, ମଳାବରୋଧ, ବସ୍ତି ପ୍ରଦେଶ ଓ ମୁତ୍ରେନ୍ଦ୍ରିୟରେ ଶୂଳ, ମୂତ୍ରକୃଛ୍ର ଆଦି ଲକ୍ଷଣ ଦେଖାଦେଇଥାଏ । ତେଣୁ ବୁଦ୍ଧିମାନ ବ୍ୟକ୍ତି ପ୍ରାତଃକାଳରେ ବେଗ ଉପସ୍ଥିତ ହେବା ମାତ୍ରେ ହିଁ ମଳମୂତ୍ରାଦି ତ୍ୟାଗ କରିବା ଉଚିତ ଯାହା କି ଆୟୁର୍ବେଦ ଅନୁସାରେ ଆୟୁର ବର୍ଦ୍ଧନ କରିବା ସହିତ ପେଟର ଗୁରୁତାକୁ ଦୂର କରିଥାଏ । ଆୟୁର୍ବେଦ ମତରେ ସର୍ବଦା ମଳମୂତ୍ରାଦି ତ୍ୟାଗ, ପୂର୍ବ କିମ୍ବା ଉତ୍ତରାଭିମୁଖ ହୋଇ, କୌଣସି ଚିନ୍ତା ନକରି, ମୌନତା ପୂର୍ବକ, ଉତ୍କଟାସନରେ, ମୁଖ ଏବଂ ଶିର ଆଦିକ

ଶ୍ରୀନୃସିଂହ ଭକ୍ତ ଆଦି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ପଦ୍ମପାଦ

ପ୍ରଭୁ ନୃସିଂହ ଆପଣମାନଙ୍କର ଆଧ୍ୟାତ୍ମିକ, ଆଧିଦୈବୀକ ଓ ଆଧିଭୌତିକ ସନ୍ତାପକୁ ହରଣ କରନ୍ତୁ । ପରମ ନୃସିଂହ ତଥା ଵିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କ କଥା ତ ଆପଣମାନେ ଶ୍ରବଣ କରିଥିବେ, କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଏହି କଳିଯୁଗର ଏକ ପରମ ନୃସିଂହ ଭକ୍ତଙ୍କ ଉପାଖ୍ୟାନ ସମ୍ପର୍କରେ କହିବି, ଯାହା ହୁଏତ ଆପଣମାନଙ୍କୁ ଅଜ୍ଞାତ ଥିବ । ସେ ହେଉଛନ୍ତି ସନନ୍ଦନ, ଯିଏକି ପରବର୍ତ୍ତୀ କାଳରେ ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଶ୍ରୀପଦ୍ମପାଦାଚାର୍ଯ୍ୟ ନାମରେ ପ୍ରସିଦ୍ଧି ଲାଭ କରିଥିଲେ । ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ପଟ୍ଟଶିଷ୍ୟ ଥିଲେ ପରମ ଗୁରୁଭକ୍ତ, ପୁରୀ ଗୋବର୍ଦ୍ଧନ ପୀଠର ପ୍ରଥମ ଆଚାର୍ଯ୍ୟ ଶ୍ରୀପଦ୍ମପାଦାଚାର୍ଯ୍ୟ । ସେ ଶଙ୍କରଙ୍କର ଶିଷ୍ୟତ୍ୱ ଗ୍ରହଣ କରିବା ପୂର୍ବରୁ ପ୍ରଭୁ ନୃସିଂହଙ୍କର ଆରାଧନା କରୁଥିଲେ । ଏକଦା ସନନ୍ଦନ ବଳପର୍ବତ ଶିଖରରେ ଥିବା ଗୁମ୍ଫା ମଧ୍ୟରେ ରହି ଶ୍ରୀନୃସିଂହଙ୍କର ଆରାଧନାରେ ସମୟ ଅତିବାହିତ କରୁଥିଲେ । ତାଙ୍କୁ ଏହିପରି ଆରାଧନା କରିବାର ଅନେକ କାଳ ବ୍ୟତୀତ ହୋଇଗଲା, କିନ୍ତୁ ତାଙ୍କୁ ନିଜର ଆରାଧ୍ୟ ଦେବତାଙ୍କର ଦର୍ଶନ ମିଳିଲା ନାହିଁ । ସନନ୍ଦନଙ୍କର ଏହି ସାଧନା, ସେହି ପର୍ବତ ଶିଖରରେ ବିଚରଣ କରୁଥିବା ଏକ କିରାତ ଯୁବକ ମଧ୍ୟ ଦେଖୁଥିଲେ ଓ ସେ ଦିନେ ସନନ୍ଦନଙ୍କୁ ପଚାରିଲେ ଯେ ସେ କାହାର ସାଧନା କେଉଁ ଉଦ୍ଦେଶ୍ୟରେ କରୁଛନ୍ତି ? ଉତ୍ତରରେ ସନନ୍ଦନ ତାଙ୍କୁ କହିଲେ ଯେ ସେ ଶ୍

ଏକ ଶ୍ଲୋକି ଶଙ୍କର ବିଜୟ

ଅର୍ଯ୍ୟାମ୍ବାଜଠରେ ଜନିଃ ଦ୍ଵିଜସତୀଦାରିଦ୍ର୍ୟନିର୍ମୂଳନଂ ସନ୍ୟାସାଶ୍ରୟଣଂ ଗୁରୁପସଦନଂ ଶ୍ରୀମଣ୍ଡନାଦେର୍ଜୟଃ । ଶିଷୌଧଗ୍ରହଣଂ ସୁଭାଷ୍ୟରଚନଂ ସର୍ବଜ୍ଞପୀଠାଶ୍ରୟଃ ପୀଠାନାଂ ରଚନେତି ସଂଗ୍ରହମୟୀ ସୈଷା କଥା ଶାଂକରୀ ।। ଅର୍ଯ୍ୟାମ୍ବାଙ୍କ ଜଠରରେ ଜନ୍ମ ନେଇ, ଦ୍ଵିଜସତୀଙ୍କର ଦାରିଦ୍ର୍ୟ ନିର୍ମୂଳନ କରି, ଗୁରୁ (ଗୋବିନ୍ଦ ଭଗବତ୍ପାଦ)ଙ୍କ ନିକଟକୁ ଯାଇ ସନ୍ୟାସ ଗ୍ରହଣ କରି, ଶ୍ରୀମଣ୍ଡନ ଆଦିଙ୍କୁ ଜୟ କରି, (ଶ୍ରୀମଣ୍ଡନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ) ଶିଷ୍ୟ ଗ୍ରହଣ କରି, (ଶ୍ରୀମଦ୍ଭଗବଦ୍ଗୀତା, ବ୍ରହ୍ମସୂତ୍ର ଆଦି ଶାସ୍ତ୍ରର) ସୁଭାଷ୍ୟ ରଚନା କରି, ସର୍ବଜ୍ଞ ପୀଠ ଆରୋହଣ କରି, (ଭାରତବର୍ଷର ଚତୁର୍ଦିଗରେ) ବିବିଧ ପୀଠ ମାନ ସ୍ଥାପନ କରି, ଅନେକ (ମୌଳିକ) ରଚନା ସୃଷ୍ଟି କରିଥିବା ଶଙ୍କରଙ୍କ ଏହାହିଁ (ସଂକ୍ଷିପ୍ତ) କଥା ।

ଏକ ଶ୍ଳୋକି ଭାଗବତ

ଆଦୌ ଦେବକୀଦେବୀ ଗର୍ଭଜନନଂ ଗୋପୀଗୃହେ ବର୍ଦ୍ଧନଂ ମାୟାପୂତନଜୀବିତାପହରଣଂ ଗୋବର୍ଦ୍ଧନୋଦ୍ଧାରଣମ୍ । କଂସଚ୍ଛେଦନକୌରବାଦିହନନଂ କୁନ୍ତୀସୁତାପାଳନଂ ହ୍ୟେତଦ୍ଭାଗବତଂ ପୁରାଣକଥିତଂ ଶ୍ରୀକୃଷ୍ଣଲୀଳାମୃତମ୍ ।। ଅର୍ଥାତ - ଆଦ୍ୟକାଳରେ ଦେବୀ ଦେବକୀଙ୍କର ଗର୍ଭରୁ ଜାତ ହୋଇ, ଗୋପୀ ଗୃହରେ ବର୍ଦ୍ଧିତ ହୋଇ, ମାୟାବୀ ପୂତନାର ଜୀବନ ହରଣ କରି, (ଗିରି) ଗୋବର୍ଦ୍ଧନକୁ (ଅଙ୍ଗୁଳିରେ) ଧାରଣ କରି, କଂସ ଛେଦନ କରି, କୌରବଙ୍କର ବଧ (କରିବାରେ ସାହାଯ୍ୟ) କରି, କୁନ୍ତୀଙ୍କର ସୁତଙ୍କୁ ପାଳନ କରିଥିଲେ । ଏହାହିଁ ଭାଗବତ ପୁରାଣରେ କଥିତ (ସଂକ୍ଷେପତଃ) ଶ୍ରୀକୃଷ୍ଣ ଲୀଳାମୃତ ।

'ରାମ ରସାୟନ' ବା 'ନାମ ରସାୟନ' କଣ ?

ପ୍ରଥମେ ଆସନ୍ତୁ ଜାଣିବା 'ରସାୟନ' ଶବ୍ଦର ଅର୍ଥ କଣ । ରସାୟନ ଶବ୍ଦର ଅର୍ଥ ଜାଣିବାକୁ ହେଲେ ଆୟୁର୍ବେଦ ଶାସ୍ତ୍ରର ସାହାଯ୍ୟ ନେବାକୁ ପଡିବ । ରସାୟନ ଔଷଧିର ସେବନ ଦ୍ୱାରା ଅନେକ ଲାଭ ମିଳିଥାଏ, ଯେପରିକି - ଦୀର୍ଦ୍ଧମାୟୁଃ ସ୍ମୃତିଂ ମେଧାମାରୋଗ୍ୟଂ ତରୁଣଂ ବୟଃ । ପ୍ରଭାବର୍ଣ୍ଣସ୍ୱରୌଦାର୍ଯ୍ୟଂ ଦେହେନ୍ଦ୍ରିୟବଳଂ ପରମ୍ ।। ବାକ୍ସିଦ୍ଧିଂ ପ୍ରଣତିଂ କାନ୍ତିଂ ଲଭତେ ନା ରସାୟନାତ୍ । ଲାଭୋପାୟୋ ହି ଶସ୍ତାନାଂ ରସାଦିନାଂ ରସାୟନମ୍ ।। ଅର୍ଥାତ ରସାୟନ ଔଷଧିର ସେବନ ଫଳରେ ଦୀର୍ଘାୟୁଷ୍ୟ, ଉତ୍ତମ ସ୍ମୃତି ଶକ୍ତି, ମେଧା, ଆରୋଗ୍ୟତା, ତାରୁଣ୍ୟତା, ପ୍ରଭା, ଉଜ୍ଜ୍ବଳ ବର୍ଣ୍ଣ, ସ୍ୱରରେ ଔଦାର୍ଯ୍ୟ, ଦେହ ଓ ଇନ୍ଦ୍ରିୟ ବଳ, ବାକ୍ ସିଦ୍ଧି, ଶିଷ୍ଟାଚାର, କାନ୍ତି ଏବଂ ପ୍ରଶସ୍ତ ରସ, ରକ୍ତାଦି ଧାତୁ ପ୍ରାପ୍ତ ହୋଇଥାଏ । ତେବେ ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ବିନା ଔଷଧି ସେବନରେ, କେବଳ ଆଚାର ଶୁଦ୍ଧି ଏବଂ ସଦାଚାର ପାଳନ ଦ୍ୱାରା ମଧ୍ୟ ଏହି ରସାୟନ ସେବନର ଫଳ ମନୁଷ୍ୟ ପାଇଥାଏ, ଯାହାକୁ 'ଆଚାର ରସାୟନ' କୁହାଯାଏ । ପବିତ୍ର 'ରାମ ନାମ' ର ନିରନ୍ତର ସ୍ମରଣ ଓ ଜପ ମଧ୍ୟ ଏହି ରସାୟନ ସେବନର ଫଳ ପ୍ରଦାନ କରିଥାଏ ବୋଲି ଗୋସ୍ୱାମୀ ତୁଳସୀ ଦାସ ତାଙ୍କ 'ହନୁମାନ ଚାଳିଶା'ରେ ଉଲ୍ଲେଖ କରିଛନ୍ତି - ରାମ ରସାୟନ ତୁମ୍ହରେ ପାସା, ସଦା ରହୋ ରଘୁପତି କେ ଦାସା । ଏଠାରେ ଉଲ୍ଲେଖଯୋଗ୍ୟ

ଆଦି ଶଙ୍କରାଚାର୍ଯ୍ୟ କୃତ ଏକ ଶ୍ଲୋକି

କିଂ ଜ୍ୟୋତିସ୍ତବ ଭାନୁମାନହନି ମେ ରାତ୍ରୌ ପ୍ରଦୀପାଦିକମ୍ ସ୍ୟାଦେବଂ ରବିଦୀପଦର୍ଶନବିଧୌ କିଂ ଜ୍ୟୋତିରାଖ୍ୟାହି ମେ । ଚକ୍ଷୁସ୍ତସ୍ୟ ନିମୀଳନାଦିସମୟେ କିଂ ଧୀର୍ଧିୟୋ ଦର୍ଶନେ କିଂ ତତ୍ରାହମତୋ ଭବାନ ପରମକଂ ଜ୍ୟୋତିସ୍ତଦସ୍ମି ପ୍ରଭୋ ।। ଶ୍ଲୋକାର୍ଥ - (ଗୁରୁଶିଷ୍ୟ କଥୋପକଥନ) - ତୁମ ପାଇଁ ଆଲୋକ କଣ ? - ମୋ ପାଇଁ ଦିବସରେ ସୂର୍ଯ୍ୟ ଏବଂ ରାତ୍ରରେ ପ୍ରଦୀପ ହିଁ ଆଲୋକ । - ସେହିପରି ହେଉ । ତେବେ କେଉଁ ଆଲୋକ ଦ୍ଵାରା ତୁମେ ସୂର୍ଯ୍ୟ ଏବଂ ପ୍ରଦୀପଙ୍କୁ ଦେଖୁଛ ? - ଚକ୍ଷୁ - ତେବେ ତୁମେ ଯେତେବେଳେ ଚକ୍ଷୁ ମୁଦ୍ରିତ ରଖୁଛ, ତୁମ ପାଇଁ ଆଲୋକ କଣ ? - ମୋର ଧିଶକ୍ତି - କେଉଁ ଆଲୋକ ତୁମର ଧିଶକ୍ତିକୁ ଦେଖିବାରେ ସାହାଯ୍ୟ କରୁଛି ? - ସ୍ୱୟଂ ମୁଁ (ଆତ୍ମା) - ତେବେ ସ୍ୱୟଂ ତୁମେ ହିଁ ହେଉଛ ଅଲୋକ (ଜ୍ୟୋତି)ର ପରମ ସ୍ବରୂପ ? - ହଁ ପ୍ରଭୁ, ସ୍ୱୟଂ ମୁଁ ହିଁ ତାହା ।

ଏକ ଶ୍ଳୋକି ମହାଭାରତ

ଆଦୌ ପାଣ୍ଡବଧାର୍ତରାଷ୍ଟ୍ରଜନନଂ ଲାକ୍ଷାଗୃହେ ଦାହନଂ ଦ୍ୟୁତଂ ଶ୍ରୀହରଣଂ ବନେ ବିହରଣଂ ମତ୍ସ୍ୟାଳୟେ ବର୍ତ୍ତନମ୍ । ଲୀଳାଗୋଗ୍ରହଣଂ ରଣେ ବିହରଣଂ ସନ୍ଧିକ୍ରିୟାଜୃମ୍ଭଣଂ  ପଶ୍ଚାଦ୍ଭୀଷ୍ମଦ୍ରୋଣଦୁର୍ଯ୍ୟୋଧନାଦିନିଧନଂ ହ୍ୟେତନ୍ମହାଭାରତମ୍ ।। ଇତି ଏକଶ୍ଳୋକି ମହାଭାରତଂ ସମ୍ପୂର୍ଣ୍ଣମ୍ ।। ଅର୍ଥାତ - ଆଦ୍ୟକାଳରେ ପାଣ୍ଡବ ଏବଂ କୌରବଗଣ ଜନ୍ମଗ୍ରହଣ କରିଥିଲେ । (କାଳାନ୍ତରରେ କୌରବଙ୍କ ଦ୍ଵାରା) ଲାକ୍ଷାଗୃହ ଦହନ ହୋଇଥିଲା । (କୌରବ ମାନଙ୍କ ସହିତ) ଦ୍ୟୁତକ୍ରୀଡ଼ାରେ (ପାଣ୍ଡବଙ୍କର) ଶ୍ରୀ (ରାଜ୍ୟ, ଧନସମ୍ପତ୍ତି) ହରଣ ହୋଇଥିଲା । (ଫଳସ୍ୱରୂପ ପାଣ୍ଡବ ମାନେ) ବନରେ ବିହରଣ କଲେ ଓ ମତ୍ସ୍ୟ ରାଜ୍ୟରେ ରହିଲେ । (ତତ୍ପଶ୍ଚାତ) ଗୋସମ୍ପତ୍ତି ହରଣ ହେଲା । (ଫଳସ୍ୱରୂପ ପାଣ୍ଡବମାନଙ୍କ ସହିତ) କୌରବମାନେ ରଣରେ ପରାସ୍ତ ହେଲେ । ସନ୍ଧି ଉଦ୍ୟମ ବିଫଳ ହେଲା । ତତ୍ପଶ୍ଚାତ (ରଣରେ) ଭୀଷ୍ମ, ଦ୍ରୋଣ, ଦୁର୍ଯ୍ୟୋଧନାଦିଙ୍କର ନିଧନ ହେଲା । ଏହାହିଁ (ସଂକ୍ଷେପତଃ) ମହାଭାରତ । ଏହିପରି ଏକଶ୍ଲୋକି ମହାଭାରତ ସମ୍ପୂର୍ଣ୍ଣ ହେଲା ।

ଅଲୌକିକ ଆୟୁର୍ବେଦ (ଦ୍ରୋଣୀ ପ୍ରାବେଶିକ ରସାୟନ)

ଆୟୁର୍ବେଦ ଆଠ ଗୋଟି ଅଙ୍ଗରେ ବିଭକ୍ତ । ସେଥି ମଧ୍ୟରୁ ଅନ୍ୟତମ ହେଲା "ରସାୟନ ଚିକିତ୍ସା" । ସଂକ୍ଷେପରେ କହିଲେ ଏହି ଚିକିତ୍ସା 'ଜରା' ବା ବୃଦ୍ଧାବସ୍ଥା ଓ 'ବ୍ୟାଧି'କୁ ନାଶ କରି ମନୁଷ୍ୟକୁ ଦୀର୍ଘାୟୁଷ ପ୍ରଦାନ କରିଥାଏ । ଅତଃ ଏହି ଚିକିତ୍ସା ଗ୍ରହଣର ଉପଯୁକ୍ତ ବୟସ ହେଉଛି ପୂର୍ବ ବା ମଧ୍ୟ ବୟସ ଯେତେବେଳେ ଶରୀର ଜରାଗ୍ରସ୍ତ ହୋଇ ନଥାଏ । ଏହା ମୁଖ୍ୟତଃ ତିନି ପ୍ରକାରର । ଯଥା - ୧) ବାତାତପିକ ୨) କୁଟୀ ପ୍ରାବେଶିକ ୩) ଦ୍ରୋଣୀ ପ୍ରାବେଶିକ ବାତାତପିକ ଅର୍ଥାତ ବାୟୁ ଓ ଆତପ (ସୂର୍ଯ୍ୟ କିରଣ)ର ପ୍ରତ୍ୟକ୍ଷ ସେବନ କରି ବା ବାହ୍ୟ ବାତାବରଣ ମଧ୍ୟରେ ରହି ଯେଉଁ ରସାୟନ ଔଷଧିର ସେବନ କରାଯାଏ । କୁଟୀ ପ୍ରାବେଶିକ ଅର୍ଥାତ ଏକ ତ୍ରିଗର୍ଭା କୁଟୀ ମଧ୍ୟରେ ରହି ଯେଉଁଠାରେ କି ବାହ୍ୟ ବାତାବରଣର ପ୍ରତ୍ୟକ୍ଷ ପ୍ରଭାବ ନଥିବ, ରସାୟନ ଔଷଧିର ସେବନ କରିବା । ଯେପରିକି ସୋମ ରସାୟନ (ମୋର ଏକ ପୂର୍ବ ପୋଷ୍ଟ ଦେଖିବେ) । ଚ୍ୟବନପ୍ରାଶ ମଧ୍ୟ କୁଟୀ ପ୍ରାବେଶିକ ବିଧିରେ ସେବନ କରିବାର ନିର୍ଦ୍ଦେଶ ରହିଛି । ଦ୍ରୋଣୀ ପ୍ରାବେଶିକ ରସାୟନ ହେଉଛି ସବୁଠାରୁ କଷ୍ଟକର ବିଧି । ଏଥିରେ ବ୍ରହ୍ମସୁବର୍ଚ୍ଚଳା, ଆଦିତ୍ୟପର୍ଣ୍ଣୀ, ଅଶ୍ୱବଳ, କାଷ୍ଠଗୋଧା, ସର୍ପା, ସୋମ, ପଦ୍ମା, ଅଜଶୃଙ୍ଗୀ ଓ ନୀଳା ଆଦି ଔଷଧି ମଧ୍ୟରୁ ଯେଉଁଗୁଡିକ ଉପଲବ୍ଧ ସେଗୁଡ଼ିକର ସ୍ୱରସକୁ ତୃପ୍ତି ପର୍ଯ୍ୟନ୍ତ ସେବନ କରି ବସ୍ତ୍ରକୁ ତ୍ୟାଗ କରି

ଏକ ଶ୍ଳୋକି ରାମାୟଣ

ଆଦୌ ରାମ ତପୋବନାଦି ଗମନଂ ହତ୍ଵା ମୃଗଂ କାଞ୍ଚନମ୍ । ବୈଦେହୀ ହରଣଂ ଜଟାୟୁ ମରଣଂ ସୁଗ୍ରୀବ ସମ୍ଭାଷଣମ୍ ।। ବାଳୀ ନିର୍ଗ୍ରହଣଂ ସମୁଦ୍ର ତରଣଂ ଲଙ୍କାପୁରୀ ଦାହନମ୍ । ପଶ୍ଚାତ ରାବଣ କୁମ୍ଭକର୍ଣ୍ଣ ହନନମ୍ ଏତହି ରାମାୟଣମ୍ ।। ଇତି ଏକଶ୍ଳୋକି ରାମାୟଣଂ ସମ୍ପୂର୍ଣ୍ଣମ୍ ।। ଅର୍ଥାତ - ଆଦ୍ୟକାଳରେ ଶ୍ରୀରାମ ବନବାସରେ ଯାଇଥିଲେ । (ସେଠାରେ) ସେ ସ୍ୱର୍ଣ୍ଣ ମୃଗକୁ ବଧ କରିଥିଲେ । (ତତ୍ପଶ୍ଚାତ) ମା ସୀତାଙ୍କର ହରଣ ହୋଇଥିଲା (ରାବଣ ଦ୍ୱାରା) । (ମା ସୀତାଙ୍କୁ ରକ୍ଷା କରିବାକୁ ଯାଇ) ଜଟାୟୁ ମୃତ୍ୟୁ ବରଣ କରିଥିଲା । (ତତ୍ପଶ୍ଚାତ ଶ୍ରୀରାମଙ୍କର) ସୁଗ୍ରୀବଙ୍କ ସହିତ ସମ୍ଭାଷଣ ହୋଇଥିଲା ଓ (ଶ୍ରୀରାମଙ୍କ ଦ୍ୱାରା) ବାଳୀର ବଧ ହେଲା । (ପୁନଃ) ସମୁଦ୍ରକୁ ଲଙ୍ଘନ କରି (ହନୁମାନଙ୍କ ଦ୍ଵାରା) ଲଙ୍କାପୁରୀ ଦହନ ହେଲା । ଏହାପରେ ରାବଣ ଓ କୁମ୍ଭକର୍ଣ୍ଣ ବଧ ହେଲେ (ଶ୍ରୀରାମଙ୍କ ଦ୍ୱାରା) । ଏହାହିଁ (ସଂକ୍ଷେପତଃ) ରାମାୟଣ । ଏହିପରି ଏକଶ୍ଲୋକି ରାମାୟଣ ସମ୍ପୂର୍ଣ୍ଣ ହେଲା ।

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)

ପ୍ରତ୍ୟେକ ଧର୍ମର କିଛି ଆଧାରଭୁତ ଗ୍ରନ୍ଥ ରହିଛି ଯାହାକୁ ଆଧାର କରି ଧର୍ମ ଗୁଡିକ ତିଷ୍ଠି ରହିଛନ୍ତି ତଥା ଧର୍ମାବଲମ୍ବୀମାନେ ଦିକଦର୍ଶନ ପାଇଆସୁଛନ୍ତି । ତେବେ ବିଶ୍ୱର ଅନ୍ୟାନ୍ୟ ଧର୍ମ ଗୁଡିକ ଅପେକ୍ଷା ହିନ୍ଦୁ ଧର୍ମର ଆଧାରଭୁତ ଗ୍ରନ୍ଥ ଗୁଡିକର ସଂଖ୍ୟା ଅତ୍ୟନ୍ତ ବ୍ୟାପକ ଯାହା ବିଭିନ୍ନ ସମୟରେ ହିନ୍ଦୁମାନଙ୍କୁ ମାର୍ଗଦର୍ଶନ ଦେଇଥାଏ । ସଂକ୍ଷେପତଃ ସେଗୁଡିକ ହେଲା - ୧) ଶ୍ରୁତି ୨) ସ୍ମୃତି ଏବେ ଆସନ୍ତୁ ଏହି ଧର୍ମଗ୍ରନ୍ଥ ଗୁଡ଼ିକୁ ଟିକେ ବିସ୍ତୃତ ଭାବେ ଜାଣିବା । * ପ୍ରଥମ ଧର୍ମଗ୍ରନ୍ଥ ସୂଚୀଟି ହେଲା ଶ୍ରୁତି । ଶ୍ରୁତି କହିଲେ ବେଦକୁ ବୁଝାଏ । ଏହାକୁ ପରମ୍ପରା କ୍ରମେ ଶୁଣି ଶୁଣି ମନେ ରଖାଯାଉଥିବାରୁ ଏହାର ନାମ ଶ୍ରୁତି ହୋଇଛି । ଏହା ଅପୌରୁଷେୟ ଅର୍ଥାତ ମନୁଷ୍ୟକୃତ ନୁହେଁ । ଏହା ସ୍ୱୟଂ ଭଗବାନଙ୍କର ମୁଖନିଃସୃତ ବାଣୀ । ଏହାକୁ ସାଧନା ବଳରେ ମନ୍ତ୍ରଦ୍ରଷ୍ଟା ୠଷି ମାନେ ଦେଖିପାରିଥିଲେ । ଏହା ଚାରିଗୋଟି, ଯଥା - ଋଗ୍ବେଦ, ସାମ ବେଦ, ଯଜୁର୍ବେଦ ଏବଂ ଅଥର୍ବ ବେଦ । ଏହା ଷଡ଼ଙ୍ଗ ବା ଛଅ ଗୋଟି ଅଙ୍ଗ ଯୁକ୍ତ । ଯଥା - ଶିକ୍ଷା, ବ୍ୟାକରଣ, ଛନ୍ଦ, ନିରୁକ୍ତ, ଜ୍ୟୋତିଷ ଓ କଳ୍ପ । ଏହା ସହିତ ପ୍ରତ୍ୟେକ ବେଦର ଗୋଟିଏ ଗୋଟିଏ ଉପବେଦ ରହିଛି, ଯେପରିକି - ଋଗ୍ବେଦର - ଧନୁର୍ବେଦ, ସାମ ବେଦର - ଗନ୍ଧର୍ବ ବେଦ, ଯଜୁର୍ବେଦର - ସ୍ଥାପତ୍ୟ ବେଦ ଏବଂ ଅଥର୍ବ ବେଦର - ଆୟୁର୍ବେଦ । ପୁନଶ୍ଚ କୁହାଯାଇଛି ଯେ - &

ଅଲୌକିକ ଆୟୁର୍ବେଦ (ସନ୍ଧାନ କର୍ମ ବା Plastic Surgery)

Image
ଏକ ସମୟ ଥିଲା, ଯେତେବେଳେ ଆୟୁର୍ବେଦ ଚିକିତ୍ସା ଉତ୍କର୍ଷତାର ଚରମ ଶୀର୍ଷରେ ପହଞ୍ଚି ପାରିଥିଲା । ଏହାର ମୁଖ୍ୟ କାରଣ ଥିଲା ରାଜ ପ୍ରୋତ୍ସାହନ (Royal Patronage) । ସେତେବେଳେ ଆମ ଦେଶର ରାଜାମାନେ ଏହି ଦେଶୀୟ ଚିକିତ୍ସା ପଦ୍ଧତିକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରୁଥିଲେ । ଯାହାର ଫଳସ୍ୱରୂପ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ଅବଲମ୍ବନ କରି ଅତି ଜଟିଳ ଶଲ୍ୟ ଚିକିତ୍ସା ଗୁଡ଼ିକ ମଧ୍ୟ ସମ୍ଭବ ହୋଇପାରିଥିଲା । ଯେପରିକି ସନ୍ଧାନ କର୍ମ ବା ଅଧୁନିକ Plastic Surgery । ସୁଶ୍ରୁତ ସଂହିତାରେ (ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ) ଏହି Plastic Surgery ସମ୍ବନ୍ଧରେ ବିଶଦ ଭାବେ ବର୍ଣ୍ଣନା ରହିଅଛି । ଯଥା - "ରୋଗ ଦ୍ୱାରା କିମ୍ବା କୌଣସି ଶତ୍ରୁ ଦ୍ୱାରା ନାସା କଟିଗଲେ ତାହାକୁ ଯୋଡିବାର ବିଧିକୁ ଯଥାବତ ବର୍ଣ୍ଣନା କରୁଛି । ଛିନ୍ନ ନାସିକା ସମାନ କୌଣସି ବୃକ୍ଷର ପତ୍ର ନେଇ ତାର ସମାନ ଆକୃତିର ଗଣ୍ଡ ଦେଶରୁ (ଗାଲ) ଚର୍ମଯୁକ୍ତ ମାଂସ କାଟି, କଟି ଯାଇଥିବା ନାସା ଉପରେ ବିଲେଖନ କରି (Scrapping କରି) ସେହି ସ୍ଥାନରେ ସେହି ମାଂସ ଲଗାଇ ସୂଚୀ ଦ୍ୱାରା ସୀବନ କର୍ମ (ସିଲେଇ) କରି ବନ୍ଧନ ଲଗାଇ ସାବଧାନତା ପୂର୍ବକ ଶୀଘ୍ର ଯୋଡ଼ିଦେବା ଉଚିତ । ତତ୍ପଶ୍ଚାତ ନାସାର ରନ୍ଧ୍ରରେ ଦୁଇଟି ଏରଣ୍ଡ ନାଳ (ଜଡ଼ା ପତ୍ରର ନାଳ) ପ୍ରବେଶ କରାଇ, ନାସାକୁ କିଞ୍ଚିତ ଉପରକୁ ଉଠାଇ ନାସା ରନ୍ଧ୍ର ତଥା ନାସାର ଆକୃତିକୁ ସଠିକ ତଥା ସାଧାରଣ ନାସା ସଦୃଶ

ଚିକେନର ଆଧ୍ୟାତ୍ମିକ ମହତ୍ତ୍ୱ

Image
ଆପଣମାନେ ଶୀର୍ଷକଟି ପଢି ଭାବୁଥିବେ ଯେ ଚିକେନର (କୁକୁଡ଼ା) ପୁଣି ଏକ ଆଧ୍ୟାତ୍ମିକ ମହତ୍ତ୍ୱ କଣ ? ଆଧ୍ୟାତ୍ମିକ ମହତ୍ତ୍ୱ ସିନା ଗାଈର ଅଛି, ଚିକେନର ଜନ୍ମ କେବଳ ଆମର ରସନାର ତୃପ୍ତି ପାଇଁ । ନା କଣ କହୁଛନ୍ତି ? ନା, ଆପଣ ଭୁଲ ଭାବୁଛନ୍ତି । ଚିକେନ ମଧ୍ୟ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଣୀ ଯାହାର ସ୍ଥାନ ଦେବ-ସେନାପତି ଶିବପୁତ୍ର କାର୍ତ୍ତିକେୟଙ୍କର ଧ୍ୱଜରେ । ଆଜ୍ଞା ହଁ, ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଏହା ସତ୍ୟ । ଚିକେନକୁ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମାନ ମିଳିବାର କାରଣ ହେଉଛି - ଚିକେନ ବା କୁକୁଡ଼ା ହେଉଛି ଏକମାତ୍ର ଜୀବ ଯେକି ବ୍ରାହ୍ମ ମୁହୂର୍ତ୍ତରେ ଅନ୍ୟ ସମସ୍ତ ଜୀଵ ନିଦ୍ରାରତ ଥିବା ସମୟରେ ନିଜେ ଜାଗ୍ରତ ହୋଇ ଅନ୍ୟମାନଙ୍କୁ ନିଜ ରାଵ ଦ୍ୱାରା ଜାଗ୍ରତ କରାଇଥାଏ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହା "ବ୍ରହ୍ମ ଜ୍ଞାନର ଉଦ୍ରେକ ନିମିତ୍ତ ଅଜ୍ଞାନତାକୁ ଦୂରକରି ଜାଗ୍ରତ କରାଇବାର ପ୍ରଚେଷ୍ଟା"କୁ ବୁଝାଇଥାଏ, ଯେଉଁଥିପାଇଁ କୁକୁଡ଼ାକୁ ଏତେ ଉଚ୍ଚ ସ୍ଥାନ ଆମ ସଂସ୍କୃତିରେ ଦିଆଯାଇଛି । [ସଂଲଗ୍ନ ଚିତ୍ରଟିରେ କାର୍ତ୍ତିକେୟ ନିଜର ବାମ ହସ୍ତରେ କୁକ୍କୁଟ ଧରିଛନ୍ତି ।]

ସୋମ ରସାୟନ ବା କାୟାକଳ୍ପ ବିଧି ଆଧୁନିକ ମତେ ସମ୍ଭବ କି ?

ସୋମ ରସାୟନ ସେବନ ଦ୍ୱାରା ପ୍ରାୟତଃ ନୂତନ ଶରୀର ପ୍ରାପ୍ତି ବା କାୟାକଳ୍ପ ହେବା କଥା ଆମେ ଏହି ଧାରାବାହିକର ପୂର୍ବ ଦୁଇଟି ଅଧ୍ୟାୟରେ ପଢିଲେ । ତେବେ ଏଠାରେ ମନରେ ସ୍ୱତଃ କେତୋଟି ପ୍ରଶ୍ନ ଉଙ୍କି ମାରେ । ଯଥା - ୧) ପ୍ରକୃତରେ ସୋମ ସଦୃଶ କିଛି ଔଷଧୀ ଅଛି କି ? ଏବଂ ଯଦି ଅଛି, ତାହାକୁ ଠାବ କରିବା କିପରି ? ୨) ବିଜ୍ଞାନ ଅନୁଯାୟୀ କାୟାକଳ୍ପ ସମ୍ଭବ କି ? ୩) ବର୍ତ୍ତମାନ ସମୟରେ ଯଦି ସୋମ ଔଷଧୀ ପ୍ରାପ୍ତ ହୁଏ, ତେବେ ଏହାର ପ୍ରୟୋଗ କରି କାୟାକଳ୍ପ କରାଯାଇପାରିବ କି? ଏହି ପ୍ରଶ୍ନଗୁଡିକର ଉତ୍ତରରେ ମୋର ମତ ନିମ୍ନରେ ରଖୁଛି । ୧) ସୋମ ସଦୃଶ ଔଷଧୀ ନିଶ୍ଚିତ ଭାବରେ ଥିଲା, ନଚେତ ଏହାର ବର୍ଣ୍ଣନା ଆୟୁର୍ବେଦୀୟ ଗ୍ରନ୍ଥରେ ହୋଇନଥାନ୍ତା । କାରଣ ଆୟୁର୍ବେଦୀୟ ଗ୍ରନ୍ଥ ଗୁଡିକ ହେଉଛି ଚିକିତ୍ସା ସମ୍ବନ୍ଧିତ ଗ୍ରନ୍ଥ, ଏଗୁଡିକ କୌଣସି ସାହିତ୍ୟ ଗ୍ରନ୍ଥ ବା ମନଗଢା କାହାଣୀ ନୁହେଁ । ବର୍ତ୍ତମାନ ପ୍ରଶ୍ନ ଉଠେ ଯେ ଯଦି ସୋମ ନାମକ କୌଣସି ଔଷଧୀ ଅଛି, ତାହାକୁ ଠାବ କରିବା କିପରି ? ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ ସୁଶ୍ରୁତ ସଂହିତାର ବର୍ଣ୍ଣନା ଅନୁଯାୟୀ ଉପଯୁକ୍ତ ସ୍ଥାନରେ ଦ୍ରବ୍ୟଗୁଣ ବିଶେଷଜ୍ଞଙ୍କ ସହାୟତାରେ ଏହାର ସନ୍ଧାନ କରାଯାଇପାରେ । ଏହା ଅତି କଠିନ ମନେହେଲେହେଁ ଅସମ୍ଭବ ନୁହେଁ । ୨) କାୟାକଳ୍ପ ବିଧି ସମ୍ବନ୍ଧରେ ପଢ଼ିଲେ ତାହା ଅଲୌକିକ ଲାଗେ ତଥା ବିଶ୍ୱାସଯୋଗ୍ୟ ହୁଏ ନାହିଁ । କାରଣ ଆଧୁନିକ ବିଜ୍ଞାନ

ଦିବ୍ୟ ଔଷଧୀ ସୋମ (ସୋମ ରସ ସେବନ ବିଧି)

ସୋମ ରସ ସେବନ ଏକ ସାଧାରଣ ପ୍ରକ୍ରିୟା ନୁହେଁ । ସୋମ ରସ ସେବନ କରିବା ପୂର୍ବରୁ ତାହାକୁ ବିଶେଷ ପାତ୍ରରେ ସଂଗ୍ରହ କରିବା ବିଧେୟ । ଅଂଶୁମାନ ସୋମର ରସକୁ ସ୍ୱର୍ଣ୍ଣ ପାତ୍ରରେ, ଚନ୍ଦ୍ରମା ସୋମର ରସକୁ ରୌପ୍ୟ ପାତ୍ରରେ ଓ ଶେଷ ଅନ୍ୟ ସୋମର ରସ ସବୁକୁ ତମ୍ବା କିମ୍ବା ମୃତ୍ତିକା କିମ୍ବା ରୋହିତ ମୃଗଚର୍ମ ନିର୍ମିତ୍ତ ବଡ଼ ପାତ୍ରରେ ସଂଗ୍ରହ କରିବା ଉଚିତ । ଅଂଶୁମାନ ଓ ଚନ୍ଦ୍ରମା ସୋମର ରସକୁ ସେବନ କରିବା ବ୍ୟକ୍ତି ଅଣିମା, ଲଘିମା ଆଦି ଅଷ୍ଟବିଧ ଐଶ୍ୱର୍ଯ୍ୟକୁ ପ୍ରାପ୍ତ କରିଥାଏ । ଶୁଦ୍ର ବ୍ୟତୀତ ଅନ୍ୟ ତିନି ବର୍ଣ୍ଣର ବ୍ୟକ୍ତି ନିମ୍ନୋକ୍ତ ବିଧିରେ ସୋମ ରସର ସେବନ କରିବା ବିଧେୟ । ଚତୁର୍ଥ ମାସର ପୂର୍ଣ୍ଣିମା ଦିନ (ଯେତେବେଳେ ସୋମ ଔଷଧୀ ପୂର୍ଣ୍ଣ ୧୫ ଗୋଟି ପତ୍ରଯୁକ୍ତ ଥାଏ) ଏକ ପବିତ୍ର ସ୍ଥାନରେ ବ୍ରାହ୍ମଣଙ୍କର ପୂଜା କରି, ସ୍ୱସ୍ତି ବାଚନ ଓ ମଙ୍ଗଳ ପାଠ ଆଦି କରି ଗୃହରୁ ପ୍ରସ୍ଥାନ କରି ସମସ୍ତ ସାଧନ ତଥା ସେବକଙ୍କ ସହିତ ଉତ୍ତମ ଭୂମିରେ ଏକ ବିଶେଷ ତ୍ରିଗର୍ଭା ଗୃହ ନିର୍ମାଣ କରି (ଯେଉଁ ଗୃହର ଆଭ୍ୟନ୍ତର କକ୍ଷରେ ବାହ୍ୟ ବାୟୁ ଓ ସୂର୍ଯ୍ୟ କିରଣର ପ୍ରତ୍ୟକ୍ଷ ପ୍ରଭାବ ନଥିବ, ସେହି କକ୍ଷରେ ସୋମ ରସାୟନ କଳ୍ପ ଶେଷ ହେବା ପର୍ଯ୍ୟନ୍ତ ବାସ କରିବା ଉଚିତ), ବମନ ବିରେଚନ ଆଦି ପଞ୍ଚକର୍ମ ଚିକିତ୍ସା ପଦ୍ଧତି ଦ୍ୱାରା ଶରୀର ଶୁଦ୍ଧି କରି, ଉତ୍ତମ ତିଥି-କରଣ-ମୁହୂର୍ତ୍ତ-ନକ୍ଷତ୍ର ଆଦି ଦୃଷ୍ଟିରେ ରଖି ସ୍ୱସ୍ତି ବାଚନ ଓ ମଙ୍ଗଳ ପାଠ

ଦିବ୍ୟ ଔଷଧୀ ସୋମ (ସୋମ ବର୍ଣ୍ଣନା)

ପୌରାଣିକ ଗ୍ରନ୍ଥାଦିରେ ସୋମ ନାମକ ଦିବ୍ୟ ଔଷଧୀର ବର୍ଣ୍ଣନା ରହିଛି ଏବଂ ଦେବତାମାନେ ସୋମରସ ପାନ କରୁଥିବାର ଉଲ୍ଲେଖ ମଧ୍ୟ ରହିଛି । ତେବେ ଏହି ସୋମ ନାମକ ଔଷଧୀ କଣ ଏବଂ ଏହି ସୋମରସ ପାନର ବିଧି କଣ ଆସନ୍ତୁ ଏବେ ଜାଣିବା । ସାଧାରଣତଃ ବିଶ୍ୱାସ କରାଯାଏ ଯେ ସୋମରସ ଏକ ପ୍ରକାର ମଦିରା ଯାହାକୁ ଦେବତାମାନେ ପାନ କରୁଥିଲେ । କିନ୍ତୁ ଏହା ଏକ ଭୁଲ ଧାରଣା । ଆୟୁର୍ବେଦୀୟ ଗ୍ରନ୍ଥ ସୁଶ୍ରୁତ ସଂହିତାରେ ସୋମ ଔଷଧୀର ଚିହ୍ନଟ ଓ ଏହାର ପ୍ରୟୋଗ ବିଧି ସମ୍ବନ୍ଧରେ ଅତି ବିସ୍ତୃତ ଭାବରେ ବର୍ଣ୍ଣନା ରହିଛି । ପୁରାତନ କାଳରେ ବ୍ରହ୍ମା ଆଦିଙ୍କ ଦ୍ୱାରା ଜରା ଓ ମୃତ୍ୟୁକୁ ଜୟ କରିବା ନିମିତ୍ତ ସୋମର ସୃଜନ କରାଯାଇଥିଲା । ପୁରାଣାଦିରେ ଉଲ୍ଲେଖ ରହିଛି ଯେ ଅମୃତର ଉତ୍ପତ୍ତି ତଥା ଏହାର ସେବନ କରିବା ପୂର୍ବରୁ ଦେବତାମାନେ ମଧ୍ୟ ମୃତ୍ୟୁଞ୍ଜୟୀ ନଥିଲେ । ତେଣୁ ସମ୍ଭବତଃ ଜରା ଓ ମୃତ୍ୟୁକୁ ଜୟ କରିବା ନିମିତ୍ତ ସେମାନେ ଏହି ସୋମରସ ପାନ କରୁଥିଲେ । ସୋମକୁ ଔଷଧୀର ସ୍ୱାମୀ ରୂପେ ବର୍ଣ୍ଣନା କରାଯାଇଛି ଯାହାକୁ ସେବନ କରିବା ଦ୍ୱାରା ବ୍ୟକ୍ତି ଦଶ ସହସ୍ର ବର୍ଷ ପର୍ଯ୍ୟନ୍ତ ନବୀନ ଶରୀର ଧାରଣ କରି ଜୀବିତ ରହିଥାଏ । ଅଗ୍ନି, ଜଳ, ବିଷ, ଶସ୍ତ୍ର ଓ ଅସ୍ତ୍ର ଏସବୁରୁ କୌଣସିଟି ମଧ୍ୟ ସୋମ ସେବନ କରିଥିବା ବ୍ୟକ୍ତିଙ୍କର ଆୟୁକୁ ନଷ୍ଟ କରିବାରେ ସମର୍ଥ ହୋଇନଥାଏ । ସୋମ ସେବନ କରିଥିବା ବ୍ୟକ୍ତି ସହସ୍ର ହସ୍ତୀଙ୍କର (ଷାଠିଏ ବର୍ଷ ଆୟୁ ଯୁକ୍ତ ଭଦ୍ର ଜ

ବୈଦିକ ବା ପ୍ରାକ୍ ବୈଦିକ କାଳରେ ଭାରତ ଅନାବିଷ୍କୃତ ଥିଲା କି?

ଏହା ଏକ ସାମାନ୍ୟ ଧାରଣା ଯେ ଅତି ପ୍ରାଚୀନ କାଳରେ ବା ବୈଦିକ କାଳରେ ଭାରତୀୟ ସଂସ୍କୃତି ବିଶ୍ବର ଅନ୍ୟ ସଂସ୍କୃତି ଗୁଡିକ ଠାରୁ ଅପହଞ୍ଚ ଥିଲା ଓ ସେମାନଙ୍କ ଅପେକ୍ଷା ଯଥେଷ୍ଟ ଉନ୍ନତ ଥିଲା । ଯଦିଓ ଏଥିରେ ସନ୍ଦେହର ଅବକାଶ ନାହିଁ ଯେ ଭାରତୀୟ ସଂସ୍କୃତି ସେ ସମୟରେ ଉନ୍ନତତର ଥିଲା, ତେବେ ସେ ସମୟର ଅନ୍ୟାନ୍ୟ ସଂସ୍କୃତି ଗୁଡିକ ଠାରୁ ଯେ ଭାରତ ଅପହଞ୍ଚ ଥିଲା କିମ୍ବା ସେହି ଅନ୍ୟାନ୍ୟ ସଂସ୍କୃତି ସବୁ ଯଥେଷ୍ଟ ନିମ୍ନ ସ୍ତରର ଥିଲା, ତାହା ଗ୍ରହଣଯୋଗ୍ୟ ବିଷୟ ନୁହେଁ । ପ୍ରାଚୀନ ମୟ ଓ ଇଜିପ୍ଟିୟ ସଭ୍ୟତାର ପିରାମିଡ ସବୁ ଏହା ସୂଚାଇଥାଏ ଯେ ଅତି ଉନ୍ନତ ସ୍ତରର ଜ୍ଞାନ ନ ଥିଲେ ଏଗୁଡିକର ନିର୍ମାଣ ଅସମ୍ଭବ । ପିରାମିଡ ଭଳି ସାମ୍ୟତା ରଖୁଥିବା ନିର୍ମାଣ ସବୁ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ଏପରିକି ସାଗର ଗର୍ଭରେ ମଧ୍ୟ ଉପଲବ୍ଧ ଥିବାର ପ୍ରମାଣ ଦର୍ଶାଏ ଯେ ଅତି ପ୍ରାଚୀନ କାଳରେ ମଧ୍ୟ ସମଗ୍ର ବିଶ୍ୱର ସଭ୍ୟତା ସବୁ ଉତ୍କର୍ଷତାର ଚରମ ସୋପାନରେ ପହଞ୍ଚିସାରିଥିଲା ଓ ସେହିସବୁ ସଭ୍ୟତା ଗୁଡିକ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ମଧ୍ୟ ଥିଲା, ନଚେତ ସମଗ୍ର ବିଶ୍ବରେ ଏକ ରକମର ନିର୍ମାଣର ଉପସ୍ଥିତି ଅସମ୍ଭବ । ଏହି ଜ୍ଞାନର ଆଦାନପ୍ରଦାନ ସମ୍ବନ୍ଧିତ କିଛି ତଥ୍ୟ ଏଠାରେ ଉପସ୍ଥାପନ କରିବାକୁ ଚାହିଁବି । ପ୍ରାଚୀନ ଆୟୁର୍ବେଦ ଗ୍ରନ୍ଥ ଚରକ ସଂହିତାରେ ବର୍ଣ୍ଣିତ ଅଛି ଯେ ଏକଦା ସମଗ୍ର ବିଶ୍ୱର ମାନବ ସୁସ୍ଥ ତଥା ନିରାମୟ ଜୀବନ ନିର୍ବାହ କରୁ

ଦୀପାବଳିରେ ଦୀପଦାନ ନା ବିସ୍ଫୋଟନ - କେଉଁଟି ଶାସ୍ତ୍ରୀୟ ?

ଏଠାରେ ମୁଁ ଉପରୋକ୍ତ ଶିରୋନାମାର ତଥାକଥିତ ସିକ୍ୟୁଲାର ଦୃଷ୍ଟିକୋଣକୁ ଆଲୋକପାତ କରୁନାହିଁ କିମ୍ବା ପରିବେଶ ସୁରକ୍ଷା ଦୃଷ୍ଟିକୋଣକୁ ମଧ୍ୟ ଆଲୋକପାତ କରୁନାହିଁ, ମୁଁ କେବଳ ଶାସ୍ତ୍ରୀୟ ମତ ଉପସ୍ଥାପନ କରୁଅଛି କେଉଁଟି କରଣୀୟ ବୋଲି । ଭବିଷ୍ୟ ପୁରାଣରେ ବର୍ଣ୍ଣିତ ଅଛି ଯେ - ଦେବତାଙ୍କୁ ପୂଜା କରିବା ପରେ ଘୃତ କିମ୍ବା ତୈଳପୂର୍ଣ୍ଣ ପାତ୍ର ଦ୍ୱାରା ଦୀପ ଦାନ କରିବା ଉଚିତ । ଦୀପରେ ବସ୍ତ୍ର ନିର୍ମିତ ବର୍ତ୍ତି ବ୍ୟବହାର କରି ଅଗ୍ନି ସଂଯୋଗ କରିବା ବିଧେୟ । ସୂର୍ଯ୍ୟ ଦେବଙ୍କ ପାଇଁ ରକ୍ତ ବସ୍ତ୍ରରେ ନିର୍ମିତ 'ପୂର୍ଣ୍ଣ ବର୍ତ୍ତି', ଶିବଙ୍କ ପାଇଁ ଶ୍ଵେତ ବସ୍ତ୍ରର 'ଈଶ୍ୱର ବର୍ତ୍ତି', ବିଷ୍ଣୁଙ୍କ ପାଇଁ ପୀତ ବସ୍ତ୍ରର 'ଭୋଗ ବର୍ତ୍ତି', ଗୌରୀଙ୍କ ପାଇଁ କୁସୁମ ରଙ୍ଗର 'ସୌଭାଗ୍ୟ ବର୍ତ୍ତି', ଦୁର୍ଗାଙ୍କ ପାଇଁ ଲାଖ ରଙ୍ଗର 'ପୂର୍ଣ୍ଣ ବର୍ତ୍ତିକା', ବ୍ରହ୍ମାଙ୍କ ପାଇଁ 'ପଦ୍ମ ବର୍ତ୍ତି', ନାଗ ମାନଙ୍କ ପାଇଁ 'ନାଗ ବର୍ତ୍ତି', ତଥା ଗ୍ରହମାନଙ୍କ ପାଇଁ 'ଗ୍ରହ ବର୍ତ୍ତି' ବ୍ୟବହାର କରିବା ଉଚିତ । ଯେ ଉପରୋକ୍ତ ବିଧିରେ ଦୀପ ଦାନ କରନ୍ତି, ସେ ପ୍ରଳୟ ପର୍ଯ୍ୟନ୍ତ ସ୍ୱର୍ଗଲୋକରେ ବାସ କରନ୍ତି । ଯେଉଁ ପ୍ରକାରରେ ଦୀପ ପ୍ରକାଶିତ ହୁଏ, ଠିକ ସେହିଭଳି ଦୀପ ଦାନ କରୁଥିବା ବ୍ୟକ୍ତି ମଧ୍ୟ ପ୍ରକାଶିତ ହୁଏ ଓ ଦୀପ ଶିଖାର ଉର୍ଦ୍ଧ୍ବଗତି ଭଳି, ତାହାର ମଧ୍ୟ